OR/Prabhupada 0281 - ମନୁଷ୍ୟ ହେଉଛି ପଶୁ, କିନ୍ତୁ ବିବେକପୂର୍ଣ୍ଣ ପଶୁ
Lecture on BG 7.2 -- San Francisco, September 11, 1968
ଯଜ୍ ଜ୍ଞାତ୍ଵା ନେହ ଭୂୟୋଽନ୍ୟଜ୍ ଜ୍ଞାତବ୍ୟମବଶିଷ୍ୟତେ । ଭୂୟୋ ଅର୍ଥାତ୍ ଆଉ କିଛି ବୁଝିବା ଆବଶ୍ୟକତା ନାହିଁ । ସବୁକିଛି ସମ୍ପୂର୍ଣ୍ଣ ଭାବରେ ଜଣାହୁଏ । ତେବେ ପ୍ରଶ୍ନ କରାଯାଇ ପାରେ କାହିଁକି ଲୋକମାନେ କୃଷ୍ଣଙ୍କୁ ବୁଝିପାରୁ ନାହାଁନ୍ତି । ତାହା, ଅବଶ୍ୟ, ଏକ ପ୍ରାସଂଙ୍ଗିକ ପ୍ରଶ୍ନ, ଏବଂ ତାହା କୃଷ୍ଣଙ୍କ ଦ୍ଵାରା ପରବର୍ତ୍ତୀ ଶ୍ଳୋକରେ ଉତ୍ତର ଦିଆଯାଇଛି ।
- ମନୁଷ୍ୟାଣାଂ ସହସ୍ରେଷୁ
- କଶ୍ଚିଦ୍ ଯତତି ସିଦ୍ଧୟେ
- ଯତତାମପି ସିଦ୍ଧାନାଂ
- କଶ୍ଚିନ୍ମାଂ ବେତ୍ତି ତତ୍ତ୍ଵତଃ
- (BG 7.3)
ମନୁଷ୍ୟାଣାଂ ସହସ୍ରେଷୁ । ବିଭିନ୍ନ ପ୍ରକାରର ବ୍ୟକ୍ତି ଅଛନ୍ତି । ଯେପରି ଆମେ କେବଳ ଏହି ଗ୍ରହରେ ସମସ୍ତଙ୍କୁ ଜାଣିଛୁ, ଅନ୍ୟ ଗ୍ରହମାନଙ୍କର ତୁଳନାରେ, ଶହେ ଏବଂ ହଜାରେ ପ୍ରକାରର ମନୁଷ୍ୟ ଅଛନ୍ତି । ଏପରିକି ଆମେ ଏଠାରେ ବସିଛୁ, ଏତେ ସାରା ଭାଈ ଏବଂ ଭଉଣୀମାନେ, ବିଭିନ୍ନ ପ୍ରକାର ଅଛି । ଏବଂ ଯଦି ଆମେ ବାହାରକୁ ଯିବା, ବିଭିନ୍ନ ପ୍ରକାର ଅଛି । ଯଦି ତୁମେ ଅନ୍ୟ ଏକ ଦେଶକୁ ଯିବ - ଭାରତ, ଜାପାନ, ଚୀନ୍ - ତୁମେ ଭିନ୍ନ ପାଇବ । ସେଥିପାଇଁ କୁହାଯାଇଛି, ମନୁଷ୍ୟାଣାଂ ସହସ୍ରେଷୁ (BG 7.3), ଅନେକ, ଅନେକ ବିଭିନ୍ନ ପ୍ରକାରର ମନୁଷ୍ୟମାନଙ୍କ ମଧ୍ୟରୁ, କଶ୍ଚିଦ୍ ଯତତି ସିଦ୍ଧୟେ, କେବଳ କିଛି ବ୍ୟକ୍ତି ନିଶ୍ଚିତ କରନ୍ତି ଜୀବନର ତତ୍ତ୍ଵଜ୍ଞାନକୁ ବୁଝିବା ପାଇଁ । କାରଣ ମନୁଷ୍ୟ ହେଉଛି ବିବେକପୂର୍ଣ୍ଣ ପଶୁ । ମନୁଷ୍ୟ ହେଉଛି ବିବେକପୂର୍ଣ୍ଣ । ମନୁଷ୍ୟ ହେଉଛି ପଶୁ, କିନ୍ତୁ ବିବେକପୂର୍ଣ୍ଣ ପଶୁ । ମନୁଷ୍ୟ ପାଇଁ ବିଶେଷ ଉପହାର ହେଉଛି ଯେ ସେ ବିଚାର କରି ପାରିବ ଭଲ କ'ଣ ମନ୍ଦ କ'ଣ । ସେ ପଶୁମାନଙ୍କ ଅପେକ୍ଷା ଅଧିକ ଜ୍ଞାନ ପାଇଛି । ତେବେ ବର୍ତ୍ତମାନ ସମୟରେ ଶିକ୍ଷା ପ୍ରଣାଳୀ ଏତେ ଖରାପ ଯେ ଏହା ବ୍ୟବହାରିକ ଭାବରେ ହେଉଛି ପଶୁ ଶିକ୍ଷା । ପଶୁ ଶିକ୍ଷା ଅର୍ଥାତ୍ ଯେତେବେଳେ ଆମେ ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା ପ୍ରତି ଅଧିକ ରୁଚି ରଖୁ, ତାହା ହେଉଛି ପଶୁ ଶିକ୍ଷା । ଖାଇବା, ଶୋଇବା, ମୈଥୁନ ଏବଂ ଅତ୍ମାରକ୍ଷା, ଓ, ତୁମେ ପଶୁମାନଙ୍କ ଠାରେ ପାଇବ । କୌଣସି ଅନ୍ତର ନାହିଁ । ସେମାନେ ସେମାନଙ୍କ ନିଜର ଅତ୍ମରକ୍ଷାର ମାନଦଣ୍ଡ ପାଇଛନ୍ତି, ସେମାନେ ସେମାନଙ୍କ ନିଜର ଶୋଇବାର ମାନଦଣ୍ଡ ପାଇଛନ୍ତି, ସେମାନେ ସେମାନଙ୍କ ନିଜର ମୈଥୁନର ମାନଦଣ୍ଡ ପାଇଛନ୍ତି । ତୁମେ ତୁମର ସ୍ତ୍ରୀ ସହିତ ଏକ ଏକାନ୍ତ ସ୍ଥାନରେ ମୈଥୁନ କର, ଏକ ଭଲ ସ୍ଥାନରେ, ଏକ ସୁସଜ୍ଜିତ ସ୍ଥାନରେ, କିନ୍ତୁ ଏକ କୁକୁର ସଡ଼କରେ ସଂଭୋଗ କରେ, କିନ୍ତୁ ପରିଣାମ ହେଉଛି ସମାନ । ତେଣୁ ମୈଥୁନର ପ୍ରଣାଳୀ ଉନ୍ନତ କରିବା ସଭ୍ୟତାର ଉନ୍ନତି ନୁହେଁ । ତାହା ହେଉଛି ସଭ୍ୟ ପଶୁ ସଭ୍ୟତା, ବାସ୍ । ପଶୁ ମଧ୍ୟ, କୁକୁର ମଧ୍ୟ ଅନ୍ୟ କୁକୁରମାନଙ୍କ ଠାରୁ ଅତ୍ମରକ୍ଷା କରି ପାରନ୍ତି । ଏବଂ ଯଦି ତୁମେ ଭାବ ଯେ ତୁମେ ଆଣବିକ ଶକ୍ତି ଆବିଷ୍କାର କରିଛ ନିଜର ଆତ୍ମରକ୍ଷା କରିବା ପାଇଁ, ତାହା ମାନବ ସଭ୍ୟତାର ଉନ୍ନତି ନୁହେଁ । ଆତ୍ମରକ୍ଷାର ମାନଦଣ୍ଡ, ବାସ୍ । ସେହିପରି, ତୁମେ ବିଶ୍ଳେଷଣ କରି ଚାଲ । ମନୁଷ୍ୟର ବିଶ୍ଳେଷଣ ସଠିକ୍ ହେବ ଯେତେବେଳେ ସେ ନିଜର ବାସ୍ତବିକ ସ୍ଥିତି ଖୋଜିବ । "ମୁଁ କିଏ? ମୁଁ କିଏ? ମୁଁ ଏହି ଶରୀର କି? ମୁଁ କାହିଁକି ଏହି ଦୁନିଆକୁ ଆସିଲି? ଏହି ଜିଜ୍ଞାସା ଆବଶ୍ୟକ । ତାହା ହେଉଛି ମନୁଷ୍ୟର ବିଶେଷ ପରମାଧିକାର । ସେଥିପାଇଁ ଯଥାଶିଘ୍ର ଜଣେ ଅନୁସନ୍ଧାନ ଆରମ୍ଭ କରେ "ମୁଁ କିଏ?" ଏବଂ ଯଦି ସେ ଏହା ଖୋଜି ଚାଲେ, ତେବେ ସେ ଭଗବାନଙ୍କ ପାଖକୁ ଅସିଯିବ । କାରଣ ସେ ହେଉଛି ଭଗବାନଙ୍କର ଅଂଶ ବିଶେଷ । ସେ ହେଉଛି ଭଗବାନଙ୍କର ନମୁନା । ସେଥିପାଇଁ ମନୁଷ୍ୟାଣାଂ ସହସ୍ରେଷୁ (BG 7.3) । ଅନେକ, ଅନେକ ହଜାର ପ୍ରକାରର ମନୁଷ୍ୟମାନଙ୍କ ମଧ୍ୟରୁ, ଜଣେ, କିମ୍ଵା କିଛି ବ୍ୟକ୍ତି ଧର, ଭଗବାନଙ୍କୁ ଜାଣିବା ପାଇଁ ରୁଚି ରଖି ପାରନ୍ତି । କେବଳ ବର୍ତ୍ତମାନ ନୁହେଁ...ଭଗବାନଙ୍କୁ ଜାଣିବା ପାଇଁ ନୁହେଁ, କେବଳ ନିଜକୁ ଜାଣିବା ପାଇଁ । ଏବଂ ଯଦି ସେ ବାସ୍ତବରେ ନିଜକୁ ଜାଣିବାକୁ ଚାହେଁ, ତେବେ ସେ ଧିରେ ଧିରେ ଭଗବାନଙ୍କ ପାଖକୁ ଆସିଯିବ ।