OR/Prabhupada 0232 - ଭଗବାନଙ୍କର ମଧ୍ୟ ଈର୍ଷାଳୁ ଶତୃ ଅଛନ୍ତି । ସେମାନଙ୍କୁ ଅସୁର କୁହାଯାଏ



Lecture on BG 2.4-5 -- London, August 5, 1973

ପ୍ରଦ୍ୟୁମ୍ନ: "ମୋର ଯେଉଁମାନେ ଗୁରୁଜନ, ସେମାନଙ୍କୁ ବଧ କରି ଜୀବନ ଉପଭୋଗ କରିବା ଅପେକ୍ଷା, ଏହି ଦୁନିଆରେ ଭିକ୍ଷା କରି ବଞ୍ଚିବା ବରଂ ଭଲ । ଯଦିଓ ସେମାନେ ଅର୍ଥକାମୀ, ତଥାପି ସେମାନେ ଗୁରୁଜନ ଅଟନ୍ତି । ଯଦି ସେମାନଙ୍କର ବଧ କରାଯାଏ, ତାହାହେଲେ ତଦ୍ଦ୍ଵାରା ଆମେ ଯାହା ଲାଭ କରିବା ତାହା ରୁଧିର ରଞ୍ଜିତ ହୋଇଯିବ ।"

ପ୍ରଭୁପାଦ: ତେଣୁ ଅର୍ଜୁନଙ୍କ ପାଇଁ ପ୍ରଥମ ସମସ୍ୟା ଥିଲା କିପରି ଭାଈମାନଙ୍କୁ, ପରିବର୍ଗମାନଙ୍କୁ ମାରିବେ । ବର୍ତ୍ତମାନ, ଯେତେବେଳେ କୃଷ୍ଣ ତାଙ୍କୁ ବନ୍ଧୁଭାବରେ ତାଡ଼ିତ କରିଥିଲେ ଯେ "ତୁମେ କାହିଁକି ଏତେ ଦୁର୍ବଳ ହେଉଛ? ଦୁର୍ବଳ ହୁଅ ନାହିଁ । ଏହା ହେଉଛି ଭାବପ୍ରବଣତା । ଏହି ପ୍ରକାରର ଦୟା ହେଉଛି ଭାବପ୍ରବଣତା । ଉତ୍ତିଷ୍ଠ । ଭଲ ହେବ ତୁମେ ଉଠ ଏବଂ ଯୁଦ୍ଧ କର ।" କିନ୍ତୁ, ସେ କରି ପାରିବେ...ଯଦି ମୁଁ କିଛି କରିବା ପାଇଁ ଇଛା କରିବି ନାହିଁ, ତେବେ ତା ପାଇଁ ଅନେକ କାରଣ ଦର୍ଶାଇ ପାରିବି । ତୁମେ ଦେଖୁଛ? ତାପରେ ସେ ପ୍ରସ୍ତୁତ କରୁଛନ୍ତି ଗୁରୁନ୍: "ଠିକ୍ ଅଛି କୃଷ୍ଣ ତୁମେ ମୋର ଭାଈମାନଙ୍କ ବିଷୟରେ କହୁଛ । ମୁଁ ସ୍ଵୀକାର କରୁଛି ଯେ ଏହା ମୋର ଦୁର୍ବଳତା । କିନ୍ତୁ ତୁମେ କିପରି ମୋତେ ପରାମର୍ଶ ଦେଉଛ ଯେ ମୁଁ ମୋର ଗୁରୁଙ୍କୁ ହତ୍ୟା କରିବି? ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ମୋର ଗୁରୁ । ଏବଂ ଭୀଷ୍ମଦେବ ମଧ୍ୟ ମୋର ଗୁରୁ । ତେବେ ତୁମେ ଚାହୁଁଛ କି ମୁଁ ମୋର ଗୁରୁଙ୍କର ହତ୍ୟା କରିବି? ଗୁରୁନ୍ ହି ହତ୍ଵା । ଏବଂ କେବଳ ସାଧାରଣ ଗୁରୁ ନୁହଁନ୍ତି । ଏହା ନୁହେଁ ଯେ ସେମାନେ ସାଧାରଣ ବ୍ୟକ୍ତି ଅଟନ୍ତି । ମାହାନୁଭାବାନ । ଭୀଷ୍ଣ ହେଉଛନ୍ତି ଏକ ମହାନ ଭକ୍ତ,ଏବଂ ସେହିପରି, ଦ୍ରୋଣାଚାର୍ଯ୍ୟ ମଧ୍ୟ, ଏକ ମହାନ୍ ବ୍ୟକ୍ତି । ମହାନୁଭାବାନ । ତେଣୁ କଥଂ ଭୀଷ୍ମମହଂ ସଙ୍ଖ୍ୟେ ଦ୍ରୋଣଂ ଚ ମଧୁସୂଦନ (BG 2.4) "ସେମାନେ ଦୁଇଜଣ ମହାନ୍ ବ୍ୟକ୍ତି ।ସେମାନେ କେବଳ ମୋର ଗୁରୁ ନୁହଁନ୍ତି, କିନ୍ତୁ ସେମାନେ ହେଉଛନ୍ତି ମହାନ୍ ବ୍ୟକ୍ତି ।" ଏବଂ କୃଷ୍ଣଙ୍କୁ "ମଧୁସୂଦନ" ରୂପେ ସଂବୋଧନ କରାଯାଇଛି । ମଧୁସୂଦନ ଅର୍ଥାତ୍... ମଧୁ ହେଉଛି କୃଷ୍ଣଙ୍କର ଶତୃ, ଏକ ରାକ୍ଷାସ । ତେବେ ସେ ତାର ହତ୍ୟା କରିଥିଲେ । ତେଣୁ "ତୁମେ ହେଉଛ ମଧୁସୂଦନ, ତୁମେ ତୁମର ଶତୃମାନଙ୍କର ହତ୍ୟାକାରୀ । ତୁମେ ମୋତେ କିଛି ପ୍ରମାଣ ଦେଇ ପାରିବ କି ତୁମେ ତୁମର ଗୁରୁଙ୍କର ହତ୍ୟା କରିଛ? ତେବେ ତୁମେ ମୋତେ କାହିଁକି କହୁଛ? ଏହା ହେଉଛି ଭାବାର୍ଥ । ଇଶୁଭିଃ ପ୍ରତିଯୋତ୍ସ୍ୟାମି ପୂଜାରହାବ ଅରି ସୂଦନ । ପୁଣି ଅରି ସୂଦନ । ଅରି ଅର୍ଥାତ୍ ଶତୃ । ମଧୁସୂଦନ, ବିଶେଷକରି, ମଧୁ ଦାନବର ହତ୍ୟାକାରୀ । ଏବଂ ତାପରେ ଅରିସୂଦନ । ଅରି ଅର୍ଥାତ୍ ଶତୃ । ତେବେ କୃଷ୍ଣ ବହୁ ଶତୃଙ୍କୁ ମାରିଛନ୍ତି, ଅରି, ଯେଉଁମାନେ ଶତୃ ରୂପରେ ଆସି ତାଙ୍କ ସହିତ ଯୁଦ୍ଧ କରିଛନ୍ତି । ସେଥିପାଇଁ ତାଙ୍କର ନାମ ହେଉଛି ଅରିସୂଦନ ।

