OR/Prabhupada 0303 - ଦିବ୍ୟ । ତୁମେ ଉର୍ଦ୍ଧ୍ଵରେ



Lecture -- Seattle, October 2, 1968

ପ୍ରଭୁପାଦ: ଆଗକୁ ପଢ଼ିଚାଲ ।

ତମାଳ କୃଷ୍ଣ: " 'ଆପଣଙ୍କର ସ୍ଥିତି ହେଉଛି ଯେ ଆପଣ ଦିବ୍ୟ ।' "

ପ୍ରଭୁପାଦ: ଦିବ୍ୟ । "ତୁମେ ଉର୍ଦ୍ଧ୍ଵରେ ।" ଏହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି:

ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ
ପରଂ ମନଃ ମନସସ୍ତୁ ପରା
ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ
(BG 3.42)

ବର୍ତ୍ତମାନ...ତୁମେ ଏହି ଶରୀରକୁ ଅନୁଭବ କର । ଶରୀରଗୁଡ଼ିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ । କିନ୍ତୁ ଯେତେବେଳେ ତୁମେ ଗଭୀରତାକୁ ଯିବ, ଆମେ ଦେଖିବା ଯେ ମନ ହେଉଛି ଏହି ଇନ୍ଦ୍ରିୟ ପ୍ରିତି କାର୍ଯ୍ୟକଳାପର କେନ୍ଦ୍ର । ଯେ ପର୍ଯ୍ୟନ୍ତ ମନ ଦୃଢ଼ ନାହିଁ, ଆମେ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିପାରିବା ନାହିଁ । ତେଣୁ ଇନ୍ଦ୍ରିୟେଭ୍ୟଃ ପରଂ ମନଃ । ତେଣୁ ଇନ୍ଦ୍ରିୟମାନଙ୍କ ଠାରୁ ଦିବ୍ୟ ହେଉଛି ମନ, ଏବଂ ମନ ଠାରୁ ଦିବ୍ୟ ହେଉଛି ବୁଦ୍ଧି, ଏବା ବୁଦ୍ଧି ଠାରୁ ଦିବ୍ୟ ହେଉଛି ଆତ୍ମା । ତାହା ଆମକୁ ବୁଝିବାକୁ ହେବ । ଆଗକୁ ପଢ଼ ।

ତମାଳ କୃଷ୍ଣ: " 'କୃଷ୍ଣଙ୍କର ଉଚ୍ଚତମ ଶକ୍ତିର ଗଠନ ହେଉଛି ଆଧ୍ୟାତ୍ମିକ, ଏବଂ ବାହ୍ୟ ଶକ୍ତି ହେଉଛି ଭୌତିକ । ତୁମେ ଭୌତିକ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତିର ମଝିରେ ଅଛ, ସେଥିପାଇଁ ତୁମର ସ୍ଥିତି ହେଉଛି ତଟସ୍ଥ । ଅନ୍ୟ ଶଦ୍ଦରେ, ତୁମେ କୃଷ୍ଣଙ୍କର ତଟସ୍ଥ ଶକ୍ତି ଅଟ । ତୁମେ ଏକା ସମୟରେ କୃଷ୍ଣଙ୍କ ଭଳି ଏବଂ ଭିନ୍ନ ମଧ୍ୟ । କାରଣ ତୁମେ ହେଉଛ ଅାତ୍ମା, ତେଣୁ ତୁମେ କୃଷ୍ଣଙ୍କ ଠାରୁ ଭିନ୍ନ ନୁହଁ, କିନ୍ତୁ କାରଣ ତୁମେ କୃଷ୍ଣଙ୍କର ଏକ କ୍ଷୁଦ୍ର କଣିକା, ତୁମେ ସେଥିପାଇଁ କୃଷ୍ଣଙ୍କ ଠାରୁ ଭିନ୍ନ ।' "

