OR/Prabhupada 0346 - ପ୍ରଚାର ବିନା, ତତ୍ତ୍ଵଜ୍ଞାନ ନ ବୁଝି, ତୁମେ ତୁମର ଶକ୍ତି ସୁରକ୍ଷିତ ରଖିପାରିବ ନାହିଁ



Morning Walk -- December 12, 1973, Los Angeles

ଉମାପତି: ମୋତେ ଲାଗୁଛି କି ଆମେ ଭକ୍ତମାନଙ୍କୁ କାର୍ଯ୍ୟାଳୟରେ ରଖିବାର ରାଜନୀତିକ ସମ୍ଭାବନାଗୁଡିକ ବିଷୟରେ ଚର୍ଚ୍ଚା କରୁଥିଲୁ, ଏବଂ ଆମେ ଏହି ଆଶ୍ଚଯ୍ୟଜନକ କଥା ଖୋଜି ପାଇଲୁ ଯେ ଆମେ ପାଶ୍ଚାତ୍ୟ ମାନ୍ୟତାର ବିପକ୍ଷରେ ଥିବା ପ୍ରାୟତଃ ସମସ୍ତ ବସ୍ତୁର ପ୍ରତିନିଧିତ୍ଵ କରୁ । ଆମେ ତପସ୍ୟାର ପ୍ରତିନିଧିତ୍ଵ କରୁ । ଆମେ ଭଗବଦ୍ ଚେତନାର ପ୍ରତିନିଧିତ୍ଵ କରୁ । ଆମେ ଯୌନ ସ୍ଵତନ୍ତ୍ରତା, ନିଶା ପ୍ରତିବନ୍ଧତାର ପ୍ରତିନିଧିତ୍ଵ କରୁଛୁ । ସମସ୍ତ ଚାରୋଟି ନିୟମ ପ୍ରାୟତଃ ସଂମ୍ପୂଣ୍ଣ ଭାବରେ ପାଶ୍ଚାତ୍ୟ ଇଛାଗୁଡୁକର ବିପରୀତ ଅଟେ ।

ପ୍ରଭୁପାଦ: ଅର୍ଥାତ୍ ପାଶ୍ଚାତ୍ୟ ଲୋକମାନେ ସମସ୍ତେ ରାକ୍ଷାସ ।

ଉମାପତି: ତେବେ ସମସ୍ୟା ହେଉଛି ସେହି ପରିସ୍ଥିତିଗୁଡ଼ିକରେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାର ଚେଷ୍ଟା କରିବା, ଏହା ଜଣାଇବା ପାଇଁ କି "ଆମେ ଏହି କଥା ପାଇଁ ଛିଡା ହେଇଛୁ, "ଏବଂ କେହି ଆପଣଙ୍କ ପାଇଁ ମତ ପ୍ରଦାନ କରିବା ।

ପ୍ରଭୁପାଦ: କେହି ମତ ପ୍ରଦାନ ନ କରନ୍ତୁ କିନ୍ତୁ ଆମେ ପ୍ରଚାର କରିବା ଉଚିତ୍ । ତାହା ମୁଁ ପୂର୍ବରୁ ବର୍ଣ୍ଣନା କରିସାରିଛି, କେତେ ମହାବିଦ୍ୟାଳୟଗୁଡିକରେ । ସମଗ୍ର ଦେଶ ଅଶିକ୍ଷିତ । ଏହାର ମାନେ କି ମହାବିଦ୍ୟାଳୟଗୁଡିକୁ ବନ୍ଦ କରିଦେବା ଉଚିତ୍ ? ମହାବିଦ୍ୟାଳୟ ରହିବା ଉଚିତ୍ । ଜଣେ ଯିଏ ଭାଗ୍ୟବାନ ସିଏ ଆସିବ ଏବଂ ଶିକ୍ଷା ଗ୍ରହଣ କରିବ । ଏହା ତର୍କ ନୁହେଁ ଯେ "ଲୋକମାନେ ଅଶିକ୍ଷିତ ଅଟନ୍ତି । ସେମାନେ ଏହା ପାଇଁ ଖାତିର କରନ୍ତି ନାହିଁ । ସେଥିପାଇଁ ମହାବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଉ ।" ଏହା ତର୍କ ନୁହେଁ ।

