OR/Prabhupada 0196 - କେବଳ ଆଧ୍ୟାତ୍ମିକ ଜିନିଷଗୁଡ଼ିକର ଲାଳସା କରିବା



Lecture on BG 2.58-59 -- New York, April 27, 1966

ତେବେ ଆମକୁ ଶିଖିବାକୁବ ହେବ, ଯେ କିପରି ଆମେ ଆଧ୍ୟାତ୍ମିକ ଜୀବନର ସୁନ୍ଦରତାକୁ ଦେଖିବା । ତାପରେ, ସ୍ଵାଭାବିକ ଭାବରେ, ଆମେ ଭୌତିକ କାର୍ଯ୍ୟକଳାପ ଠାରୁ ଦୂରରେ ରହିବା । ଯେପରି ଏକ ଶିଶୁ, ଏକ ବାଳକ । ସେ ଦିନ ସାରା ଚଗଲାମି କରେ ଏବଂ ଖେଳେ, କିନ୍ତୁ ଯଦି ତାକୁ କିଛି ଭଲ କାମ ଦିଆଯାଏ... ବର୍ତ୍ତମାନ ଶିକ୍ଷା ବିଭାଗ ଦ୍ଵାରା ଅନେକ ଯନ୍ତ୍ର ଅଛି, ଶିଶୁବିହାର ପ୍ରଣାଳୀ କିମ୍ଵା ଏହି ପ୍ରଣାଳୀ କିମ୍ଵା ସେହି ପ୍ରଣାଳୀ । କିନ୍ତୁ ଯଦି ସେ ବ୍ୟସ୍ତ ରହିବ, "ଓ, ଫର୍ମ 'ଏ', ଫର୍ମ 'ବି' ।" ତେବେ ସେ ଏକା ସମୟରେ ଏବିସି ଶିଖେ, ଏବଂ ତାର ଚଗଲାମିରୁ ଦୂରରେ ରହେ । ସେହିପରି, କିଛି ଜିନିଷ ଅଛି, ଆଧ୍ୟାତ୍ମିକ ଜୀବନର ଶିଶୁବିହାର ପ୍ରଣାଳୀ । ଯଦି ଆମେ ନିଜକୁ ସେହି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ବ୍ୟସ୍ତ ରଖିବା, କେବଳ ତେବେ ଭୌତିକ କାର୍ଯ୍ୟକଳାପରୁ ଦୂରରେ ରହିବା ସମ୍ଭବ ହୋଇପାରିବ । କାର୍ଯ୍ୟକଳାପକୁ ବନ୍ଦ କରାଯାଇ ପାରିବ ନାହିଁ । କାର୍ଯ୍ୟକଳାପକୁ ବନ୍ଦ କରାଯାଇ ପାରିବ ନାହିଁ । ସେହି ଉଦାହରଣ, ଯେ ଅର୍ଜୁନ... ନିଶ୍ଚୟ, ଭଗବଦ୍ ଗୀତା ଶୁଣିବା ପୂର୍ବରୁ, ସେ ନିଷ୍କ୍ରୟ ହୋଇଯାଇଥିଲେ, ଯୁଦ୍ଧ ନ କରିବା ପାଇଁ । କିନ୍ତୁ ଭଗବଦ୍ ଗୀତା ଶୁଣିବା ପରେ, ସେ ଅଧିକ ସକ୍ରିୟ ହୋଇଯାଇଥିଲେ, କିନ୍ତୁ ଦିବ୍ୟ ଭାବରେ ସକ୍ରିୟ । ତେଣୁ ଆଧ୍ୟାତ୍ମିକ ଜୀବନ, କିମ୍ଵା ଦିବ୍ୟ ଜୀବନ, ମାନେ ନୁହେଁ ଯେ ଆମେ କାର୍ଯ୍ୟକଳାପରୁ ମୁକ୍ତ ଅଛୁ । କେବଳ କୃତ୍ରିମ ଭାବରେ, ଯଦି ଆମେ ବସି ରହିବା, "ଓ, ମୁଁ ଆଉ କିଛି ଭୌତିକ କରିବି ନାହିଁ । ମୁଁ କେବଳ ଧ୍ୟାନ କରିବି, "ଓ, ତୁମେ କେଉଁ ଧ୍ୟାନ କରିବ? ତୁମର ଧ୍ୟାନ ଏକ କ୍ଷଣରେ ଭାଙ୍ଗିଯିବ ଯେପରିକି ବିଶ୍ଵାମିତ୍ର ମୁନି, ସେ ତାଙ୍କର ଧ୍ୟାନ ଜାରି ରଖିପାରିଲେ ନାହିଁ । ଆମକୁ ସର୍ବଦା, ଶତ ପ୍ରତିଶତ, ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ପ୍ରବୃତ ହେବାକୁ ପଡ଼ିବ । ତାହା ଆମ ଜୀବନର କାର୍ଯ୍ୟକ୍ରମା ହେବା ଉଚିତ୍ । ନିଶ୍ଚୟ, ଆଧ୍ୟାତ୍ମିକ ଜୀବନରେ ତୁମକୁ କ୍ଵଚିତ୍ ସମୟ ମିଳିବ ଏଥିରୁ ବାହାରିବା ପାଇଁ । ତୁମକୁ ଏତେ ସାରା କର୍ଯ୍ୟ ପାଇଛ । ରସ-ବର୍ଜମ । ଏବଂ ସେହି ନିଯୁକ୍ତି ସମ୍ଭବ ହୋଇପାରିବ ଯେତେବେଳେ ତୁମେ ଏଥିରେ କିଛି ଦିବ୍ୟ ପ୍ରସନ୍ନତା ପାଇବ ।

ତେଣୁ ତାହା ହେବ । ତାହା ହେବ । ଅଦୌ ଶ୍ରଦ୍ଧା ତତଃ ସାଧୁ-ସଂଗଃ (CC Madhya 23.14-15) । ଆଧ୍ୟାତ୍ମିକ ଜୀବନ ଆରମ୍ଭ ହୁଏ, ସର୍ବ ପ୍ରଥମେ, ଶ୍ରଦ୍ଧା, କିଛି ବିଶ୍ଵାସ । ଯେପରିକି ତୁମେ ଏଠାକୁ ମୋ ଠାରୁ ଶୁଣିବାକୁ ଦୟାଳୁ ଭାବରେ ଆସିଛ । ବିଶ୍ଵାସ ବିନା, ତୁମେ ତୁମର ସମୟ ଏଥିପାଇଁ ବାହାର କରି ପାରିବ ନାହିଁ କାରଣ ଏଠାରେ କୌଣସି ସିନେମା ଚାଲି ନାହିଁ, କୌଣସି ରାଜନୈତିକ କଥା ନାହିଁ, ଏପରି କୌଣସି କଥା ନାହିଁ... ଏହା ହୋଇପାର, କେତେ ଜଣଙ୍କ ପାଇଁ ଏହା ଭାରୀ ଶୁଷ୍କ ବିଷୟ । ଭାରୀ ଶୁଷ୍କ ବିଷୟ । କିନ୍ତୁ ତଥାପି, ତୁମେ ଆସୁଛ । କାହିଁକି? କାରଣ ତୁମେ ଅଳ୍ପ କିଛି ବିଶ୍ଵାସ ପାଇଛ, "ଓ, ଏଠାରେ ଭଗବଦ୍ ଗୀତା ଅଛି । ଚାଲ ଏହାକୁ ଶୁଣିବା ।" ତେଣୁ ବିଶ୍ଵାସ ହେଉଛି, ପ୍ରାରମ୍ଭ । ଅବିଶ୍ଵାସୀଙ୍କର କୌଣସି ଆଧ୍ୟାତ୍ମିକ ଜୀବନ ନ ଥାଏ । ବିଶ୍ଵାସ ହେଉଛି, ପ୍ରାରମ୍ଭ । ଅଦୌ ଶ୍ରଦ୍ଧା । ଶ୍ରଦ୍ଧା । ଏବଂ ଏହି ବିଶ୍ଵାସ, ବିଶ୍ଵାସ୍ତତା, ଯେତେ ଅଧିକ ଏହା ତୀବ୍ର ହେବ, ତୁମେ ଅଧିକ ପ୍ରଗତି କରିପାରିବ । ତେଣୁ ଏହି ବିଶ୍ଵାସକୁ ତୀବ୍ର କରିବାକୁ ହେବ । ପ୍ରରମ୍ଭ ହେଉଛି ବିଶ୍ଵାସ । ଏବଂ ବର୍ତ୍ତମାନ, ଯେତେ ତୁମେ ବିଶ୍ଵାସ ତୀବ୍ର କରିବ, ଆଧ୍ୟାତ୍ମିକ ପଥରେ ସେତେ ତୁମେ ପ୍ରଗ୍ରତି କରିବ । ଅଦୌ ଶ୍ରଦ୍ଧା ତତଃ ସାଧୁ-ସଂଗଃ (CC Madhya 23.14-15) । ଯଦି ତୁମର କିଛି ବିଶ୍ଵାସ ଅଛି, ତେବେ ତୁମେ କିଛି ସାଧୁ ପାଇବ । ସାଧୁ କିମ୍ଵା କିଛି ସନ୍ଥ, କିଛି