OR/Prabhupada 0190 - ଭୌତିକ ଜୀବନ ପ୍ରତି ଅନାସକ୍ତି ଭାବ ବୃଦ୍ଧି କରିବା



Lecture on SB 7.6.11-13 -- New Vrindaban, June 27, 1976

ଯଦି ଆମେ ଭକ୍ତି-ମାର୍ଗର ଏହି ସିଦ୍ଧାନ୍ତଗୁଡ଼ିକୁ ଅନୁସରଣ କରୁ ତେବେ ଆମେ କିପରି ଅନାସକ୍ତି ହେବା ସେଥିପାଇଁ ଭିନ୍ନ ପ୍ରୟାସ କରିବାର ଆବଶ୍ୟକତା ନାହିଁ । ଅନାସକ୍ତି ଭାବ ସ୍ଵୟଂ ଆସେ । ବାସୁଦେବ ଭଗବତି-ଭକ୍ତି-ଯୋଗଃ ପ୍ରୟୋଜିତଃ ଜନୟତି ଆଶୁ ବୈରାଗ୍ୟମ୍ (SB 1.2.7) ବୈରାଗ୍ୟମ୍ ଅର୍ଥାତ୍ ଅନାସକ୍ତ ହେବା । ଭକ୍ତି ଯୋଗ ମଧ୍ୟ ବୈରାଗ୍ୟମ୍ ଭାବରେ ପରିଚିତ । ବୈରାଗ୍ୟ । ସର୍ବଭୌମ ଭଟ୍ଟାଚାର୍ଯ୍ୟ ବୈରାଗ୍ୟ ବିଷୟରେ ଏହି ଶ୍ଳୋକ ଲେଖିଛନ୍ତି ।

ବୈରାଗ୍ୟ-ବିଦ୍ୟା-ନିଜ-ଭକ୍ତି-ଯୋଗ
ଶିକ୍ଷାଷ୍ଟକମ୍ ଏକହ ପୁରୁଷଃ ପୂର୍ଣ୍ଣଃ
ଶ୍ରୀ-କୃଷ୍ଣ-ଚୈତନ୍ୟ-ଶରୀର-ଧରି
କୃପାମ୍ବୁଧୀର୍ ଯଶ ତମ୍ ଅହମ୍ ପ୍ରପାଦ୍ୟେ
(CC Madhya 6.254)

