OR/Prabhupada 0339 - ଭଗବାନ ସର୍ବାଧିକ ଅଟନ୍ତି - ଆମେ ତାଙ୍କ ଅଧିନରେ ଅଛୁ



Lecture on SB 5.5.2 -- Hyderabad, April 11, 1975

ଯେପର୍ଯ୍ୟନ୍ତ ଆମେ ଏହି ଭୌତିକ ସ୍ତରରେ ଅଛୁ, ଜୀବନର ଶାରୀରିକ ଅବଧାରଣାରେ, ତେବେ ଭେଦ ରହିବ: "ମୁଁ ଭାରତୀୟ," "ତୁମେ ଆମେରିକୀୟ," "ତୁମେ ଇଂରେଜ," "ତୁମେ ଏହା, ତାହା," ଏତେ ସାରା ଜିନିଷ, ଏତେ ସାରା ପଦବୀ ଅଛି । ସେଥିପାଇଁ, ଯଦି ତୁମେ ଆଧ୍ୟାତ୍ମିକ ଅନୁଭୂତିର ସ୍ତରକୁ ଉନ୍ନତ ହେବାକୁ ଚାହୁଁଛ, ତେବେ ସୂତ୍ର ହେଉଛି ସର୍ବୌାଧି ବିନିର୍ମୁକ୍ତମ୍ । ସର୍ବୋପାଧି ବିନିର୍ମୁକ୍ତମ୍ ତତ-ପରତ୍ଵେନ ନିର୍ମଳମ (CC Madhya 19.170) । ତାହା ହେଉଛି ପ୍ରାରମ୍ଭ । ଅର୍ଥାତ୍ ଆରମ୍ଭ ହେଉଛି ବ୍ରହ୍ମ-ଭୂତ ସ୍ତରରେ । ବ୍ରହ୍ମ-ଭୂତ... (SB 4.30.20) । ଏକା କଥା । ଏହା ହେଉଛି, ନାରଦ ପଞ୍ଚରାତ୍ର, ସର୍ବୋପାଧି ବିନିର୍ମୁକ୍ତମ୍, ଏବଂ ବ୍ରହ୍ମଭୂତଃ ପ୍ରସନ୍ନାତ୍ମା (BG 18.54), ଭଗବଦ୍ ଗୀତା, ଏକା କଥା । ଯେତେବେଳେ ତୁମେ ବୈଦିକ ସାହିତ୍ୟ ପାଇବ, ସେହି ଏକା କଥା ଅଛି । ସେଥିପାଇଁ ଏହା ଅଧିକୃତ । କୌଣସି ବିରୋଧାଭାସ ନାହିଁ । ଭୌତିକ ସ୍ତରରେ ତୁମେ ଗୋଟିଏ ପୁସ୍ତକ ଲେଖୁଛ, ମୁଁ ଗୋଟିଏ ପୁସ୍ତକ ଲେଖୁଛି, ତାପରେ ମୁଁ ତମ ସହିତ ଅସହମତ ହୁଏ, ତୁମେ ମୋ ସହିତ ଅସହମତ ହୁଅ । ତାହା ହେଉଛି ଭୌତିକ ସ୍ତର । କିନ୍ତୁ ଆଧ୍ୟତ୍ମିକ ସ୍ତରରେ, ଆତ୍ମାନୁଭୂତି ସ୍ତର ଅଛି । କୌଣସି ଭୁଲ ନାହିଁ, କୌଣସି ଭ୍ରମ ନାହିଁ, କୌଣସି ଅପୂର୍ଣ୍ଣ ଇନ୍ଦ୍ରିୟ ନାହିଁ ଏବଂ କୌଣସି କପଟ ନାହିଁ । ତାହା ହେଉଛି ଆଧ୍ୟାତ୍ମିକ ସ୍ତର । ତେଣୁ ଭଗବଦ୍ ଗୀତା କୁହଁନ୍ତି, ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚିତ ନ କଙ୍-କ୍ଷତି (BG 18.54) । ସେହି ସମାନ କଥା ନାରଦ ପଞ୍ଚରାତ୍ରରେ ନିଶ୍ଚିତ କରାଯାଇଛି:

ସର୍ବୋପାଧି ବିନିର୍ମୁକ୍ତମ୍
ତତ ପରତ୍ଵେନ ନିର୍ମଳମ
ହୃଷିକେଣ ହୃଷିକେଶ
ସେବନମ୍ ଭକ୍ତିର୍ ଉଚ୍ୟତେ
(CC Madhya 19.170)

ଏହି ସ୍ତରକୁ ଆମକୁ ଆସିବାକୁ ହେବ, ଆଧ୍ୟାତ୍ମିକ ସ୍ତର, ଯେଉଁଠାରେ ହୃଷିକେଣ...