ଋଷି, ଯିଏ ତୁମକୁ କିଛି ଆଧ୍ୟାତ୍ମିକ ଜ୍ଞାନ ଦେଇ ପାରିବେ । ତାହାକୁ ସାଧୁ ସଂଗ କୁହାଯାଏ (CC Madhya 22.83) । ଆଦୌ ଶ୍ରଦ୍ଧା । ମୌଳିକ ସିଦ୍ଧାନ୍ତ ହେଉଛି ଶ୍ରଦ୍ଧା, ଏବଂ ପରବର୍ତ୍ତୀ ସୋପାନ ହେଉଛି ସାଧୁ-ସଂଗ, ଆତ୍ମ ବୋଧ ବ୍ୟକ୍ତିମାନଙ୍କର ସଂଗ । ତାହାକୁ ସାଧୁ କୁହାଯାଏ...ଆଦୌ ସାଧୁ ତଥା ସାଧୁ-ସଂଗ ଅଥହ ଭଜନ କ୍ରିୟା । ଏବଂ ଯଦି ବାସ୍ତବରେ ଆଧ୍ୟାତ୍ମିକ ଆତ୍ମ ବୋଧ ବ୍ୟକ୍ତିମାନଙ୍କର ସଂଗ ଅଛି, ତେବେ ସେ ତୁମକୁ ଆଧ୍ୟାତ୍ମିକ କାର୍ଯ୍ୟକଳାପର କିଛି ପ୍ରକ୍ରିୟା ଦେବେ । ତାକୁ ଭଜନ-କ୍ରୟା କୁହାଯାଏ । ଆଦୌ ଶ୍ରଦ୍ଧା ତଥା ସାଧୁ-ସଂଗ ଅଥହ ଭଜନ କ୍ରିୟା ତଥା ଅନର୍ଥ ନିବ୍ରତିଃ ସ୍ୟାତ । ଏବଂ ଯେତେବେଳେ ତୁମେ ଅଧିକରୁ ଅଧିକ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଯୁକ୍ତ ହେବ, ତେବେ, ସେହି ଅନୁପାତରେ, ତୁମର ଭୌତିକ କାର୍ଯ୍ୟକଳାପ ଏବଂ ଭୌତିକ କାର୍ଯ୍ୟକଳାପ ପ୍ରତି ଆସକ୍ତି କମ ହୋଇଯିବ । ପ୍ରତିକ୍ରିୟା । ଯେତେବେଳେ ତୁମେ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଯୁକ୍ତ ହେବ, ତୁମର ଭୌତିକ କାର୍ଯ୍ୟକଳାପ କମ ହୋଇଯିବ । କିନ୍ତୁ ଧ୍ୟାନ ରଖ । ଭୌତିକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପ, ଅନ୍ତର ହେଉଛି... ମନେକର ତୁମେ ଏକ ଚିକିତ୍ସକ ଭାବରେ ନିଯୁକ୍ତ, ତୁମେ ଭାବ ନାହିଁ ଯେ "ଯଦି ମୁଁ ଆଧ୍ୟାତ୍ମିକ କାର୍ଯ୍ୟରେ ନିଯୁକ୍ତ ହେବି, ତେବେ ମୋତେ ମୋର ବୃତ୍ତି ଛାଡିବାକୁ ହେବ ।" ନା, ନା । ତାହା ନୁହେଁ । ତୁମକୁ ତୁମର କାର୍ଯ୍ୟକୁ ଆଧ୍ୟାତ୍ମିକ କରୁବାକୁ ହେବ । ଯେପରି ଅର୍ଜୁନ, ସେ ଏକ ସୈନିକ । ସେ ଆଧ୍ୟାତ୍ମିକବାଦୀ ହୋଇଗଲେ । ତାହାର ଅର୍ଥ ସେ ତାଙ୍କର ସୈନିକ କାର୍ଯ୍ୟକଳାପକୁ ଆଧ୍ୟାତ୍ମିକ କରିଦେଲେ ।

