OR/Prabhupada 0234 - ଏକ ଭକ୍ତ ହେବା ହେଉଛି ସବୁଠାରୁ ବଡ଼ ଯୋଗ୍ୟତା
Lecture on BG 2.4-5 -- London, August 5, 1973
ତେବେ ପ୍ରହଲ୍ଲାଦ ମାହାରାଜା...ନୃସିଂହ ଦେବ ପ୍ରହଲ୍ଲାଦ ମାହାରାଜାଙ୍କୁ ପ୍ରଦାନ କରିଲେ, "ବର୍ତ୍ତମାନ ତୁମେ ତୁମ ଇଛାରେ ଯେ କୌଣସି ପ୍ରକାରର ଆଶୀର୍ବାଦ ନେଇ ପାରିବ ।" ତେବେ ପ୍ରହଲ୍ଲାଦ ମାହାରାଜା ଉତ୍ତର ଦେଲେ, "ମୋର ଭଗବାନ, ଆମେ ଭୌତିକବାଦୀ ଅଟୁ ।" ମୋର ଜନ୍ମ ଏକ ପୂର୍ଣ୍ଣ ଭାବରେ ଭୌତିକବାଦୀ ପିତାଙ୍କ ଦ୍ଵାରା ହୋଇଛି । ତେଣୁ ମୁଁ ମଧ୍ୟ, କାରଣ ମୁଁ ଭୌତିକବାଦୀ ପିତାଙ୍କ ଠାରୁ ଜନ୍ମ, ମୁଁ ମଧ୍ୟ ଭୌତିକବାଦୀ । ଏବଂ ଆପଣ, ପରମ ପୁରୁଷ ଭଗବାନ, ଆପଣ ମୋତେ କିଛି ଆଶୀର୍ବାଦ ଦେବା ପାଇଁ ଚାହୁଁଛନ୍ତି । ମୁଁ ଆପଣଙ୍କ ଠାରୁ କୌଣସି ପ୍ରକାରର ଆଶୀର୍ବାଦ ନେଇ ପାରିବି ନାହିଁ । ମୁଁ ତାହା ଜାଣିଛି । କିନ୍ତୁ ଏହାର ଉପଯୋଗ କ'ଣ? ମୁଁ ଆପଣଙ୍କୁ କାହିଁକି କୌଣସି ପ୍ରକାରର ଆଶୀର୍ବାଦ ମାଗିବି? ମୁଁ ମୋର ପିତାଙ୍କୁ ଦେଖିଛି । ଭୌତିକଭାବରେ, ସେ ଏତେ ଶକ୍ତିଶାଳୀ ଥିଲେ ଯେ ଦେବତାମାନେ, ଇନ୍ଦ୍ର, ଚନ୍ଦ୍ର, ବରୁଣ, ସେମାନେ ମଧ୍ୟ ତାଙ୍କର ନାଲି ଆଖି ଦ୍ଵାରା ଭୟଭୀତ ହୋଇଯାଉ ଥିଲେ । ଏବଂ ସେ ବ୍ରହ୍ମାଣ୍ଡ ଉପରେ ନିୟନ୍ତ୍ରଣ କରିଲେ । ସେ ଏତେ ଶକ୍ତିଶାଳୀ ଥିଲେ । ଏବଂ ଐଶ୍ଵର୍ଯ୍ୟ, ଧନ, ଶକ୍ତି, ପ୍ରତିଷ୍ଠା, ସବୁଥିରେ ପୂର୍ଣ୍ଣ, କିନ୍ତୁ ଆପଣ ଏକ କ୍ଷଣରେ ଏହା ସମାପ୍ତ କରିଦେଲେ । ତେବେ କାହିଁକି ଆପଣ ମୋତେ ଏପରି ଆଶୀର୍ବାଦ ଦେଉଛନ୍ତି? ମୁଁ ତାହା କ'ଣ କରିବି? ଯଦି ମୁଁ ସେହି ଆଶୀର୍ବାଦ ଆପଣଙ୍କ ଠାରୁ ନେବି ଏବଂ ମୁଁ ଗର୍ବ କରିବି, ଏବଂ ଆପଣଙ୍କ ବିରୋଧରେ ସବୁକିଛି ଭୁଲ କରିବି, ତେବେ ଆପଣ ଏହାକୁ ଏକ କ୍ଷଣରେ ସମାପ୍ତ କରିଦେବେ । ତେଣୁ ଦୟାକରି ମୋତେ ସେପରି ଆଶୀର୍ବାଦ ଦିଅନ୍ତୁ ନାହିଁ, ସେପରି ଭୌତିକ ସମୃଦ୍ଧି । ଭଲ ହେବ ଆପଣ ମୋତେ ଆପଣଙ୍କର ସେବକର ସେବାରେ ନିଯୁକ୍ତ ହେବାର ଆଶୀର୍ବାଦ ଦେବେ । ମୁଁ ଏହି ଆଶୀର୍ବାଦ ଚାହୁଁଛି । ମୋତେ ଆପଣ ଅାଶୀର୍ବାଦ ଦିଅନ୍ତୁ କି ମୁଁ ଆପଣଙ୍କର ସେବକର ସେବାରେ ନିଯୁକ୍ତ ହେବି, ପ୍ରତ୍ୟକ୍ଷଭାବରେ ଆପଣଙ୍କର ସେବକ ନୁହେଁ ।
