OR/Prabhupada 0186 - ଭଗବାନ ହେଉଛନ୍ତି ଭଗବାନ । ଯେପରି ସୁନା ହେଉଛି ସୁନା



Lecture on BG 7.1 -- Fiji, May 24, 1975

ତେଣୁ ଆମେ ଫିଜୀରେ ରହୁ କିମ୍ଵା ଇଂମଣ୍ଡରେ କିମ୍ଵା କେଉଁଠାରେ ବି, କାରଣ କୃଷ୍ଣ ହେଉଛନ୍ତି ସବୁଆଡ଼େ, ସବୁକିଛିର ମାଲିକ..., ସର୍ବଲୋକ ମହେଶ୍ଵରମ୍ (BG 5.29) । ତେଣୁ ଫିଜୀ ହେଉଛି ସର୍ବଲୋକର ଛୋଟ ଅଂଶ । ତେଣୁ ଯଦି ସେ ସମସ୍ତ ଲୋକର ମାଲିକ, ତେବେ ସେ ଫିଜୀର ମଧ୍ୟ ମାଲିକ । ସେଥିରେ କୌଣସି ସନ୍ଦେହ ନାହିଁ । ତେଣୁ ଫିଜୀର ନିବାସୀମାନେ, ତୁମେ ଯଦି କୃଷ୍ଣ ଚେତନା ଗ୍ରହଣ କରିବ, ତାହା ହେଉଛି ଜୀବନର ପୂର୍ଣ୍ଣତା । ତାହା ହେଉଛି ଜୀବନର ପୂର୍ଣ୍ଣତା । କୃଷ୍ଣଙ୍କର ନିର୍ଦ୍ଦେଶରୁ ପଥଚ୍ୟୁତ ହୁଅ ନାହିଁ । ଅତି ପ୍ରତ୍ୟକ୍ଷ ଭାବରେ, ଭଗବାନ ଉବାଚ, ଭଗବାନ ପ୍ରତ୍ୟକ୍ଷ ଭାବରେ କହୁଛନ୍ତି । ତୁମେ ଏହାର ଲାଭ ନିଅ । ଯଦି ତୁମେ ଭଗବଦ୍ ଗୀତା ପଢ଼ିବ, ସେଥିରେ ଦୁନିଆର ସମସ୍ତ ସମ୍ୟାର ସମାଧାନ ଅଛି । ତୁମେ କୌଣସି ସମସ୍ୟା ଉପସ୍ଥାପନ କର, ତାର ସମାଧାନ ଅଛି, କିନ୍ତୁ ତୁମକୁ ସେହି ସମାଧାନ ସ୍ଵୀକାର କରିବାକୁ ପଡ଼ିବ । ଅଜିକାଲି ସେମାନେ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି । ଭଗବଦ୍ ଗୀତାରେ ସମାଧାନ ଅଛି । କୃଷ୍ଣ କୁହଁନ୍ତି, ଅନ୍ନଦ୍ ଭବନ୍ତି ଭୂତାନି (BG 3.14) । "ଭୂତାନି, ସମସ୍ତ ଜୀବମାନେ, ଉଦ୍ଭୟ ପଶୁ ଏବଂ ମନୁଷ୍ୟ, ସେମାନେ ଭଲରେ ରହିପାରିବେ, କୌଣସି ଉତ୍କଣ୍ଠା ବିନା, ଯଦି ସେନମାନଙ୍କୁ ଯଥେଷ୍ଟ ଖାଦ୍ୟ ପଦାର୍ଥ ମିଳିବ ।" ବର୍ତ୍ତମାନ ଏଥିପାଇଁ ତୁମର ଆପତ୍ତି କ'ଣ? ଏହା ହେଉଛି ସାମାଧାନ । କୃଷ୍ଣ କୁହଁନ୍ତି, ଅନ୍ନଦ୍ ଭବନ୍ତି ଭୂତାନି । ତେଣୁ ଏହା କାଳ୍ପନିକ ନୁହେଁ; ଏହା ବ୍ୟବହାରିକ । ତୁମ ପାଖରେ ମନୁଷ୍ୟ ଏବଂ ପଶୁମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଥିବା ଉଚିତ୍ , ଏବଂ ସବୁକିଛି ତୂରନ୍ତ ଶାନ୍ତିପୂର୍ଣ୍ଣ ହୋଇଯିବ । କାରଣ ଲୋକମାନେ, ଯଦି ଜଣେ ଭୋକିଲା ଅଛି, ସେ ଅଶାନ୍ତ ରୁହେ । ତେଣୁ ପ୍ରଥମେ ତାକୁ ଖାଦ୍ୟ ଦିଅ । ତାହା ହେଉଛି କୃଷ୍ଣଙ୍କର ଆଦେଶ । ତାହା ଅତି ଅସମ୍ଭବ କି, ଅବ୍ୟବହାରିକ? ନା । ତୁମେ ଅଧିକ ଖାଦ୍ୟ ଶସ୍ୟ ଉତ୍ପନ୍ନ କର ଏବଂ ତାହା ବିତରଣ କର । ତେବେ ଏତେ ସାରା ଜମି ଅଛି, କିନ୍ତୁ ଆମେ ଖାଦ୍ୟ ଉତ୍ପନ୍ନ କରୁ ନାହୁଁ । ଆମେ ଉତ୍ପନ୍ନ କରୁଛୁ, କିମ୍ଵା ବ୍ୟସ୍ତ ରହୁଛୁ, ଉପକରଣ ଏବଂ ମୋଟର ଚକ ନିର୍ମାଣ କରିବାରେ । ତେବେ ବର୍ତ୍ତମାନ ମୋଟର ଚକ ଖାଅ । କିନ୍ତୁ କୃଷ୍ଣ କୁହଁନ୍ତି ଯେ "ତୁମେ ଅନ୍ନ ଉପୁଜାଅ ।" ତାପରେ ଅଭାବର କୌଣସି ପ୍ରଶ୍ନ ରହିବ ନାହିଁ । ଅନ୍ନାଦ୍ ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନସଂଭବଃ । କିନ୍ତୁ ଅନ୍ନ ଉତ୍ପନ୍ନ କରାଯାଏ ଯେତେବେଳେ ଯଥେଷ୍ଟ ବର୍ଷା ହୁଏ । ପର୍ଜନ୍ୟାଦନ୍ନସଂଭବଃ । ଏବଂ ଯଜ୍ଞାଦ୍ ଭବତି ପର୍ଜନ୍ୟୋ (BG 3.14) । ଏବଂ ତୁମେ ଯଦି ଯଜ୍ଞ କରିବ, ତେବେ ନିୟମିତ ରୂପରେ ବର୍ଷା ହେବ । ଏହା ହେଉଛି, ଉପାୟ । କିନ୍ତୁ କେହି ଯଜ୍ଞ କରିବାକୁ ଇଛୁକ ନୁହଁନ୍ତି, କେହି ଖାଦ୍ୟରେ ଇଛୁକ ନୁହଁନ୍ତି, ଏବଂ ତୁମେ ଯଦି ତୁମର ଅଭାବ ସୃଷ୍ଟି କରିବ, ତେବେ ଏହା ଭଗବାନଙ୍କର ଭୁଲ ନୁହେଁ, ଏହା ତୁମର ଭୁଲ । ତେଣୁ ଯାହା କିଛି ନିଅ, କୌଣସି ପ୍ରଶ୍ନ - ସାମାଜିକ, ରାଜନୈତିକ, ଦାର୍ଶନିକ, ଧାର୍ମିକ, କିଛିବି ତୁମେ ନିଅ - ଏବଂ ସେଠାରେ ସମାଧାନ ଅଛି । ଯେପରିକି ଭାରତ ଜାତି ପ୍ରଣାଳୀର ସାମ୍ନା କରୁଛି । ତେବେ ଅନେକ ଜାତି ପ୍ରଣାଳୀର ପକ୍ଷରେ ଅଛନ୍ତି, ଅନେକ ପକ୍ଷରେ ନାହାଁନ୍ତି । କିନ୍ତୁ କୃଷ୍ଣ ସମାଧାନ କରିଛନ୍ତି । ତେଣୁ ସପକ୍ଷରେ କିମ୍ଵା ବିପକ୍ଷରେ ର ପ୍ରଶ୍ନ ନାହିଁ । ଜାତି ପ୍ରଣାଳୀ ଉତ୍କୃଷ୍ଠତା ଅନୁସାରେ ନିଯୁକ୍ତ କରାଯିବା ଉଚିତ୍ । ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟିଂ ଗୁଣକର୍ମବିଭାଗଶଃ (BG 4.13) । କେବେ "ଜନ୍ମରୁ" କୁହାଯାଏ ନାହିଁ । ଏବଂ ଶ୍ରୀମଦ୍ ଭାଗବତରେ ଏହା ସ୍ଵୀକୃତ କରାଯାଇଛି,