ଏଠାରେ ଶ୍ରୀ କୃଷ୍ଣ ଚୈତନ୍ୟ ମହାପ୍ରଭୁ ଯିଏ ହେଉଛନ୍ତି ନିଜେ କୃଷ୍ଣ । ସେ ଆମକୁ ବୈରାଗ୍ୟ-ବିଧି ଶିଖେଇବା ପାଇଁ ଆସିଥିଲେ । ଏହା ଟିକିଏ କଷ୍ଟକର । ଏହି ବୈରାଗ୍ୟ ବିଧିକୁ ବୁଝିବା ସାଧାରଣ ଲୋକମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର । ସେମାନଙ୍କର କାମ ହେଉଛି କିପରି ଏହି ଶରୀର ପ୍ରତି ଆସକ୍ତି ଭାବ ବୃଦ୍ଧି କରିବା, ଏବଂ କୃଷ୍ଣ ଚେତନା ଆନ୍ଦୋଳନ ହେଉଛି କିପରି ଏହି ଭୌତିକ ଜୀବନ ପ୍ରତି ଅନାସକ୍ତି ଭାବ ବୃଦ୍ଧି କରିବା । ସେଥିପାଇଁ ଏହାକୁ ବୈରାଗ୍ୟ-ବିଧି କୁହାଯାଏ । ବୈରାଗ୍ୟ-ବିଧି ଅତି ସହଜରେ ପ୍ରାପ୍ତ କରାଯାଇ ପାରିବ, ଯେପରି ଏହା ସୁପାରିସ୍ କରାଯାଇଛି, ବାସୁଦେବ ଭଗବତି-ଭକ୍ତି-ଯୋଗଃ ପ୍ରୟୋଜିତଃ ଜନୟତି ଆଶୁ ବୈରାଗ୍ୟମ୍ (SB 1.2.7), ଅତି ଶୀଘ୍ର, ଅତି ଶୀଘ୍ର । ଜନୟତି ଆଶୁ ବୈରାଗ୍ୟମ୍ ଜ୍ଞାନମ୍ ଚ । ମନୁଷ୍ୟ ଜୀବନରେ ଦୁଇଟି ଜିନିଷ ଆବଶ୍ୟକ । ଗୋଟିଏ ହେଉଛି ଜ୍ଞାନମ୍, ଜ୍ଞାନମ୍-ବିଜ୍ଞାନମ୍ ଅସ୍ତିକ୍ୟମ୍ ବ୍ରହ୍ମ-କର୍ମ ସ୍ଵ-ଭାବ-ଜମ । ଏହି ଜ୍ଞାନମ୍ ଅର୍ଥାତ୍, ଜ୍ଞାନର ପ୍ରାରମ୍ଭ ଅର୍ଥାତ୍ "ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଆତ୍ମା ।" ତାହା ହେଉଛି ଜ୍ଞାନ । ଏବଂ ଯଥା ଶୀଘ୍ର ଜଣେ ସେହି ଜ୍ଞାନ ସ୍ତରରେ ସ୍ଥିତ ହୁଏ, ଏହା ସହଜ ହୋଇଯାଏ । ଲୋକମାନେ ଏହି ଶରୀର ର ଲାଭ ପାଇଁ ସବୁଆଡ଼େ ବ୍ୟସ୍ତ । କିନ୍ତୁ ଯଦି ଜଣେ ବୁଝିପାରେ, ସେ ଜ୍ଞାନ ସ୍ତରକୁ ଆସିଛି, ତେବେ ସ୍ଵାଭାବିକ ଭାବରେ ସେ ଅନାସକ୍ତି ହୋଇଯାଏ, ଯେ "ମୁଁ ଏହି ଶରୀର ନୁହେଁ । କାହିଁକି ମୁଁ ଏହି ଶରୀର ପାଇଁ କଠିନ ପରିଶ୍ରମ କରୁଛି?" ଜ୍ଞାନମ୍ ଚ ୟଦ୍ ଅହେତୁକମ (SB 1.2.7) । ସ୍ଵତଃ...ଦୁଇଟି ଜିନିଷ ଆବଶ୍ୟକ । ଚୈତନ୍ୟ ମହାପ୍ରଭୁ ଅନେକ ସ୍ଥାନରେ, ଏହା ଉପରେ ଜୋର ଦେଇଛନ୍ତି, ଏବଂ ତାଙ୍କର ଜୀବନ ଦ୍ଵାରା ଜ୍ଞାନ ଏବଂ ବିଜ୍ଞାନ ଶିକ୍ଷା ଦେଉଛନ୍ତି । ଏକ ପକ୍ଷରେ ଜ୍ଞାନ, ରୂପ ଗୋସ୍ଵାମୀଙ୍କୁ ତାଙ୍କର ଶିକ୍ଷଣ ଦ୍ଵାରା, ସନାତନ ଗୋସ୍ଵାମୀଙ୍କୁ ଶିକ୍ଷଣ ଦ୍ଵାରା, ଶିକ୍ଷଣ, ସର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସହିତ କଥାବାର୍ତ୍ତା, ପ୍ରକାଶନନ୍ଦ ସରସ୍ଵତୀ, ରାମାନନ୍ଦ ରାୟଙ୍କ ସହିତ କଥାବାର୍ତ୍ତା । ଆମେ ଏହି ସବୁ ଜିନିଷଗୁଡ଼ିକୁ "ଭଗବାନ ଚୈତନ୍ୟଙ୍କର ଶିକ୍ଷା" ରେ ଦେଇଛୁ । ତେଣୁ ତାହା ହେଉଛି ଜ୍ଞାନ । ଏବଂ ତାଙ୍କର ନିଜ ଜୀବନରେ ତାଙ୍କର ଉଦାହରଣ ଦ୍ଵାରା, ସନ୍ୟାସ ନେବା, ସେ ବୈରାଗ୍ୟର ଶିକ୍ଷା ଦେଉଛନ୍ତି । ଜ୍ଞାନ ଏବଂ ବୈରାଗ୍ୟ, ଏହି ଦୁଇଟି ଜିନିଷ ଆବଶ୍ୟକ । ତେଣୁ ଆକସ୍ମିକ ଭାବରେ ଆମେ ଜ୍ଞାନ ଏବଂ ବୈରାଗ୍ୟ ସ୍ତରରେ ସ୍ଥିତ ହୋଇପାରିବା ନାହିଁ, କିନ୍ତୁ ଅଭ୍ୟାସ ଦ୍ଵରା, ଏହା ସମ୍ଭବ । ଏହା ସମ୍ଭବ । ଏହା ନୁହେଁ ଯେ ଏହା ଅସମ୍ଭବ । ତାହା ସୁପାରିସ୍ କରାଯାଇଛି ।

