OR/Prabhupada 0287 - ତୁମର ସ୍ମୃତିକୁ ପୁନଃଜାଗୃତ କର, କୃଷ୍ଣଙ୍କ ପ୍ରତି ତୁମର ଭଲ ପାଇବା



Lecture -- Seattle, September 30, 1968

ପ୍ରଭୁପାଦ: କୌଣସି ପ୍ରଶ୍ନ?

ମଧୁଦ୍ଵିଶ: ପ୍ରଭୁପାଦ? ଆମେ ଶ୍ରୀମଦ୍ ଭାଗବତ ପଢ଼ିବା ଠିକ୍ ହେବ କି ଆପଣଙ୍କର ଭଗବଦ୍ ଗୀତା ପ୍ରାପ୍ତ କରିଲା ପରେ, ଯେତେବେଳେ ତାହା ପ୍ରକାଶିତ ହୋଇ ଆସିବ? କିମ୍ଵା ଆମେ ଆମର ସମୟ ସମ୍ପୂର୍ଣ୍ଣ ଭାବରେ ଭଗବଦ୍ ଗୀତା ମୌଳିକ ରୂପରେ ପଢ଼ିବା ପାଇଁ ଦେବା ଉଚିତ୍, ଏବଂ ତାପରେ ଆମେ..., ଏବଂ ସେଠାରୁ ଉନ୍ନତି କରିବୁ, କିମ୍ଵା ଆମେ ଆମର ଭଗବଦ୍ ଗୀତାର ଅଧ୍ୟୟନ ଜାରି ରଖିବା ଉଚିତ୍?

ପ୍ରଭୁପାଦ: ନା । ତୁମେ ଭଗବଦ୍ ଗୀତା ମୌଳିକ ରୂପରେ ପଢ଼ିବା ଉଚିତ୍ । ଏହା କେବଳ ଏକ ପ୍ରାଥମିକ ବିଭାଗ । ଆଧ୍ୟାତ୍ମିକ ମଞ୍ଚରେ, ସବୁକିଛି ପୂର୍ଣ୍ଣ ଅଟେ । ଯଦି ତୁମେ ଭଗବଦ୍ ଗୀତା ପଢ଼ିବ, ତୁମେ ସମାନ ପ୍ରସ୍ତାବ ପାଇବ ଯେପରି ଶ୍ରୀମଦ୍ ଭାଗବତରେ ଅଛି । ଏହା ନୁହେଁ ଯେ ଯେହେତୁ ତୁମେ ଶ୍ରୀମଦ୍ ଭାଗବତର ଅଧ୍ୟୟନ କରୁଛ ତୁମକୁ ଭଗବଦ୍ ଗୀତାର ଅଧ୍ୟୟନ କରିବାର ଆବଶ୍ୟକତା ନାହିଁ । ଏହା ସେପରି ନୁହେଁ । ତୁମେ ଏହି ସାହିତ୍ୟଗୁଡିକୁ ପଢ଼ ଏବଂ ହରେ କୃଷ୍ଣ ଜପ କର, ନିୟମ ଏବଂ କାନୁନର ପାଳନ କର ଏବଂ ଖୁସୀରେ ରୁହ । ଆମର କାର୍ଯ୍ୟକ୍ରମ ହେଉଛି ବହୁତ ଖୁସୀ ଭରା କାର୍ଯ୍ୟକ୍ରମ । ଆମେ ଜପ କରୁ, ଆମେ ନୃତ୍ୟ କରୁ, ଆମେ କୃଷ୍ଣ ପ୍ରସାଦ ଖାଉ, ଆମେ କୃଷ୍ଣଙ୍କର ସୁନ୍ଦର ଛବି ଆଙ୍କୁ ଏବଂ ସେମାନଙ୍କୁ ଭଲଭାବରେ ସୁସଜ୍ଜିତ ହୋଇଥିବାର ଦେଖୁ, ଏବଂ ଆମେ ତତ୍ଵଜ୍ଞାନ ପଢ଼ୁ । ତେବେ ତୁମେ ଆଉ ଅଧିକ କ'ଣ ଚାହୁଁଛ । (ହସ)

ଜାହ୍ନବା: କିପରି ଏବଂ କାହିଁକି ଆମେ ପ୍ରାରମ୍ଭରୁ କୃଷ୍ଣଙ୍କ ପ୍ରତି ଆମର ଶୁଦ୍ଧ ପ୍ରେମର ଅଭିଜ୍ଞତାକୁ ହରେଇ ବସୁ?

