OR/Prabhupada 0272 - ଭକ୍ତି ହେଉଛି ଦିବ୍ୟ
Lecture on BG 2.7 -- London, August 7, 1973
ତେବେ ଏହି କାର୍ଯ୍ୟକଳାପ ମୂର୍ଖ କାର୍ଯ୍ୟକଳାପ ଅଟେ । କିନ୍ତୁ ଯେତେବେଳେ ଜଣେ ସତ୍ଵଗୁଣରେ ଥାଏ, ସେ ହେଉଛି ଶାନ୍ତ । ସେ ବୁଝିପାରେ ଜୀବନର ମୂଲ୍ୟ କ'ଣ, ଜଣେ କିପରି ଜୀବନ ଯାପନ କରିବା କଥା, ଜୀବନର ଲକ୍ଷ୍ୟ କ'ଣ, ଜୀବନର ଉଦ୍ଦେଶ୍ୟ କ'ଣ । ଜୀବନର ଲକ୍ଷ୍ୟ ହେଉଛି ବ୍ରାହ୍ମଣକୁ ବୁଝିବା । ବ୍ରହ୍ମ ଜାନାତିତି ବ୍ରାହ୍ମଣଃ । ସେଥିପାଇଁ ଭଲ ଗୁଣ ଅର୍ଥାତ୍ ବ୍ରାହ୍ମଣ । ସେହିପରି, କ୍ଷେତ୍ରିୟ । ତେଣୁ ସେଗୁଡ଼ିକ ହେଉଛି ଗୁଣ-କର୍ମ-ବିଭାଗଶଃ । ଗୁଣ । ଗୁଣ ଉପରେ ଧ୍ୟାନ ଦେବା ଉଚିତ୍ । ଶ୍ରୀ କୃଷ୍ଣ ସେଥିପାଇଁ କହିଛନ୍ତି: ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (BG 4.13) । ଆମେ କିଛି ପ୍ରକାରର ଗୁଣ ଅଭିଗ୍ରହଣ କରିଛୁ । ଏହା ଭାରୀ କଷ୍ଟକର । କିନ୍ତୁ ଆମେ ତୂରନ୍ତ ସମସ୍ତ ଗୁଣକୁ ଅତିକ୍ରମ କରିପାରିବା । ତୂରନ୍ତ । କିପରି? ଭକ୍ତି ଯୋଗ ପ୍ରକ୍ରିୟା ଦ୍ଵାରା । ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ (BG 14.26) ଯଦି ତୁମେ ଭକ୍ତି ଯୋଗ ପ୍ରକ୍ରିୟା ଗ୍ରହଣ କର, ତେବେ ତୁମେ ଆଉ ପ୍ରଭାବିତ ହେବ ନାହିଁ ଏହି ତିନି ଗୁଣ ଦ୍ଵାରା, ସତ୍ଵ, ରଜୋ, ଏବଂ ତମୋ । ତାହା ମଧ୍ୟ ଭଗବଦ୍ ଗୀତାରେ କୁହାଯାଇଛି: ମାଂ ଚ ଯୋଽବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ । ଯେ କେହି କୃଷ୍ଣଙ୍କର ଭକ୍ତି ଯୋଗରେ ନିଯୁକ୍ତ, ଅବ୍ୟଭିଚାରେଣ, କୌଣସି ବ୍ୟତିକ୍ରମ ବିନା, ନିଷ୍ଠାବାନ, ଗମ୍ଭୀର ଧ୍ୟାନ, ଏପରି ବ୍ୟକ୍ତି, ମାଂ ଚ ଯୋଽବ୍ୟଭିଚାରିଣୀ ଯୋଗେନ, ମାଂ ଚ ଯୋଽବ୍ୟଭିଚାରେଣ ଯୋଗେନ ଭାଜତେ ମାଂ ସ ଗୁଣାନ୍ ସମତୀତ୍ୟୈତାନ୍ ବ୍ରହ୍ମଭୂୟାୟ କଳ୍ପତେ (BG 14.26) ତୂରନ୍ତ, ସେ ସମସ୍ତ ଗୁଣକୁ ଅତିକ୍ରମ କରେ । ତେଣୁ ଭକ୍ତି ଯୋଗ ଏହି ଭୌତିକ ଗୁଣ ମଧ୍ୟରେ ନାହିଁ । ସେଗୁଡ଼ିକ ହେଉଛନ୍ତି ଦିବ୍ୟ । ଭକ୍ତି ହେଉଛି ଦିବ୍ୟ । ସେଥିପାଇଁ, ତୁମେ ଭକ୍ତି ବିନା ଭଗବାନ କିମ୍ଵା କୃଷ୍ଣଙ୍କୁ ବୁଝିପାରିବ ନାହିଁ । ଭକ୍ତ୍ୟା