OR/Prabhupada 0239 - କୃଷ୍ଣଙ୍କୁ ବୁଝିବା ପାଇଁ, ଜଣଙ୍କୁ ବିଶେଷ ଇନ୍ଦ୍ରିୟର ଆବଶ୍ୟକତା ଅଛି



Lecture on BG 2.3 -- London, August 4, 1973

ତେଣୁ ଏହି ସାହାନୁଭୂତି ଅର୍ଜୁନଙ୍କର ସହାନୁଭୂତି ପରି । ସହାନୁଭୂତି, ବର୍ତ୍ତମାନ ରାଜ୍ୟ ହତ୍ୟାକାରୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଛି ଯେ ସେମାନଙ୍କୁ ମୃତ୍ୟ ଦଣ୍ଡ ନ ଦିଆଯାଉ । ସେ ହେଉଛନ୍ତି ଅର୍ଜୁନ । ତାହା ହେଉଛି ହୃଦୟଦୌର୍ବଲ୍ୟଂ । ତାହା କର୍ତ୍ତବ୍ୟ ନୁହେଁ । ଜଣଙ୍କର କର୍ତ୍ତବ୍ୟ ହେଉଛି ସର୍ବୋଚ୍ଚ ଅଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ଅଦେଶକୁ ଗମ୍ଭିରତାର ସହିତ ନିର୍ବାହ କରିବା, ବିନା କୌଣସି ବିଚାର କରି । ତେଣୁ ଏଗୁଡ଼ିକ ହେଉଛି ହୃଦୟର ଦୁର୍ବଳତା, ଏହି ପ୍ରକାରର ସହାନୁଭୂତି । କିନ୍ତୁ ସାଧାରଣ ବ୍ୟକ୍ତି ବୁଝି ପାରିବେ ନାହିଁ । ସେଥିପାଇଁ କୃଷ୍ଣଙ୍କୁ ବୁଝିବା ପାଇଁ, ଜଣଙ୍କୁ ବିଶେଷ ଇନ୍ଦ୍ରିୟର ଆବଶ୍ୟକତା ଅଛି, ସାଧାରଣ ଇନ୍ଦ୍ରିୟ ନୁହେଁ । ବିଶେଷ ଇନ୍ଦ୍ରିୟ ଅର୍ଥାତ୍ ତୁମକୁ ନିଜର ଆଖି କାଢ଼ି ଅନ୍ୟ ଏକ ଆଖି ଲଗେଇବାକୁ ପଡ଼ିବ? ନା । ତୁମକୁ ଶୁଦ୍ଧ କରିବାକୁ ହେବ । ତତ୍ ପରତ୍ଵେନ ନିର୍ମଳମ (CC Madhya 19.170) । ଯେପରି ତୁମ ଅଖିରେ କିଛି ରୋଗ ହୋଇଛି, ତୁମେ ଔଷଧ ଲଗାଅ, ଏବଂ ଯେତେବେଳେ ଏହା ପରିଷ୍କାର ହୋଇଯାଏ, ତୁମେ ସବୁ କିଛି ପରିଷ୍କାର ଭାବରେ ଦେଖି ପାର; ସେହିପରି, ଏହି ଦନ୍ଥରା ଇନ୍ଦ୍ରିୟମାନଙ୍କ ସହିତ, ଆମେ ବୁଝି ପାରିବାନି କୃଷ୍ଣ କ'ଣ । ସେବନ୍ମୁଖେ ହି ଜିହ୍ଵାବାଦୌ ସ୍ଵୟଂ ଏବ ସ୍ଫୁରତି ଅଦଃ । ଯେପରି ଶ୍ରୀ କୃଷ୍ଣ ନାମଦୌ, କୃଷ୍ଣଙ୍କର ନାମ, ରୂପ, ଗୁଣ ଇତ୍ୟାଦି, ଏହି ଦନ୍ଥରା ଇନ୍ଦ୍ରିୟମାନଙ୍କ ସହିତ ବୁଝି ହେବ ନାହିଁ, ତେବେ ଏହା କିପରି କରାଯିବ? ବର୍ତ୍ତମାନ, ସେବନ୍ମୁଖେ ହି ଜିହ୍ଵାବାଦୌ । ପୁନଃ ଜିହ୍ଵାବାଦୌ, ଜିଭ ଠାରି ଆରମ୍ଭ କରି, ଜିଭକୁ ନିୟନ୍ତ୍ରଣ କରିବା । ଟିକିଏ ଦେଖ, ଏହା ବିଚିତ୍ର, ଯେ "ତୁମେ ଜିଭକୁ ନିୟନ୍ତ୍ରଣ କରିବା ଦ୍ଵାରା କୃଷ୍ଣଙ୍କୁ ବୁଝି ପାରିବ?" ଏହା ଆଶ୍ଚର୍ଯ୍ୟଜନକ । ତାହା କିପରି? ମୋତେ କୃଷ୍ଣଙ୍କୁ ବିଝିବା ପାଇଁ ମୋର ଜିଭକୁ ନିୟନ୍ତ୍ରଣ କରିବାକୁ ହେବ? କିନ୍ତୁ ଏହା ହେଉଛି ଶାସ୍ତ୍ରର ଆଦେଶ: ସେବନ୍ମୁଖେ ହି ଜିହ୍ଵାବାଦୌ । ଜିହ୍ଵା ଅର୍ଥାତ୍ ଜିଭ । ତେଣୁ କୃଷ୍ଣଙ୍କୁ ଦେଖିବା ପାଇଁ, କୃଷ୍ଣଙ୍କୁ ବୁଝିବା ପାଇଁ, ପ୍ରଥମ କାମ ହେଉଛି ନିଜ ଜିଭକୁ ନିୟନ୍ତ୍ରଣ କରିବା । ସେଥିପାଇଁ ଆମେ କହୁଛୁ, ମାଂସ ନିଅ ନାହିଁ, ମଦ ନିଅ ନାହିଁ । କାରଣ ଏହା ଜିଭକୁ ନିୟନ୍ତ୍ରଣ କରେ । ଜିଭ ହେଉଛି ସବୁଠାରୁ ଶକ୍ତିଶାଳୀ ଶତୃ ଇନ୍ଦ୍ରିୟ ହିସାବରେ, ବିକୃତ ଇନ୍ଦ୍ରିୟ ରୂପରେ । ଏବଂ ଏହି ଦୁର୍ଜନମାନେ ସେମାନେ କହୁଛନ୍ତି, "ନା ତୁମେ ଯାହା ଇଛା ଖାଇପାରିବ । ଧର୍ମ ସହିତ ଏହାର ସମ୍ପର୍କ ନାହିଁ ।" କିନ୍ତୁ ବୈଦିକ ଶାସ୍ତ୍ର କୁହଁନ୍ତି, "ହେ ଦୁର୍ଜନ, ପ୍ରଥମେ ତୁମର ଜିଭକୁ ନିୟନ୍ତ୍ରଣ କର । ତାପରେ ତୁମେ ବୁଝି ପାରିବ ଭଗବାନ କ'ଣ ।"

ତେଣୁ ଏହା ହେଉଛି ବୈଦିକ ଆଦେଶ - ପୁରା ଠିକ୍ । ଯଦି ତୁମେ ତୁମର ଜିଭକୁ ନିୟନ୍ତ୍ରଣ କରିବ, ତେବେ ତୁମେ ତୁମର ପେଟକୁ ନିୟନ୍ତ୍ରଣ କରି ପାରିବ, ତାପରେ ତୁମେ ତୁମର ଯୌନାଙ୍ଗକୁ ନିୟନ୍ତ୍ରଣ କରିପାରିବ । ରୂପ ଗୋସ୍ଵାମୀ ନିର୍ଦ୍ଦେଶ ଦେଇଛନ୍ତି,