ପ୍ରଭୁପାଦ: ହମ?

ତମାଳ କୃଷ୍ଣ: କିପରି ଏବଂ କାହିଁକି...କିପରି ଏବଂ କାହିଁକି ଆମେ କୃଷ୍ଣଙ୍କ ପ୍ରତି ଆମର ପ୍ରେମ ଭାବକୁ ପ୍ରାରମ୍ଭରେ ହରେଇ ବସୁ?

ଜାହ୍ନବା: ନା, ପ୍ରେମ ନୁହେଁ । କେବଳ ପ୍ରେମର ଅଭିଜ୍ଞତା, କୃଷ୍ଣଙ୍କ ପ୍ରତି ଆମର ଶୁଦ୍ଧ ପ୍ରେମର ।

ପ୍ରଭୁପାଦ: ଅଭିଜ୍ଞତା ଅଛି । ତୁମେ ଜଣକୁ ଭଲ ପାଅ । କିନ୍ତୁ ତୁମେ କୃଷ୍ଣଙ୍କୁ ଭଲ ପାଇବା ପାଇଁ ହୋଇଛ, ତାହା ତୁମେ ଭୁଲିଯାଇଛ । ତେବେ ଭୁଲିଯିବା ମଧ୍ୟ ଆମର ପ୍ରକୃତି । ବେଳେ ବେଳେ ଆମେ ଭୁଲିଯାଉ । ଏବଂ ବିଶେଷକରି କାରଣ ଆମେ ଅତି ଛୋଟ, କ୍ଷୁଦ୍ର, ସେଥିପାଇଁ ଏପରିକି ମୁଁ ଠିକ ଭାବରେ ମନେ ରଖିପାରେ ନାହିଁ ଗତ କାଲି ରାତିରେ ଏହି ସମୟରେ ମୁଁ କ'ଣ କରୁଥିଲି । ତେଣୁ ଭୁଲିଯିବା ଆମ ପାଇଁ ଅସ୍ଵାଭାବିକ ନୁହେଁ । ଏବଂ ପୁନଃ, ଯଦି କେହି ଅାମର ସ୍ମୃତିକୁ ପୁନଃଜାଗୃତ କରେ, ତାହା ସ୍ଵୀକାର କରିବା ପାଇଁ, ତାହା ମଧ୍ୟ ଅସ୍ଵାଭାବୁକ ନୁହେଁ । ତେଣୁ ଆମର ଭଲ ପାଇବାର ଉଦ୍ଦେଶ୍ୟ ହେଉଛନ୍ତି କୃଷ୍ଣ । ଯେକୌଣସି ଭାବରେ, ଆମେ ତାଙ୍କୁ ଭୁଲି ଯାଇଛୁ । ଆମେ ଭୁଲି ଯାଇଥିବା ଇତିହାସ ଖୋଜୁ ନାହୁଁ । ତାହା ହେଉଛି ବୃଥା ପରିଶ୍ରମ । କିନ୍ତୁ ଆମେ ଭୁଲି ଯାଇଛୁ, ତାହା ହେଉଛି ତଥ୍ୟ । ବର୍ତ୍ତମାନ ଏହାକୁ ପୁନଃଜାଗୃତ କର । ଏଠାରେ ଅନୁସ୍ମାରକ ଅଛି । ତେଣୁ ସୁଯୋଗ ନିଅ । ଇତିହାସ, କାହିଁକି ତୁମେ ଭୁଲି ଯାଇଛ, ଚେଷ୍ଟା କର ନାହିଁ, ଏବଂ ମୋର ଭୁଲିବାର ଦିନ କ'ଣ ଥିଲା । ଏପରିକି ଯଦି ତୁମେ ଜାଣିଛ, ତାର ଲାଭ କ'ଣ? ତୁମେ ଭୁଲି ଯାଇଛ । ସ୍ଵୀକାର କର । ଯେପରିକି ତୁମେ ଏକ ଚିକିତ୍ସକ ପାଖକୁ ଯାଅ, ସେ କଦାପି ପଚାରିବେ ନାହିଁ ତୁମକୁ ଏହି ରୋଗ କିପରି ହେଲା, ଏହି ରୋଗର ଇତିହାସ କ'ଣ, କେଉଁ ତାରିଖରେ, କେଉଁ ସମୟରେ ତୁମେ ସଂକ୍ରମିତ ହେଲ । ନା । ସେ କେବଳ ତୁମର ନାଡ଼ୀ ସ୍ପନ୍ଦନ ଅନୁଭବ କରନ୍ତି ଏବଂ ଦେଖନ୍ତି ଯେ ତୁମକୁ ଏକ ରୋଗ ହୋଇଛି ଏବଂ ତୁମକୁ ଔଷଧ ଦିଅନ୍ତି: "ହଁ, ତୁମେ ଏହା ନିଅ ।" ସେହିପରି, ଆମେମାନେ ପୀଡ଼ିତ । ତାହା ଏକ ତଥ୍ୟ । କେହି ମନା କରି ପାରିବେ ନହିଁ । କାହିଁକି ତୁମେ ପୀଡ଼ିତ? କୃଷ୍ଣଙ୍କୁ ଭୁଲିଯାଇ । ବାସ୍ । ବର୍ତ୍ତମାନ ତୁମେ କୃଷ୍ଣଙ୍କ ବିଷୟରେ ତୁମର ସ୍ମୃତି ପୁନଃଜାଗୃତ କର, ତୁମେ ଖୁସୀ ହେବ । ବାସ୍ । ଅତି ସରଳ କଥା । ବର୍ତ୍ତମାନ ତୁମେ ଭୁଲିଯାଇଥିବା ଇତିହାସକୁ ଖୋଜିବା ପାଇଁ ଚେଷ୍ଟା କର ନାହିଁ । ତୁମେ ଭୁଲି ଯାଇଛ, ତାହା ଏକ ତଥ୍ୟ, କାରଣ ତୁମେ ପୀଡ଼ିତ ହେଉଛ । ବର୍ତ୍ତମାନ ଏଠାରେ ଏକ ସୁଯୋଗ ଅଛି, କୃଷ୍ଣ ଚେତନା ଆନ୍ଦୋଳନ । ତୁମର ସ୍ମୃତିକୁ ପୁନଃଜାଗୃତ କର । ସହଜ କଥା । ହରେ କୃଷ୍ଣ ଜପ କର, ନୃତ୍ୟ କର, ଏବଂ କୃଷ୍ଣ ପ୍ରସାଦ ଗ୍ରହଣ କର । ଏବଂ ତୁମେ ଯଦି ଶିକ୍ଷିତ ନୁହଁ, ତୁମେ ଅଶିକ୍ଷିତ, ଶୁଣ । ଯେପରି ତୁମେ ପ୍ରାକୃତିକ ଉପହାର, କାନ ପାଇଛ । ତୁମକୁ ପ୍ରାକୃତିକ ଜିଭ ମିଳିଛି । ତେବେ ତୁମେ ହରେ କୃଷ୍ଣ ଜପ କର ଏବଂ ତୁମେ ଶ୍ରୀମଦ୍ ଭାଗବତ କିମ୍ଵା ଭଗବଦ୍ ଗୀତା ଯେଉଁ ବ୍ୟକ୍ତିଙ୍କ ପାଖରେ ଜ୍ଞାନ ଅଛି ତାଙ୍କ ଠାରୁ ଶୁଣି ପାରିବ । ତେବେ କୌଣସି ବାଧା ବିଘ୍ନ ନାହିଁ । ବାଧା ବିଘ୍ନ ନାହିଁ । ଏହା କୌଣସି ପୂର୍ବ ଯୋଗ୍ୟତା ଆବଶ୍ୟକ କରେ ନାହିଁ । କେବଳ ତୁମ ପାଖରେ ଯାହା ସମ୍ପତ୍ତି ଅଛି ତାର ଉପଯୋଗ କରିବାକୁ ହେବ । ବାସ୍ । ତୁମକୁ ରାଜି ହେବାକୁ ପଡ଼ିବ । ତାହା ଆବଶ୍ୟକ । "ହଁ, ମୁଁ କୃଷ୍ଣ ଚେତନା ଗ୍ରହଣ କରିବି ।" ତାହା ତୁମ ଉପରେ ନିର୍ଭର କରେ କାରଣ ତୁମେ ସ୍ଵତନ୍ତ୍ର । ଯଦି ତୁମେ ରାଜି ହେବ ନାହିଁ, "ନା । ମୁଁ କାହିଁକି କୃଷ୍ଣ ଚେତନା ଗ୍ରହଣ କରିବି?" କେହି ତୁମକୁ ଦେଇ ପାରିବେ ନାହିଁ । କିନ୍ତୁ ତୁମେ ଯଦି ରାଜି ହେବ, ଏହା ଏଠାରେ ଅଛି, ଅତି ସରଳ । ଗ୍ରହଣ କର ।