OR/Prabhupada 0306 - ଆମେ ଆମର ସନ୍ଦେହଜନକ ପ୍ରଶ୍ନ ଉପସ୍ଥିତ କରିବା ଉଚିତ୍
Lecture -- Seattle, October 2, 1968
ପ୍ରଭୁପାଦ: ତେବେ କୌଣସି ପ୍ରଶ୍ନ? ପ୍ରଥମେ ଦର୍ଶକମାନଙ୍କ ମଧ୍ୟରୁ । ଆମେ ପ୍ରଶ୍ନ ଆମନ୍ତ୍ରିତ କରୁଛୁ, ଯଦି ତୁମର କୌଣସି ପ୍ରଶ୍ନ ଅଛି, ସନ୍ଦେହ, ବକ୍ତବ୍ୟ ବିଷୟରେ, ତୁମେ ଅନୁସନ୍ଧାନ କରିପାରିବ । ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା (BG 4.34) । ସବୁକିଛି, ଯଦି ତୁମେ ବୁଝିବା ପାଇଁ ଗମ୍ଭୀର ଅଛ, ଆମେ ଆମର ସନ୍ଦେହଜନକ ପ୍ରଶ୍ନ ଉପସ୍ଥିତ କରିବା ଉଚିତ୍ ଏବଂ ତାପରେ ବୁଝିବା ଉଚିତ୍ । ତୁମେ ଦେଖୁଛ । ହଁ?
ଯୁବକ: କ'ଣ ଜଣେ ଚେତନା ପ୍ରାପ୍ତ କରିପାରିବ ଯାହା ଶଦ୍ଦ ଠାରୁ ଉର୍ଦ୍ଧ୍ଵରେ ଅଛି? କିମ୍ଵା, ମୁଁ ସାହାସର ସହିତ କହେ, ଏକ ସଂଚାର ଅଛି କି ଯାହା ଶଦ୍ଦ ନୁହେଁ କିନ୍ତୁ ସମ୍ଭବତଃ ଏକ କମ୍ପନ ଅଟେ, ଯାହା ଅଧିକାଂଶ ଧ୍ଵନି ପରି କିମ୍ଵା ଧ୍ଵନି? ସମ୍ଭବତଃ ଓଁ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ । କୌଣସି ଯୋଗାଯୋଗ ଅଛି କି, ଯାହା ଆପଣ ଏବଂ ମୋ ଭିତରେ ବୁଝାଯାଇ ପାରିବ, ମୁଁ ଏବଂ ମୋର ଭାଈ, ଅନ୍ୟମାନେ, ଆମେମାନେ ସମସ୍ତେ? କୌଣସି ଅନୁଭବ ଅଛି କି ସମ୍ଭବତଃ ଅାମେମାନେ ଯେଉଁଠାରେ... ଏହା ଶଦ୍ଦ କରୁଛି କି "ଡଙ୍ଗ୍," "ଅଙ୍ଗ ।" ମୌଖିକ ବ୍ୟତୀତ ଆଉ କିଛି ଅଛି କି? କଥା?
ପ୍ରଭୁପାଦ: ହଁ, ଏହି ହରେ କୃଷ୍ଣ ।
ଯୁବକ: ହରେ କୃଷ୍ଣ ।
ପ୍ରଭୁପାଦ: ହଁ ।
ଯୁବକ: ଆପଣ ବିସ୍ତାରରେ କହିବେ କି? ଆପଣ ମୋତେ କହି ପାରିବେ କି ଏହା କିପରି ହୋଇ ପାରିବ? ଏହା ସବୁ ସମୟରେ କିପରି ହୋଇ ପାରିବ? ଏକ ବ୍ୟକ୍ତି ହେବା ପରିବର୍ତ୍ତେ, ଇଂରାଜୀରେ ଏକୁଟିଆ କଥା ହେବା ପରିବର୍ତ୍ତେ କିମ୍ଵା ଅନ୍ୟ ଭାଷାରେ? କିପରି ଏକ ଭାଷାରେ କଥା ହେବା?
ପ୍ରଭୁପାଦ: ଠିକ୍ ଅଛି, ଧ୍ଵନିକୁ ଯେ କୌଣସି ଭାଷାରେ କମ୍ପନ କରାଯାଇ ପାରିବ । ଏହା କିଛି ଫରକ ପକାଏ ନାହିଁ ଯେ ହରେ କୃଷ୍ଣ ମନ୍ତ୍ର କେବଳ ସଂସ୍କୃତରେ ଉଚ୍ଚାରଣ କରାଯିବ । ତୁମେ ଏହାକୁ ଇଂରାଜୀ ସ୍ଵରରେ ମଧ୍ୟ କହି ପାରିବ: "ହରେ କୃଷ୍ଣ ।" କୌଣସି ଅସୁବିଧା ଅଛି କି? ଏହି ବାଳକମାନେ, ସେମାନେ ମଧ୍ୟ ହରେ କୃଷ୍ଣ କହୁଛନ୍ତି । ତେଣୁ ସେଥିରେ କୌଣସି ଅସୁବିଧା ନାହିଁ । ଏହା ହେଉଛି ଶଦ୍ଦ ଯାହା ଫରକ ପକାଏ । କିଏ କହୁଛି ତାହା ଫରକ ପକାଏ ନାହିଁ । ଯେପରି ପିଆନୋରେ, ଯଦି ତୁମେ ଛୁଇଁବ, "ଡଙ୍ଗ୍" ହେଉଛି । ଏହା ଫରକ ପକାଏ ନାହିଁ କି ଏକ ଆମେରିକୀୟ କିମ୍ଵା ଏକ ଭାରତୀୟ ବଜାଉଛି କିମ୍ଵା ଏକ ହିନ୍ଦୁ କିମ୍ଵା ଏକ ମୁସଲମାନ ବଜାଉଛି, ଶଦ୍ଦ ହେଉଛି ଶଦ୍ଦ । ସେହିପରି, ଏହି ପିଆନୋ, ହରେ କୃଷ୍ଣ, ତୁମେ କେବଳ ଏହାକୁ ସ୍ପର୍ଶ କର ଏବଂ ଏହା ଶଦ୍ଦ କରିବ । ବାସ୍ । ହଁ?
ଯୁବକ(୨): ଆପଣ ଏକୁଟିଆ ବସନ୍ତି ଏବଂ ଧ୍ୟାନ କରନ୍ତି କି? ଯେତେବେଳେ ଆପଣଙ୍କର ମନ ବିଚଳିତ ହୁଏ ଆପଣ କ'ଣ କରନ୍ତି? ଆପଣ କାହା ବିଷୟରେ ଭାବନ୍ତି କି? ଆପଣ ତାକୁ କୌଣସି ଜିନିଷ ଉପରେ ରଖନ୍ତି କି କିମ୍ଵା ଆପଣ ତାକୁ ବିଚଳିତ ହେବାକୁ ଦିଅନ୍ତି?
ପ୍ରଭୁପାଦ: ସର୍ବପ୍ରଥମେ ତୁମେ ମୋତେ ଧ୍ୟାନ ମାନେ କ'ଣ କୁହ?
ଯୁବକ(୨): ଏକୁଟିଆ ଚୁପଚାପ ବସିବା ।
ପ୍ରଭୁପାଦ: ହଁ?
ତମାଳ କୃଷ୍ଣ: ଚୁପଚାପ ଏକୁଟିଆ ବସିବା ।
ପ୍ରଭୁପାଦ: ଏକୁଟିଆ ଚୁପଚାପ ବସିବା । ଏହା ସମ୍ଭବ ନୁହେଁ? ତୁମେ ଭାବୁଛ କି ଏହା ସମ୍ଭବ?
ଯୁବକ(୨): ଯଦି ଆପଣ ଆପଣଙ୍କର ମନ କଥା ଶୁଣିବେ ।
ପ୍ରଭୁପାଦ: ତେବେ ମନ ସର୍ବଦା କାମ କରୁଛି ।
ଯୁବକ(୨): ଏହା ଆପଣଙ୍କ ସହିତ କଥା ହୁଏ ।
ପ୍ରଭୁପାଦ: ତୁମେ କିପରି ସ୍ଥିର ମନରେ ବସିପାରିବ? ମନ ସର୍ବଦା କାମ କରେ । କୌଣସି ଅନୁଭବ ଅଛି କି ଯେ ମନ କାମ କରେ ନାହିଁ ଯେତେବେଳେ ତୁମେ ଚୁପଚାପ ବସ? ଯେତେବେଳେ ତୁମେ ଶୁଅ, ମନ କାମ କରେ । ତୁମେ ସ୍ଵପ୍ନ ଦେଖୁଛ । ଏହା ହେଉଛି ମନର କାମ । ତେଣୁ କେତେବେଳେ ତୁମେ ପାଇବ ଯେ ତୁମର ମନ ସ୍ଥିର ଅଛି?
ଯୁବକ(୨): ତାହା ମୁଁ ଆପଣଙ୍କୁ ପଚାରିବାକୁ ଚେଷ୍ଟା କରୁଥିଲି ।
ପ୍ରଭୁପାଦ: ହଁ । ତେଣୁ ସେଥିପାଇଁ ମନ କଦାପି ସ୍ଥିର ନୁହେଁ । ତୁମକୁ ତୁମର ମନ କିଛି ଜିନିଷରେ ଲଗେଇବାକୁ ହେବ । ତାହାକୁ ଧ୍ୟାନ କୁହାଯାଏ ।
ଯୁବକ(୨): ଆପଣ ଏହାକୁ କେଉଁଥିରେ ଲଗାନ୍ତି?
ପ୍ରଭୁପାଦ: ହଁ । ସେ ହେଉଛନ୍ତି କୃଷ୍ଣ । ଆମେ ଅାମର ମନ କୃଷ୍ଣଙ୍କ ଠାରେ ସଂଲଗ୍ନ କରୁ, ସୁନ୍ଦର ପରମ ପୁରୁଷ ଭଗବାନ । କେବଳ ମନକୁ ସଂଲଗ୍ନ କରିବା ନୁହଁ, କିନ୍ତୁ ମନକୁ କାମରେ ଲଗେଇବା ଇନ୍ଦ୍ରିୟମାନଙ୍କ ସହିତ । କାରଣ ମନ ଆମର ଇନ୍ଦ୍ରିୟମାନଙ୍କ ସହିତ କାମ କରୁଛି ।