OR/Prabhupada 0215 - ତୁମକୁ ପଢ଼ିବାକୁ ହେବ । ତେବେ ତୁମେ ବୁଝିପାରିବ



Interview with Newsweek -- July 14, 1976, New York

ସାକ୍ଷାତକାରକର୍ତା: ଆପଣ ମୋତେ ଆପଣଙ୍କ ବିଷୟରେ କିଛି କହି ପାରିବେ କି, ଯେତେବେଳେ ଅପଣ ଯୁବକ ଥିଲେ, ଆପଣ କେଉଁ ପ୍ରକାରର କାମକରୁ ଥିଲେ ଏବଂ କ'ଣ...

ପ୍ରଭୁପାଦ: ମୁଁ ତୁମକୁ କାହିଁକି କହିବି?

ସାକ୍ଷାତକାରକର୍ତା: କ୍ଷମା କରିବେ?

ପ୍ରଭୁପାଦ: ମୁଁ ତୁମକୁ କାହିଁକି କହିବି?

ସାକ୍ଷାତକାରକର୍ତା: ଯଦି ଆପଣ ଚାହିଁବେ ।

ପ୍ରଭୁପାଦ: ମୁଁ କାହିଁକି ଚାହିଁବି?

ସାକ୍ଷାତକାରକର୍ତା: ଠିକ୍ ଅଛି, ସମ୍ଵାଦକମାନଙ୍କୁ ଏପରି ପ୍ରଶ୍ନ ପଚାରିବାକୁ ପଡ଼େ । ଅନ୍ୟଥା ମୁଁ କାମରୁ ବହାର ହୋଇଯିବି ।

ହରି ଶୌରି: ପ୍ରଭୁପାଦ ଆଶା କରୁଥିଲେ ଯେ ତୁମେ ଏହା ସହିତ ସମ୍ବନ୍ଧିତ କିଛି ପ୍ରଶ୍ନ ପଚାରିବ...

ରାମେଶ୍ଵର: ଲୋକମାନେ ଆପଣଙ୍କ ବିଷୟରେ ଜାଣିବା ପାଇଁ ଇଛୁକ, ଶ୍ରୀଲା ପ୍ରଭୁପାଦ । ଏବଂ ଯଦି ସେମାନଙ୍କର ଆପଣଙ୍କ ଠାରେ ରୁଚି ଅଛି, ତେବେ ସେମାନେ ସ୍ଵୟଂ ଆପଣଙ୍କ ପୁସ୍ତକରେ ମଧ୍ୟ ରୁଚି ଦେଖେଇବେ । ସେମାନେ ଭାରୀ ଉତ୍ସୁକ ଏହି ପୁସ୍ତକମାନଙ୍କର ଲେଖକଙ୍କ ବିଷୟରେ ଜାଣିବା ପାଇଁ ଯାହା ଅମେ ବିକ୍ରି କରୁଛୁ ।

ପ୍ରଭୁପାଦ: କିନ୍ତୁ ଏହି ପୁସ୍ତକଗୁଡ଼ିକ...ଆମେ ପୁସ୍ତକମାନଙ୍କ ବିଷୟରେ କଥା ହେବା । ଏହା ନିର୍ଭର କରେ କି, ଲେଖକ ପୂର୍ବେ କ'ଣ କରୁଥିଲା?

ସାକ୍ଷାତକାରକର୍ତା: ଆପଣ ଅନେକ ପୁସ୍ତକର ଅନୁବାଦକ, ଯେଉଁଥିରୁ ମୁଁ ବୁଝିପାରୁଛି ।

ପ୍ରଭୁପାଦ: ହଁ । ତେଣୁ ଅନୁବାଦ କରିବା, ପୁସ୍ତକ, କହିବେ କି ମୁଁ କିପରି ଅନୁବାଦ କରିଛି ।

ସାକ୍ଷାତକାରକର୍ତା: ହମ୍ । ମୁଁ ଭାବୁଥିଲି...

ପ୍ରଭୁପାଦ: ତୁମର ପୁସ୍ତକଗୁଡ଼ିକ ପଡ଼, ତେବେ ତୁମେ ବୁଝିପାରିବ । ମୋତେ ପଚାରିବା ବଦଳରେ, ଭଲ ହେବ ତୁମେ ଏହି ପୁସ୍ତକଗୁଡ଼ିକୁ ପଢ଼ିଲେ । ତାହା ହେଉଛି ପ୍ରକୃତ ବୁଝାମଣା ।

ସାକ୍ଷାତକାରକର୍ତା: ମୁଁ ଭାବୁଥିଲି କିପରି ତାଙ୍କର ବ୍ୟକ୍ତିଗତ ଭାବରେ ରୁଚି ହେଲା କିମ୍ଵା ଜଡ଼ିତ ହେଲେ, ଏବଂ ତାଙ୍କ ଚେତନା ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ମାର୍ଗ କ'ଣ ଥିଲା ।