ତେଣୁ ଏଗୁଡିକ ହେଉଛି ଉପାୟ । ତେଣୁ ଆଦୌ ଶ୍ରଦ୍ଧା ତଥା ସାଧୁ-ସଂଗ ଅଥହ ଭଜନ କ୍ରିୟା ତଥା ଅନର୍ଥ ନିବ୍ରତିଃ ସ୍ୟାତ (CC Madhya 23.14-15) । ଅନର୍ଥ ଅର୍ଥାତ୍...ଅନର୍ଥ ଅର୍ଥାତ୍ ଯାହା ବିପତ୍ତି ସୃଷ୍ଟି କରେ । ଭୌତିକ କାର୍ଯ୍ୟକଳାପ ମୋର ବିପତ୍ତି ବୃଦ୍ଧି କରିବା ପାଇଁ ଜାରି ରହିବେ । ଏବଂ ତୁମେ ଯଦି ଆଧ୍ୟାତ୍ମିକ ଜୀବନ ଗ୍ରହଣ କରିବ, ତେବେ ତୁମର ଭୌତିକ ବିପତ୍ତି ଧିରେ ଧିରେ କମ ହୋଇଯିବ, ଏବଂ ବ୍ୟବହାରିକ ଭାବରେ ଏହା ଶୂନ୍ୟ ହୋଇଯିବ । ଏବଂ ଯେତେବେଳେ ଆମେ ବାସ୍ତବରେ ଭୌତିକ ଆକର୍ଷଣରୁ ମୁକ୍ତ ହୋଇଯିବା, ତାପରେ ତୁମର ପ୍ରକୃତ ଆଧ୍ୟାତ୍ମିକ ଜୀବନ ଆରମ୍ଭ ହେବ । ଅଥାଶକ୍ତି । ତୁମେ ଆସକ୍ତ ହୋଇଯାଅ । ତୁମେ ଆଉ ଛାଡି ପାରିବ ନାହିଁ । ଯେତେବେଳେ ତୁମର ଅନର୍ଥ-ନିବ୍ରତି, ଯେତେବେଳେ ତୁମର ଭୌତିକ କାର୍ଯ୍ୟକଳାପ ସଂପୂର୍ଣ୍ଣ ରୂପରେ ବନ୍ଦ ହୋଇଯିବ, ତେବେ ତୁମେ ଛାଡି ପାରିବ ନାହିଁ । ଅଥାଶକ୍ତି । ଆଦୌ ଶ୍ରଦ୍ଧା ତଥା ସାଧୁ-ସଂଗ ଅଥହ ଭଜନ କ୍ରିୟା ତଥା ଅନର୍ଥ ନିବ୍ରତିଃ ସ୍ୟାତ ତତୋ ନିଷ୍ଠା (CC Madhya 23.14-15) । ନିଷ୍ଠା ଅର୍ଥାତ୍ ତୁମର ବିଶ୍ଵାସ ଅଧିକ ଦୃଢ଼, ସ୍ଥାୟୀ, ଅଟଳ ହୋଇଯାଏ । ତତୋ ନିଷ୍ଠ ତତୋ ରୁଚିଃ । ରୁଚି ଅର୍ଥାତ୍ ତୁମେ କେବଳ ଆଧ୍ୟାତ୍ମିକ ଜିନିଷଗୁଡ଼ିକର ଲାଳସା କରିବ । ତୁମେ ଆଧ୍ୟାତ୍ମିକ ସନ୍ଦେଶ ବ୍ୟତୀତ ଅନ୍ୟ କିଛି ଶୁଣିବାକୁ ପସନ୍ଦ କରିବ ନାହିଁ । ତୁମେ ଆଧ୍ୟାତ୍ମିକ କାର୍ଯ୍ୟ ବ୍ୟତୀତ ଅନ୍ୟ କିଛି କରିବାକୁ ପସନ୍ଦ କରିବ ନାହିଁ । ତୁମେ କିଛି ବି ଖାଇବାକୁ ପସନ୍ଦ କରିବ ନାହିଁ ଯାହା ପ୍ରସାଦ ନୁହେଁ । ତେବେ ତୁମର ଜୀବନ ପରିବର୍ତ୍ତୀତ ହୋଇଯିବ । ତତୋ ନିଷ୍ଠା ଅଥାଶକ୍ତିଃ । ତାପରେ ଆସକ୍ତି, ତାପରେ ଭାବ । ତାପରେ ତୁମେ ଦିବ୍ୟ ଭାବରେ, ମୋର କହିବାର ଅର୍ଥ, ପରମାନନ୍ଦ ପାଇବ । କିଛି ପରମାନନ୍ଦ ରହିବ । ଏବଂ ତାହା ହେଉଛି... ଏଗୁଡ଼ିକ ହେଉଛି ଆଧ୍ୟାତ୍ମିକ ଜୀବନର ସର୍ବୋଚ୍ଚ ସ୍ତର ପାଇଁ ବିଭିନ୍ନ ସୋପାନ । ତତୋ ଭାବଃ । ତତୋ ଭାବଃ । ଭାବଃ, ସେହି ଭାବର ସ୍ଥିତି, ହେଉଛି ଠିକ ସ୍ତର ଯେଉଁଠାରୁ ତୁମେ ପରମ ଭଗବାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ କଥା ହୋଇପାରିବ ।