OR/Prabhupada 0332 - ସମଗ୍ର ଦୁନିଆରେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ସ୍ଥିତି ହୋଇପାରିବ



Room Conversation -- April 27, 1976, Auckland, New Zealand

ସମଗ୍ର ଦୁନିଆରେ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ସ୍ଥିତି ହୋଇପାରିବ । କେବଳ ଦୁର୍ଜନ ନେତାମାନଙ୍କ ଦ୍ଵାରା କୁପ୍ରବନ୍ଧିତ । ଅନ୍ୟଥା, ଲୋକମାନେ ବହୁତ ଶାନ୍ତିପୂର୍ଣ୍ଣ ସ୍ଥିତିରେ ରହି ପାରିବେ, ବୈଭବପୂର୍ଣ୍ଣ ଢ଼ଙ୍ଗରେ ଖାଇ ପାରିବେ, ସମୟ ବଞ୍ଚେଇ ପାରିବେ, ଏବଂ ଜୀବନର ସାଧାରଣ ଆବଶ୍ୟକତାଗୁଡ଼ିକୁ ବନ୍ଦ କରିବାର ଆବଶ୍ୟକତା ନାହିଁ । ଖାଇବା, ଶୋଇବା, ଯୌନ ଜୀବନ ପାଇଁ ମଧ୍ୟ ଆବଶ୍ୟକତା ଅଛି । କିନ୍ତୁ ମୂର୍ଖ ଏବଂ ଦୁର୍ଜନମାନଙ୍କ ପରି ନୁହେଁ । ବିଚାରଶୀଳ ପୁରୁଷ ପରି । କିନ୍ତୁ ଏହି ଆଧୁନିକ ସଭ୍ୟତା, ଏହା ବିଚାରଶୀଳ ନୁହେଁ, ପାଗଳ ସଭ୍ୟତା । ଯୌନ ଜୀବନରେ କିଛି ଖୁସି ଅଛି - କେବଳ ଯୌନ ଜୀବନ, ଯୌନ ଜୀବନରେ ବୃଦ୍ଧି, ସବୁକିଛି ନଷ୍ଟ କରିଦିଏ । ତହା ହେଉଛି ପାଗଳାମି । ଖାଇବା - କିଛି ବି ଖାଇବା, କିଛି ବି ବକବାସ ଖାଦ୍ୟ, ଏବଂ ଏକ ଘୁଷୁରି ହୋଇଯିବା । ଶୋଇବା - ଓ, ସେଥିରେ କୌଣସି ସୀମା ନାହିଁ, ଚବିଶ ଘଣ୍ଟା ଶୋଇବା ଯଦି ଏହା ସମ୍ଭବ । ଏହା ଚାଲିଛି । ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା - ଏବଂ ଆଣବିକ ଅସ୍ତ୍ର ଅାବିଷ୍କାର କରିବା, ଏହି ଅସ୍ତ୍ର, ସେହି ଅସ୍ତ୍ର, ଏବଂ ନିରୀହ ବ୍ୟକ୍ତିମାନଙ୍କୁ ମାରିବା, ଅନାବଶ୍ୟକ ଭାବରେ, ଆତ୍ମରକ୍ଷା । ଏହା ଚାଲିଛି । କିନ୍ତୁ ସବୁକିଛି ଶାନ୍ତିପୂର୍ଣ୍ଣ ସ୍ଥିତି ପାଇଁ ଉଚିତ୍ ଭାବରେ ବ୍ୟବହାର କରାଯାଇ ପାରିବ, ଏବଂ ଯେତେବେଳେ ତୁମେ ଶାନ୍ତ ହୋଇଯାଅ, କୌଣସି ଅଶାନ୍ତି ନାହିଁ, ତେବେ ତୁମେ ବହୁତ ଖୁସିରେ ହରେ କୃଷ୍ଣ ଜପ କରି ପାରିବ ଏବଂ ତୁମର ଜୀବନ ସଫଳ ହୋଇଯିବ । ଏହା ହେଉଛି ଆମର କାର୍ଯ୍ୟକ୍ରମ । ଆମେ କିଛି ବନ୍ଦ କରିବାକୁ ଚାହୁଁ ନାହୁଁ । କିପରି ଏହା ବନ୍ଦ କରାଯାଇ ପାରିବ? ଯାହାକିଛି ସାଧାରଣ ଆବଶ୍ୟକତା ଅଛି...ଠିକ୍ ଯେପରି ଆମେ ସନ୍ୟାସ ନେଇଛୁ । ତାହା କ'ଣ? "ଓ, ଆମର କେବଳ ଯୌନ ଜୀବନ ନାହିଁ । ଅନ୍ୟଥା, ଆମେ ମଧ୍ୟ ଖାଉଛୁ, ଆମେ ମଧ୍ୟ ଶୋଉଛୁ ।" ତେବେ ତାହା ମଧ୍ୟ ବୃଦ୍ଧାବସ୍ଥାରେ ବନ୍ଦ କରି ଦିଆଯାଏ । ବୃଦ୍ଧାବସ୍ଥାରେ, ଯଦି ମୋ ପରି ଏକ ବ୍ୟକ୍ତି, ଅଶୀ ବର୍ଷ ବୟସରେ, ଯଦି ମୁଁ ଯୌନ ଜୀବନ ପାଇଁ ଦେଖେ, ଏହା ବହୁତ ଭଲ ଲାଗିବ କି? ଯୁବକ, ସେମାନଙ୍କୁ ଅନୁମତି ଦିଆଯାଏ । ତାହା ଠିକ୍ ଅଛି । କିନ୍ତୁ ଏକ ବୃଦ୍ଧ ବ୍ୟକ୍ତି କ୍ଲବକୁ ଯାଏ ଏବଂ ଯୌନ ଜୀବନ ପାଇଁ ଏତେ ଟଙ୍କା ଖର୍ଚ୍ଚ କରେ । ସେଥିପାଇଁ ଯୁବା ପୀଢ଼ୀ, ସେମାନଙ୍କୁ ପଚିଶି ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ ଗୃହସ୍ତ ଜୀବନ ପାଇଁ ଅନୁମତି ଦିଆଯାଏ । ବାସ୍ । ତା ପରେ, ଯୌନ ଜୀବନ ବନ୍ଦ କର । ବାସ୍ତବରେ, ସେମାନେ ଜନସଂଖ୍ୟା ରୋକିବାକୁ ଚାହୁଁଛନ୍ତି । ତେବେ କାହିଁକି ମୈଥୁନ, ତେବେ? ନା, ସେମାନେ ଯୌନ ଜୀବନ ରଖିବେ, ଏକା ସମୟରେ, ଜନସଂଖ୍ୟା ନାହିଁ, ପିଲାମାନଙ୍କୁ ମାରି ଦିଅ । ତାହା କ'ଣ? କେବଳ ପାପପୂର୍ଣ୍ଣ ଜୀବନ । ସେମାନେ ପୀଡିତ ହେବେ, ପୀଡା ଜାରି ରହିବ । ତେବେ ଆମେ ସେହି ପୀଡା ରୋକିବାକୁ ଚାହୁଁଛୁ । ଏହି ଦୁର୍ଜନମାନେ, ସେମାନେ ବୁଝିପାରୁ ନାହାଁନ୍ତି । ସେମାନେ ଭାବୁଛନ୍ତି, "ହରେ କୃଷ୍ଣ ଆନ୍ଦୋଳନ ଅଶାନ୍ତି କରୁଛି ।" ଏକ ଦୁର୍ଜନ ସଭ୍ୟତା । ତେଣୁ ଆମକୁ ଭଲ ଭାବରେ ଚେଷ୍ଟା କରିବାକୁ ଦିଅ । କ'ଣ କରାଯାଇ ପାରିବ? ତୁମେ ମଧ୍ୟ ଏହି ଆନ୍ଦୋଳନରେ ସାହାର୍ଯ୍ୟ କରୁଛ । ତେଣୁ ବିଚାର ନିର୍ମାଣ କରି ଏହି ଆନ୍ଦୋଳନକୁ ନଷ୍ଟ କର ନାହିଁ । ତାହା କର ନାହିଁ । ଆଦର୍ଶ ରାସ୍ତାରେ ଯାଅ, ନିଜକୁ ଶୁଦ୍ଧ ରଖ; ତେବେ ଆନ୍ଦୋଳନ ଅବଶ୍ୟ ସଫଳ ହେବ । କିନ୍ତୁ ତୁମେ ଯଦି ଏହାକୁ ଖାମଖିଆଲି ଭାବରେ ନଷ୍ଟ କରିବାକୁ ଚାହୁଁଛ, ତେବେ କ'ଣ କରାଯାଇ ପାରିବ? ଏହା ନଷ୍ଟ ହୋଇଯିବ । ଯଦି ତୁମେ ନିର୍ମାଣ କର ଖାମଖିଆଲି ଭାବ ଏବଂ ଅସହମତ ହୁଅ ଏବଂ ନିଜ ଭିତରେ ଲଢ଼େଇ କର, ତେବେ ଏହି ତଥା କଥିତ ଆନ୍ଦୋଳନ ପରି ଏହା ଅନ୍ୟ ଏକ ସଂସ୍କରଣ ହୋଇଯିବ । ଏହା ଆଧ୍ୟାତ୍ମିକ ଶକ୍ତି ହରେଇବ । ସର୍ବଦା ଏହା ମନେ ରଖ । ତୁମେ କରିପାରିବ ନାହିଁ... ବର୍ତ୍ତମାନ, ବାସ୍ତବରେ, ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି: ଏହି ହରେ କୃଷ୍ଣ ମନ୍ତ୍ରରେ କି ଶକ୍ତି ଅଛି ଯେ ଏହା ଏତେ ଶୀଘ୍ର ବଦଳୁଛି?" ଏବଂ ଅନ୍ୟ ପକ୍ଷରେ, ଏହା ସ୍ଵୀକାର କରିବାକୁ ହେବ, ଯଦି ଏହା ଶକ୍ତି ନୁହେଁ, କିପରି ଏହା ବଦଳୁଛି? ତେବେ ଆମକୁ ସେହି ଶକ୍ତି ରଖିବାକୁ ହେବ । ଏହାକୁ ଏକ ସାଧାରଣ ସଂଙ୍ଗୀତ କମ୍ପନ କର ନାହିଁ । ଏହା ଏକ ଭିନ୍ନ ଜିନିଷ, ଆଧ୍ୟାତ୍ମିକ । ଯଦିଓ ଏହା ସଂଙ୍ଗୀତ କମ୍ପନ ପରି ଦେଖାଯାଏ, କିନ୍ତୁ ଏହା ଆଧ୍ୟାତ୍ମିକ, ସଂପୂର୍ଣ୍ଣ ଭାବରେ । ମନ୍ତ୍ରୌଶଧି-ବଶ । ଏପରିକି, ମନ୍ତ୍ର ଦ୍ଵାରା, ସାପକୁ ମଧ୍ୟ ମନ୍ତ୍ର ମୁଗ୍ଧ କରାଯାଇ ପାରେ । ତେଣୁ ମନ୍ତ୍ର ସାଧାରଣ ଧ୍ଵନି କମ୍ପନ ନୁହେଁ । ତେଣୁ ଆମକୁ ମନ୍ତ୍ର ଶକ୍ତିଶାଳୀ କରି ରଖିବାକୁ ହେବ, ପ୍ରଭାବଯୁକ୍ତ, ଅପରାଧ ମୁକ୍ତ ଜପ ଦ୍ଵାରା, ଶୁଦ୍ଧ ହୋଇ ରହିବା ଦ୍ଵାରା । ଯଦି ତୁମେ ମନ୍ତ୍ରକୁ ଅପବିତ୍ର କର, ତେବେ ଏହା ନିଜର ପ୍ରଭାବ ହରେଇ ଦେବ ।