ଯସ୍ୟ ଯଲ ଲକ୍ଷନମ ପ୍ରୋକ୍ତମ୍
ପୁମସୋ ବର୍ଣାଭିବ୍ୟଞକମ
ଯଦ ଅନ୍ୟତ୍ରାପି ଦ୍ରଷ୍ୟେତ
ତତ ତେନୈବ ବିନିର୍ଦିଶୋତ
(SB 7.11.35)

ନାରଦ ମୁନିଙ୍କର ସ୍ପଷ୍ଟ ନିର୍ଦ୍ଦେଶ ।

ତେଣୁ ଆମେ ବୈଦିକ ସାହିତ୍ୟରେ ସବୁକିଛି ପୂର୍ଣ୍ଣତା ଭାବରେ ପାଇବା, ଏବଂ ଯଦି ଆମେ ଅନୁସରଣ କରିବା... କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଏହି ସିଦ୍ଧାନ୍ତରେ ଶିକ୍ଷିତ କରିବା ପାଇଁ ଚେଷ୍ଟା କରୁଛି । ଆମେ କିଛି ନିର୍ମାଣ କରୁନାହୁଁ । ତାହା ଆମର କାମ ନୁହେଁ । କାରଣ ଆମେ ଜାଣିଛୁ ଆମେ ଅପୂର୍ଣ୍ଣ । ଯଦ୍ୟପି ଆମେ କିଛି ନିର୍ମାଣ କରୁ, ତାହା ଅପୂର୍ଣ୍ଣ ଅଟେ । ଆମର ସର୍ତ୍ତମୂଳକ ଜୀବନରେ ଚାରୋଟି ଦୋଷ ଅଛି: ଆମେ ଭୁଲ କରୁ, ଆମେ ଭ୍ରମିତ ହେଉ, ଆମେ ଅନ୍ୟମାନଙ୍କୁ ଠକୁ, ଏବଂ ଆମର ଇନ୍ଦ୍ରିୟଗୁଡିକ ଅପୂର୍ଣ୍ଣ ଅଟନ୍ତି । ତେବେ ଆମେ କିପରି ଜଣେ ବ୍ୟକ୍ତି ଠାରୁ ପୂର୍ଣ୍ଣ ଜ୍ଞାନ ପାଇବା ଯିଏ, ମୋ କହିବାର ଅର୍ଥ ହେଲା, ଏହି ସମସ୍ତ ଦୋଷ ଯୁକ୍ତ ବ୍ୟକ୍ତି ଠାରୁ? ସେଥିପାଇଁ ଆମେ ପରମ ପୁରୁଷଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିବା ଉଚିତ୍ ଯିଏ ଏହି ଦୋଷ ଦ୍ଵାରା ପ୍ରଭାବିତ ନୁହଁନ୍ତି, ମୁକ୍ତ ପୁରୁଷ । ତାହା ହେଉଛି ପୂର୍ଣ୍ଣ ଜ୍ଞାନ ।

ତେଣୁ ଆମର ଅନୁରୋଧ ହେଉଛି ତୁମେ ଭଗବଦ୍ ଗୀତାରୁ ଜ୍ଞାନ ନିଅ ଏବଂ ସେହି ଅନୁସାରେ କାମ କର । ତୁମେ କିଏ ତାହା ଫରକ ପକାଏ ନାହିଁ । ଭଗବନ ସମସ୍ତଙ୍କ ପାଇଁ ଅଛନ୍ତି । ଭଗବାନ ହେଉଛନ୍ତି ଭଗବାନ । ଯେପରି ସୁନା ହେଉଛି ସୁନା । ଯଦି ସୁନା ହିନ୍ଦୁ ଦ୍ଵାରା ନିୟନ୍ତ୍ରିତ ହେଉଛି, ତେବେ ଏହା ହିନ୍ଦୁ ସୁନା ହୋଇଯାଏ ନାହିଁ । କିମ୍ଵା ଯଦି ସୁନା ଖ୍ରୀଷ୍ଟିୟାନ ଦ୍ଵାରା ନିୟନ୍ତ୍ରିତ ହେଉଛି, ତେବେ ଏହା ଖ୍ରୀଷ୍ଟିୟାନ ସୁନା ହୋଇଯାଏ ନାହିଁ । ସୁନା ହେଉଛି ସୁନା । ସେହିପରି, ଧର୍ମ ଏକ ଅଟେ । ଧର୍ମ ଏକ ଅଟେ । ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଖ୍ରଷ୍ଟିୟାନ ଧର୍ମ ହୋଇପାରିବ ନାହିଁ । ତାହା ହେଉଛି କୃତ୍ରମ । ଯେପରିକି "ହିନ୍ଦୁ ସୁନା," "ମୁସଲମାନ ସୁନା ।" ତାହା ସମ୍ଭବ ନୁହେଁ । ସୁନା ହେଉଛି ସୁନା । ସେହିପରି ଧର୍ମ । ଧର୍ମ ଅର୍ଥାତ୍ ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ଆଦେଶ । ତାହା ହେଉଛି ଧର୍ମ । ଧର୍ମମ୍ ତୁ ସାକ୍ଶାଦ ଭଗବତ-ପ୍ରଣୀତମ ନ ବୈ ବିଦୁର ଦେବତାଃ ମନୁଷ୍ୟାଃ (SB 6.3.19), ସେହି ପରି - ମୁଁ ଭୁଲିଗଲି - ଯେ "ଧର୍ମ, ଧର୍ମର ଏହି ସିଦ୍ଧାନ୍ତ, ଧାର୍ମିକ ପ୍ରଣାଳୀ, ଧର୍ମ ସମ୍ପ୍ରଦାୟଭୁକ୍ତ କିମ୍ଵା ଭଗବାନଙ୍କ ଦ୍ଵାରା ଦିଆଯାଏ ।" ତେଣୁ ଭଗବାନ ହେଉଛନ୍ତି ଏକ, ସେଥିପାଇଁ ଧର୍ମ, କିମ୍ଵା ଧାର୍ମିକ ପ୍ରଣାଳୀ ଏକ ହେବା ଉଚିତ୍ । ଦୁଇଟି ହୋଇପାରିବ ନାହିଁ ।