OR/Prabhupada 0213 - ମୃତ୍ୟୁକୁ ବନ୍ଦ କର-ତାପରେ ମୁଁ ତୁମର ରହସ୍ୟବାଦ ଦେଖିବି



Morning Walk -- June 17, 1976, Toronto

ଭକ୍ତ ଜୀନ: ଠିକ୍ ଅଛି ମୋ ମନରେ ଏକ ପ୍ରଶ୍ନ ଉଠୁଛି, ମହାଶୟ । ଖ୍ରଷ୍ଟିୟାନ୍ ଧର୍ମରେ ଏକ ଇତିହାସ ଅଛି ରହସ୍ୟବାଦର ୧୦୦ ଶତାଦ୍ଧିରୁ ଆଜି ପର୍ଯ୍ୟନ୍ତ । ବର୍ତ୍ତମାନ କିଛି ବିଶିଷ୍ଟ ରହସ୍ୟବାଦୀ ଅଛି, କିଛି ବିଶିଷ୍ଟ ରହାସ୍ୟବାଦୀ, ଏବଂ ବହୁତ ସାରା ଏତେ ବିଶିଷ୍ଟ ନୁହଁନ୍ତି । ବର୍ତ୍ତମାନ ତୁମେ ଏହି ଲୋକମାନଙ୍କୁ କିପରି ବର୍ଗୀକୃତ କରିବ, ଏହି ଖ୍ରଷ୍ଟିୟାନ୍ ରହସ୍ୟବାଦୀ, ପ୍ରୋଟେଷ୍ଟାଣ୍ଟ ଏବଂ ତା ସହିତ କ୍ୟାଥେଲିକ୍?

ପ୍ରଭୁପାଦ: ଏହା କିଛି ଯୋଗ ରହସ୍ୟବାଦ । ଆଧ୍ୟାତ୍ମିକ ଜୀବନ ସହିତା ଏହାର କୌଣସି ସମ୍ପର୍କ ନାହିଁ । ସେମାନେ କିଛି ଚମତ୍କାର ଦେଖିବାକୁ ଚାହୁଁଛନ୍ତି, ପ୍ରାୟତଃ, ସାଧାରଣ ଜନତା । ତେଣୁ ଏହି ରହସ୍ୟବାଦୀ ଶକ୍ତି, କିଛି ଚମତ୍କାର ଦେଖାଏ ଏବଂ ସେମାନଙ୍କୁ ଆଶ୍ଚର୍ଯ୍ୟ କରେ । ବାସ୍ । ଆଧ୍ୟାତ୍ମିକ ଜୀବନ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

ଭକ୍ତ ଜୀନ: ସମ୍ଭବତଃ ଆପଣ ମୋତେ ଭୁଲ ବୁଝିଲେ । ବାସ୍ତବରେ ମୁଁ ଆଧ୍ୟାତ୍ମିକ ରହସ୍ୟବାଦୀର ପ୍ରସଙ୍ଗରେ କହୁଥିଲି, ଯେପରିକି କ୍ରସ୍ ର ସେଣ୍ଟ ଜନ୍, ଅସିସିର ସେଣ୍ଟ ଫ୍ରାସିସ୍ ।

ପ୍ରଭୁପାଦ: ଯଦି ସେଠାରେ ଭକ୍ତି ସେବା ଅଛି, ତେବେ ରହସ୍ୟବାଦୀର ଆବଶ୍ୟକତା କେଉଁଠାରେ ରହିଲା? ଆବଶ୍ୟକତା ନାହିଁ । ଭଗବାନ ହେଉଛନ୍ତି ମୋର ମାଲିକ, ମୁଁ ତାଙ୍କର ସେବକ । ଏହି ନିରର୍ଥକ ରହସ୍ୟବାଦୀର ଆବଶ୍ୟକତା କେଊଁଠାରେ ରହିଲା?

ଭକ୍ତ ଜୀନ:ମୁଁ ଭାବୁଛି ଯେ ଶଦ୍ଦ ରହସ୍ୟବାଦ, ଏତେ ସାରା ଲୋକ ଏହା ସହିତ ଖେଳୁଛନ୍ତି, ବିଶେଷ କରି ଏଠାରେ ଯୁକ୍ତ ରାଷ୍ଟରେ ।