ଯଶୋମତିନନ୍ଦନ: ଧିରେ ଧିରେ ସେମାନଙ୍କ ଠାରେ ଆକର୍ଷଣ ବିକାଶ ହେବ । ପ୍ରଭୁପାଦ: ହଁ, ଆମକୁ କାମ କରିବାକୁ ହେବ । ଏହା ହେଉଛି ପ୍ରଚାର । ତୁମେ ଭାବ ନାହିଁ ଯେ ପ୍ରଚାର କରିବା ଅତି ସହଜ । ଖାଇବା, ଶୋଇବା ଏବଂ ବେଳେ ବେଳେ ଜପ କରିବା, "ହରିବୋଲ," ବାସ୍ । ତାହା ପ୍ରଚାର କରିବା ନୁହେଁ । ଆମେ ସମଗ୍ର ବିଶ୍ଵରେ କୃଷ୍ଣ ଚେତନାର ଭାବନାକୁ ରୋପଣ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ ।

ଉମାପତି: ତାହା ସମ୍ଭବତଃ ଏକରାତିରେ ହେବ ନାହିଁ, ତଥାପି ।

ପ୍ରଭୁପାଦ: ବିଗ୍ରହ ପୂଜା କରିବାର କାର୍ଯ୍ୟକ୍ରମ ଆମକୁ ସୁରକ୍ଷିତ ରଖିବା ପାଇଁ ହୋଇଛି । ଯଦି ଆମେ ବିଗ୍ରହ ପୂଜା କରିବାରେ ଅବହେଳା କରିବା, ତେବେ ଆମେ ବି ପତୀତ ହେବା । କିନ୍ତୁ ତାହା ନୁହେଁ ଯେ ସବୁ କାମ ସରି ଯାଇଛି । ଅର୍ଚ୍ଚାଯାମ୍ ଏବ ହରୟେ ପୂଜାମ ଯଃ ଶ୍ରଦ୍ଧାଯେହତେ । ଅର୍ଚ୍ଚର ଅର୍ଥ ହେଉଛି ବିଗ୍ରହ । ଯଦି ଜଣେ ବହୁତ ଭଲ ଭାବରେ ବିଗ୍ରହ ପୂଜା କରୁଛି, କିନ୍ତୁ ନ ତଦ୍ ଭକ୍ତେଷୁ ଚାନ୍ୟେଷୁ, କିନ୍ତୁ ସେ ଆଉ ବହୁତ କିଛି ଜାଣି ନାହିଁ, ଭକ୍ତ କିଏ, ଅଭକ୍ତ କିଏ, ଦୁନିଆ ପ୍ରତି କର୍ତ୍ତବ୍ୟ କ'ଣ, ସ ଭକ୍ତଃ ପ୍ରକୃତଃ ସମୃତଃ, ସେ ହେଉଛି ଭୌତିକ ଭକ୍ତ । ସେ ହେଉଛି ଭୌତିକ ଭକ୍ତ । ତେଣୁ ଆମକୁ କିଏ ପ୍ରକୃତରେ ଶୁଦ୍ଧ ଭକ୍ତ ଜାଣିବା ପାଇଁ ଉତ୍ତରଦାୟିତ୍ଵ ନେବାକୁ ହେବ ଏବଂ ଲୋକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ କ'ଣ, ଏବଂ ତାପରେ ତୁମେ ଉନ୍ନର୍ତ୍ତୀ କର । ତାପରେ ତୁମେ ମଧ୍ୟମ ଅଧିକାରୀ ହୋଇଯାଅ । ମଧ୍ୟମ ଅଧିକାରୀ, ଉନ୍ନତ ଭକ୍ତ । ଠିକ୍ ଯେପରି ଏହି ଲୋକମାନେ, ଭାରତରେ ହେଉ କିମ୍ଵା ଏଠାରେ, ସେମାନେ କେବଳ ଚର୍ଚ୍ଚ ଯିବା କ୍ରିୟାରେ ବ୍ୟସ୍ତ ରୁହଁନ୍ତି, ବିନା କୌଣସି ବୁଝାମଣାରେ ଚର୍ଚ୍ଚକୁ ଯିବା । ସେଥିପାଇଁ ଏହା ବିଫଳ ହେଉଛି । ବର୍ତ୍ତମାନ ଏପରି...ଚର୍ଚ୍ଚ ବନ୍ଦ କରାଯାଉଛି । ସେହିପରି, ତୁମେ ଯଦି ନିଜକୁ ପ୍ରଚାର କରିବା ପାଇଁ ଯୋଗ୍ୟ ନ କର, ତେବେ ତୁମର ସମସ୍ତ ମନ୍ଦିରଗୁଡିକ ସମୟର ସହିତ ବନ୍ଦ ହୋଇଯିବ । ବିନା ପ୍ରଚାରରେ, ତୁମେ ମନ୍ଦିରରେ ପୂଜା କରିବା ପାଇଁ ଉତ୍ସାହ ଅନୁଭବ କରିବା ଜାରି ରଖିପାରିବ ନାହିଁ । ଏବଂ ମନ୍ଦିରରେ ପୂଜା ବିନା, ତୁମେ ନିଜକୁ ଶୁଦ୍ଧ ଏବଂ ସଫା ରଖିପାରିବ ନାହିଁ । ଦୁଇଟି କଥା ସମାନ୍ତରରେ ଚାଲିବା ଉଚିତ୍ । ତେବେ ସଫଳତା ମିଳିବ । ଆଧୁନିକ ସମୟରେ, ହିନ୍ଦୁ, ମୁସଲମାନ କିମ୍ଵା ଖ୍ରୀଷ୍ଟିୟାନ, କାରଣ ଏହି ସବୁ ସ୍ଥାନମାନଙ୍କରେ କୌଣସି ତତ୍ତ୍ଵଜ୍ଞାନର ଶିକ୍ଷା ଦିଆଯାଏ ନାହିଁ, ସେଥିପାଇଁ ସେମାନେ ମସଜିଦ୍ କିମ୍ଵା ମନ୍ଦିର କିମ୍ଵା ଚର୍ଚ୍ଚ ବନ୍ଦ କରୁଛନ୍ତି । ସେଗୁଡିକ ବନ୍ଦ ହୋଇଯିବ ।

