OR/Prabhupada 0251 - ଗୋପୀମାନେ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସହଯୋଗୀ



Lecture on BG 2.6 -- London, August 6, 1973

ତେଣୁ ଆମର ଭଗବଦ୍ ଗୀତାର ପୂର୍ଣ୍ଣ ଶିକ୍ଷା ହେଉଛି ଯେ: ତୁମେ ତୁମର ହିତ ପାଇଁ କାମ କରିବା ଉଚିତ୍ ନୁହେଁ; ତୁମେ କେବଳ କୃଷ୍ଣଙ୍କ ପାଇଁ କାମ କରିବା ୁ ଉଚିତ୍ । ତେଣୁ କୃଷ୍ଣଙ୍କ ପାଇଁ ଯୁଦ୍ଧ କରିବା ମଧ୍ୟ, କିମ୍ଵା କୃଷ୍ଣଙ୍କ ପାଇଁ ଏହାଠାରୁ ମଧ୍ୟ ଅରୁଚିକର କିଛି କରିବା... ଯେପରି ଗୋପୀମାନେ । ଗୋପୀମାନେ କୃଷ୍ଣଙ୍କ ଦ୍ଵାରା ଆକର୍ଷିତ ଥିଲେ । କୃଷ୍ଣ ହେଉଛନ୍ତି ଯୁବକ, ଅତି ସୁନ୍ଦର, ଏବଂ ଗୋପୀମାନେ ହେଉଛନ୍ତି ଯୁବତୀ । ତାହା ହେଉଛି ଉପରଠାଉରିଆ...ବାସ୍ତବରେ, ଗୋପୀମାନେ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସହଯୋଗୀ । ଆନନ୍ଦ ଚୁନ୍ମୟ ରସ ପ୍ରତିଭାବିତାଭିଃ (Bs 5.37) । ସେମାନେ ହେଉଛନ୍ତି କୃଷ୍ଣଙ୍କର ବିସ୍ତାର, କୃଷ୍ଣଙ୍କର ଅନନ୍ଦ ଶକ୍ତିର ବିସ୍ତାର । ସେମାନେ କୃଷ୍ଣଙ୍କର ଆନନ୍ଦ ପାଇଁ ଅଛନ୍ତି । ସେମାନେ ସାଧାରଣ ମହିଳା ନୁହଁନ୍ତି । କିନ୍ତୁ ଉପରଠାଉରିଆ ଭାବରେ, କେବଳ ଅମକୁ ଶିଖେଇବା ପାଇଁ କି କିପରି କୃଷ୍ଣଙ୍କୁ ଭଲ ପାଇବ କୌଣସି ବିପଦକୁ ଖାତିର୍ ନ କରି... ସେଥିପାଇଁ ଗୋପୀମାନେ, ଯେତେବେଳେ ସେମାନେ କୃଷ୍ଣଙ୍କ ଦ୍ଵାରା ଅଧାରାତିରେ ଆକର୍ଷିତ ହୁଅଁନ୍ତି... କୃଷ୍ଣ ବଂଶୀ ବଜଉଥିଲେ, ଏବଂ ସେମାନେ ଆକର୍ଷିତ ହୋଇଗେଲେ ଏବଂ ସେମାନେ ଘର ଛାଡି ଦେଲେ । ସେମାନଙ୍କ ମଧ୍ୟରୁ କେତେ ଜଣ ବନ୍ଦୀ ହୋଇଥିଲେ । ସେମାନେ ନିଜର ଜୀବନ ମଧ୍ୟ ତ୍ୟାଗ କରିଦେଲେ । ସେମାନେ ଏତେ ଅକର୍ଷିତ ଥିଲେ । ବର୍ତ୍ତମାନ ଏହିପରି ବ୍ୟବହାର, ଯଦି ଯୁବତୀମାନେ... ବୈଦିକ ସଭ୍ୟତା ଅନୁସାରେ, ସେମାନେ ପିତା, ସ୍ଵାମୀ କିମ୍ଵା ଭାଈଙ୍କ ସୁରକ୍ଷା ବାହାରକୁ ଯାଇପାରିବେ ନାହିଁ । ନା, ସେମାନେ ଯାଇପାରିବେ ନାହିଁ । ବିଶେଷକରି ମଧ୍ୟରାତ୍ରିରେ । ତେବେ ଏହା ବୈଦିକ ସିଦ୍ଧାନ୍ତ ବିପକ୍ଷରେ ଥିଲା । ଏହା ଖୋଲାଖୋଲି ଭାବରେ ଏକ ପ୍ରକାରର