ବାସୁଦେବ ଭଗବତି
ଭକ୍ତି-ଯୋଗଃ ପ୍ରୟୋଜିତଃ
ଜନୟତି ଆଶୁ ବୈରାଗ୍ୟମ୍
ଜ୍ଞାନମ୍ ଚ ୟଦ୍ ଅହେତୁକମ
(SB 1.2.7)

ତାହା ଆବଶ୍ୟକ । ତେଣୁ କୃଷ୍ଣ ଚେତନା ଆନ୍ଦୋଳନ ଜ୍ଞାନ ଏବଂ ବୈରାଗ୍ୟକୁ ପ୍ରାପ୍ତ କରିବା ପାଇଁ ଅଛି । ଯଦି ଆମେ ଏହି ଭୌତିକ ଦୁନିଆ ପ୍ରତି ଅତି ଆସକ୍ତ ହେବା... ଏବଂ ଆମେ କିପରି ଆସକ୍ତ ହୋଇଯାଉ? ତାହାର ବିଶଦ ବର୍ଣ୍ଣନା ପ୍ରହଲ୍ଲାଦ ମାହାରାଜାଙ୍କ ଦ୍ଵାରା ଦିଆଯାଇଛି । ସ୍ତ୍ରୀ, ପିଲା, ଘର, ପଶୁ ଏବଂ ଚାକର, ଆସବାବ, ପୋଷାକ, ଏବଂ ସେହିପରି, ଅନେକ ଜିନିଷ । ଲୋକମାନେ ଦିନ ଏବଂ ରାତି, କଠିନ ପରିଶ୍ରମ କରନ୍ତି, କେବଳ ଏହି ଜିନିଷଗୁଡ଼ିକ ପାଇଁ । ଭଲ ଘର, ଭଲ ପଶୁ, ଭଲ, ଏତେ ସାରା ଜିନିଷ ଆମେ ଦେଖୁ ନାହୁଁ କି? କ'ଣ ପାଇଁ? ଆସକ୍ତି ବୃଦ୍ଧି କରିବା ପାଇଁ । ଯଦି ଆମେ ଆସକ୍ତି ବୃଦ୍ଧି କରିବା, ତେବେ ଏହି ଭୌତିକ ବନ୍ଧନରୁ ମୁକ୍ତ ହେବାର କୌଣସି ପ୍ରଶ୍ନ ନାହିଁ । ତେଣୁ ଆମକୁ ଏହି ଅନାସକ୍ତି ଭାବ ଅଭ୍ୟସ କରିବାକୁ ହେବ ।