OR/Prabhupada 0341 - ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ



Lecture on BG 9.1 -- Melbourne, June 29, 1974

ପ୍ରଭୁପାଦ: ହମ୍?

ମଧୁଦ୍ଵିଶ: ସେ ପଚାରୁଛନ୍ତି କୃଷ୍ଣ ଅର୍ଜୁନଙ୍କୁ କେଉଁ ଜ୍ଞାନ ପ୍ରକାଶିତ କରିଲେ?

ପ୍ରଭୁପାଦ: ହଁ । କୃଷ୍ଣ ପଚାରିଲେ ଯେ "ତୁମେ ଦୁର୍ଜନ, ମୋତେ ଆତ୍ମସମର୍ପଣ କର ।" ତୁମେ ସମସ୍ତେ ଦୁର୍ଜନ; ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କର । ତେବେ ତୁମର ଜୀବନ ସଫଳ ହେବ । ଏହା ହେଉଛି କୃଷ୍ଣଙ୍କର ଶିକ୍ଷାର ସାର ।

ସର୍ବଧର୍ମାନ୍ ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ
(BG 18.66)

କୃଷ୍ଣ କେବଳ ଅର୍ଜୁନଙ୍କୁ ପଚାରୁ ନାହାଁନ୍ତି । ସେ ଆମ ସମସ୍ତଙ୍କୁ ପଚାରୁଛନ୍ତି, ସମସ୍ତ ଦୁର୍ଜନମାନଙ୍କୁ, ଯେ, "ତୁମେ ଏତେ ସାରା ଜିନିଷ ନିର୍ମାଣ କରିଛ ଖୁସୀ ହେବା ପାଇଁ । ତୁମେ କଦାପି ଖୁସୀ ହୋଇ ପାରିବ ନାହିଁ, ଏହା ନିଶ୍ଚିତ । କିନ୍ତୁ ମୋତେ ଆତ୍ମସମର୍ପଣ କର, ଏବଂ ମୁଁ ତୁମକୁ ଖୁସୀ କରିବି ।" ଏହା ହେଉଛି କୃଷ୍ଣ ଚେତନା, ବାସ୍ । ଏକ ପଥ । ତେବେ ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ, ଯେ "ମୁଁ ଖୁସୀ ହେବା ପାଇଁ ନିଜ ତରଫରୁ ବହୁତ ଚେଷ୍ଟା କରିଲି, କିନ୍ତୁ ସବୁକିଛି ବିଫଳ ହୋଇଗଲା । ବର୍ତ୍ତମାନ ମୁଁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବି ।" ବାସ୍ ।