OR/Prabhupada 0334 - ଜୀବନର ବାସ୍ତବ ଆବଶ୍ୟକତା ହେଉଛି ଆତ୍ମାକୁ ସୁବିଧା ଯୋଗାଇ ଦେବା
Lecture on SB 1.8.33 -- Los Angeles, April 25, 1972
ଶାରୀରିକ ଆରାମ ତୁମର ରକ୍ଷା କରି ପାରିବ ନାହିଁ । ମନେକର ଏକ ବ୍ୟକ୍ତି ଅତି ଆରାମଦାୟକ ସ୍ଥିତିରେ ଅଛି । ଏହାର ମାନେ କି ସେ ମରିବ ନାହିଁ? ସେ ମରିବ । ତେଣୁ କେବଳ ଶାରୀରିକ ଆରାମ ଦ୍ଵାରା ତୁମେ ରହି ପାରିବ ନାହିଁ । ଯୋଗ୍ୟତମର ଉତ୍ତରଜୀବିତା । ଅସ୍ତିତ୍ଵ ପାଇଁ ସଂଘର୍ଷ । ତେଣୁ ଯେତେବେଳେ ତୁମେ କେବଳ ଶରୀରର ଯତ୍ନ ନିଅ, ତାକୁ ଧର୍ମସ୍ୟ ଗ୍ଲାନିଃ କୁହାଯାଏ, ପ୍ରଦୂଷିତ । ଜଣେ ଜାଣିବା ଉଚିତ୍ ଶରୀରର ଆବଶ୍ୟକତା କ'ଣ ଏବଂ ଆତ୍ମାର ଆବଶ୍ୟକତା କ'ଣ । ଜୀବନର ବାସ୍ତବ ଆବଶ୍ୟକତା ହେଉଛି ଆତ୍ମାକୁ ସୁବିଧା ଯୋଗାଇ ଦେବା । ଏବଂ ଆତ୍ମା ଭୌତିକ ସମଯୋଜନା ଦ୍ଵାରା ଆରାମ ପାଏ ନାହିଁ । କାରଣ ଆତ୍ମାର ଭିନ୍ନ ପରିଚୟ ଅଛି, ଆତ୍ମାକୁ ଆଧ୍ୟାତ୍ମିକ ଭୋଜନ ଦିଆଯିବା ଉଚିତ୍ । ସେହି ଆଧ୍ୟାତ୍ମିକ ଭୋଜନ ହେଉଛି ଏହି କୃଷ୍ଣ ଚେତନା । ଯଦି ତୁମେ ଆତ୍ମାକୁ ଆଧ୍ୟାତ୍ମିକ ଭୋଜନ ଦେବ...
ଭୋଜନ, ଯେତେବେଳେ ଜଣେ ରୋଗାଗ୍ରସ୍ତ ହୁଏ, ତୁମକୁ ତାକୁ ଭୋଜନ ଏବଂ ଔଷଧ ଦେବାକୁ ହେବ । ଦୁଇଟି ଜିନିଷ ଆବଶ୍ୟକ । ଯଦି ତୁମେ କେବଳ ଔଷଧ ଦେବ, ଭୋଜନ ନୁହେଁ, ତାହା ଅତି ସଫଳ ହେବ ନାହିଁ । ଉଦ୍ଭୟ । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଭୋଜନ ଦେବା ପାଇଁ, ଅର୍ଥାତ୍ ଭୋଜନ ଏବଂ ଔଷଧ, ଆତ୍ମାକୁ । ଔଷଧ ହେଉଛି ହରେ କୃଷ୍ଣ ମାହାମନ୍ତ୍ର । ଭବାଶୌଧାଚ ଚ୍ରୋତ୍ର-ମନୋ-ଅଭିରାମାତ କ ଉତ୍ତମଶ୍ଳୋକ-ଗୁଣାନୁବାଦତ ପୁମାନ ବିରଜ୍ୟେତ ବିନା ପଶୁଧ୍ନାତ (SB 10.1.4) ପରୀକ୍ଷିତ ମହାରାଜା ଶୁକଦେବ ଗୋସ୍ଵାମୀଙ୍କୁ କହିଲେ ଯେ: "ଏହି ଭାଗବତ ଆଲୋଚନା ଯାହା ଆପଣ ମୋତେ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ଏହା ଏକ ସାଧାରଣ କଥା ନୁହେଁ ।" ନିବ୍ରତ୍ତ-ତଶୈର ଉପଗୀଯମାନାତ । ଏହି ଭାଗବତ ଆଲୋଚନା ଲୋକମାନଙ୍କ ଦ୍ଵାରା ପସନ୍ଦ କରାଯାଏ ଯେଉଁମାନେ ହେଉଛନ୍ତି ନିବ୍ରତ୍ତ-ତଶୈର । ତ୍ରଷ୍ଣା, ତ୍ରଷ୍ଣାର ଅର୍ଥ ହେଉଛି ଉତ୍କଣ୍ଠା । ଏହି ଭୌତିକ ଦୁନିଆରେ ସମସ୍ତେ ଉତ୍କଣ୍ଠିତ ଅଟନ୍ତି, ଉତ୍କଣ୍ଠିତ । ତେଣୁ ଜଣେ ଯିଏ ଏହି ଉତ୍କଣ୍ଠାରୁ ମୁକ୍ତ, ସେ ଭାଗବତର ସ୍ଵାଦ ନେଇ ପାରିବ, ଏହା କେତେ ସ୍ଵାଦଯୁକ୍ତ ଅଟେ । ଏହା ଏପରି ଏକ ଜିନିଷ । ନିବ୍ରତ୍ତ-ତଶୈଃ...ସେହିପରି ଭାଗବତର ଅର୍ଥ ମଧ୍ୟ, ହରେ କୃଷ୍ଣ ମନ୍ତ୍ର ମଧ୍ୟ ଭାଗବତ ଅଟେ । ଭାଗବତ ଅର୍ଥାତ୍ ପରମ ଭଗବାନଙ୍କ ସମ୍ଵନ୍ଧରେ ସବୁକିଛି । ତାହାକୁ ଭାଗବତ କୁହାଯାଏ । ପରମ ଭଗବାନଙ୍କୁ ଭଗବାନ କୁହାଯାଏ । ଭାଗବତ-ଶଦ୍ଦ, ଏବଂ ତା ସହିତ ସମ୍ଵନ୍ଧିତ, ଯାହାକିଛି, ସେହି ଭାଗବତ-ଶଦ୍ଦ ଭାଗବତ-ଶଦ୍ଦରେ ପରିବର୍ତ୍ତୀତ ହୁଏ ।
ତେଣୁ ପରୀକ୍ଷିତ ମହାରାଜା କହିଲେ ଯେ ଭାଗବତର ସ୍ଵାଦ ସେହି ବ୍ୟକ୍ତି ଦ୍ଵାରା ନିଆଯାଇ ପାରିବ ଯିଏ ତାର ଭୌତିକ ଇଛାଗୁଡ଼ିକୁ ସମାପ୍ତ କରି ଦେଇଥିବ । ନିବ୍ରତ୍ତ-ତଶୈର ଉପଗୀଯମାନାତ । କାହିଁକି ଏପରି ଜିନିଷର ସ୍ଵାଦ ନେବା ଉଚିତ୍? ଭବୌଶଧି । ଭବୌଶଧି, ଆମର ଜନ୍ମ ଏବଂ ମୃତ୍ୟୁର ରୋଗ ପାଇଁ ଔଷଧ ଅଟେ । ଭାବ ଅର୍ଥାତ୍ "ହେବା" । ଆମର...