ମାମଭିଜାନାତି (BG 18.55) । କେବଳ ଭକ୍ତ୍ୟା ମାମଭିଜାନାତି । ଅନ୍ୟଥା, ଏହା ସମ୍ଭବ ନୁହେଁ । ଭକ୍ତ୍ୟା ମାମଭିଜାନାତି ଯାବାନ୍ ଯଶ୍ଚାସ୍ମି ତତ୍ତ୍ଵତଃ । ବାସ୍ତବତା, ବାସ୍ତବରେ, ତୁମେ ଯଦି ବୁଝିବାକୁ ଚାହୁଁଛ ଭଗବାନ କ'ଣ, ତେବେ ତୁମକୁ ଏହି ଭକ୍ତି ପ୍ରକ୍ରିୟାକୁ ଗ୍ରହଣ କରିବାକୁ ହେବ, ଭକ୍ତି ଯୋଗ । ତାପରେ ତୁମେ ଅତିକ୍ରମ କରି ପାରିବ । ସେଥିପାଇଁ ଶ୍ରୀମଦ୍ ଭାଗବତରେ, ନାରଦ କୁହଁନ୍ତି ଯେ: ତ୍ୟକ୍ତ୍ଵା ସ୍ଵ ଧର୍ମମ୍ ଚରଣାମଭୁଜମ ହରେର (SB 1.5.17) । ଯଦି କେହି, ଏପରିକି ଭାବନାରେ ମଧ୍ୟ, ତାର ବୃତ୍ତିଗତ କର୍ତ୍ତବ୍ୟକୁ ତ୍ୟାଗ କରେ, ଗୁଣ ଅନୁସାରେ... ତାହାକୁ ସ୍ଵଧର୍ମ କୁହାଯାଏ...ସ୍ଵଧର୍ମ ଅର୍ଥାତ୍ ଜଣଙ୍କର ଗୁଣ ହିସାବରେ ଯେଉଁ କର୍ତ୍ତବ୍ୟ ସେ ପାଇଛି । ତାହାକୁ ସ୍ଵଧର୍ମ କୁହାଯାଏ । ବ୍ରାହଣ, କ୍ଷେତ୍ରିୟ, ବୈଶ୍ୟ, ଶୂଦ୍ର, ସେମାନଙ୍କୁ ବିଭକ୍ତ କରାଯାଇଛି ଗୁଣକର୍ମବିଭାଗଶଃ (BG 4.13), ଗୁଣ ଏବଂ କର୍ମ ଦ୍ଵାରା ।
ତେଣୁ ଏଠାରେ ଅର୍ଜୁନ କହିଛନ୍ତି ଯେ କାର୍ପଣ୍ୟଦୋଷୋପହତସ୍ଵଭାବଃ (BG 2.7) । "ମୁଁ ହେଉଛି କ୍ଷେତ୍ରିୟ ।" ସେ ବୁଝିପାରିଲେ ଯେ: "ମୁଁ ଭୁଲ କରୁଛି । ମୁଁ ଯୁଦ୍ଧ କରିବା ପାଇଁ ମନା କରୁଛି । ସେଥିପାଇଁ, ଏହା ହେଉଛି କାର୍ପଣ୍ୟ-ଦୋଷ, କୃପଣତା ।" କୃପଣତା ଅର୍ଥାତ୍ ମୋ ପାଖରେ ଖର୍ଚ୍ଚ କରିବା ପାଇଁ କିଛି ସାଧନ ଅଛି, କିନ୍ତୁ ଯଦି ମୁଁ ଏହା ଖର୍ଚ୍ଚ କରିବି ନାହିଁ ଏହାକୁ କୃପଣତା କୁହାଯାଏ, କୃପଣତା । ତେବେ କୃପଣତା, ଦୁଇଟି ଶ୍ରେଣୀର ଲୋକ ଅଛନ୍ତି, ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଏବଂ ଶୂଦ୍ର । ବ୍ରାହ୍ମଣ ଅର୍ଥାତ୍ ସେ କୃପଣ ନୁହେଁ । ତାକୁ ସୁଯୋଗ ମିଳିଛି, ଏହି ମନୁଷ୍ୟ ଜୀବନ ରୂପରେ ମାହାନ୍ ସମ୍ପତ୍ତି, ଅନେକ ଲକ୍ଷ ଡଲାର ମୂଲ୍ୟର, ଏହି ମନୁଷ୍ୟ...କିନ୍ତୁ ସେ ଏହାକୁ ଉପଯୁକ୍ତ ଭାବରେ ବ୍ୟବହାର କରୁନାହିଁ । କେବଳ ଏହାକୁ ଦେଖୁଛି: "ମୁଁ କେତେ ସୁନ୍ଦର ।" ବାସ୍ । କେବଳ ତୁମର ସୁନ୍ଦରତାକୁ ଖର୍ଚ୍ଚ କର କିମ୍ଵା ତୁମର ସମ୍ପତ୍ତିର ଉପଯୋଗ କର, ମନୁଷ୍ୟ... ସେ ହେଉଛି ବ୍ରାହ୍ମଣ, ଉଦାର ହେବା ।