OR/Prabhupada 0277 - କୃଷ୍ଣ ଚେତନା ଅର୍ଥାତ୍ ସମସ୍ତ ପ୍ରକାରର ଜ୍ଞାନ ରହିବା



Lecture on BG 7.2 -- San Francisco, September 11, 1968

ଜ୍ଞାନମ ତେ ଅହମ ସ ବିଜ୍ଞାନମ
ଇଦମ୍ ବକ୍ଶୟାମି ଅଶେଶତଃ
ଯଜ୍ ଜ୍ଞାତ୍ଵା ନେହ ଭୂୟୋଽନ୍ୟଜ୍
ଜ୍ଞାତବ୍ୟମବଶିଷ୍ୟତେ
(BG 7.2)

ଆମେ ଏହି ଶ୍ଳୋକ ଉପରେ ଆଲୋଚନା କରୁଛୁ, ଜ୍ଞାନ କ'ଣ । ଜ୍ଞାନ ଅର୍ଥାତ୍ କିପରି ଏହି ବ୍ରହ୍ମାଣ୍ଡ କାମ କରୁଛି, କାର୍ଯ୍ୟ ବଳ କ'ଣ, ଶକ୍ତି କ'ଣ । ଯେପରି ବୈଜ୍ଞାନିକମାନେ, ସେମାନେ ବିଭିନ୍ନ ଶକ୍ତି ଖୋଜୁଛନ୍ତି । ଯେପରି ଏହି ପୃଥିବୀ ଭାରହୀନତାରେ ଭାସୁଛି । ଏତେ ବଡ଼ ଭୌତିକ ଶରୀର, ଏତେ ସାରା ପର୍ବତ, ଏତେ ସାରା ସମୁଦ୍ର, ମାହାସାଗର, ଆକାଶଚୁମ୍ଵୀ କୋଠାଘର, ସହର, ନଗର, ଦେଶ - ଏହା ଏକ ତୁଳା ପରି ଭାସୁଛି, ତୁଳା, ବାୟୁରେ । ତେଣୁ ଯଦି ଜଣେ ବୁଝିପାରିବ କିପରି ଏହା ଭାସୁଛି, ତାହା ହେଉଛି ଜ୍ଞାନ ।

ତେଣୁ କୃଷ୍ଣ ଚେତନା ଅର୍ଥାତ୍ ସମସ୍ତ ପ୍ରକାରର ଜ୍ଞାନ ରହିବା । ଏହା ନୁହେଁ ଯେ ଆମେ କୃଷ୍ଣ ଚେତନାଶୀଳ ବ୍ୟକ୍ତି କିଛି ଭାବନା ଦ୍ଵାରା ବହିଯାଉଛୁ । ନା । ଆମର ତତ୍ତ୍ଵଜ୍ଞାନ, ବିଜ୍ଞାନ, ଧର୍ମଶାସ୍ତ୍ର, ନୀତିଶାସ୍ତ୍ର, ନୈତିକତା, ସବୁକିଛି ଅଛି - ସବୁକିଛି ଯାହା ମନୁଷ୍ୟ ଜୀବନରେ ଜାଣିବା ଆବଶ୍ୟକ । ତେଣୁ କୃଷ୍ଣ କୁହଁନ୍ତି ଯେ "ମୁଁ ଜ୍ଞାନ ସମ୍ଵନ୍ଧରେ ତୁମ ସହିତ ସବୁ କଥା ହେବି ।" ତେବେ ଏହା ହେଉଛି କୃଷ୍ଣ ଚେତନା । ଏକ କୃଷ୍ଣ ଚେତନାଶୀଳ...ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ମୂର୍ଖ ହେବା ଉଚିତ୍ ନୁହେଁ । ଯଦି ତାକୁ ବୁଝାଇବାକୁ ଦରକାର ପଡ଼େ କିପରି ଏହି ସାର୍ବଭୌମିକ ଗ୍ରହଗୁଡ଼ିକ ଭାସୁଛନ୍ତି, କିପରି ଏହି ମନୁଷ୍ୟ ଶରୀର ବୁଲୁଛି, କେତେ ପ୍ରଜାତିର ଜୀବନ, ସେମାନେ କିପରି ବିକସିତ ହେଉଛନ୍ତି... ଏଗୁଡ଼ିକ ହେଉଛି ବୈଜ୍ଞାନିକ ଜ୍ଞାନ । ପଦାର୍ଥବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରାସାୟନବିଜ୍ଞାନ, ଜ୍ୟୋତିଷବିଜ୍ଞାନ, ସବୁକିଛି । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଜ୍ ଜ୍ଞାତ୍ଵା, ଯଦି ତୁମେ ଏହି ଜ୍ଞାନ ବୁଝିପାର, କୃଷ୍ଣ ଚେତନା, ତେବେ ତୁମେ ଆଉ କିଛି ଜାଣିବା ଆବଶ୍ୟକ ନାହିଁ । ଏହାର ଅର୍ଥ ହେଉଛି ତୁମର ପୂର୍ଣ୍ଣ ଜ୍ଞାନ ଅଛି । ଆମେ ମାନେ ଜ୍ଞାନ ପଛରେ ଉତ୍କଣ୍ଠିତ, କିନ୍ତୁ ଯଦି ଆମେ କୃଷ୍ଣ ଚେତନାର ଜ୍ଞାନରେ ଅଛୁ, ଯଦି ଆମେ କୃଷ୍ଣଙ୍କୁ ଜାଣିଛୁ, ତେବେ ସମସ୍ତ ଜ୍ଞାନ ଅନ୍ତର୍ଗତ ଅଟେ ।