ତାପରେ ଅନେକ ପ୍ରାର୍ଥନା ପରେ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପରେ... ସେ ଅତ୍ୟନ୍ତ କ୍ରୋଧିତ ଥିଲେ । ତାପରେ ଯେତେବେଳେ ସେ ଟିକିଏ ସନ୍ତୁଷ୍ଟ ହେଲେ, ସେ ପଚାରିଲେ, "ମୋର ପ୍ରିୟ ଭଗବାନ, ମୁଁ ଆପଣଙ୍କୁ ଏକ, ଅନ୍ୟ ଆଶୀର୍ବାଦ ମାଗିପାରିବି । ଯେ ମୋର ପିତା ଆପଣଙ୍କର ବହୁତ, ବହୁତ ଦୃଢ଼ ଶତୃ ଥିଲେ । ତାହା ତାଙ୍କ ମୃତ୍ୟୁର କାରଣ ଥିଲା । ବର୍ତ୍ତମାନ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଦୟାକରି ଆପଣ ତାଙ୍କୁ କ୍ଷମା କରନ୍ତୁ ଏବଂ ତାଙ୍କୁ ମୁକ୍ତି ଦିଅନ୍ତୁ ।" ସେ ହେଉଛନ୍ତି ବୈଷ୍ଣବ ପୁତ୍ର । ସେ ନିଜ ପାଇଁ କିଛି ମାଗିଲେ ନାହିଁ । ଏବଂ ଯଦିଓ ସେ ଜାଣିଥିଲେ ଯେ ତାଙ୍କର ପିତା ବଡ଼ ଶତୃ ଥିଲେ, ତଥାପି, ସେ ଆଶୀର୍ବାଦ ମାଗିଲେ, "ଏହି ବିଚାରାକୁ ମୁକ୍ତି ମିଳୁ ।" ତେଣୁ ନୃସିଂହ ଦେବ ଆଶ୍ଵାସନ ଦେଇ, କହିଲେ, "ମୋର ପ୍ରିୟ ପ୍ରହଲ୍ଲାଦ, କେବଳ ତୁମର ପିତା ନୁହଁ, କିନ୍ତୁ ତୁମ ପିତାଙ୍କର ପିତା, ତାଙ୍କର ପିତା, ଚଉଦ ପୁରୁଷ ପର୍ଯ୍ୟନ୍ତ, ସମସ୍ତେ ମୁକ୍ତ ହୋଇଯିବେ । କାରଣ ତୁମେ ଏହି ପରିବାରରେ ଜନ୍ମ ହୋଇଛ ।" ତେଣୁ ଯେ କେହି ବୈଷ୍ଣବ ହୁଏ, ଭଗବାନଙ୍କର ଏକ ଭକ୍ତ, ସେ ପରିବାରକୁ ସବୁଠାରୁ ବଡ଼ ସେବା ପ୍ରଦାନ କରେ । କାରଣ ତାର ସମ୍ବନ୍ଧ ଅନୁସାରେ, ତାର ପିତା, ମାତା, ଯେ କେହି, ସେମାନେ ମୁକ୍ତ ହୋଇଯିବେ । ଯେପରି ଆମର ଅନୁଭବ ଅଛି, ଯଦି ଏକ ବ୍ୟକ୍ତି ଯୁଦ୍ଧରେ ମରିଯାଏ, ତାର ପରିବାରର ଧ୍ୟାନ ସରକାରଙ୍କ ଦ୍ଵାରା ରଖାଯାଏ । ସେହିପରି, ଏକ ଭକ୍ତ ହେବା ହେଉଛି ସବୁଠାରୁ ବଡ଼ ଯୋଗ୍ୟତା । ତାକୁ ସବୁ କିଛି ମିଳିଗଲା । ଯତ୍ର ଯୋଗେଶ୍ଵରଃ ହରିଃ ଯତ୍ର ଧନୁର୍ଧରଃ ପାର୍ଥୋ (BG 18.78) । ଯେତେବେଳେ କୃଷ୍ଣ ଅଛନ୍ତି ଏବଂ ଯେତେବେଳେ ଭକ୍ତ ଅଛନ୍ତି, ସମସ୍ତ ବିଜୟ, ସମସ୍ତ ଗୌରବ ସେଠାରେ ଅଛି । ତାହା ସୁନିଶ୍ଚିତ ।