OR/Prabhupada 0297 - ଜଣେ ଯିଏ ପରମ ସତ୍ୟକୁ ବୁଝିବା ପାଇଁ ଜିଜ୍ଞାସୁ - ସେ ଏକ ଆଧ୍ୟାତ୍ମିକ ଗୁରୁ ଆବଶ୍ୟକ କରେ



Lecture -- Seattle, October 4, 1968

ଆମ ପ୍ରକ୍ରିୟାରେ, ଆଦୌ ଗୁରୁବାଶ୍ର୍ୟମ ସଦ୍-ଧର୍ମ ପ୍ରଚ୍ଛାତ୍ । ଜଣକୁ ଏକ ଯଥାର୍ଥ ଆଧ୍ୟାତ୍ମିକ ଗୁରୁ ଗ୍ରହଣ କରିବାକୁ ହେବ ଏବଂ ସେ ତାଙ୍କ ଠାରୁ ଅନୁସନ୍ଧାନ କରିବା କଥା, ସଦ୍-ଧର୍ମ ପ୍ରଚ୍ଛାତ୍ । ସେହିପରି, ଶ୍ରୀମଦ୍ ଭାଗବତ ମଧ୍ୟ କୁହଁନ୍ତି ଯେ ଜିଜ୍ଞାସୁଃ ଶ୍ରେୟ ଉତ୍ତମମ । "ଜଣେ ଯିଏ ପରମ ସତ୍ୟକୁ ବୁଝିବା ପାଇଁ ଜିଜ୍ଞାସୁ, ସେ ଏକ ଆଧ୍ୟାତ୍ମିକ ଗୁରୁ ଆବଶ୍ୟକ କରେ ।" ତସ୍ମାଦ୍ ଗୁରୁମ ପ୍ରପାଦ୍ୟତ ଜିଜ୍ଞାସୁଃ ଶ୍ରେୟ ଉତ୍ତମମ (SB 11.3.21) । ଜିଜ୍ଞାସୁ ଅର୍ଥାତ୍ ଜିଜ୍ଞାସୁ, ଜଣେ ଯିଏ ଅନୁସନ୍ଧାନ କରେ । ଅନୁସନ୍ଧାନ କରିବା ସ୍ଵାଭାବିକ । ଯେପରି ଏକ ଶିଶୁ: ତାର ଜୀବନର ବିକାସ ସହିତ ସେ ପିତା ମାତାଙ୍କ ଠାରୁ ଅନୁସନ୍ଧାନ କରେ, "ପିତା, ଏହା କ'ଣ? ମାତା, ଏହା କ'ଣ? ଏହା କ'ଣ? ଏହା କ'ଣ? ଏହା ଭଲ । ଏକ ବାଳକ, ଶିଶୁ, ଯିଏ ଅନୁସନ୍ଧାନ କରେ, ତାର ଅର୍ଥ ହେଉଛି ସେ ଭାରି ବୁଦ୍ଧିମାନ ବାଳକ । ତେଣୁ ଆମେ ବୁଦ୍ଧିମାନ ହେବା ଉଚିତ୍ ଏବଂ ଅନୁସନ୍ଧାନ କରିବା ଉଚିତ୍, ଜିଜ୍ଞାସା । ବ୍ରହ୍ମ-ଜିଜ୍ଞାସା । ଏହି ଜୀବନ ହେଉଛି ବ୍ରହ୍ମ-ଜିଜ୍ଞାସା ପାଇଁ, ବୁଝିବା ପାଇଁ, ଭଗବାନଙ୍କ ବିଷୟରେ ଅନୁସନ୍ଧାନ କରିବା ପାଇଁ । ତେବେ ଏକ ଜୀବନ ସଫଳ ହେବ । ଅଥାତୋ ବ୍ରହ୍ମ ଜିଜ୍ଞାସା । ଏବଂ ଅନୁସନ୍ଧାନ କରି ସାରିବା ପରେ, ଅନୁସନ୍ଧାନ, ଅନୁସନ୍ଧାନ, ବୁଝିବା, ବୁଝିବା, ବୁଝିବା, ତାପରେ ଶେଷ ସ୍ତର କ'ଣ? ତାହା ଭଗବଦ୍ ଗୀତାରେ କୁହାଯାଇଛି: ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ (BG 7.19) । ଅନେକ, ଅନେକ ଜନ୍ମ ଅନୁସନ୍ଧାନ କରିସାରିବା ପରେ, ଯେତେବେଳେ ଜଣେ ବାସ୍ତବରେ ବୁଦ୍ଧିମାନ ବ୍ୟକ୍ତି ହୋଇଯାଏ, ଜ୍ଞାନୀ, ତାପରେ କ'ଣ ହୁଏ? ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ: "ସେ ମୋତେ ଆତ୍ମସମର୍ପଣ କରେ," କୃଷ୍ଣ କୁହଁନ୍ତି । କାହିଁକି? ବାସୁଦେବଃ ସର୍ବମିତି । ସେ ବୁଝିପାରେ ଯେ ବାସୁଦେବ, କୃଷ୍ଣ, ହେଉଛନ୍ତି ସମସ୍ତ କାରଣର କାରଣ । ସ ମାହାତ୍ମା ସୁଦୁର୍ଲଭଃ । କିନ୍ତୁ ସେହିପରି ମାହାନ ଆତ୍ମା ଅତି ଦୁର୍ଲଭ, ଏହା ବୁଝିବା ପାଇଁ । ସେଥିପାଇଁ ଚୈତନ୍ୟ ଚରିତ୍ରାମୃତ କୁହେ, ସେଇ ବଡ଼ୋ ଚତୁର: ସେ ଭାରି ଚତୁର ।