ବାଚୋ ବେଗମ ମନସୋ କ୍ରୋଧ ବେଗମ
ଜିହ୍ଵାବେଗମ ଉଦରୋପସ୍ଥ ବେଗମ
ଏତନ ବେଗମ ଯୋ ବିଶହେତ ଧିରଃ
ସର୍ବମ ଅପିମାମ ସ ପୃଥ୍ଵିମ ସ ଶିଶ୍ୟାତ
(NOI 1)

ଏହା ହେଉଛି ନିର୍ଦ୍ଦେଶ, କି ଯେ କେହି ନିଜ ଜିଭକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଯାଏ, ମନକୁ ନିୟନ୍ତ୍ରଣ କରିବାରେ, ରାଗକୁ ନିୟନ୍ତ୍ରଣ କରିବାରେ, ପେଟକୁ ନିୟନ୍ତ୍ରଣ କରିବାରେ, ଏବଂ ଯୌନାଙ୍ଗକୁ ନିୟନ୍ତ୍ରଣ କରିବାରେ - ଯଦି ଛଅ ପ୍ରକାରର ନିୟନ୍ତ୍ରଣ ଅଛି, ସେ ଆଧ୍ୟାତ୍ମିକ ଗୁରୁ ହେବା ପାଇଁ ଯୋଗ୍ୟ ଅଟେ; ସେ ସମଗ୍ର ଦୁନିଆରେ ଶିଷ୍ୟ ବନେଇ ପାରିବ । ଏବଂ ତୁମେ ଯଦି ତୁମର ଜିଭକୁ ନିୟନ୍ତ୍ରଣ କରି ପାରିବ ନାହିଁ, ଯଦି ତୁମେ ତୁମର ରାଗ ଉପରେ ନିୟନ୍ତ୍ରଣ (କରି ନ ପାର), ମାନସିକ ମନଗଢ଼ଣ କାହାଣୀକୁ ନିୟନ୍ତ୍ରଣ କରି ନ ପାର, ତେବେ ତୁମେ ଆଧ୍ୟାତ୍ମିକ ଗୁରୁ ମଧ୍ୟ କିପରି ହୋଇପାରିବ? ତାହା ସମ୍ଭବ ନୁହେଁ । ପୃଥ୍ଵିମ ସ ଶିଶ୍ୟାତ । ଜଣେ ଯିଏ କରିଲା...ତାଙ୍କୁ ଗୋସ୍ଵାମୀ କୁହାଯାଏ, ଗୋସ୍ଵାମୀ କିମ୍ଵା ସ୍ଵାମୀ, ଇନ୍ଦ୍ରିୟମାନଙ୍କର ମାଲିକ । ଏହି ଛଅ ପ୍ରକାରକୁ ନିୟନ୍ତ୍ରଣ କରି ପାରୁଥିବା ମାଲିକ ।

ତେବେ ଜିଭ ଠାରୁ ଆରମ୍ଭ । ସେବନ୍ମୁଖେ ହି ଜିହ୍ଵାବାଦୌ ସ୍ଵୟଂ ଏବ ସ୍ଫୁରତି ଅଦଃ (Brs . 1.2.234) । ସେବା । ଜିଭକୁ ଭଗବାନଙ୍କର ସେବାରେ ନିଯୁକ୍ତ କରାଯାଇ ପାରିବ । କିପରି? ତୁମେ ହରେ କୃଷ୍ଣ ଜପ କର, ସର୍ବଦା ପ୍ରଶଂସା କର । ବାଚାମ୍ସି ବୈକୁଣ୍ଠ ଗୁଣାନୁବର୍ଣନେ(SB 9.4.18-20) । ବାଚାମ୍ସି, ଅର୍ଥାତ୍ କଥା ହେବା । ଜିଭର କାମ ହେଉଛି କଥା ହେବା, ଏବଂ ଚାଖିବା ଜିଭର କାମ । ତେଣୁ ତୁମେ ଜିଭକୁ ଭଗବାନଙ୍କ ସେବାରେ ବ୍ୟସ୍ତ ରଖ ତାଙ୍କର ଗୁଣଗାନ କିରି । ଯେତେବେଳେ...