OR/Prabhupada 0299 - ଏକ ସନ୍ୟାସୀ ତାର ସ୍ତ୍ରୀ ସହିତ ସାକ୍ଷାତ କରି ପାରିବ ନାହିଁ



Lecture -- Seattle, October 4, 1968

ତମାଳ କୃଷ୍ଣ: ପ୍ରଭୁପାଦ, ଭଗବାନ ଚୈତନ୍ୟ ସନ୍ୟାସ ଗ୍ରହଣ କରିଲା ପରେ, ଭଗବାନ ଚୈତନ୍ୟଙ୍କ ଶିକ୍ଷାରେ ଏହା କୁହାଯାଇଛି ସେ ତାଙ୍କର ମାତା ସହିତ ସାକ୍ଷାତ କରିଥିଲେ । ମୁଁ ସର୍ବଦା ଭାବେ ଯେ ଏକ ସନ୍ୟାସୀ ତାହା କରି ପାରିବ ନାହିଁ ।

ପ୍ରଭୁପାଦ: ନା, ଏକ ସନ୍ୟାସୀ ତାର ସ୍ତ୍ରୀ ସହିତ ସାକ୍ଷାତ କରି ପାରିବ ନାହିଁ । ଏକ ସନ୍ୟାସୀ ଘରକୁ ଯିବା ନିଷିଦ୍ଧ, ଏବଂ କଦାପି ସ୍ତ୍ରୀ ସହିତ ସାକ୍ଷାତ କରେ ନାହିଁ, କିନ୍ତୁ ସେ ସାକ୍ଷାତ କରି ପାରିବ, ଯଦି ଅନ୍ୟ...କିନ୍ତୁ ତାହା... ଚୈତନ୍ୟ ମହାପ୍ରଭୁ ତାଙ୍କ ଘରକୁ ଯାଇ ନ ଥିଲେ । ଏହା ବ୍ୟବସ୍ଥା ଦ୍ଵାରା ହୋଇ ଥିଲା । ଅଦ୍ଵୈତ ପ୍ରଭୁ ତାଙ୍କ ମାତାଙ୍କୁ ଚୈତନ୍ୟଙ୍କ ସହିତ ଦେଖା କରିବା ପାଇଁ ଆଣିଥିଲେ । ଚୈତନ୍ୟ ମହାପ୍ରଭୁ, ସନ୍ୟାସ ଗ୍ରହଣ କରିବା ପରେ ସେ କୃଷ୍ଣଙ୍କ ପଛରେ ପାଗଳ ପରି ହୋଇ ଯାଇଥିଲେ । ସେ ଗଙ୍ଗା ତଟକୁ ଯାଉଥିଲେ ଏହା ଭୁଲି ଯେ ଏହା ହେଉଛି ଗଙ୍ଗା । ସେ ଭାବୁଥିଲେ ଯେ "ଏହା ହେଉଛି ଯମୁନା । ମୁଁ ବୃନ୍ଦାବନକୁ ଯାଉଛି, ଅନୁସରଣ କରି..." ତେଣୁ ନିତ୍ୟାନନ୍ଦ ପ୍ରଭୁ ଏକ ବ୍ୟକ୍ତିକୁ ପଠେଇଲେ, ଯେ "ମୁଁ ଚୈତନ୍ୟଙ୍କୁ ଅନୁସରଣ କରୁଛି । ଦୟାକରି ଅଦ୍ଵୈତଙ୍କୁ ସୂଚନା ଦିଅ ଯେ ଏକ ନୌକା ଘାଟକୁ ଆଣିବେ ତେବେ ତାହା ସେ ତାଙ୍କୁ ଘରକୁ ନେବା ପାଇଁ ସକ୍ଷମ ହୋଇଥିଲେ ।" ତେବେ ଚୈତନ୍ୟ ମହାପ୍ରଭୁ ପରମାନନ୍ଦରେ ଥିଲେ । ତାପରେ ସେ ଆକସ୍ମିକ ଭାବରେ ଦେଖିଲେ ଯେ ଅଦ୍ଵୈତ ଏକ ନୌକା ସହିତ ଅପେକ୍ଷା କରିଛନ୍ତି । ତେଣୁ ସେ ତାଙ୍କୁ ପଚାରିଲେ, "ଅଦ୍ଵୈତ, ତୁମେ କାହିଁକି ଏଠାରେ ଅଛ? ଏଠାରେ, ଏହା ହେଉଛି ଯମୁନା ।" ଅଦ୍ଵୈତ, "ହଁ, ମୋର ପ୍ରିୟ ପ୍ରଭୁ, ଆପଣ ଯେଉଁଠାରେ, ଯମୁନା ସେଠାରେ । ତେଣୁ ଆପଣ ମୋ ସହିତ ଆସନ୍ତୁ ।" ତେବେ ସେ ଗଲେ, ଏବଂ ଯେତେବେଳେ ସେ ଗଲେ...