OR/Prabhupada 0330 - ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ନିଜର ଯତ୍ନ ନେବାକୁ ହେବ



Lecture on BG 1.26-27 -- London, July 21, 1973

ଯଦି ଅାମେ ଭାବୁ ଯେ "ଏହି ଭୌତିକ ଅସ୍ତିତ୍ଵରେ ମୁଁ ସୁରକ୍ଷିତ ଅଛି, ମୋର ସମାଜ, ମିତ୍ରତା, ପ୍ରେମ, ଦେଶ, ଏବଂ ରାଜନୀତି ଏବଂ ସମାଜଶାସ୍ତ୍ରର ସହାୟତା ଦ୍ଵାରା," "ନା, ନା, ମହାଶୟ, ଏହା ସମ୍ଭବ ନୁହେଁ ।" ଏହା ସମ୍ଭବ ନୁହେଁ । ତୁମକୁ ତୁମର ଯତ୍ନ ନେବାକୁ ହେବ । ତୁମର ତଥା କଥିତ ସମାଜ, ମିତ୍ରତା, ପ୍ରେମ, ଦେଶ, ରାଷ୍ଟ୍ର, ଏବଂ ଏହା, କଦାପି ତୁମକୁ ସାହାର୍ଯ୍ୟ କରିବା ପାଇଁ ସମର୍ଥ ହେବେ ନାହିଁ । କାରଣ ତୁମେ ମାୟାର ଅଧିନରେ ଅଛ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା (BG 7.14) ।

ପ୍ରକୃତେଃ କ୍ରିୟମାଣାନି
ଗୁଣୈଃ କର୍ମାଣି ସର୍ବଶଃ
ଅହଙ୍କାରବିମୂଢ଼ାତ୍ମା
କର୍ତ୍ତାହମିତି ମନ୍ୟତେ
(BG 3.27)

ତୁମେ ମାୟାର ଅଧିନରେ ଅଛ । ତୁମର କୌଣସି ସ୍ଵାଧିନତା ନାହିଁ । ନା କାହାର କୌଣସି ସ୍ଵାଧିନତା ଅଛି ତୁମର ରକ୍ଷା କରିବା ପାଇଁ । ଏହା ସମ୍ଭବ ନୁହେଁ । ସେହି ଉଦାହରଣ ଯାହା ମୁଁ ବେଳେ ବେଳେ ଦିଏ, ଯେ ତୁମେ ଉଡ଼ାଜାହାଜ କିପରି ଚଲାଯାଏ ତାହା ଶିଖ । ତେବେ ତୁମେ ଆକାଶରେ ଉଚ୍ଚକୁ ଉଡ଼ । କିନ୍ତୁ ଯଦି ତୁମେ ବିପଦରେ ଅଛ, ଅନ୍ୟ କୌଣସି ଉଡ଼ାଜାହାଜ ତୁମର ସହାୟତା କରି ପାରିବ ନାହିଁ । ତୁମେ ସମାପ୍ତ ହୋଇଯିବ । ସେଥିପାଇଁ ତୁମକୁ ନିଜର ଯତ୍ନ ନେବା ପାଇଁ ଅତି ସଚେତ ଚାଳକ ହେବାକୁ ପଡ଼ିବ । ସେଥିପାଇଁ, ଏହି ଭୌତିକ ଦୁନିଆରେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ନିଜର ଯତ୍ନ ନେବାକୁ ହେବ । କିପରି ତାକୁ ମାୟାର ପଞ୍ଜାରୁ ରକ୍ଷା କରାଯାଇ ପାରିବ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଏକ ଶିକ୍ଷକ ତୁମକୁ ସଂକେତ ଦେଇ ପାରିବ । ଆଚାର୍ଯ୍ୟ ତୁମକୁ ସଂକେତ ଦେଇ ପାରିବେ ଯେ "ତୁମେ ଏହିପରି ଭାବରେ ବଞ୍ଚା ଯାଇ ପାରିବ ।" କିନ୍ତୁ କର୍ତ୍ତବ୍ୟ ନିଷ୍ପାଦନ କରିବା, ତାହା ତୁମ ହାତରେ ଅଛି । ଯଦି ତୁମେ ଆଧ୍ୟାତ୍ମିକ କର୍ତ୍ତବ୍ୟ ଠିକ୍ ଭାବରେ ପାଳନ କର, ତେବେ ତୁମେ ରକ୍ଷା ପାଇ ପାରିବ । ଅନ୍ୟଥା, ଏପରିକି ଆଚାର୍ଯ୍ୟ ତୁମକୁ ନିର୍ଦ୍ଦେଶ ଦେଲେ, ଯଦି ତୁମେ ଅନୁସରଣ କର ନାହିଁ, ତେବେ ସେ କିପରି ତୁମର ରକ୍ଷା କରି ପାରିବେ? ସେ ତୁମକୁ ନିର୍ଦ୍ଦେଶ ଦ୍ଵାରା ରକ୍ଷା କରି ପାରିବେ, ତାଙ୍କର କୃପା ଦ୍ଵାରା, ଯେତିକି ସମ୍ଭବ ହୋଇପାରିବ । କିନ୍ତୁ ତୁମେ ଏହାକୁ ଗମ୍ଭୀରତାର ସହ ନେବାକୁ ହେବ ।