ପ୍ରଭୁପାଦ: ଏତେ ସାରା ଲୋକ, ଆମର ଏତେ ସାରା ଲୋକଙ୍କ ସହିତ କୌଣସି ସମ୍ପର୍କ ନାହିଁ । ଯଦି ତୁମେ ବାସ୍ତବରେ ଭଗବାନଙ୍କର ସେବକ, ତେବେ ଭଗବାନ ଅଛନ୍ତି, ତୁମେ ସେବକ । ତେଣୁ ତୁମର ଦେଣନେଣ ସେଠାରେ ଅଛି । କେବଳ ଭଗବାନଙ୍କର ଆଦେଶ ପାଳନ କର । ବାସ୍ । ତୁମେ ରହାସ୍ୟବାଦ କାହିଁକି ଆବଶ୍ୟକ କରୁଛ? କେବଳ କିଛି ଇନ୍ଦ୍ରଜାଲ ଲୋକମାନଙ୍କୁ ଦେଖେଇବା ପାଇଁ? ତୁମେ ଭଗବାନଙ୍କର ସେବା କର । ବାସ୍ । ଏବଂ ଏହା ଅତି ସରଳ, ଯାହା ଭଗବାନ ଆଦେଶ ଦିଅଁନ୍ତି । ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) । ରହସ୍ୟବାଦର ପ୍ରଶ୍ନ କେଉଁଠାରେ ରହିଲା? ରହସ୍ୟବାଦର ପ୍ରଶ୍ନ ନାହିଁ । ଭଗବାନ କୁହଁନ୍ତି "ସର୍ବଦା କେବଳ ମୋତେ ସ୍ମରଣ କର । ମୋତେ ପ୍ରଣାମ କର ଏବଂ ମୋତେ ପୂଜା କର ।" ବାସ୍ । ରହସ୍ୟବାଦର ଆବଶ୍ୟକତା କାହିଁ? ଏହା ସବୁ ଇନ୍ଦ୍ରଜାଲ ।

ଭାରତୀୟ ବ୍ୟକ୍ତି: ମୁଁ କହୁଛି, ମୁଁ ଭାବୁଛି ଏକ ସଂକଳ୍ପନା ଅଛି...

ପ୍ରଭୁପାଦ: ତୁମେ ତୁମ ହିସାବରେ ଭାବୁଛ ।

ଭାରତୀୟ ବ୍ୟକ୍ତି: ନା, ମହାଶୟ । ଏକ ଭୁଲ ଧାରଣା ଅଛି...

ପ୍ରଭୁପାଦ: ଭାବିବାର କୌଣସି ଅର୍ଥ ନାହିଁ ଯେ ପର୍ଯ୍ୟନ୍ତ ତୁମେ ପରମ୍ପରାରେ ଆସୁନାହଁ ।

ଭାରତୀୟ ବ୍ୟକ୍ତି: ନା, ମହାଶୟ । ଭୁଲ ଧାରଣା ଏହି କି ଯେ, ରହସ୍ୟବାଦୀ । ସେମାନେ କୁହଁନ୍ତି ଏହା ଆଧ୍ୟାତ୍ମିକ ଉନ୍ନତି ସହ ଆସେ । ମୋତେ ଲାଗୁଛି ସେ ଏହା କହିବାକୁ ଚେଷ୍ଟା କରୁଛନ୍ତି ।