ପ୍ରଜାପତି: ସେମାନେ ନିଜର ଗତିବିଧି ପାଇଁ କୌଣସି ଭଲ ପରିଣାମ ଦେଖେଇ ପାରିବେ ନାହିଁ ।

ପ୍ରଭୁପାଦ: ହଁ । ଏହା ହେଉଛି ପ୍ରଚାର । ସେଥିପାଇଁ ଆମେ ବହୁତ ସାରା ପୁସ୍ତକ ଲେଖୁଛୁ । ଯେ ପର୍ଯ୍ୟନ୍ତ ଆମେ ପୁସ୍ତକର ଯତ୍ନ ନ ନେଉ ଏବଂ ପ୍ରଚାର ନ କରୁ ଏବଂ ନିଜେ ନ ପଢ଼ୁ, ତତ୍ତ୍ଵଜ୍ଞାନ ନ ବୁଝୁ, ଏହି ହରେ କୃଷ୍ଣ ମନ୍ତ୍ର କିଛି ବର୍ଷ ମଧ୍ୟରେ ସମାପ୍ତ ହୋଇଯିବ । କାରଣ କୌଣସି ଜୀବନ ରହିବ ନାହିଁ । କେତେ ପର୍ଯ୍ୟନ୍ତ କୃତ୍ରିମ ରୂପରେ ଆମେ ଯାଇପାରିବା, "ହରେ କୃଷ୍ଣା! ହରିବୋଲ!" ତାହା ହେଉଛି କୃତ୍ରିମ, କୌଣସି ଜୀବନ ନାହିଁ ।

ଯଶୋମତିନନ୍ଦନ: ତାହା ଠିକ୍ କଥା ପ୍ରଭୁପାଦ । ଆମେ ଏତେ ମୂର୍ଖ ଯେ, ଆମେ କଦାପି କିଛି ଅନୁଭଵ କରି ପାରି ନ ଥାନ୍ତୁ, ଯେ ପର୍ଯ୍ୟନ୍ତ ଆପଣ ଆମକୁ ଏପରି କହି ନ ଥାନ୍ତେ । ପ୍ରଚାର ବିନା...