ତେବେ ଏହି ଅସୁବିଧା ହେଉଛି...ଅର୍ଜୁନଙ୍କୁ ବର୍ତ୍ତମାନ ସେହି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ତାହା ହେଉଛି ସାଧାରଣ ଅସୁବିଧା । ଦେହାପତ୍ୟ-କଳତ୍ରଦିଶୁ । ଦେହାପତ୍ୟ । ଦେହ ଅର୍ଥାତ୍ ଏହି ଶରୀର । ଆପତ୍ୟ ଅର୍ଥାତ୍ ପିଲାମାନେ । କଳତ୍ର ଅର୍ଥାତ୍ ସ୍ତ୍ରୀ । ଦେହାପତ୍ୟ କଳତ୍ରାଦିଶୁ ଆତ୍ମ ସୈନ୍ୟେଶୁ ଅସତ୍ସୁ ଅପି (SB 2.1.4) । ଆମେମାନେ ଭାବୁ ଯେ "ଆମେମାନେ ମୋର ଏହି ସୈନ୍ୟମାନଙ୍କ ଦ୍ଵାରା ସୁରକ୍ଷିତ କରାଯିବି । ମୋର ପୁତ୍ରମାନେ, ନାତିମାନେ, ମୋର ଜେଜେ ବାପା, ଶଶୁର, ଶଳା, ମୋର ଅନେକ ସାରା ସମାଜ, ବନ୍ଧୁ ଏବଂ ପ୍ରେମ ଅଛନ୍ତି ।" ସମସ୍ତେ ସେହିପରି ଭାବନ୍ତି । "ମୋର ରାଷ୍ଟ୍ର, ମୋର ସଂପ୍ରଦାୟ, ମୋର ତତ୍ତ୍ଵଜ୍ଞାନ, ମୋର ରାଜନୀତି ।" ନା । କିଛି ତୁମକୁ ରକ୍ଷା କରି ପାରିବ ନାହିଁ । ଦେହାପତ୍ୟ କାଳତ୍ରାଦିଶୁ ଅସତ୍ସୁ ଅପି । ସେମାନେ ସମସ୍ତେ କ୍ଷଣସ୍ଥାୟୀ । ସେମାନେ ଆସିବେ ଏବଂ ଯିବେ । ଅସତ୍ସୁ ଅପି । ପ୍ରମତ୍ତୋ ତସ୍ୟ ନିଧନମ୍ ପଶ୍ୟନ୍ନ ଅପି ନ ପଶ୍ୟତି । ଜଣେ ଯିଏ ଏହି ସମାଜ, ମିତ୍ରତା ଏବଂ ପ୍ରେମ ପ୍ରତି ଅତ୍ୟଧିକ ଆସକ୍ତ, ସେ ହେଉଛି ପ୍ରମତ୍ତ । ପ୍ରମତ୍ତ ଅର୍ଥାତ୍ ପାଗଳ, ପାଗଳ ବ୍ୟକ୍ତି । ପଶ୍ୟନ୍ନ ଅପି ନ, ତସ୍ୟ ନିଧନମ୍ । ସେ ଦେଖିପାରିବ ନାହିଁ । ଯଦିଓ ସେ ଦେଖୁଛି ଯେ "ମୋର ପିତା ମରି ଯାଇଛନ୍ତି । ଯେତେବେଳେ ମୁଁ ଏକ ଶିଶୁ ଥିଲି, ମୋର ପିତା ମୋତେ ସୁରକ୍ଷା ପ୍ରଦାନ କରୁଥିଲେ । ବର୍ତ୍ତମାନ ମୋର ପିତା ଚାଲି ଯାଇଛନ୍ତି । ମୋତେ କିଏ ସୁରକ୍ଷା ପ୍ରଦାନ କରୁଛି? ମୋର ପିତା ମୋତେ ସୁରକ୍ଷା ଦେବା ପାଇଁ ବଞ୍ଚିଛନ୍ତି କି? ମୋତେ କିଏ ସୁରକ୍ଷା ପ୍ରଦାନ କରୁଛି? ମୋର ମାତା ମୋତେ ସୁରକ୍ଷା ପ୍ରଦାନ କରୁଥିଲେ । ବର୍ତ୍ତମାନ ମୋତେ କିଏ ସୁରକ୍ଷା ପ୍ରଦାନ କରୁଛି? ମୁଁ ପରିବାରରେ ଥିଲି, ମୋର ପତ୍ରମାନେ, ମୋର ଝିଅମାନେ, ମୋର ସ୍ତ୍ରୀ, କିନ୍ତୁ ମୁଁ ସେମାନଙ୍କୁ ଛାଡ଼ିଦେଲି । ବର୍ତ୍ତମାନ ମୋତେ କିଏ ସୁରକ୍ଷା ପ୍ରଦାନ କରୁଛି?" ବାସ୍ତବରେ କୃଷ୍ଣ ସର୍ବଦା ତୁମକୁ ସୁରକ୍ଷା ପ୍ରଦାନ କରନ୍ତି । ତୁମର ସମାଜ, ମିତ୍ରତା ଏବଂ ପ୍ରେମ ନୁହେଁ । ସେମାନେ ସମାପ୍ତ ହୋଇଯିବେ ।