OR/Prabhupada 0179 - ଆମେ କୃଷ୍ଣଙ୍କ ପାଇଁ କାମ କରିବା ଉଚିତ୍



Lecture on SB 1.16.6 -- Los Angeles, January 3, 1974

ଏହି ମାୟାବାଦୀ ଦାର୍ଶନିକମାନେ, ସେମାନେ ଜ୍ଞାନରେ ଅତି ଉଚ୍ଚ ହୋଇଥିବେ, କଳ୍ପନା ଦ୍ଵାରା, କିନ୍ତୁ ସେମାନେ ପୁନଃ ପତୀତ ହେବେ । କାହିଁକି? ଅନାଦ୍ରତା-ଯୁସମଦ୍-ଅଂଗ୍ରୟ: "କାରଣ ସେମାନଙ୍କୁ ଆପଣଙ୍କର ପାଦ ପଦ୍ମର ଆଶ୍ରୟ ମିଳି ନାହିଁ, ସେଥିପାଇଁ ସେମାନେ ପୁନଃ ପତୀତ ହେବେ ।" ତାହା ସୁରକ୍ଷିତ ନୁହେଁ । କାରଣ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ବିନା ରହିପାରିବ ନାହିଁ, କୌଣସି ଇଛା । ତାହା ସମ୍ଭବ ନୁହେଁ । ଜଣେ ବ୍ୟକ୍ତି, ପଶୁ, କେହି ବି, ଏପରିକି କୀଟ, ସେ କିଛି କରୁଥିବ । ମୋର ବ୍ୟବହାରିକ ଅନୁଭବ ଅଛି । ମୋର ଗୋଟିଏ ପୁତ୍ର ପିଲାଦିନେ..., ଯେତେବେଳେ ମୁଁ ଯୁବକ ଥିଲି, ସେ ଭାରୀ ଦୁଷ୍ଟ ଥିଲା । ତେଣୁ ବେଳେ ବେଳେ ଆମେ ତାକୁ ଥାକରେ ରଖିଦେଉ । ସେ ତଳକୁ ଆସି ପାରେ ନାହିଁ । ସେ ଏତେ ଅସୁବିଧା ଅନୁଭବ କରୁଥିଲା କାରଣ ତାହାର କାର୍ଯ୍ୟକଳାପ ଥାକରେ ବନ୍ଦ ହୋଇ ଯାଉଥିଲା । ତେଣୁ ତୁମେ କାର୍ଯ୍ୟକଳାପ ବନ୍ଦ କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ତୁମେ ଭଲ କାର୍ଯ୍ୟକଳାପ ଦେବା ଉଚିତ୍ । ତେବେ ତୁମେ ବନ୍ଦ ହୋଇଯିବ । ପରଂ ଦୃଷ୍ଟ୍ଵା ନିବର୍ଥେ (BG 2.59) ।

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ତୁମକୁ ଭଲ କାର୍ଯ୍ୟକଳାପ ଦେବା ପାଇଁ ଅଛି । ସେଥିପାଇଁ ତୁମେ ତୁଚ୍ଛ କାର୍ଯ୍ୟକଳାପ ତ୍ୟାଗ କର । ଅନ୍ୟଥା, କେବଳ ପ୍ରତିବାଦ ଦ୍ଵାରା, ଏହା ସମ୍ଭବ ନୁହେଁ । ଆମକୁ କାମ କରିବାକୁ ହେବ । ଆମେ କୃଷ୍ଣଙ୍କ ପାଇଁ କାମ କରିବା ଉଚିତ୍ । ଆମେ କୃଷ୍ଣଙ୍କ ମନ୍ଦିର ଯିବା, କିମ୍ଵା ଆମେ କୃଷ୍ଣଙ୍କର ପୁସ୍ତକ ବିକ୍ରି କରିବା, କିମ୍ଵା କୃଷ୍ଣଙ୍କର ଭକ୍ତ ସହିତ ସାକ୍ଷାତ କରିବା ଉଚିତ୍ । ତାହା ଭଲ । କିନ୍ତୁ ତୁମେ କାମ କରିବା ବନ୍ଦ କରିପାରିବ ନାହିଁ । ତାହା ସମ୍ଭବ ନୁହେଁ । ତାପରେ ତୁମର ନିଷ୍କ୍ରିୟ ମସ୍ତିଷ୍କ ଦାନବର କାର୍ଯ୍ୟସ୍ଥଳ ହୋଇଯିବ । ହଁ । ତାପରେ ତୁମେ ପତୀତ ହେବ, "କିପରି ସେ ମହିଳା ପାଖକୁ ଯିବି? କିପରି ସେ ପୁରୁଷ ପାଖକୁ ଯିବି?" ଯଦି ତୁମେ କାମ ବନ୍ଦ କରିଦିଅ, ତେବେ ତୁମକୁ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ପୁଣି କାମ କରିବାକୁ ହେବ । ବାସ୍ । ସେହିପରି, ତୁମେ କୌଣସି ଇନ୍ଦ୍ରୟ ନିଅ; ତୁମେ ଏହାକୁ ରୋକି ପାରିବ ନାହିଁ , କିନ୍ତୁ ତୁମେ ଏହାକୁ ନିଯୁକ୍ତ କରିବାକୁ ହେବ । ଏହା ହେଉଛି କୃଷ୍ଣ ଚେତନା ।