OR/Prabhupada 0198 - ଖରାପ ଅଭ୍ୟାସ ତ୍ୟାଗ କର ଏବଂ ଜପମାଳରେ, ହରେ କୃଷ୍ଣ ମନ୍ତ୍ର ଜପ କର



Temple Press Conference -- August 5, 1971, London

ମହିଳା ସାକ୍ଷାତକାରକର୍ତ୍ତା: ସମଗ୍ର ଦୁନିଆରେ ଆପଣ କେତେ ଜଣ ଅନୁସରଣ କାରି ପାଇଛନ୍ତି କିମ୍ଵା ଆପଣ ଗଣି ପାରିବେ ନାହିଁ...?

ପ୍ରଭୁପାଦ: ଠିକ୍ ଅଛି, କୌଣସି ଯଥାର୍ଥ କଥା ପାଇଁ ବହୁତ କମ ଅନୁସରଣ କାରି ହୋଇପାରନ୍ତି, ଏବଂ କୌଣସି ବାଜେ କଥା ପାଇଁ, ଅନେକ ଅନୁସରଣ କାରି ହୋଇପାରନ୍ତି ।

ମହିଳା ସାକ୍ଷାତକାରକର୍ତ୍ତା: କେତେ ଜଣ...ମୋ କହିବାର ଅର୍ଥ ଦୀକ୍ଷିତ ଅନୁସରଣ କାରି, ଯେଉଁ ଲୋକମାନେ...

ପ୍ରଭୁପାଦ: ଆମର ପ୍ରାୟ ତିନିହଜାର ଅଛନ୍ତି ।

ମହିଳା ସାକ୍ଷାତକାରକର୍ତ୍ତା: ଏବଂ ଏହା ସର୍ବଦା ବଢ଼ିବାରେ ଲାଗିଛି?

ପ୍ରଭୁପାଦ: ହଁ, ଏହା ଖୁବ୍ ଧିରେ ଧିରେ ବଢ଼ୁଛି । କାରଣ ଆମେ ଅନେକ ପ୍ରତିବନ୍ଧ ଅଛି । ଲୋକମାନଙ୍କୁ କୌଣସି ପ୍ରତିବନ୍ଧ ପସନ୍ଦ ନାହିଁ ।

ମହିଳା ସାକ୍ଷାତକାରକର୍ତ୍ତା: ହଁ । ସବୁଠାରୁ ବଡ଼ ଅନୁସରଣ କାରି କେଉଁଠାରେ ଅଛନ୍ତି? ଏହା ଆମେରିକାରେ ଅଛି କି?

ପ୍ରଭୁପାଦ: ଆମେରିକାରେ, ଇଉରୋପରେ, କାନାଡାରେ, ଜାପାନରେ, ଅଷ୍ଟ୍ରେଲିଆରେ । ଏବଂ ଭାରତରେ ଲକ୍ଷେ ଲକ୍ଷେ ଅଛନ୍ତି, ସେଠାରେ ଲକ୍ଷେ ଏହି ପ୍ରଥାର ଅଛନ୍ତି । ଭାରତ ଛଡା, ଅନ୍ୟ ଦେଶମାନଙ୍କରେ, ସେମାନେ ଅତି କମ ମାତ୍ରାରେ ଅଛନ୍ତି । କିନ୍ତୁ ଭାରତରେ ଲକ୍ଷେ ଲକ୍ଷେ ଅଛନ୍ତି ।

ପୁରୁଷ ସାକ୍ଷାତକାରକର୍ତ୍ତା: ଆପଣ ଭାବୁଛନ୍ତି କି ଆପଣଙ୍କର ଆନ୍ଦୋଳନ ଭଗବାନଙ୍କୁ ଜାଣିବା ପାଇଁ କେବଳ ଏକମାତ୍ର ମାର୍ଗ ଅଟେ?

ପ୍ରଭୁପାଦ: ତାହା କ'ଣ? ଭକ୍ତ: ଆପଣ ଭାବୁଛନ୍ତି କି ଏହି ଆନ୍ଦୋଳନ ଭଗବାନଙ୍କୁ ଜାଣିବା ପାଇଁ କେବଳ ଏକମାତ୍ର ମାର୍ଗ ଅଟେ?

ପ୍ରଭୁପାଦ: ହଁ ।

ପୁରୁଷ ସାକ୍ଷାତକାରକର୍ତ୍ତା: ତେବେ ଆପଣକୁ ଏହି ବିଶ୍ଵାସ କିପରି ଅଛି?

ପ୍ରଭୁପାଦ: ଅଧିକାରୀମାନଙ୍କ ଠାରୁ, ଭଗବାନଙ୍କ ଠାରୁ, କୃଷ୍ଣ । କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (ଭ ଗୀ ୧୮.୬୬) ।

ପୁରୁଷ ସାକ୍ଷାତକାରକର୍ତ୍ତା: କିନ୍ତୁ ଯଦି କେହି କୁହେ ଯେ ଭଗବାନ ତାକୁ ଅନ୍ୟ କିଛି କହିଛନ୍ତି, ତେବେ ଆପଣ ତା ଉପରେ ବିଶ୍ଵାସ କରିବେ କି?

ଶ୍ୟାମସୁନ୍ଦର: ଏହା ନୁହେଁ ଯେ ଆମେ ଅନ୍ୟ ଧର୍ମ ପ୍ରକ୍ରିୟା ସ୍ଵୀକାର କରୁ ନାହୁଁ ।

ପ୍ରଭୁପାଦ: ନା, ଅମେ ଅନ୍ୟ ପ୍ରକ୍ରିୟା ବିଶ୍ଵାସ କରୁଛୁ । ଯେପରି ସେଠାରେ ସିଢ଼ି ଅଛି । ଯଦି ତୁମେ ସର୍ବୋଚ୍ଚ ମହଲାକୁ ଯିବାକୁ ଚାହୁଁଛ, ତେବେ ତୁମକୁ ସିଢ଼ିରେ ଯିବାକୁ ହେବ । ତେଣୁ ସେମାନଙ୍କ ମଧ୍ୟରୁ କେତେ ଜଣ ପଚାଶ ସିଢ଼ି ଯାଇଛନ୍ତି, ସେମାନଙ୍କ ମଧ୍ୟରୁ କେତେ ଜଣ ଶହେ ସିଢ଼ି ଯାଇଛନ୍ତି, କିନ୍ତୁ ପୁରା କାରିବା ପାଇଁ ୧୦୦୦ ସିଢ଼ି ଅାବଶ୍ୟକ ।

ପୁରୁଷ ସାକ୍ଷାତକାରକର୍ତ୍ତା: ଏବଂ ଆପଣ ହଜାରେ ଉପରକୁ ଚାଲିଯାଇଛନ୍ତି? ପ୍ରବୁପାଦ: ହଁ ।

ମହିଳା ସାକ୍ଷାତକାରକର୍ତ୍ତା: ଯଦି ଆମମାନଙ୍କ ମଧ୍ୟରୁ କେହି ଏଠାର ଆଜି ସକାଳେ ଅନିସରଣ କାରି ହେବାକୁ ଚାହେଁ ତେବେ ଅାମକୁ କ'ଣ ଦେବାକୁ ହେବ କିମ୍ଵା କ'ଣ ଛାଡିବାକୁ ହେବ?

ପ୍ରଭୁପାଦ: ସର୍ବପ୍ରଥମେ ଜଣକୁ ଅବୈଧ ଯୌନ ଜୀବନ ଛାଡିବାକୁ ହେବ ।

ମହିଳା ସାକ୍ଷାତକାରକର୍ତ୍ତା: ସେଥିରେ ସମସ୍ତ ପ୍ରକାରର ଯୌନ ଜୀବନ ଅନ୍ତର୍ଗତ କି କିମ୍ବା...?

ପ୍ରଭୁପାଦ: ହମ୍? ମହିଳା ସାକ୍ଷାତକାରକର୍ତ୍ତା: ଅବୈଧ ଯୌନ କ'ଣ? ପ୍ରଭୁପାଦ: ଅବୈଧ ଯୌନ...ବିବାହ ବିନା, କୌଣସି ସମ୍ପର୍କ ବିନା, ଯୌନ ଜୀବନ, ତାହା ହେଉଛି ଅବୈଧ ଯୌନ ଜୀବନ ।

ମହିଳା ସାକ୍ଷାତକାରକର୍ତ୍ତା: ତେବେ ବିବାହରେ ମୈଥୁନର ଅନୁମତି ଅଛି, କିନ୍ତୁ ବିବାହ ବାହାରେ ନାହିଁ ।