ରାମେଶ୍ଵର: ଠିକ୍ ଅଛି । ସେ ଆପଣଙ୍କ ଗୁରୁ ମାହାରାଜଙ୍କ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ପଚାରୁଛନ୍ତି, କିପରି ଆପଣ କୃଷ୍ଣ ଚେତନା ଆନ୍ଦୋଳନ ଅରମ୍ଭ କରିବା ପାଇଁ ପ୍ରେରଣା ପାଇଲେ ଏବଂ ଏତେ ସାରା ପୁସ୍ତକ ଲେଖିଲେ ।

ପ୍ରଭୁପାଦ: ଏହି ସବୁ କଥାର ଉତ୍ତର ତୁମେ ଦେଇ ପାରିବ । ଏହା ଜନତାମାନଙ୍କ ପାଇଁ ବହୁତ ମହତ୍ତ୍ଵ ପୂର୍ଣ୍ଣ ନୁହେଁ ।

ରାମେଶ୍ଵର: ମୁଁ ଭାବୁଛି ଜନତା ସର୍ବଦା ଆନ୍ଦୋଳନ ପଛରେ ଥିବା ବ୍ୟକ୍ତି ବିଷୟରେ ଜାଣିବା ପାଇଁ ପସନ୍ଦ କରନ୍ତି ।

ମହିଳା ଅତିଥି: ହଁ, ଏହା ସାହାର୍ଯ୍ୟ କରେ । ଲୋକମାନେ ରୁଚି ରଖନ୍ତି । ଲୋକମାନେ ରୁଚି ରଖନ୍ତି ଆପଣଙ୍କ ପରି ଏକ ବ୍ୟକ୍ତିର ବିକାସରେ କାରଣ ସେମାନେ ସମ୍ବନ୍ଧ ରଖନ୍ତି । ଏବଂ ସେହି ପରି ଭାବରେ ସେମାନେ ଯାହା ଅପଣ ଲେଖିଛନ୍ତି ତାହା ପଢ଼ିବା ପାଇଁ ନିଶ୍ଚୟ କରନ୍ତି ।

ପ୍ରଭୁପାଦ: ପ୍ରଥମ କଥା ହେଉଛି ଯେ ଯଦି ତୁମର ଆମ ପୁସ୍ତକରେ ରୁଚି ଅଛି, ତେବେ ଆମ ପୁସ୍ତକ ପଢ଼ । ତୁମେ ବୁଝିପାରିବ ।

ସାକ୍ଷାତକାରକର୍ତା: ଆପଣଙ୍କୁ ବୁଝିପାରିବା ପାଇଁ? ପ୍ରଭୁପାଦ: ହଁ ।

ସାକ୍ଷାତକାରକର୍ତା: ଆପଣ ଏହା କହୁଛନ୍ତି କି?

ପ୍ରଭୁପାଦ: ହଁ ।

ସାକ୍ଷାତକାରକର୍ତା: ସେ ଏହା କହୁଛନ୍ତି କି?

ପ୍ରଭୁପାଦ: ଜଣେ ବ୍ୟକ୍ତିକୁ ଜାଣିହୁଏ ଯେତେବେଳେ ସେ କଥା କୁହେ । ଯେତେବେଳେ ସେ କଥା କୁହେ । ତାୱଚ ଚ ଶୋଭତେ ମୂର୍ଖୋ ଯାବତ କିନ୍ଚିନ ନ ଭାଶତେ : "ଯେ ପର୍ଯ୍ୟନ୍ତ ଏକ ମୂର୍ଖ କଥା କହି ନାହିଁ ସେ ପର୍ଯ୍ୟନ୍ତ ସେ ସୁନ୍ଦର ।" ଯେତେବେଳେ ସେ କୁହେ, ସେତେବେଳେ ତୁମେ ବୁଝିପାରିବ ସେ କ'ଣ । ତେବେ ମୋର କହିବା ମୋ ପୁସ୍ତକରେ ଅଛି, ଏବଂ ଯଦି ତୁମେ ବୁଦ୍ଧିମାନ, ତୁମେ ବୁଝିପାରିବ । ତୁମକୁ ପଚାରିବାକୁ ପଡ଼ିବ ନାହିଁ । କହିବା...ଯେପରି ନ୍ୟାୟାଳୟରେ । ଏକ ବଡ଼ ଓକିଲକୁ ଜାଣି ହୁଏ ଯେତେବେଳେ ସେ କୁହେ । ଅନ୍ୟଥା ସମସ୍ତେ ହେଉଛନ୍ତି ଭଲ ଓକିଲ । କିନ୍ତୁ ଯେତେବେଳେ ସେ ନ୍ୟାୟାଳୟରେ କୁହେ, ତେବେ ସେ ଜଣା ପଡ଼େ, ସେ ଭଲ ଓକିଲ କି ନାହିଁ । ତେଣୁ ତୁମକୁ ଶୁଣିବାକୁ ହେବ । ତୁମକୁ ପଢ଼ିବାକୁ ହେବ । ତେବେ ତୁମେ ବୁଝିପାରିବ । ପ୍ରକୃତ ବୁଝାମଣା ସେଠାରେ ଅଛି ।