ପ୍ରଭୁପାଦ: ବର୍ତ୍ତମାନ ଏଠାରେ ଏକ ଶଦ୍ଦ ବ୍ୟବହାର କରାଯାଇଛି, ତଟସ୍ଥ ଶକ୍ତି । ତଟସ୍ଥ ଶକ୍ତି, ସଠିକ୍ ସଂସ୍କୃତ ଶଦ୍ଦ ହେଉଛି ତଟସ୍ଥ । ଯେପରି ଭୂମିର ଶେଷ ଭାଗରେ, ସମୁଦ୍ର ଆରମ୍ଭ ହୁଏ । ତେବେ ସେଠାରେ ତଟସ୍ଥ ଭୂମି ଅଛି । କେବଳ ତୁମେ ପ୍ରଶାନ୍ତ ମାହାସାଗରର କୂଳରେ ଯାଅ, ତୁମେ ସେଠାରେ ଭୂମି ପାଇବ । ବେଳେ ବେଳେ ଏହା ଜଳ ଦ୍ଵାରା ଆଛାଦିତ ଏବଂ ବେଳେ ବେଳେ ଏହା ଖୋଲା ଭୂମି । ଏହା ହେଉଛି ତଟସ୍ଥ । ସେହିପରି ଆମେ ଜୀବାତ୍ମା, ଯଦିଓ ଆମର ଗଠନ ଭଗବାନଙ୍କ ପରି, କିନ୍ତୁ ଆମେ ବେଳେ ବେଳେ ମାୟା ଦ୍ଵାରା ଆଛାଦିତ ଏବଂ ବେଳେ ବେଳେ ଆମେ ମୁକ୍ତ । ସେଥିପାଇଁ ଆମର ସ୍ଥିତି ହେଉଛି ତଟସ୍ଥ । ଯେତେବେଳେ ଆମେ ଆମର ବାସ୍ତବ ସ୍ଥିତି ବୁଝିପାରିବା , ତେବେ...ଏକା କଥା... ଯେପରି ସମାନ ଉଦାହରଣ । ତାହା ବୁଝିବାକୁ ଚେଷ୍ଟା କର । ତାହା... ସମୁଦ୍ର କୂଳରେ ତୁମେ ଭୂମିର ଏକ ନିର୍ଦ୍ଧିଷ୍ଟ ଭାଗ ପାଇବ ଯାହା ବେଳେ ବେଳେ ଜଳ ଦ୍ଵାରା ଆଛାଦିତ, ଏବଂ ପୁଣି ଏହା ଭୂମି ହୋଇଯିବ । ସେହିପରି ବେଳେ ବେଳେ ଆମେ ମାୟା ଦ୍ଵାରା ଆଛାଦିତ, ନିମ୍ନତମ ଶକ୍ତି, ଏବଂ ବେଳେ ବେଳେ ଆମେ ମୁକ୍ତ । ତେବେ ଆମକୁ ସେହି ମୁକ୍ତ ଅବସ୍ଥାକୁ ବଜାୟ ରଖିବାକୁ ହେବ । ଯେପରି ମୁକ୍ତ ଭୂମିରେ, ଜଳ ନ ଥାଏ । ଯଦି ତୁମେ ସମୁଦ୍ରରୁ ଟିକିଏ ଦୂରକୁ ଚାଲି ଆସିବ, ତେବେ ସେଠାରେ ଜଳ ନ ଥିବ, ଏହା ହେଉଛି ପୁରା ଭୂମି । ସେହିପରି, ତୁମେ ଯଦି ନିଜକୁ ଭୌତିକ ଚେତନା ବାହାରେ ରଖୁଛ, ଆଧ୍ୟାତ୍ମିକ ଚେତନାର ଭୂମିକୁ ଆସ, କିମ୍ଵା କୃଷ୍ଣ ଚେତନା, ତେବେ ତୁମେ ତୁମର ସ୍ଵତନ୍ତ୍ରତା ବଜାୟ ରଖିପାରିବ । କିନ୍ତୁ ତୁମେ ଯଦି ନିଜକୁ ତଟସ୍ଥ ସ୍ଥିତିରେ ରଖୁଛ, ତେବେ ବେଳେ ବେଳେ ତୁମେ ମାୟା ଦ୍ଵାରା ଆଛାଦିତ ରହିବ ଏବଂ ବେଳେ ବେଳେ ତୁମେ ମୁକ୍ତ ରହିବ । ତେଣୁ ତାହା ହେଉଛି ଆମର ସ୍ଥିତି ।