OR/Prabhupada 0321 - ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖ



Lecture on SB 1.15.28 -- Los Angeles, December 6, 1973

ଚୈତନ୍ୟ ମହାପ୍ରଭୁ କୁହଁନ୍ତି ଯେ ତୁମର ଆଚରଣ ଏପରି ହେବା ଉଚିତ୍, ଯେପରି ନିର୍ଦ୍ଦେଶ ଦିଆଯାଇଛି, ଅପନି ଅଚାରି, ତାପରେ ତୁମେ ଅନ୍ୟମାନଙ୍କୁ ଶିଖେଇ ପାରିବ । ଯଦି ତୁମେ ତୁମର ଅଚରଣ ଠିକ୍ ରଖିବ ନାହିଁ, ତୁମର ଶଦ୍ଦଗୁଡ଼ିକର କୌଣସି ମୂଲ୍ୟ ରହିବ ନାହିଁ । (ବିରାମ)...କାଟିବା । ଏବଂ ପରମ୍ପରାପ୍ରାପ୍ତିମିମଂ (BG 4.2) । ଯଦି ତୁମେ ମୂଳ ବିଜୁଳୀଘର ସହିତ ସମ୍ପର୍କ ଅଛି, ତେବେ ବିଜୁଳୀ ଆସେ । ଅନ୍ୟଥା ଏହା କେବଳ ତାର । ଏହାର ମୂଲ୍ୟ କ'ଣ? କେବଳ ତାର ତୁମକୁ ସାହାର୍ଯ୍ୟ କରି ପାରିବ ନାହିଁ । ସମ୍ପର୍କ ରହିବା ଉଚିତ୍ । ଏବଂ ଯଦି ତୁମର ସମ୍ପର୍କ ବିଛିନ୍ନ ହୁଏ, ତେବେ ଏହାର କୌଣସି ମୂଲ୍ୟ ନାହିଁ । ସେଥିପାଇଁ କୃଷ୍ଣ ଚେତନା ଅାନ୍ଦୋଳନ ଅର୍ଥାତ୍ ତୁମକୁ ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖିବାକୁ ହେବ । ଏବଂ ତାପରେ, ତୁମେ ଯୁଅାଡ଼େ ଯିବ, ସେଠାରେ ପ୍ରକାଶ ହେବ । ସେଠାରେ ପ୍ରକାଶ ହେବ । ଯଦି ତୁମେ ସମ୍ପର୍କରେ ରହିବ ନାହିଁ, ପ୍ରକାଶ ରହିବ ନାହିଁ । ଆଲୋକ ବତୀ ଅଛି; ତାର ଅଛି; ସ୍ଵିଚ୍ ଅଛି । ସବୁକିଛି ଅଛି । ଏପରି ଅର୍ଜୁନ ଅନୁଭବ କରୁଥିଲେ, ଯେ "ମୁଁ ସେହି ଅର୍ଜୁନ । ମୁଁ ସେହି ଅର୍ଜୁନ ଯିଏ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଯୁଦ୍ଧ କରିଥିଲା । ମୁଁ ମହାନ ଯୋଦ୍ଧା ଭାବରେ ପରିଚିତ, ଏବଂ ମୋର ଧନୁ ହେଉଛି ସେହି ଧନୁ, ଏବଂ ମୋର ତୀର ହେଉଛି ସେହି ତୀର । କିନ୍ତୁ ବର୍ତ୍ତମାନ ଏହା ହେଉଛି ବେକାର । ମୁଁ ନିଜର ରକ୍ଷା କରି ପାରିବି ନାହିଁ, କାରଣ କୃଷ୍ଣଙ୍କ ସହିତ ସମ୍ପର୍କ ନାହିଁ । କୃଷ୍ଣ ଆଉ ନାହାଁନ୍ତି ।" ସେଥିପାଇଁ ସେ କୃଷ୍ଣଙ୍କର ଶଦ୍ଦଗୁଡ଼ିକୁ ମନେ ପକାଇବାକୁ ଲାଗିଲେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯାହା ତାଙ୍କୁ ଶିଖାଯାଇଥିଲା ।