ବୈଶ୍ୟାବୃତ୍ତି ଥିଲା । କିନ୍ତୁ କାରଣ ଏହା କୃଷ୍ଣଙ୍କ ପାଇଁ କରାଯାଉଥିଲା, ଭଗବାନ ଚୈତନ୍ୟ ମହାପ୍ରଭୁ, ସେ ସୁପାରିଶ କରନ୍ତି, ରମ୍ୟା କାଚିଦ ଉପାସନା ବ୍ରଜ-ବନ୍ଧୁଭିଃ କଳ୍ପିତା: "ବ୍ରଜ ଗୋପୀମାନେ କରୁଥିବା ପୂଜାଠାରୁ ଭଲ ଆଉ କୌଣସି ପୂଜା ନାହିଁ । ବ୍ରଜ ବନ୍ଧୁ । ସବୁଠାରୁ ଘୃଣିତ । ଏକ ଯୁବତୀ ପାଇଁ ତାର ସ୍ଵାମୀଙ୍କର, ପିତାଙ୍କର, ସୁରକ୍ଷା ତ୍ୟାଗ କରିବା, ଏବଂ ଅନ୍ୟ ଏକ ଯୁବକ ପାଖକୁ ଯିବା, ବୈଦିକ ସଂସ୍କୃତି ଅନୁସାରେ, ଏହା ଅତି ଘୃଣିତ । ତେଣୁ ତଥାପି, କାରଣ କେନ୍ଦ୍ର କୃଷ୍ଣ ଥିଲେ, ଏହାକୁ ଉଚ୍ଚତମ ପୂଜା ରୂପେ ସ୍ଵୀକାର କରାଯାଏ । ତାହକୁ କୃଷ୍ଣ ଚେତନା କୁହାଯାଏ । ଆମକୁ ଶିଖିବାକୁ ହେବ କିପରି କେବଳ କୃଷ୍ଣଙ୍କ ପାଇଁ କାମ କରିବା, କିପରି କେବଳ କୃଷ୍ଣଙ୍କୁ ଭଲ ପାଇବା । ତେବେ ଆମର ଜୀବନ ସଫଳ ହେବ । ଏବଂ ମନୁଷ୍ୟ ଜୀବନ... କାରଣ ଆମେମାନେ ମଧ୍ୟ ଲକ୍ଷ ଏବଂ ଲକ୍ଷ ବର୍ଷ ପୂର୍ବେ ବୈକୁଣ୍ଠରୁ ତଳକୁ ଅସିଛୁ । ଅନାଦି କର୍ମ ଫଳେ । ଅନାଦି ଅର୍ଥାତ୍ ସୃଷ୍ଟିର ପୂର୍ବରୁ । ଆମେ ଜୀବମାନେ, ଆମେ ଶାଶ୍ଵତ । ଏପରିକି ସୃଷ୍ଟି ଲକ୍ଷ ଏବଂ କୋଟି ବର୍ଷ ପରେ ଧ୍ଵସଂ ହୋଇଯିବ, ଜୀବ, ସେମାନେ ଧ୍ଵସଂ ହେବେ ନାହିଁ । ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ସେମାନେ ରୁହଁନ୍ତି । ତେବେ ଯେତେବେଳେ ଏହି ସମଗ୍ର ବ୍ରହ୍ମାଣ୍ଡିୟ ସୃଷ୍ଟି ଧ୍ଵସଂ ହୋଇଯିବ, ଜୀବମାନେ ବିଷ୍ଣୁଙ୍କର ଶରୀରରେ ରହିବେ । ତାପରେ ଯେତେବେଳେ ଅନ୍ୟ ଏକ ସୃଷ୍ଟିର ରଚନା ହେବ, ସେମାନେ ପୁଣିଥରେ ସେମାନଙ୍କର ଇଛା ପୂରଣ କରିବା ପାଇଁ ବାହାରି ଆସିବେ । ପ୍ରକୃତ ଇଛା ହେଉଛି କିପରି ଘରକୁ ଫେରିବା, ଭଗବତ ଧାମକୁ ।

ତେବେ ଏହି ସୁଯୋଗ ଦିଆଯାଏ । ତେଣୁ ଯଦି ସୁଯୋଗର କୁପ୍ରୟୋଗ କରାଯାଏ, ମନୁଷ୍ୟ ରୂପି ଜୀବନ, ଏହା ବହୁତ, ବହୁତ ବିପଦ ପୂର୍ଣ୍ଣ । ଅାମକୁ ପୁଣି ଥରେ ଜନ୍ମ ଏବଂ ମୃତ୍ୟୁର ଚକ୍ରକୁ ଗ୍ରହଣ କରିବାକୁ ପଡ଼ିବ । ଏବଂ କେବଳ ତାହା ନୁହେଁ, ଯଦି ଆମେ ଜୀବନର ଉଦ୍ଦେଶ୍ୟ ପୁରା ନ କରିବା, ତେବେ ପୁଣିଥରେ ସମ୍ପୂର୍ଣ୍ଣ ସୃଷ୍ଟିର ବିନାଶ ହେବ ଏବଂ ଅମକୁ ବିଷ୍ଣୁଙ୍କର ଶରୀରରେ ଲକ୍ଷ ଏବଂ କୋଟି ବର୍ଷ ପର୍ଯ୍ୟନ୍ତ ରହିବାକୁ ପଡ଼ିବ । ପୁଣିଥରେ ଆମକୁ ଆସିବାକୁ ପଡ଼ିବ । ତେଣୁ ଏହାକୁ ଅନାଦି କର୍ମ ଫଳେ କୁହାଯାଏ । ଅନାଦି ଅର୍ଥାତ୍ "ସୃଷ୍ଟି ପୂର୍ବରୁ ।" ଏହା ଚାଲିଛି । ଏବଂ ମୂର୍ଖ ଜୀବମାନଙ୍କୁ ଶିଖେଇବା ପାଇଁ, କୃଷ୍ଣ ବ୍ୟକ୍ତିଗତ ଭାବରେ ଆସିଥିଲେ । କୃଷ୍ଣ ଅତି ଚିନ୍ତିତ ଆମକୁ ଘରକୁ ଫେରାଇ ନେବା ପାଇଁ, ଭଗବତ ଧାମକୁ । କାରଣ ଆମେ ହେଉଛୁ କୃଷ୍ଣଙ୍କର ଅଂଶ ବିଶେଷ । ମନେକର ତୁମର ପୁତ୍ର ସଡ଼କରେ ବୁଲୁଛି, ତୁମେ ଚିନ୍ତିତ ହେବ ନାହିଁ କି, "ଓ, କିଛି ଦୁର୍ଘଟଣା ହୋଇପାରେ, ଏବଂ ବିଚରା ବାଳକ ମରି ଯିବ ।" ତେଣୁ ତୁମେ ଯାଉଛ, ତାକୁ ଖୋଜିବାକୁ ଚେଷ୍ଟା କରୁଛ । ସେହିପରି, କୃଷ୍ଣଙ୍କର ସ୍ଥିତି ସେହିପରି ଅଟେ । ଆମେ ଏହି ଭୌତିକ ଦୁନିଆରେ ଜୀବନ ପରେ ଜୀବନରେ ପୀଡ଼ିତ ହେଉଛୁ । ଦୁଃଖାଳୟମ ଶାଶ୍ଵତମ୍ (BG 8.15) । ଏହି ସ୍ଥାନ ଦୟନୀୟ ଅଟେ । କିନ୍ତୁ ମାୟାର ଭ୍ରମ, ଆମେ ଜୀବନର ଏହି ଦୟନୀୟ ଅବସ୍ଥାକୁ ଖୁସୀ ଭାବରେ ସ୍ଵୀକାର କରୁ । ଏହାକୁ ମାୟା କୁହାଯାଏ । କିନ୍ତୁ ଏହା ହେଉଛି...ଏହି ଭୌତିକ ଦୁନିଆରେ କୌଣସି ଖୁସୀ ନାହିଁ । ସବୁକିଛି ଦୟନୀୟ । ଯଥା ଶୀଘ୍ର ଆମେ ବୁଝିପାରିବା ଯେ ଏହି ଭୌତିକ ଦୁନିଆରେ ସବୁକିଛି ହେଉଛି ଦୟନୀୟ ଏବଂ ଯଥା ଶୀଘ୍ର ଆମେ ଏହି ଭୌତିକ ଦୁନିଆ ଛାଡ଼ିବା ଏବଂ ଘରକୁ ଫେରିବା ପାଇଁ ନିଜକୁ ପ୍ରସ୍ତୁତ କରିବା..., ତାହା ହେଉଛି ଆମର ଚେତନା । ଅନ୍ୟଥା, ଯାହାକିଛି ଆମେ କରୁଛୁ, ଆମେ କେବଳ ପରାଜୟ ମିଳୁଛି । କାରଣ ଆମେ ଲକ୍ଷ୍ୟ ଭୁଲିଯାଉଛୁ । ନା ତେ ବିଦୁଃ ସ୍ଵାର୍ଥ ଗତିମ ହି ବିଷ୍ଣୁମ (SB 7.5.31) । ଦୁରାଶାୟ । ଅାମେ, ଆଶାବାଦୀ - ଯାହା କଦାପି ପୁରା ହେବ ନାହିଁ - ଆମେ ଏଠାରେ ଭଗବାନ ଚେତନା ବିନା ଜିନିଷଗୁଡ଼ିକୁ ବ୍ୟବସ୍ଥିତ କରୁଛୁ ଖୁସୀ ହେବା ପାଇଁ । ଏହା କଦାପି ହେବ ନାହିଁ... ନା ତେ ବିଦୁଃ ସ୍ଵାର୍ଥ ଗତିମ ହି ବିଷ୍ଣୁମ ଦୁରାଶାୟ । ଦୁରାଶୟ ଅର୍ଥାତ୍ "ଅଶା ଯାହା କଦାପି ପୁରା ହେବ ନାହିଁ ।"