ପ୍ରଭୁପାଦ: ତାହା ହେଉଛି ପଶୁ ଯୌନ ଜୀବନ । ଯେପରି ପଶୁମାନେ, ସେମାନଙ୍କର କୌଣସି ସମ୍ପର୍କ ନାହିଁ ଏବଂ ଯୌନ ଜୀବନ ଅଛି । କିନ୍ତୁ ମାନବ ସମାଜରେ ପ୍ରତିବନ୍ଧ ଅଛି । ସବୁ ଦେଶରେ, ସବୁ ଧର୍ମରେ ବିବାହର ଏକ ପ୍ରଣାଳୀ ଅଛି । ତେଣୁ ବିବାହ ବିନା, ଯୌନ ଜୀବନ ଅବୈଧ ଯୌନ ଜୀବନ ଅଟେ ।

ମହିଳା ସାକ୍ଷାତକାରକର୍ତ୍ତା: କିନ୍ତୁ ବିବାହରେ ମୈଥୁନର ଅନୁମତି ଅଛି ।

ପ୍ରଭୁପାଦ: ହଁ, ତାହା ଅଛି...

ମହିଳା ସାକ୍ଷାତକାରକର୍ତ୍ତା: ଏବଂ ଜଣକୁ ଆଉ କ'ଣ ତ୍ୟାଗ କରିବାକୁ ହେବ...

ପ୍ରଭୁପାଦ: ଜଣକୁ ସମସ୍ତ ପ୍ରକାରର ନିଶା କରିବା ତ୍ୟାଗ କରିବାକୁ ହେବ ।

ମହିଳା ସାକ୍ଷାତକାରକର୍ତ୍ତା: ତାହା ନିଶାଦ୍ରବ୍ୟ ଏବଂ ମଦ କି? ପ୍ରଭୁପାଦ: କୌଣସି ପ୍ରକାରର ନିଶାଦ୍ରବ୍ୟ ଯାହା ନିଶା କରେ ।

ଶ୍ୟାମସୁନ୍ଦର: ଏପରିକି ଚା ଏବଂ...

ପ୍ରଭୁପାଦ: ଏପରିକି ଚା, ସିଗରେଟ୍ । ସେଗୁଡିକ ମଧ୍ୟ ନିଶାଦ୍ରବ୍ୟ ।

ମହିଳା ସାକ୍ଷାତକାରକର୍ତ୍ତା: ତେବେ ମଦ, ମାରିଜୁଆନା, ଚା ଅନ୍ତର୍ଗତ । ଆଉ କିଛି?

ପ୍ରଭୁପାଦ: ହଁ । ଜଣକୁ ପଶୁ ଖାଦ୍ୟ ଛାଡିବାକୁ ହେବ । ସମସ୍ତ ପ୍ରକାରର ପଶୁ ଖାଦ୍ୟ । ମାଂସ, ଅଣ୍ଡା, ମାଛ, ସେହିପରି । ଏବଂ ଜଣକୁ ଜୁଆ ଖେଳିବା ଛାଡିବାକୁ ହେବ ।

ମହିଳା ସାକ୍ଷାତକାରକର୍ତ୍ତା: ଜଣକୁ ନିଜର ପରିବାର ଛିଡିବାକୁ ହେବ କି? ମୁଁ ଭାବୁଛି ସମସ୍ତେ ମନ୍ଦିରରେ ରହୁଛନ୍ତି, ନୁହେଁ କି?

ପ୍ରଭୁପାଦ: ହଁ । ଯେ ପର୍ଯ୍ୟନ୍ତ ଜଣେ ଏହି ସମସ୍ତ ପାପୀ କାର୍ଯ୍ୟକଳାପ ଛାଡିନାହିଁ ଜଣେ ଦୀକ୍ଷା ନେଇପାରିବ ନାହିଁ ।

ମହିଳା ସାକ୍ଷାତକାରକର୍ତ୍ତା: ତେବେ ଜଣେ ନିଜ ପରିବାର ମଧ୍ୟ ଛାଡିଦେବା କଥା କି?