କୃଷ୍ଣ ତାଙ୍କ ଶଦ୍ଦ ଠାରୁ ଭିନ୍ନ ନୁହଁନ୍ତି । ତାହା ହେଉଛି ପୂର୍ଣ୍ଣ । ଯାହା କୃଷ୍ଣ ପାଞ୍ଚ ହଜାର ବର୍ଷ ପୂର୍ବେ କହିଥିଲେ, ଯଦି ତୁମେ ସେହି ଶଦ୍ଦଗୁଡ଼ିକୁ ପୁଣି ଥରେ ବୁଝିବ ତୁମେ ତୂରନ୍ତ କୃଷ୍ଣଙ୍କର ସମ୍ପର୍କରେ ଆସିବ, ତୂରନ୍ତ । ଏହା ହେଉଛି ପ୍ରକ୍ରିୟା । ଅର୍ଜୁନଙ୍କୁ ଦେଖ । ସେ କୁହଁନ୍ତି, ଏବଂ ଚିନ୍ତୟତୋ ଜିଷ୍ଣୋଃ କୃଷ୍ଣ ପାଦ ସରୋରୁହମ । ଯେତେବେଳେ ସେ କୃଷ୍ଣଙ୍କ ବିଷୟରେ ଭାବିବାକୁ ଲାଗିଲେ ଏବଂ ତାଙ୍କର ନିର୍ଦ୍ଦେଶ, ଯେପରି ସେ ଯୁଦ୍ଧଭୁମିରେ ଦେଇଥିଲେ, ତୂରନ୍ତ ସେ ଶାନ୍ତ ହୋଇଗଲେ । ତୂରନ୍ତ ଶାନ୍ତ । ଏହା ହେଉଛି ପ୍ରକ୍ରିୟା । ଆମର କୃଷ୍ଣଙ୍କ ସହିତ ଘନିଷ୍ଠ ସମ୍ପର୍କ ଅଛି, ଶାଶ୍ଵତ ଭାବରେ । ଏହା ଅପ୍ରାକୃତିକ ନୁହେଁ । ସେଥିପାଇଁ ଯଦି ତୁମେ ସର୍ବଦା ନିଜକୁ କୃଷ୍ଣଙ୍କର ସମ୍ପର୍କରେ ରଖିବ, ଅଶାନ୍ତି ହେବ ନାହିଁ । ଶାନ୍ତିପୂର୍ଣ୍ଣ । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ । ଯଦି ତୁମେ ସେହି ସ୍ଥିତି ପାଅ, ତେବେ ତାହା ହେଉଛି ଉଚ୍ଚତମ ଲାଭ, ଉଚ୍ଚତମ ଲାଭ । ଯଂ ଲବ୍ଦ୍ଵା ଚ, ତେବେ ତୁମେ ଅନ୍ୟ କୌଣସି ଲାଭର ଇଛା କରିବ ନାହିଁ । ତୁମେ ଜାଣି ପାରିବ ଯେ ମୋତେ ଉଚ୍ଚତମ ଲାଭ ମିଳିଛି । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ, ଯସ୍ମିନ୍ ସ୍ଥିତୋ... ଏବଂ ତୁମେ ଯଦି ସେହି ସ୍ଥିତିରେ ନିଜକୁ ଦୃଢ଼ କରି ରଖିବ, ତେବେ ଗୁରୁଣାପି ଦୁଃଖେନ ନ (BG 6.20-23), ଏପରିକି କୌଣସି ପ୍ରକାରର ଭାରୀ ବିପତ୍ତି ସମୟରେ, ତୁମେ ଅଶାନ୍ତ ହେବ ନାହିଁ । ତାହା ହେଉଛି ଶାନ୍ତି । ତାହା ହେଉଛି ଶାନ୍ତି । ସେହି ଅଳ୍ପ କଷ୍ଟ ନୁହେଁ, ତୁମେ ଅଶାନ୍ତ ହୋଇଯିବ । ଯଦି ତୁମେ ବାସ୍ତବରେ କୃଷ୍ଣ ଚେତନାରେ ଦୃଢ଼, ତୁମେ ବଡ଼ ବଡ଼ ବିପଦ ସମୟରେ ମଧ୍ୟ ହଇରାଣ ହେବ ନାହିଁ । ତାହା ହେଉଛି କୃଷ୍ଣ ଚେତନାର ପୂର୍ଣ୍ଣତା । ବହୁତ ବହୁତ ଧନ୍ୟବାଦ ।