ହୃଷିକ ଅର୍ଥାତ୍ ଇନ୍ଦ୍ରିୟଗୁଡ଼ିକ, ଭୌତିକ ଇନ୍ଦ୍ରିୟଗୁଡ଼ିକ, ଏବଂ ଆଧ୍ୟାତ୍ମିକ ଇନ୍ଦ୍ରିୟଗୁଡ଼ିକ । ତେବେ ଆଧ୍ୟାତ୍ମିକ ଇନ୍ଦ୍ରିୟଗୁଡିକ କ'ଣ? ଆଧ୍ୟାତ୍ମିକ ଇନ୍ଦ୍ରିୟ ଅଚେତ ନୁହେଁ । ନା । ଶୁଦ୍ଧ ଇନ୍ଦ୍ରିୟଗୁଡ଼ିକ । ଅଶୁଦ୍ଧ ଇନ୍ଦ୍ରିୟଗୁଡ଼ିକରେ ମୁଁ ଭାବୁଛି, "ଏହି ଶରୀର ହେଉଛି ଭାରତୀୟ; ସେଥିପାଇଁ ମୁଁ ଭାରତର ସେବା ପାଇଁ ଅଛି," "ଏହି ଶରୀର ହେଉଛି ଆମେରିକୀୟ; ସେଥିପାଇଁ ମୁଁ ଆମେରିକାର ସେବା ପାଇଁ ଅଛି ।" ଏହା ହେଉଛି ଉପାଧି । କିନ୍ତୁ ଆଧ୍ୟାତ୍ମିକ ଇନ୍ଦ୍ରିୟ ଅର୍ଥାତ୍ ସର୍ବୋପାଧି ବିନିର୍ମୁଖମ୍ - "ମୁଁ ଆଉ ଭାରତୀୟ ନାହିଁ, ଆମେରିକୀୟ ନାହିଁ, ବ୍ରାହ୍ମଣ ନାହିଁ, ଶୂଦ୍ର ନାହିଁ । ତେବେ ମୁଁ କ'ଣ?" ଯେପରି ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଯେପରି କୃଷ୍ଣ ମଧ୍ୟ କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ (BG 18.66) । ତାହା ହେଉଛି ଆଧ୍ୟାତ୍ମିକ ସ୍ତର, ଯେ "ମୁଁ ଏହି ଧର୍ମ କିମ୍ଵା ସେହି ଧର୍ମ ସହିତ ମୋର ସମ୍ବନ୍ଧ ନାହିଁ । ମୁଁ କେବଳ କୃଷ୍ଣଙ୍କୁ ଆତ୍ମସମର୍ପିତ ଜୀବାତ୍ମା।" ଏହା ହେଉଛି ସର୍ବୋପାଧି ବିନିର୍ମୁକ୍ତଂ (ଚୈ ଚ ମ ୧୯.୧୭୦) । ଯଦି ଜଣେ ଆଧ୍ୟାତ୍ମିକ ବୁଝାମଣାର ଏହି ସ୍ତରକୁ ଆସିପାରିବ, ଯେ "ମୁଁ ହେଉଛି ଜୀବାତ୍ମା। ଅହଂ ବ୍ରହ୍ମାସ୍ମି । ମୁଁ ଭଗବାନଙ୍କର ଅଂଶବିଶେଷ ..." ମାମୈବାଂଶୋ ଜୀବଲୋକେ ଜୀବଭୁତଃ (BG 15.7) । କୃଷ୍ଣ କହୁଛନ୍ତି, "ଏହି ସମସ୍ତ ଜୀବାତ୍ମା ମୋର ଅଂଶବିଶେଷ ଅଟନ୍ତି ।" ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି (BG 15.7) "ସେ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି, ମନ ଏବଂ ଶରୀରେ ବାନ୍ଧିହୋଇ ।" ଏହା ହେଉଛି ଅବସ୍ଥା ।

ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଶିକ୍ଷିତ କରୁଛି ଯେ: "ତୁମେ ଏହି ଶରୀର ନୁହଁ, ମନ ନୁହଁ, ବୁଦ୍ଧି ନୁହଁ, କିନ୍ତୁ ଏହା ଉପରେ । ତୁମେ ହେଉଛ ଜୀବାତ୍ମା ।" ତେଣୁ କୃଷ୍ଣ ନିଶ୍ଚିତ କରୁଛନ୍ତି ଯେ ମମୈବାଂଶା । ତ ଯଦି କୃଷ୍ଣ ହେଉଛନ୍ତି ଆତ୍ମା, ପରମାତ୍ମା, ତେବେ ତୁମେ ମଧ୍ୟ ପରମାତ୍ମା । କିନ୍ତୁ କେବଳ ପାର୍ଥକ୍ୟ ହେଉଛି ଯେ ସେ ହେଉଛନ୍ତି ପରମ; ଆମେ ହେଉଛୁ ଅଧିନସ୍ଥ । ନିତ୍ୟୋ ନିତ୍ୟାନାମଂ ଚେତନାସ୍ ଚେତନାଂ ଏକୋ ୟ ବହୁନାମ ବିଦଧତି...(Katha Upanisad 2.2.13) । ଏହା ହେଉଛି ବୈଦିକ ଆଦେଶ । ସେ ମଧ୍ୟ ଏକ ଜୀବ, ଆମେ ମଧ୍ୟ ଜୀବ ଅଟୁ, କିନ୍ତୁ ସେ ହେଉଛନ୍ତି ପରମ ଏବଂ ଆମେ ହେଉଛୁ ଅଧିନସ୍ଥ । ତାହା ହେଉଛି ପ୍ରଭେଦ । ଏକୋ ୟ ବହୁନାମ୍ ବିଦଧତି କାମଂ । ଏହା ହେଉଛି ଆମର ସ୍ଥିତି । ଏହା ହେଉଛି ଆତ୍ମ ଅନୁଭୁତି । ତୁମେ ଯେତେବେଳେ ଏହା ବୁଝିପାରିବ, ଯେ "କୃଷ୍ଣ, କିମ୍ଵା ପରମ ଭଗବାନ, କିମ୍ଵା ଭଗବାନ, ତୁମେ ଯାହା କହିପାର, ସେ ହେଉଛନ୍ତି ସଂପୂର୍ଣ୍ଣ ଆତ୍ମା, ଏବଂ ଆମେ ସେହି ଅର୍ତ୍ମାର କ୍ଷୁଦ୍ର ଅଂଶ, ଏବଂ ସେ ହେଉଛନ୍ତି ପାଳନ କର୍ତ୍ତା, ଆମେ ପାଳିତ ହେଉଛୁ । ସେ ସର୍ବାଧିକ ଅଟନ୍ତି, ଆମେ ତାଙ୍କ ଅଧିନରେ ଅଛୁ," ତେବେ ଏହା ହେଉଛି ପ୍ରଥମ ଅନୁଭୂତି । ଏହାକୁ ବ୍ରହ୍ମ-ଭୂତ କୁହାଯାଏ । ଏବଂ ଯଦି ତୁମେ ବ୍ରହ୍ମ ଭୂତ ସ୍ତରରେ ଅଧିକ ଉନ୍ନତି କରିବ, ତେବେ ହୋଇପାରେ ଅନେକ ଜନ୍ମ ପରେ ତୁମେ ବୁଝିପାରିବ କୃଷ୍ଣ କ'ଣ । ତାହା ହେଉଛି... ବହୂନାଂ ଜନ୍ମନାମନ୍ତେ (BG 7.19) । କୃଷ୍ଣ ଭଗବଦ୍ ଗୀତାରେ କୁହଁନ୍ତି, ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ । ଯେତେବେଳେ ଜଣେ ପୂର୍ଣ୍ଣ ଭାବରେ ଜ୍ଞାନବାନ ହୋଇଯାଏ, ବୁଦ୍ଧିମାନ, ତାପରେ ତାର କାମ ହେଉଛି ବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ (BG 7.19) । ତେବେ ସେ ବୁଝିପାରିବ ଯେ ବାସୁଦେବ, ବାସୁଦେବଙ୍କର ପୁତ୍ର, କୃଷ୍ଣ ହେଉଛନ୍ତି ସବୁକିଛି । ସେହି ଅନୁଭୂତି ଆବଶ୍ୟକ । ତାହା ହେଉଛି କୃଷ୍ଣ ଚେତନାର ପୂର୍ଣ୍ଣତା ।