ପ୍ରଭୁପାଦ: ପରିବାର? ମହିଳା ସାକ୍ଷାତକାରକର୍ତ୍ତା: ହେବା ପାଇଁ...ହଁ ।

ପ୍ରଭୁପାଦ: ଅବଶ୍ୟ, ପରିବାର । ପରିବାର ସହିତ ଆମର ସମ୍ପର୍କ ନାହିଁ , ଆମର ସମ୍ପର୍କ ବ୍ୟକ୍ତି ସହିତ ଅଛି । ଯଦି ଜଣେ କୃଷ୍ଣ ଚେତନା ଆନ୍ଦୋଳନରେ ଦୀକ୍ଷା ନେବାକୁ ଚାହୁଁଛି ତାକୁ ଏହି ସମସ୍ତ ପାପୀ କାର୍ଯ୍ୟକଳାପ ଛାଡିବାକୁ ହେବ ।

ମହିଳା ସାକ୍ଷାତକାରକର୍ତ୍ତା: ତେବେ ପରିବାର ମଧ୍ୟ ଛାଡିବାକୁ ହେବ । କିନ୍ତୁ ତାହା ବିଷୟରେ କ'ଣ...

ଶ୍ୟାମସୁନ୍ଦର:ନା,ନା, ତୁମକୁ ନିଜର ପରିବାର ତ୍ୟାଗ କରିବାକୁ ପଡ଼ିବ ନାହିଁ ।

ମହିଳା ସାକ୍ଷାତକାରକର୍ତ୍ତା: କିନ୍ତୁ ମୋ କହିବାର ଅର୍ଥ ମୁଁ ଦୀକ୍ଷା ନେବାକୁ ଚାହୁଁଛି । ତେବେ ମୋତେ ଏଠାରେ ଆସି ରହିବାକୁ ପଡ଼ିବ?

ଶ୍ୟାମସୁନ୍ଦର: ନା ।

ପ୍ରଭୁପାଦ: ଆବଶ୍ୟକତା ନାହିଁ ।

ମହିଳା ସାକ୍ଷାତକାରକର୍ତ୍ତା: ଓ, ମୁଁ ଘରେ ରହିପାରିବି?

ପ୍ରଭୁପାଦ: ହଁ ।

ମହିଳା ସାକ୍ଷାତକାରକର୍ତ୍ତା: କାମ କଥା କ'ଣ? ଜଣକୁ ତାର ଚାକିରି ଛାଡିବାକୁ ପଡିବ କି?

ପ୍ରଭୁପାଦ: ତୁମକୁ ଏହି ଖରାପ ଅଭ୍ୟାସ ଛାଡିବାକୁ ହେବ ଏବଂ ଏହି ଜପମାଳରେ, ହରେ କୃଷ୍ଣ ମନ୍ତ୍ର ହପ କରିବାକୁ ହେବ । ବାସ୍ ।

ମହିଳା ସାକ୍ଷାତକାରକର୍ତ୍ତା: ମୋତେ କିଛି ଆର୍ଥିକ ସହାୟତା ଦେବାକୁ ହେବ କି?

ପ୍ରଭୁପାଦ: ନା, ତାହା ତୁମର ଇଛା । ଯଦି ତୁମେ ଆମକୁ ଦେବ, ତାହା ଠିକ୍ ଅଛି । ଅନ୍ୟଥା ଆମେ କିଛି ଭାବିବୁ ନାହିଁ ।

ମହିଳା ସାକ୍ଷାତକାରକର୍ତ୍ତା: କ୍ଷମା କରିବେ, ମୁଁ ବୁଝିପାରିଲି ନାହିଁ ।

ପ୍ରଭୁପାଦ: ଆମେ କାହାର ଆର୍ଥିକ ସହଯୋଗ ଉପରେ ନିର୍ଭର କରିବାକୁ ଚାହୁଁନାହୁଁ । ଆମେ ଭଗବାନଙ୍କ ଉପରେ ନିର୍ଭର କରୁ, କୃଷ୍ଣ ।

ମହିଳା ସାକ୍ଷାତକାରକର୍ତ୍ତା: ତେବେ ମୋତେ ଅଦୌ ଟଙ୍କା ଦେବାକୁ ପଡିବ ନାହିଁ । ପ୍ରଭୁପାଦ: ନା ।

ମହିଳା ସାକ୍ଷାତକାରକର୍ତ୍ତା: ଏହା କ'ଣ ଏକ ମୂଖ୍ୟ ବିଷୟ ଯାହା ଯଥାର୍ଥ ଗୁରୁଙ୍କୁ ନକଲି ଗୁରୁଙ୍କ ଠାରୁ ଭିନ୍ନ କରେ?

ପ୍ରଭୁପାଦ: ହଁ । ଏକ ଯଥାର୍ଥ ଗୁରୁ ଏକ ବ୍ୟବସାୟୀ ନୁହେଁ ।