ତେଣୁ ଏଗୁଡ଼ିକ ହେଉଛି ବୁଦ୍ଧିମାନ ବ୍ୟକ୍ତିର ପରିଭାଷା । ତେଣୁ ଯଦି ଆମେ ବୁଦ୍ଧିମାନ ହେବାକୁ ଚାହୁଁଛୁ, ଆମେ କିପରି ବୁଦ୍ଧିମାନ ହେବ ତାର ପ୍ରକ୍ରିୟା ଗ୍ରହଣ କରିପାରିବା । କିନ୍ତୁ ଅନ୍ୟପକ୍ଷରେ, ଯଦି ଆମେ ବାସ୍ତବରେ ବୁଦ୍ଧିମାନ, କାହିଁକି ଆମେ ତୂରନ୍ତ କୃଷ୍ଣ ଚେତନା ଗ୍ରହଣ କରୁ ନାହୁଁ ଏବଂ ବୁଦ୍ଧିମାନ ହେଉ ନାହୁଁ? ବିନା, ପ୍ରକ୍ରିୟାକୁ ଗ୍ରହଣ କରିବା ବିନା, ତୁମେ ନିଅ... ଏହା ତୁମକୁ ସବୁଠାରୁ ଉଦାର ଅବତାର, ଭଗବାନ ଚୈତନ୍ୟଙ୍କ ଦ୍ଵାରା ପ୍ରଦାନ କରାଯାଇଛି । ସେ ତୁମକୁ ପ୍ରଦାନ କରୁଛନ୍ତି, କୃଷ୍ଣ ପ୍ରେମ ପ୍ରଦାୟତେ (CC Madhya 19.53) । ସେ ତୁମକୁ କୃଷ୍ଣ ପ୍ରେମ ଦେଉଛନ୍ତି । ରୂପ ଗୋସ୍ଵାମୀ ଭଗବାନ ଚୈତନ୍ୟଙ୍କୁ ଦଣ୍ଡବତ ପ୍ରଣାମ କରୁଛନ୍ତି, ନମୋ ମହା ବଦନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ: "ହେ ମୋର ପ୍ରିୟ ଭଗବାନ ଚୈତନ୍ୟ, ଆପଣ ଅତି ଦାନଶୀଳ, ସବୁ ଅବତାର ଠାରୁ ଉଦାର । କାହିଁକି? କାରନ ଆପଣ ପ୍ରତ୍ୟକ୍ଷ ଭାବରେ କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି । କୃଷ୍ଣଙ୍କର ପ୍ରେମ ଯାହା ଅନେକ, ଅନେକ ଜନ୍ମ ପରେ ମଧ୍ୟ ପ୍ରାପ୍ତ କରାଯାଇ ପାରିବ ନାହିଁ, ଆପଣ ଶସ୍ତାରେ ବିତରଣ କରୁଛନ୍ତି, 'ଏହାକୁ ତୂରନ୍ତ ନିଅ ।' ନମୋ ମାହା-ବଦନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ । ସେମାନେ ବୁଝିପାରବେ ଯେ "ଆପଣ ହେଉଛନ୍ତି କୃଷ୍ଣ"; ଅନ୍ୟଥା କୃଷ୍ଣ ପ୍ରେମ ପ୍ରଦାନ କରିବା ଅନ୍ୟ କାହା ଦ୍ଵାରା ସମ୍ଭବ ନୁହେଁ, କୃଷ୍ଣଙ୍କର ପ୍ରେମ, ଏତେ ଶସ୍ତା । "ଆପଣ ହେଉଛନ୍ତି କୃଷ୍ଣ, ଆପଣଙ୍କର ସେହି ଶକ୍ତି ଅଛି ।" ଏବଂ ବାସ୍ତବରେ ସେ ହେଉଛନ୍ତି ତାହା । କୃଷ୍ଣ ପ୍ରେମ ଦେବାରେ କୃଷ୍ଣ ବିଫଳ ହୋଇଥିଲେ, ଯେତେବେଳେ ସେ ଭଗବଦ୍ ଗୀତାର ଶିକ୍ଷା ଦେବାକୁ ସ୍ଵୟଂ ଆସିଥିଲେ । ସେ ସରଳତାର ସହ କହିଥିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । କିନ୍ତୁ ଲୋକେ ତାଙ୍କୁ ଭୁଲ ବୁଝିଥିଲେ । ସେଥିପାଇଁ କୃଷ୍ଣ ଭକ୍ତ ରୂପରେ ଆସିଥିଲେ ଏବଂ ସାଧାରଣ ଲୋକମାନଙ୍କୁ କୃଷ୍ଣ ପ୍ରେମ ପ୍ରଦାନ କରିଥିଲେ । ତେଣୁ ସମସ୍ତଙ୍କୁ ଆମର ଅନୁରୋଧ ଯେ ତୁମେ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ଗ୍ରହଣ କର, ଏବଂ ତୁମେ ଅନୁଭବ କରିପାରିବ ଯେ "ମୋତେ ଆଉ, ଆଉ କିଛି ଦରକାର ନାହିଁ । ମୁଁ ସନ୍ତୁଷ୍ଟ, ସମ୍ପୂର୍ଣ୍ଣ ଭାବରେ ସନ୍ତୁଷ୍ଟ ।"

ବହୁତ ବହୁତ ଧନ୍ୟବାଦ ।