OR/Prabhupada 0254 - ବୈଦିକ ଜ୍ଞାନ ଗୁରୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଏ
Lecture on BG 2.8 -- London, August 8, 1973
ତେଣୁ ମୂଳ ରୂପରେ ଆମେ ସମସ୍ତେ ହେଉଛୁ ବ୍ୟକ୍ତି, ଅବ୍ୟକ୍ତିକ ନୁହେଁ । କୃଷ୍ଣ ମଧ୍ୟ କୁହଁନ୍ତି...ସେ ମଧ୍ୟ କୁହଁନ୍ତି ଯେ: "ଏହି ସୈନିକମାନେ, ଏହି ରାହାମାନେ, ତୁମେ ଏବଂ ମୁଁ, ମୋର ପ୍ରିୟ ଅର୍ଜୁନ, ଏହା ନୁହେଁ ଯେ ଆମେ ଅତୀତରେ ଉପସ୍ଥିତ ନ ଥିଲୁ । ନା କି ଭବିଷ୍ୟତରେ ଆମର ଅସ୍ତିତ୍ଵ ସମାପ୍ତ ହୋଇ ଯିବ ।" ତେବେ କୃଷ୍ଣଙ୍କର ଏହି ବେଶେଷ ନିର୍ଦ୍ଦେଶ, ଯେ: "ମୁଁ, ତୁମେ ଏବଂ ଏହି ସମସ୍ତ ରାଜା ଏବଂ ସୈନିକମାନେ ଯେଉଁମାନେ ଏଠାରେ ଏକତ୍ର ହୋଇଛନ୍ତି, ସେମାନଙ୍କର ଅସ୍ତିତ୍ଵ ଥିଲା । ଯେପରି ବର୍ତ୍ତମାନ ଆମେ ଅଛୁ, ନିର୍ଦ୍ଧିଷ୍ଟ ବ୍ୟକ୍ତି; ସେହିପରି, ସେମାନେ ବ୍ୟକ୍ତିଗତ ବ୍ୟକ୍ତି ଥିଲେ । ଏବଂ ଭବିଷ୍ୟତରେ ଅାମେ ବ୍ୟକ୍ତିଗତ ବ୍ୟକ୍ତି ରୂପରେ ଉପସ୍ଥିତ ରହିବା ।" ତେବେ ଅବ୍ୟକ୍ତିକତାର ପ୍ରଶ୍ନ କାହିଁ? ଏହି ନିରର୍ଥକ ଶୂନ୍ୟବାଦୀ, ନିର୍ବିଶେଷବାଦୀ । ସେଥିପାଇଁ, ସିଦ୍ଧାନ୍ତ ହେଉଛି, ବସ୍ତୁଗୁଡ଼ିକୁ ବାସ୍ତବରେ ବୁଝିବା, ଜଣକୁ ଅର୍ଜୁନଙ୍କ ପରି କୃଷ୍ଣଙ୍କର ପାଖକୁ ଯିବାକୁ ହେବ । ଶିଷ୍ୟସ୍ତେଽହଂ (BG 2.7) "ବର୍ତ୍ତମାନ ମୁଁ ଆପଣଙ୍କର ଶିଷ୍ୟ । ଆପଣ ମୋତେ ଶିକ୍ଷା ଦିଅନ୍ତୁ । ଶାଧି ମାଂ ପ୍ରପନ୍ନମ୍ । ମୁଁ ଆତ୍ମସମର୍ପଣ କରୁଛି । ମୁଁ ଆପଣଙ୍କ ସହିତ ସମାନ ସ୍ତରରେ ରହି କଥା ହେବା ପାଇଃ ଚାହୁଁ ନାହିଁ ।" ଗୁରୁ ସ୍ଵୀକାର କରିବାର ଅର୍ଥ ହେଲା ଯାହା କିଛି ଗୁରୁ କହିବେ, ତୁମକୁ ତାହା ସ୍ଵୀକାର କରିବାକୁ ହେବ । ଅନ୍ୟଥା, ଗୁରୁ କର ନାହିଁ । ଏକ ଶୈଳି କର ନାହିଁ । ତୁମେ ପ୍ରସ୍ତୁତ ହୋଇ ରହିବା ଉଚିତ୍ । ତାହକୁ ପ୍ରପନ୍ନମ୍ କୁହାଯାଏ । ତଦ୍ ବିଦ୍ଧି ପ୍ରଣିପାତେନ (BG 4.34) । ତୁମେ କେବଳ ଅାତ୍ମ ସମର୍ପଣ କରି ବୁଝି ପାରିବ, ଗୁରୁଙ୍କୁ ପରୀକ୍ଷା କରି ନୁହେଁ । "ମୁଁ ତାଙ୍କୁ ପରୀକ୍ଷା କରିବି, ସେ କେତେ ଜାଣିଛନ୍ତି ।" ତେବେ ଗୁରୁ କରିବାର ଲାଭ କ'ଣ? ନା । ସେଥିପାଇଁ ଅର୍ଜୁନ କୁହଁନ୍ତି ଯେ: "ଆପଣ ବ୍ୟତୀତ, ଏହି ଦ୍ଵନ୍ଦ ଅବସ୍ଥାରେ ଆଉ କେହି ବାସ୍ତବରେ ମୋତେ ସନ୍ତୁଷ୍ଟ କରି ପାରିବେ ।" ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ (BG 2.8) । "ମୋର ଇନ୍ଦ୍ରିୟଗୁଡ଼ିକ ଶୁଷ୍କ ହେଉଛନ୍ତି ।" କାରଣ ଉପରଠାଉରିଆ ଇନ୍ଦ୍ରିୟମାନ...ତାହା ବାସ୍ତବରେ ଇନ୍ଦ୍ରିୟମାନ ନୁହଁନ୍ତି । ପ୍ରକୃତ ଇନ୍ଦ୍ରିୟ ଭିତରେ ଅଛି । ହୃଶୀକେନ ହୃଶୀକେଶ-ସେବାନମ୍ (CC Madhya 19.170) ।
ଆମକୁ କୃଷ୍ଣଙ୍କର ସେବା କରିବାକୁ ହେବ, ହୃଶିକେଶ... କୃଷ୍ଣ ହେଉଛନ୍ତି ପ୍ରକୃତ, ଏବଂ ଆମକୁ ବାସ୍ତବିକତାର ଏହି ସ୍ଥିତିକୁ ଆସିବାକୁ ହେବ । ତାପରେ ଆମେ କୃଷ୍ଣଙ୍କର ସେବା କରି ପାରିବା । ହୃଶିକେଣ । ତତ ପରତ୍ଵନ ନିର୍ମଳମ୍ । ଯେତେବେଳେ ଆମର ଇନ୍ଦ୍ରିୟମାନ ଶୁଦ୍ଧ ହୋଇ ଯାଆନ୍ତି । ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ, ମନସସ୍ତୁ ପରା ବୁଦ୍ଧିର (BG 3.42) । ଏଗୁଡ଼ିକ ଭିନ୍ନ ଭିନ୍ନ ସ୍ତର ଅଟନ୍ତି । ଜୀବନର ଏହି ଶାରୀରିକ ସଂକଳ୍ପନା ଅର୍ଥାତ୍ ଇନ୍ଦ୍ରିୟମାନ । କିନ୍ତୁ ଯେତେବେଳେ ତୁମେ ଏହି ଇନ୍ଦ୍ରିୟମାନଙ୍କୁ ଅତିକ୍ରମ କରି ଯାଉଛ, ତୁମେ ମାନସିକ ସ୍ତରକୁ ଆସୁଛ । ଯେତେବେଳେ ତୁମେ ମାନସିକ ସ୍ତରକୁ ଅତିକ୍ରମ କରୁଛ, ତୁମେ ବୌଧିକ ସ୍ତରକୁ ଆସୁଛ । ଯେତେବେଳେ ତୁମେ ବୌଧିକ ସ୍ତରକୁ ଆସ, ଯେତେବେଳେ ତୁମେ ଅତିକ୍ରମ କର, ତାପରେ ତୁମେ ଆଧ୍ୟାତ୍ମିକ ସ୍ତରକୁ ଆସ । ତାହା ହେଉଛି ଆଧ୍ୟାତ୍ମିକ ସ୍ତର । ଭିନ୍ନ ଭିନ୍ନ ଶ୍ରେଣି ଏବଂ ସୋପାନ ଅଛି । ସ୍ଥୂଳ ଶାରୀରିକ ସ୍ତରରେ ଆମେ ପ୍ରତ୍ୟକ୍ଷ-ଜ୍ଞାନମ ଦାବି କରୁ । ପ୍ରତ୍ୟକ୍ଷ ଅର୍ଥାତ୍ ପ୍ରତ୍ୟକ୍ଷ ଜ୍ଞାନ । ଜ୍ଞାନର ବିଭିନ୍ନ ଚରଣ ଅଛି । ପ୍ରତ୍ୟକ୍ଷ, ଅପରୋକ୍ଷ, ପ୍ରତ୍ୟକ୍ଷ, ପରୋକ୍ଷ, ଅପରୋକ୍ଷ, ଅଧୋକ୍ଷଜ, ଅପ୍ରକୃତ । ଏଗୁଡ଼ିକ ହେଉଛନ୍ତି ଜ୍ଞାନର ବିଭିନ୍ନ ଚରଣ । ତେଣୁ ଶାରୀରିକ ସ୍ତରରେ ପ୍ରାପ୍ତ କରାଯାଇଥିବା