ତେଣୁ ତଚ ଶକ୍ତି ବିଶୟ ବିବିକ୍ତ ସ୍ଵରୂପ ବିଶ୍ୟକମ ଜ୍ଞାନମ । ତୁମକୁ ତୁମର ପ୍ରାକୃତିକ ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଥିବ, ଏହି ଭୌତିକ ଦୁନିଆ, ଆଧ୍ୟାତ୍ମିକ ଦୁନିଆ, ଭଗବାନ, ଆମର ପାରସ୍ପରିକ ସଂମ୍ଵନ୍ଧ, ସମୟ, ସ୍ଥାନ, ସବୁକିଛି । ଅନେକ ଜିନିଷ ଅଛି ଜାଣିବା ପାଇଁ, କିନ୍ତୁ ମୂଖ୍ୟ ଜିନିଷ ହେଉଛି ଯେ... ଭଗବାନ, ଜୀବ, ସମୟ, କାର୍ଯ୍ୟ, ଏବଂ ଏହି ଭୌତିକ ଶକ୍ତି । ଏହି ପାଞ୍ଚୋଟି ଜିନିଷ ଜାଣିବା ଉଚିତ୍ । ତୁମେ ମନା କରିପାରିବ ନାହିଁ ଯେ "ଭଗବାନ ନାହାଁନ୍ତି ।" ଭଗବାନ ହେଉଛନ୍ତି ନିୟନ୍ତ୍ରକ, ସର୍ବୋଚ୍ଚ ନିୟନ୍ତ୍ରକ । ତୁମେ କହିପାରିବ ନାହିଁ ଯେ ତୁମେ ନିୟନ୍ତ୍ରିତ ହେଉ ନାହଁ । ନିୟନ୍ତ୍ରକ ଅଛନ୍ତି । ଯେପରି ଏକ ରାଜ୍ୟରେ, ତୁମେ କହିପାରିବ ନାହିଁ ଯେ କୌଣସି ନିୟନ୍ତ୍ରକ ନାହାଁନ୍ତି । ନିୟନ୍ତ୍ରକ ଅଛନ୍ତି । ପ୍ରତ୍ୟେକ ରାସ୍ତାରେ, ପ୍ରତ୍ୟେକ ଘରେ, ନିୟନ୍ତ୍ରକ ଅଛନ୍ତି, ସରକାର ନିୟନ୍ତ୍ରଣ କରୁଛନ୍ତି । ମନେକର ଏହି ଦୋକାନ, ଏଠାରେ ମଧ୍ୟ ସରକାର ନିୟନ୍ତ୍ରଣ କରୁଛନ୍ତି । ତୁମେ ଏପରି ଦୋକାନ ନିର୍ମାଣ କରିବା ଉଚିତ୍, ତୁମେ ବଞ୍ଚିପାରିବ ନାହିଁ । ଯଦି ଏହା ଏକ ଆବାସୀକ ଘର ହୋଇଥାନ୍ତା, "ଅଗ୍ନି ବ୍ୟବସ୍ଥା ଏପରି ହେବା ଉଚିତ୍ ।" ନିୟନ୍ତ୍ରଣ ଅଛି । ଏପରିକି ତୁମେ ରାସ୍ତାରେ ଚାଲିଲେ, ତୁମେ ତୁମର ମୋଟର ଗାଡ଼ି ଚଲେଇଲେ, ନିୟନ୍ତ୍ରଣ ଅଛି: "ଡ଼ାହଣ ପଟେ ରୁହ ।" ତୁମେ ପାର କରିପାରିବ ନାହିଁ ଯେଉଁଠାରେ ଏହା ଲେଖା ହୋଇଛି "ରୁହ" । ତୁମକୁ ରହିବାକୁ ପଡ଼ିବ ।