ପ୍ରଭୁପାଦ: ପ୍ରଚାର ବିନା, ତତ୍ତ୍ଵଜ୍ଞାନ ନ ବୁଝି, ତୁମେ ତୁମର ଶକ୍ତି ସୁରକ୍ଷିତ ରଖିପାରିବ ନାହିଁ । ସମସ୍ତେ ଆମେ ଯେଉଁ ତତ୍ତ୍ଵଜ୍ଞାନ ପ୍ରସ୍ତୁତ କରୁଛୁ ତାକୁ ଭଲ ଭାବରେ ବୁଝିବା ଉଚିତ୍ । ଅର୍ଥାତ୍ ତୁମେ ପ୍ରତିଦିନ ଭଲ ଭାବରେ ପଢ଼ିବା ଉଚିତ୍ । ଆମ ପାଖରେ ଏତେ ସାରା ପୁସ୍ତକ ଅଛି । ଏବଂ ଭଗବଦ୍ ଗୀତା ଏତେ ପୂର୍ଣ୍ଣ ଯେ କୌଣସି ଶ୍ଳୋକ ତୁମେ ପଢ଼, ତୁମେ ଏକ ନୂତନ ଶିକ୍ଷା ତୁମେ ପାଇବ । ଏହା ଏତେ ଭଲ । ଭଗବଦ୍ ଗୀତା କିମ୍ଵା ଭାଗବତ । କିନ୍ତୁ ଏହା ସାଧ‍ାରଣ ଲେଖନ ନୁହେଁ ।

ଉମାପତି: ମୁଁ ଆପଣଙ୍କର ଭଗବଦ୍ ଗୀତା କିଛି ବିଦ୍ୟାଳୟମାନଙ୍କରେ ରଖିବାକୁ ଚେଷ୍ଟା କରୁଛି, ଏବଂ ସେମାନେ କହୁଛନ୍ତି କି, "ଠିକ୍ ଅଛି," ସେମାନଙ୍କ ମଧ୍ୟରୁ କେତେକ, ଯଦି ସେମାନଙ୍କ ପାଖରେ ଏକ ଭଗବଦ୍ ଗୀତା ଅଛି, ସେମାନେ କୁହଁନ୍ତି, "ଠିକ୍ ଅଛି, ଆମ ପାଖରେ ଏକ ଭଗବଦ୍ ଗୀତା ଅଛି ।" ତେବେ ଠିକ୍ ଅଛି, ହମ୍, "ଏହା ଭଗବଦ୍ ଗୀତାର ଏକ ସମ୍ପୂର୍ଣ୍ଣ ଭିନ୍ନ ବୁଝାମଣା," ଏବଂ ସେମାନେ କୁହଁନ୍ତି, "ଠିକ୍ ଅଛି, ଏହା କେବଳ ଅନ୍ୟ ଜଣଙ୍କର ମତ ଏବଂ ଆମର ଏକ ପୁସ୍ତକ ଉପରେ ବିଭିନ୍ନ ମତରେ ଏତେ ରୁଚି ନାହିଁ ।"

ପ୍ରଭୁପାଦ: ଏହା ମତ ନୁହେଁ । ଆମେ ଯଥାର୍ଥ ରଖୁଛୁ, ବିନା ମତରେ । ଉମାପତି: ଠିକ୍ ଅଛି, ଏହା ସେମାନେ କୁହଁନ୍ତି । ସେମାନଙ୍କୁ ପରାଜୟ କରିବା ବହୁତ କଷ୍ଟକର... ପ୍ରଭୁପାଦ: ତେବେ ପ୍ରଚାର କରିବା ସର୍ବଦା କଷ୍ଟକର । ତାହା ମୁଁ ବାରମ୍ଵାର କହୁଛି । ତୁମେ ପ୍ରଚାର କରିବାକୁ ସହଜ ଭାବି ପାରିବ ନାହିଁ । ପ୍ରଚାର ହେଉଛି ଯୁଦ୍ଧ କରିବା । ତୁମେ ଭାବୁଛ କି ଯୁଦ୍ଧ କରିବା ସହଜ କାମ? ଯୁଦ୍ଧ କରିବା ଏତେ ସହଜ କାମ ନୁହେଁ । ଯେତେବେଳେ ଯୁଦ୍ଧ ହୁଏ, ସେଠାରେ ବିପଦ ଥାଏ, ଦାୟିତ୍ଵ ଥାଏ । ତେବେ ପ୍ରଚାର ଅର୍ଥାତ୍... ପ୍ରଚାର କ'ଣ? ଯେହେତୁ ଲୋକମାନେ ଅଜ୍ଞାନୀ, ସେଥିପାଇଁ ଆମେ ସେମାନଙ୍କୁ ଜ୍ଞାନ ଦେବା ଉଚିତ୍ । ତାହା ହେଉଛି ପ୍ରଚାର ।