ଜ୍ଞାନ, ପ୍ରତ୍ୟକ୍ଷ ଜ୍ଞାନ, ପ୍ରକୃତ ଜ୍ଞାନ ନୁହେଁ । ସେଥିପାଇଁ, ଆମେ ଏହି ବୈଜ୍ଞାନିକମାନଙ୍କୁ ଆହ୍ଵାନ ଦେଇ ପାରିବୁ, ତଥା କଥିତ ବୈଜ୍ଞାନିକମାନଙ୍କୁ । ସେମାନଙ୍କର ଜ୍ଞାନର ମୂଳ ସିଦ୍ଧାନ୍ତ ଶରୀରିକ ସଂକଳ୍ପନା ଉପରେ ଆଧାରିତ, ପ୍ରତ୍ୟକ୍ଷ, ପ୍ରୟୋଗାତ୍ମ ଜ୍ଞାନ । ପ୍ରୟୋଗିକ ଜ୍ଞାନ ଅର୍ଥାତ୍ ଏହି ସ୍ଥୂଳ ଇନ୍ଦ୍ରିୟ ଧାରଣା । ତାହା ହେଉଛି ପ୍ରୟୋଗିକ । ପ୍ରତ୍ୟକ୍ଷ । ସମସ୍ତେ କୁହଁନ୍ତି: "ଆମେ ଭଗବାନଙ୍କୁ ଦେଖି ନାହୁଁ ।" ଭଗବାନ ଏକ ବିଷୟ ବସ୍ତୁ ନୁହଁନ୍ତି ଯାହାଙ୍କୁ ତୁମେ ଏହି ପ୍ରତ୍ୟକ୍ଷ ଧାରଣାରେ ଆଖିରେ ଦେଖି ପାରିବ । ଭଗବାନଙ୍କର ଅନ୍ୟ ନାମ ହେଉଛି ଅନୁଭବ । ଅନୁଭବ । ଯେପରି ଏହି କକ୍ଷରେ ଆମେ ପ୍ରତ୍ୟକ୍ଷ ଭାବରେ ସୂର୍ଯ୍ୟଙ୍କୁ ଦେଖିପାରୁ ନାହୁଁ । କିନ୍ତୁ ଆମେ ଜାଣିଛୁ ଯେ ସୂର୍ଯ୍ୟ ଅଛନ୍ତି । ଏହା ହେଉଛି ଦିନ । କିପରି ତୁମେ ଏହା ଜାଣିଲ? ତୁମେ ଦେଖି ପାରୁ ନାହଁ । କିନ୍ତୁ ଅନ୍ୟ ପ୍ରକ୍ରିୟାମାନ ଅଛି ଯାହା ଦ୍ଵାରା ଆମେ ଅନୁଭବ କରିପାରିବା । ତାହା ହେଉଛି ଅପରୋକ୍ଷ । ପ୍ରତ୍ୟକ୍ଷ ପରୋକ୍ଷ ଅପରୋକ୍ଷ । ଏହି ପରି ଭାବରେ, କୃଷ୍ଣ ଚେତନା ଅର୍ଥାତ୍ ଅଧୋକ୍ଷଜ ଏବଂ ଅପ୍ରାକୃତ, ଇନ୍ଦ୍ରିୟମାନଙ୍କ ଉପରେ । ସେଥିପାଇଁ, ଭଗବଦ୍ ଗୀତାରେ କୁହାଯାଇଛି: ଅଧୋକ୍ଷଜ । ଯେଉଁଠାରେ ପ୍ରତ୍ୟକ୍ଷ ଧାରଣା ପହଞ୍ଚି ପାରିବ ନାହିଁ । ତେଣୁ ଯେଉଁଠାରେ ପ୍ରତ୍ୟକ୍ଷ ଧାରଣା ପହଞ୍ଚି ପାରିବ ନାହିଁ, ତେବେ କିପରି ତୁମେ ଅନୁଭବକୁ ଅନୁଭବ କରି ପାରିବ? ତାହା ହେଉଛି ଶ୍ରୋତ ପନ୍ଥା । ତାହା ହେଉଛି ଶ୍ରୁତି । ତୁମକୁ ବେଦରୁ ଜ୍ଞାନ ନେବାକୁ ହେବ । ଏବଂ ବୈଦିକ ଜ୍ଞାନ ଗୁରୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଏ । ସେଥିପାଇଁ ଜଣକୁ କୃଷ୍ଣଙ୍କର ଶରଣ ସର୍ବୋଚ୍ଚ ଗୁରୁ ହିସାବରେ ନେବା ଉଚିତ୍, କିମ୍ଵା ତାଙ୍କର ପ୍ରତିନିଧିଙ୍କର । ତେବେ ଏହି ସମସ୍ତ ଅସୁବିଧା, ଅର୍ଥାତ୍ ଅଜ୍ଞାନତା, ଦୁର କରାଯାଇ ପାରିବ । ଯଚ୍ଛୋକମୁଚ୍ଛୋଷଣମିନ୍ଦ୍ରିୟାଣାମ୍ (BG 2.8) ।