ପ୍ରଭୁପାଦ: ଅସୁବିଧା ହେଉଛି ଯେ ଆମେ ଏହି ଭୌତିକ ଜଗତରେ ସବୁ ଜନ୍ମରେ ପୀଡ଼ିତ ହେଉଛୁ, ଏବଂ ଆମର ଲକ୍ଷ୍ୟ ହେଉଛି କିପରି ପୁଣି ଥରେ ଘରକୁ ଯିବା, ଭଗବଦ୍ ଧାମକୁ । ତାହା ସେମାନେ ଜାଣି ନାହାଁନ୍ତି । ସେମାନେ କିଛି ରହସ୍ୟବାଦ ପ୍ରଦର୍ଶନ କରୁଛନ୍ତି । ସେମାନେ କ'ଣ...ମୃତ୍ୟୁକୁ ବନ୍ଦ କର । ତାପରେ ମୁଁ ତୁମର ରହସ୍ୟବାଦ ଦେଖିବି । ଏହି ନିରର୍ଥକ ରହସ୍ୟବାଦ କ'ଣ? ତୁମେ ମୃତ୍ୟୁକୁ ରୋକି ପାରିବ କି? ଏହା ସମ୍ଭବ କି? ତେବେ ରହସ୍ୟବାଦର ଅର୍ଥ କ'ଣ? ସମସ୍ତେ ନକଲୀ । ମୋର ସମସ୍ୟା ହେଉଛି ମୁଁ ଏକ ଶରୀର ସ୍ଵୀକାର କରିଛି ଏବଂ ପୀଡ଼ିତ ହେଉଛି, କାରଣ ଯଥା ଶୀଘ୍ର ମୋତେ ଏହି ଭୌତିକ ଶରୀର ମିଳିଲା, ମୋତେ ପୀଡ଼ିତ ହେବାକୁ ପଡ଼ିବ । ତାପରେ ମୁଁ ଅନ୍ୟ ଏକ ଶରୀର ନିର୍ମାଣ କରିବି । ମୁଁ ମରିଯିବି । ତଥା ଦେହନ୍ତର ପ୍ରାପ୍ତିଃ (BG 2.13) । ଏବଂ ଅନ୍ୟ ଏକ ଅଧ୍ୟାୟ ଆରମ୍ଭ ହୁଏ । ଏହିପରି ଭାବରେ, ଏହି ଘାସ ଜୀବନରୁ ଦେବତାଙ୍କ ପର୍ଯ୍ୟନ୍ତ, ମୁଁ କେବଳ ଶରୀର ପରିବର୍ତ୍ତନ କରୁଛି ଏବଂ ମରୁଛି ଏବଂ ଜନ୍ମ ଗ୍ରହଣ କରୁଛି । ଏହା ହେଉଛି ମୋର ସମସ୍ୟା । ତେଣୁ ରହସ୍ୟବାଦ କ'ଣ କରିବ? କିନ୍ତୁ ତାହା ସେମାନେ ଜାଣି ନାହାଁନ୍ତି, ସମସ୍ୟା କ'ଣ । ତାହା ଭଗବଦ୍ ଗୀତାରେ ସ୍ପଷ୍ଟ ଭାବରେ କୁହାଯାଇଛି । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି-ଦୁଃଖ-ଦୋଷାନୁଦର୍ଶନମ (BG 13.9) । ଏହା ହେଉଛି ତୁମର ସମସ୍ୟା । ତୁମେ ବାରମ୍ଵାର ଜନ୍ମ ନେଉଛ ଏବଂ ମୃତ୍ୟବରଣ କରୁଛ, ଏବଂ ଯେ ପର୍ଯ୍ୟନ୍ତ ତୁମେ ଜୀବିତ ରହୁଛ ସେ ପର୍ଯ୍ୟନ୍ତ ଅନେକ ସମସ୍ୟା ଅଛି । ଜରା-ବ୍ୟାଧି । ବିଶେଷ କରି ବୃଦ୍ଧାବସ୍ଥା ଏବଂ ରୋଗ । ତେବେ ଏହା ହେଉଛି ସମସ୍ୟା । କେଉଁ ରହସ୍ୟବାଦ ତୁମକୁ ସାହାର୍ଯ୍ୟ କରିବ? ରହସ୍ୟବାଦ ତୁମର ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି ରୋକିପାରିବ କି? ତେବେ ତାହା ହେଉଛି ରହସ୍ୟବାଦ । ଅନ୍ୟଥା, ଏପରି ନିରର୍ଥକ କଥାର ଉପଯୋଗ କ'ଣ । ...ପ୍ରକୃତ ମାର୍ଗରୁ ପଥଚ୍ୟୁତ କରିବା । ସେମାନେ ଜାଣି ନାହାଁନ୍ତି ଜୀବନର ଲକ୍ଷ୍ୟ କ'ଣ, ଜୀବନର ସମସ୍ୟା କ'ଣ । ସେମାନେ କିଛି ରହସ୍ୟବାଦ ସୃଷ୍ଟି କରନ୍ତି, ଏବଂ କିଛି ଦୁର୍ଜନ ବ୍ୟକ୍ତି ସେମାନଙ୍କ ପଛରେ ପଡ଼ିଯାନ୍ତି । ବାସ୍ । "ଏଠାରେ ରହସ୍ୟବାଦ ଅଛି ।"

ଭାରତୀୟ: ଭକ୍ତମାନଙ୍କର ସଙ୍ଗ କେତେ ମହତ୍ତ୍ଵପୂର୍ଣ୍ଣ?

ପ୍ରଭୁପାଦ: ହଁ । ସତାମ ପ୍ରସଂଗାନ ମମ ବୀର୍ଯ୍ୟ ସମ୍ଵିଦୋ ଭବନ୍ତି ହ୍ରତ କର୍ଣ ରସାୟନାଃ କଥାଃ (SB 3.25.25) ସେଥିପାଇଁ ସାଧୁ ସଂଙ୍ଗ ଆବଶ୍ୟକ । ଭକ୍ତମାନଙ୍କ ସଙ୍ଗ । ତାହା ଆବଶ୍ୟକ । ତେବେ ଆମର ଜୀବନ ସଫଳ ହୋଇପାରିବ । ରହସ୍ୟବାଦ ଦ୍ଵାରା ନୁହେଁ ।