ନର-ନାରାୟଣ: ଯେତେବେଳେ ଆପଣ ପାଶ୍ଚାତ୍ୟ ଦୁନିଆକୁ ଆସିଲେ, କେହି ବି କେଉଁଠାରେ ବିଶ୍ଵାସ କରି ନ ଥିଲେ ଯେ ଏହା ସଫଳ ହେବ ମୁଁ ଭାବୁଛି । କିନ୍ତୁ ବାସ୍ତବରେ, ଏହା ଅତି ସଫଳ ହୋଇଯାଇଛି, ପ୍ରଚାର ଦ୍ଵାରା ।

ପ୍ରଭୁପାଦ: ମୁଁ ନିଜେ ବିଶ୍ଵାସ କରୁ ନ ଥିଲି କି ମୁଁ ସଫଳ ହେବି, ଅନ୍ୟମାନଙ୍କ ବିଷୟରେ କ'ଣ କହିବି । କିନ୍ତୁ, ଯେ ହେତୁ ମୁଁ ଉଚିତ୍ ପରମ୍ପରାରେ କରିଲି, ସେଥିପାଇଁ ଏହା ସଫଳ ହେଲା ।

ଯଶୋମତିନନ୍ଦନ: ହଁ, କୃଷ୍ଣ ଏତେ ଦୟାଳୁ ଯେ ଆମେ କିଛି ଆଶା କରୁ ଏବଂ ସେ ଆମକୁ ଶହେ ଗୁଣ ଅଧିକ ଦିଅନ୍ତି ।

ପ୍ରଭୁପାଦ: ଓ ହଁ ।

ଯଶୋମତିନନ୍ଦନ: ତେବେ ଆମେ ଯଦି କେବଳ ଆପଣଙ୍କର ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବୁ, ତେବେ ମୁଁ ନିଶ୍ଚିତ ଯେ ଏହା ଗୌରବଶାଳୀ ହେବ ।

ନର-ନାରାୟଣ: ତେବେ ଯଦି ଆମେ ଉଚିତ୍ ପରମ୍ପରାରେ ରହିବା, ତେବେ ଆମର ରାଜନୈତିକ କାର୍ଯ୍ୟକଳାପ ମଧ୍ୟ ସଫଳ ହେବ?

ପ୍ରଭୁପାଦ: ଓ ହଁ । କାହିଁକି ନୁହେଁ? କୃଷ୍ଣ ରାଜନୀତିରେ ଥିଲେ । ତେବେ କୃଷ୍ଣ ଚେତନା ଅର୍ଥାତ୍ ସବୁ ଦିଗରୁ: ସାମାଜିକ, ରାଜନୈତିକ, ଦାର୍ଶନିକ, ଧାର୍ମିକ, ସାଂସ୍କୃତିକ, ସବୁକିଛି । ଏହା ଏକ ପକ୍ଷର ନୁହେଁ । ସେମାନେ ଏହାକୁ ନିଅଁନ୍ତି... ସେମାନେ ଜାଣି ନାହାଁନ୍ତି । ସେଥିପାଇଁ ସେମାନେ ଏହାକୁ ଧାର୍ମିକ ଆନ୍ଦୋଳନ ଭାବୁଛନ୍ତି । ନା, ଏହା ସର୍ବ-ସହିତ, ସର୍ବ-ସହିତ, ସର୍ବ-ବ୍ୟାପକ ଅଟେ ।