ସେ ଅଦ୍ଵୈତଙ୍କର ଘରକୁ ଗଲେ । ତାପରେ ସେ ଦେଖିଲେ, "ତୁମେ ମୋତେ ପଥ ଭ୍ରଷ୍ଟ କରିଛ । ତୁମେ ମୋତେ ତୁମ ଘରକୁ ଆଣିଛ । ଏହା ବୃନ୍ଦାବନ ନୁହେଁ । ତାହା କିପରି?" "ଠିକ ଅଛି, ମହାଶୟ, ଆପଣ ଭୁଲରେ ଆସିଛନ୍ତି, ତେଣୁ...," (ହସ) "ଦୟାକରି ଏଠାରେ ରୁହଁନ୍ତୁ ।" ତେବେ ସେ ତୂରନ୍ତ ଏକ ବ୍ୟକ୍ତିକୁ ତାଙ୍କ ମାତା ପାଖକୁ ପଠେଇଲେ । କାରଣ ସେ ଜାଣିଥିଲେ ଚୈତନ୍ୟ ମାହାପ୍ରଭୁ ସନ୍ୟାସ ଗ୍ରହଣ କରିଛନ୍ତି; ସେ କଦାପି ଘରକୁ ଆସିବେ ନାହିଁ । ତେବେ ତାଙ୍କର ମାତା ପୁତ୍ର ପଛରେ ପାଗଳ । ସେ ହେଉଛନ୍ତି ଏକମାତ୍ର ପୁତ୍ର । ତେବେ ସେ ତାଙ୍କର ମାତାକୁ ଏକ ସୁଯୋଗ ଦେଲେ ତାଙ୍କୁ ଶେଷ ଥର ଦେଖିବା ପାଇଁ । ତାହା ଅଦ୍ଵୈତଙ୍କ ଦ୍ଵାରା ବ୍ୟବସ୍ଥା କରାଯାଇ ଥିଲା । ତେବେ ଯେତେବେଳେ ମାତା ଆସିଲେ, ଚୈତନ୍ୟ ମହାପ୍ରଭୁ ତୂରନ୍ତ ତାଙ୍କ ମାତାଙ୍କର ଚରଣରେ ପଡି ଗଲେ । ସେ ଏକ ଯୁବକ ଥିଲେ, ଚବିଶ ବର୍ଷ ବୟସ୍କ, ଏବଂ ମାତା, ଯେତେବେଳେ ସେ ଦେଖିଲେ ତାଙ୍କର ପୁତ୍ର ସନ୍ୟାସ ଗ୍ରହଣ କରିଛି, ଘରେ ବୋହୂ ଅଛି, ସ୍ଵାଭାବିକ ଭାବରେ ମହିଳାମାନେ, ସେ ବହୁତ ପ୍ରଭାବିତ ହେଲେ, କାନ୍ଦିବାକୁ ଅାରମ୍ଭ କରିଲେ । ତେବେ ଚୈତନ୍ୟ ମହାପ୍ରଭୁ ଅତି ଭଲ ଶଦ୍ଦ ସହିତ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ । ସେ କହିଲେ, "ମୋର ପ୍ରିୟ ମାତା, ଏହି ଶରୀର ତୁମେ ଦେଇଛ, ତେଣୁ ମୁଁ ମୋର ଶରୀର ତୁମର ସେବାରେ ନିଯୁକ୍ତ କରିବା ଉଚିତ୍ । କିନ୍ତୁ ମୁଁ ହେଉଛି ତୁମର ମୂର୍ଖ ପୁତ୍ର । ମୁଁ କିଛି ଭୁଲ କରିଛି । ଦୟାକରି ମୋତେ କ୍ଷମା କରନ୍ତୁ ।" ତେବେ ସେହି ଦୃଶ୍ୟ ଅତ୍ୟନ୍ତ ଦୟନୀୟ - ମାତା ଠାରୁ ବିଚ୍ଛେଦ...(ଅସ୍ପଷ୍ଟ)