OR/Prabhupada 0242 - ସଭ୍ୟତାର ମୂଳ ପ୍ରକ୍ରିୟାକୁ ଆମେ ଫେରିବା ଅତ୍ୟନ୍ତ କଷ୍ଟକର
Lecture on BG 2.3 -- London, August 4, 1973
ପ୍ରଭୁପାଦ: ଯେପରି ଗତକାଲି ଆମେ ପଢ଼ୁଥିଲୁ ଯେତେବେଳେ ମନୁ, ବିବସ୍ଵତ ମନୁ, କରଦମ ମୁନୀଙ୍କ ପାଖକୁ ଆସିଲେ, ସେ ସ୍ଵାଗତ କରୁଛନ୍ତି, "ମହାଶୟ, ମୁଁ ଜାଣିଛି ଯେ ଆପଣ ଭ୍ରମଣ କରୁଛନ୍ତି ଅର୍ଥାତ୍ ଆପଣ କେବଳ..." କ'ଣ କୁହାଯାଏ, କ'ଣ କୁହାଯାଏ, ପରୀକ୍ଷଣ?
ଭକ୍ତ: ନିରୀକ୍ଷଣ ।
ପ୍ରଭୁପାଦ: ନିରୀକ୍ଷଣ, ହଁ । ନିରୀକ୍ଷଣ । "ଆପଣଙ୍କର ଭ୍ରମଣ ଅର୍ଥାତ୍ ନିରୀକ୍ଷଣ କି ବର୍ଣ୍ଣାଶ୍ରମ... ବ୍ରାହ୍ମଣମାନେ ବାସ୍ତବରେ ବ୍ରାହ୍ମଣଙ୍କର କାମ କରୁଛନ୍ତି କି ନାହିଁ, କ୍ଷେତ୍ରିୟମାନେ ବାସ୍ତବରେ କ୍ଷେତ୍ରିୟମାନଙ୍କର କାମ କରୁଛନ୍ତି କି ନାହିଁ ।" ତାହା ହେଉଛି ଏକ ରାଜାର ଭ୍ରମଣ । ରାଜାଙ୍କର ଭ୍ରମଣ ରାଜ୍ୟର ଖର୍ଚ୍ଚରେ ଏକ ଆନନ୍ଦଦାୟକ ଭ୍ରମଣ ନୁହେଁ କି କୁଆଡ଼େ ଯାଅ ଏବଂ ଫେରି ଆସ । ନା । ସେ ଥିଲେ...ବେଳେ ବେଳେ ରାଜା ଛଦ୍ମ ବେଶରେ ଏହା ଦେଖୁ ଥିଲେ ଯେ ବର୍ଣ୍ଣାଶ୍ରମ ଧର୍ମ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ, ଠିକ୍ ଭାବରେ ପାଳନ କରାଯାଉଛି, କିଏ ହିପ୍ପୀ ହୋଇ କେବଳ ସମୟ ନଷ୍ଟ କରୁଛି କି । ନା, ତାହା ହୋଇପାରିବ ନାହିଁ । ତାହା ହୋଇପାରିବ ନାହିଁ । ବର୍ତ୍ତମାନ ତୁମର ସରକାର ନିରୀକ୍ଷଣ କରୁଛନ୍ତି ଯେ କେହି କାର୍ଯ୍ୟରତ ଅଛନ୍ତି, କିନ୍ତୁ...ବେରୋଜଗାର । କିନ୍ତୁ ବହୁତ ସାରା ଜିନିଷର ବ୍ୟବହାରିକ ରୂପରେ ନିରୀକ୍ଷଣ କରାଯାଉ ନାହିଁ । କିନ୍ତୁ ସବୁକିଛି ଦେଖିବା ସରକାରଙ୍କର କର୍ତ୍ତବ୍ୟ । ବର୍ଣ୍ନାଶ୍ରମାଚରବତା, ସବୁକିଛି ବ୍ରାହ୍ମଣ ରୂପରେ ଅଭ୍ୟାସ କରାଯାଉଛି । କେବଳ ଭୁଲରେ ବ୍ରାହ୍ମଣ ହୋଇଯିବା, ଭୁଲରେ କ୍ଷେତ୍ରିୟ ହୋଇଯିବା - ନା । ତୁମକୁ କରିବାକୁ ହେବ । ତେଣୁ ଏହା ହେଉଛି ରାଜାଙ୍କର କର୍ତ୍ତବ୍ୟ, ସରକାରଙ୍କର କର୍ତ୍ତବ୍ୟ । ବର୍ତ୍ତମାନ ସବୁକିଛି ଓଲଟା-ପାଲଟା । କାହାର ମଧ୍ୟ ବ୍ୟବହାରିକ ମୂଲ୍ୟ ନାହିଁ । ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, କଳୌ...
- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍
- କଳୌ ନାସ୍ତେବ ନାସ୍ତେବ ନାସ୍ତେବ ଗତିର୍ନ୍ୟଥା
- (CC Adi 17.21)
ସଭ୍ୟତାର ମୂଳ ପ୍ରକ୍ରିୟାକୁ ଆମେ ଫେରିବା ଅତ୍ୟନ୍ତ କଷ୍ଟକର ।
ତେଣୁ ବୈଷ୍ଣବମାନଙ୍କ ପାଇଁ, ଯେପରି ମୁଁ କହୁଥିଲି, ତ୍ରୀ ଦଶ ପୂର ଆକାଶ ପୁଷ୍ପାୟତେ ଦୁର୍ଦାନ୍ତେନ୍ଦ୍ରିୟ କାଳ ସର୍ପ ପଟଳୀ । ତେଣୁ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା, ତାହା ହେଉଛି ଦୁର୍ଦାନ୍ତ । ଦୁର୍ଦାନ୍ତ ଅର୍ଥାତ୍ ଭୟଙ୍କର । ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । ସେଥିପାଇଁ ଯୋଗ ପ୍ରକ୍ରିୟା, ରହସ୍ୟବାଦୀ ଯୋଗ ପ୍ରକ୍ରିୟା - କେବଳ ଅଭ୍ୟାସ କରିବା ପାଇଁ କିପରି ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବ । କିନ୍ତୁ ଏକ ଭକ୍ତ ପାଇଁ... ସେମାନେ...ଯେପରି ଜିଭ, ଯଦି ଏହା କେବଳ ହରେ କୃଷ୍ଣ ମନ୍ତ୍ର ଜପ କରିବା କାମରେ ନିଯୁକ୍ତ ହେବ ଏବଂ କେବଳ କୃଷ୍ଣ ପ୍ରସାଦ ଖାଇବ, ସବୁକିଛି ପୂର୍ଣ୍ଣ, ପୂର୍ଣ୍ଣ ଯୋଗୀ । ପୂର୍ଣ୍ଣ ଯୋଗୀ । ତେଣୁ ଏକ ଭକ୍ତ ପାଇଁ, ଇନ୍ଦ୍ରିୟ ଦ୍ଵାରା କୌଭସି ଅସୁବିଧା ହୁଏ ନାହିଁ କାରଣ ଏକ ଭକ୍ତ ଜାଣିଛି କିପରି ପ୍ରତ୍ୟେକ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ନିଯୁକ୍ତ କରି ହେବ । ହୃଷିକେଣ ହୃଷିକେଶ ସେବନମ୍ (CC Madhya 19.170) । ତାହା ହେଉଛି ଭକ୍ତି । ହୃଷିକ ଅର୍ଥାତ୍ ଇନ୍ଦ୍ରିୟ ଗୁଡ଼ିକ । ଯେତେବେଳେ ଇନ୍ଦ୍ରିୟଗୁଡ଼ିକ କେବଳ କୃଷ୍ଣଙ୍କର ସେବାରେ ଲୀନ ରହିବେ, ହୃଷିକେଶ, ତେବେ ଯୋଗ ଅଭ୍ୟାସ କରିବାର କୌଣସି ଆବଶ୍ୟକତା ନାହିଁ । ସ୍ଵୟଂଚାଳିତ ଭାବରେ ସେମାନେ କୃଷ୍ଣଙ୍କର ସେବାରେ ଲୀନ ହେବେ । ସେମାନଙ୍କର ଅନ୍ୟ କୌଣସି କାମ ନାହିଁ । ତାହା ହେଉଛି ସର୍ବୋଚ୍ଚ । ସେଥିପାଇଁ କୃଷ୍ଣ କୁହଁନ୍ତି,
- ଯୋଗିନାମପି ସର୍ବେଷାଂ
- ମଦ୍ ଗତେନାନ୍ତରାତ୍ମାନା
- ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ
- ସ ମେ ଯୁକ୍ତ ତମୋ ମତଃ
- (BG 6.47)
"ଏକ ପ୍ରଥମ ଶ୍ରେଣୀର ଯୋଗୀ ହେଉଛି ସେ ଯିଏ ସର୍ବଦା ମୋତେ ସ୍ମରଣ କରେ ।" ସେଥିପାଇଁ ଏହି ହରେ କୃଷ୍ଣ ମନ୍ତ୍ରର ଜପ କରିବା, ଯଦି ଆମେ କେବଳ ଜପ କରିବା ଏବଂ ଶୁଣିବା, ପ୍ରଥମ ଶ୍ରେଣୀର ଯୋଗୀ । ତେଣୁ ଏଗୁଡ଼ିକ ହେଉଛି ପ୍ରକ୍ରିୟା । ତେଣୁ କୃଷ୍ଣ ଚାହୁଁଥିଲେ କି ଅର୍ଜୁନ "କାହିଁକି ତୁମେ ମନର ଏହି ଦୁର୍ବଳତାରେ ଲିପ୍ତ ଅଛ? ତୁମେ ମୋର ସୁରକ୍ଷା ଅଧିନରେ ଅଛ । ମୁଁ ତୁମକୁ ଯୁଦ୍ଧ କରିବା ପାଇଁ ଆଦେଶ ଦେଉଛି । "ତୁମେ କାହିଁକି ମନା କରୁଛ?" ଏହା ହେଉଛି ଭାବାର୍ଥ ।
ବହୁତ ବହୁତ ଧନ୍ୟବାଦ ।