ତୁମେ ଏକ ପ୍ରତିଜ୍ଞା କର ଯେ "ମୁଁ ଯାହା କିଛି କହିବି, ମୁଁ କେବଳ କୃଷ୍ଣଙ୍କର ଗୁଣଗାନ କରିବି, ଆଉ କିଛି ନୁହେଁ ।" ତାହା ହେଉଛି ଜିଭର ନିୟନ୍ତ୍ରଣ । ଯଦି ତୁମେ ତୁମର ଜିଭକୁ କୌଣସି ନିରର୍ଥକ କଥା ହେବାକୁ ଅନୁମତି ଦେବ ନାହିଁ, ଗ୍ରାମ୍ୟ କଥା... ଆମେ ବେଳେ ବେଳେ ଏକତ୍ର ହୋଇ ବସୁ । ଆମେ ଅନେକ ନିରର୍ଥକ କଥା ହେଉ । ତାହା ନିୟନ୍ତ୍ରିତ ହେବା ଉଚିତ୍ । "ବର୍ତ୍ତମାନ ମୁଁ ମୋର ଜିଭକୁ ଭଗବାନଙ୍କର ସେବାରେ ନିଯୁକ୍ତ କରିଛି, ତେଣୁ ଆମେ ଇନ୍ଦ୍ରିୟ ସନ୍ତୁଷ୍ଟିର କୌଣସି କଥା ହେବା ନାହିଁ ।" ଏହା ହେଉଛି ଜିଭକୁ ନିୟନ୍ତ୍ରଣ କରିବା । "ମୁଁ ଯାହା କୃଷ୍ଣଙ୍କୁ ଅର୍ପଣ କରାଯାଇ ନାହିଁ ତାହା ଖାଇପାରିବି ନାହିଁ ।" ଏହା ହେଉଛି ଜିଭକୁ ନିୟନ୍ତ୍ରଣ କରିବା । ତେଣୁ ଏଗୁଡ଼ିକ ହେଉଛି ଛୋଟ ଉପାୟ, କିନ୍ତୁ ଏହାର ବହୁତ ମୂଲ୍ୟ ଅଛି, ତେବେ କୃଷ୍ଣ ଖୁସୀ ହେବେ ତପସ୍ୟା (ସହିତ), ଏବଂ ସେ ପ୍ରକଟ କରିବେ । ତୁମେ ବୁଝି ପାରିବ ନାହିଁ । ତୁମେ କୃଷ୍ଣଙ୍କୁ ଦେଖି ପାରିବ ନାହିଁ । ତୁମେ କୃଷ୍ଣଙ୍କୁ ଆଦେଶ ଦେଇ ପାରିବ ନାହିଁ, "କୃଷ୍ଣ, ଦୟାକରି ଆସ, ବଂସୀ ସହିତ ନୃତ୍ୟ କରି । ମୁଁ ଅପଣଙ୍କୁ ଦେଖିବି ।" ଏହା ହେଉଛି ଆଦେଶ । କୃଷ୍ଣ ତୁମର ଆଦେଶର ଅଧିନସ୍ଥ ନୁହଁନ୍ତି । ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଅମକୁ ନିର୍ଦ୍ଦେଶ ଦେଇଛନ୍ତି, ଆଶିଲଶ୍ୟ ବା ପାଦ ରତାମ ପିନସ୍ତୁ ମାମ ମର୍ମ ହତାମ କରୋତୁ ବା ଅଦର୍ଶନମ (CC Antya 20.47) ।