ବର୍ତ୍ତମାନ ସମୟରେ, ଆମେ ରୋଗଗ୍ରସ୍ତ ଅବସ୍ଥାରେ ଅଛୁ । ସେମାନେ ଜାଣି ନାହାଁନ୍ତି ରୋଗଗ୍ରସ୍ତ ଅବସ୍ଥା କ'ଣ, ସୁସ୍ଥ ଅବସ୍ଥା କ'ଣ, ଏହି ଦୁର୍ଜନମାନେ । ସେମାନେ କିଛି ଜାଣି ନାହାଁନ୍ତି । ତଥାପି ସେମାନେ ମହାନ୍ ବୈଜ୍ଞାନିକ, ଦାର୍ଶନିକ ଭାବରେ ମୃତ୍ୟୁବରଣ କରୁଛନ୍ତି... ସେମାନେ ଅନୁସନ୍ଧାନ କରୁ ନାହାଁନ୍ତି ଯେ: "ମୁଁ ମରିବାକୁ ଚାହୁଁ ନାହିଁ । କାହିଁକି ମୋ ଉପରେ ମୃତ୍ୟୁ ଲାଗୁ କରାଯାୁଇଛି?" ଏପରି କୌଣସି ଅନୁସନ୍ଧାନ ନାହିଁ । ନା କିଛି ସମାଧାନ ଅଛି । ଏବଂ ତଥାପି ସେମାନେ ହେଉଛନ୍ତି ବୈଜ୍ଞାନିକ । କି ପ୍ରକାରର ବୈଜ୍ଞାନିକ? ବିଜ୍ଞାନ ଅର୍ଥାତ୍ ତୁମେ ଜ୍ଞାନରେ ଉନ୍ନତି କର ଯେପରି ତୁମ ଜୀବନର ଦୟନୀୟ ଅବସ୍ଥା କମ କରାଯାଇ ପାରିବ, ବହୁତ କମ । ତାହା ହେଉଛି ବିଜ୍ଞାନ । ଅନ୍ୟଥା, ଏହି ବିଜ୍ଞାନ କ'ଣ? ସେଗୁଡ଼ିକ କେବଳ ପ୍ରତିଜ୍ଞା ଅଟେ; " ଭବିଷ୍ୟତରେ ।" "କିନ୍ତୁ ବର୍ତ୍ତମାନ ତୁମେ କ'ଣ ଦେଉଛ, ମହାଶୟ?" "ବର୍ତ୍ତମାନ ତୁମେ ଯେପରି ପୀଡିତ ଅଛ ସେହିପରି ପୀଡିତ ରୁହ । ପୀଡିତ ହୋଇ ଚାଲ । ଭବିଷ୍ୟତରେ ଆମେ କିଛି ରସାୟନଗୁଡିକୁ ଖୋଜିବା ।" ନା । ବାସ୍ତବରେ ଆତ୍ୟନ୍ତିକ-ଦୁଃଖ-ନିବ୍ରତ୍ତି । ଆତ୍ୟନ୍ତିକ, ସର୍ବଶ୍ରେଷ୍ଠ । ଆତ୍ୟନ୍ତିକ ଅର୍ଥାତ୍ ସର୍ବଶ୍ରେଷ୍ଠ । ଦୁଃଖ ଅର୍ଥାତ୍ ପୀଡା । ତାହା ମନୁଷ୍ୟ ଜୀବନର ଲକ୍ଷ ହେବା ଉଚିତ୍ । ତେଣୁ ସେମାନେ ଜାଣି ନାହାଁନ୍ତି ଆତ୍ୟନ୍ତିକ-ଦୁଃଖ କ'ଣ । ଦୁଃଖ ଅର୍ଥାତ୍ ପୀଡା । ତେବେ ଆତ୍ୟନ୍ତିକ ଦୁଃଖ ଭଗବଦ୍ ଗୀତାରେ ସ୍ପଷ୍ଟ କରାଯାଇଛି । "ଏଠାରେ ଆତ୍ୟନ୍ତିକ ଦୁଃଖ ଅଛି, ମହାଶୟ ।" ଏହା କ'ଣ? ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି (BG 13.9) । ଜନ୍ମ, ମୃତ୍ୟ, ବୃଦ୍ଧାବସ୍ତା ଏବଂ ବ୍ୟାଧି ।