ତେବେ କୃଷ୍ଣଙ୍କର ମଧ୍ୟ ଶତୃ ଅଛନ୍ତି, ଆମ ବିଷୟରେ କ'ଣ କହିବା । ଏହି ଭୌତିକ ଦୁନିଆ ଏପରି ନିର୍ମିତ ହୋଇଛି ଯେ, ନିଶ୍ଚିତ ଭାବରେ ତୁମର କିଛି ଶତୃ ରହିବେ । ମତସରତା । ମତସରତା ଅର୍ଥାତ୍ ଈର୍ଷା । ଏହି ଭୌତିକ ଦୁନିଆ ସେହିପରି ଅଟେ । ତେବେ ଭଗବାନଙ୍କର ମଧ୍ୟ ଈର୍ଷାଳୁ ଶତୃ ଅଛନ୍ତି । ସେମାନଙ୍କୁ ଅସୁର କୁହାଯାଏ । ସାଧାରଣ ଈର୍ଷା ବା ଶତୃ, ତାହା ସ୍ଵାଭାବିକ । କିନ୍ତୁ ଭଗବାନଙ୍କର ମଧ୍ୟ । ଯେପରି ଗତକାଲି ରାତିରେ, ସନ୍ଧ୍ୟାରେ, କେହି ଜଣେ ମୋତେ ଦେଖା କରିବାକୁ ଆସିଥିଲେ । ସେ ଯୁକ୍ତି କରୁଥିଲେ ଯେ "କାହିଁକି କୃଷ୍ଣଙ୍କୁ ଭଗବାନଙ୍କ ରୂପରେ ଗ୍ରହଣ କରା ଯିବ?" ତାହା ତାଙ୍କର ଯୁକ୍ତି ଥିଲା । ତେଣୁ କୃଷ୍ଣଙ୍କର ଶତୃ ଅଛନ୍ତି । ସେଥିପାଇଁ କୃଷ୍ଣ...କେବଳ ସେ ନୁହଁନ୍ତି, କିନ୍ତୁ ଯେଉଁମାନେ ଏହି ଭୌତିକ ଦୁନିଆରେ ଅଛନ୍ତି ସେମାନେ ସମସ୍ତେ କୃଷ୍ଣଙ୍କର ଶତୃ । ସମସ୍ତେ । କାରଣ ସେମାନେ କୃଷ୍ଣଙ୍କର ପ୍ରତିଦ୍ଵନ୍ଦି ହେବାକୁ ଚାହାଁନ୍ତି । କୃଷ୍ଣ କୁହଁନ୍ତି ଯେ ଭୋକ୍ତାରଂ: "ମୁଁ ହେଉଛି ପରମ ଭୋକ୍ତା ।" ସର୍ବ ଲୋକ ମହେଶ୍ଵରମ୍ (BG 5.29) "ମୁଁ ହେଉଛି ସର୍ବୋଚ୍ଚ ମାଲିକ ।" ଏବଂ ବେଦଗୁଡ଼ିକ ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ, ଈର୍ଷାବାସ୍ୟମ ଈଦମ ସର୍ବମ (ISO 1) । "ସବୁକିଛିର ମାଲିକ ହେଉଛନ୍ତି ପରମ ପୁରୁଷ ଭଗବାନ ।" ସର୍ବମ ଖଳ୍ଵ ଈଦମ ବ୍ରହ୍ମ । ଏହା ହେଉଛି ବୈଦିକ ଆଦେଶ । ଯତୋ ବା ଇମାନି ଭୂତାନି ଜାୟନ୍ତେ "ଯାହା ଠାରୁ ସବୁକିଛି ଆସିଛି ।" ଜନ୍ମାଦି ଅସ୍ୟ ଯତଃ (SB 1.1.1) । ଏଗୁଡ଼ିକ ହେଉଛି ବୈଦିକ ସଂସ୍କରଣ । କିନ୍ତୁ, ତଥାପି, କାରଣ ଅାମେମାନେ ହେଉଛୁ ଶତୃ, "ନା, କୃଷ୍ଣ କାହିଁକି ମାଲିକ ହେବେ? ମୁଁ ହେଉଛି ମାଲିକ । କାହିଁକି କୃଷ୍ଣ କେବଳ ଭଗବାନ ହେବେ । ମୋର ଅନ୍ୟ ଏକ ଭଗବାନ ଅଛନ୍ତି । ଏଠାରେ ଅନ୍ୟ ଏକ ଭଗବାନ ଅଛନ୍ତି ।"