ତେଣୁ ସବୁ ପ୍ରକାରରେ, ତୁମେ ନିୟନ୍ତ୍ରଣରେ ଅଛ । ତେଣୁ ଏକ ନିୟନ୍ତ୍ରକ ଅଛନ୍ତି । ଏବଂ ସର୍ବୋଚ୍ଚ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ । ଏକ ନିୟନ୍ତ୍ରକ ଉପରେ ଅନ୍ୟ ଏକ ନିୟନ୍ତ୍ରକ ଅଛନ୍ତି । ଯଦି ଆମେ ଖୋଜିବାକୁ ଯିବା ଅନ୍ତିମ ନିୟନ୍ତ୍ରକ କିଏ, ତେବେ ତୁମେ କୃଷ୍ଣଙ୍କୁ ପାଇବ । ସର୍ବ-କାରଣ-କାରଣମ (Bs 5.1) । ବ୍ରହ୍ମ ସଂହିତା ସ୍ଵୀକାର କରେ, ଈଶ୍ଵରଃ ପରମଃ, ସର୍ବୋଚ୍ଚ ନିୟନ୍ତ୍ରକ ହେଉଛନ୍ତି କୃଷ୍ଣ । ଈଶ୍ଵରଃ ପରମଃ କୃଷ୍ଣଃ (Bs 5.1) । ଈଶ୍ଵରଃ ଅର୍ଥାତ୍ ନିୟନ୍ତ୍ରକ । ତେଣୁ ଆମକୁ ଏହି ନିୟନ୍ତ୍ରକର ଜ୍ଞାନ ପ୍ରାପ୍ତ କରିବାକୁ ହେବ, ସେ କିପରି ନିୟନ୍ତ୍ରଣ କରୁଛନ୍ତି । (ପିଲା ପାଟି କରିଲା) ଏହା ଅଶାନ୍ତ କରୁଛି । ତେବେ ଜ୍ଞାନମ୍ ବିଜ୍ଞାନମ୍ ତେ ସହିତମ । କେବଳ ନିୟନ୍ତ୍ରକଙ୍କୁ ଜାଣିବା ନୁହେଁ, କିନ୍ତୁ ସେ କିପରି ନିୟନ୍ତ୍ରଣ କରୁଛନ୍ତି, କେତେ ଶକ୍ତି ନିୟନ୍ତ୍ରକଙ୍କର ଅଛି, ଏବଂ ସେ କିପରି ନିୟନ୍ତ୍ରଣ କରୁଛନ୍ତି - ତାହା ହେଉଛି ବିଜ୍ଞାନମ । ତେଣୁ ଜ୍ଞାନମ ବିଜ୍ଞାନମ ତେ ନତେ ତୁଭ୍ୟମ ପ୍ରପାନ୍ନ୍ୟା ଅଶେଶତଃ ।