OR/Prabhupada 0352 - ଏହି ସାହିତ୍ୟ ସମଗ୍ର ଦୁନିଆରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ



Lecture on SB 1.8.20 -- Mayapura, September 30, 1974

ତଦ୍ ୱାଗ ବିସଗୌ ଜନତାଘ ବିପ୍ଳବଃ । ଯେ କୌଣସି ରଚନାରେ, ଯେଉଁଠାରେ କିମ୍ଵା କେବେ କେବେ ଭଗବାନଙ୍କର ଗୁଣଗାନ କରାଯାଇଛି, ଯେ କୌଣସି ସାହିତ୍ୟରେ । ତଦ ୱାଗ ବିସର୍ଗୌ ଜନତାଘ ବିପ୍ଳବଃ । ଏହି ପ୍ରକାରର ସାହିତ୍ୟ କ୍ରାନ୍ତିକାରୀ ଅଟେ । କ୍ରାନ୍ତିକାରୀ । ବିପ୍ଳବଃ । ବିପ୍ଳବ ଅର୍ଥାତ୍ କ୍ରାନ୍ତି । କେଉଁ ପ୍ରକାରର ବିପ୍ଳବ? ଠିକ୍ ଯେପରି କ୍ରାନ୍ତିରେ, ଏକ ରାଜନୈତିକ ଦଳ ଅନ୍ୟ ଏକ ରାଜନୈତିକ ଦଳ ଉପରେ ବିଜୟ ପ୍ରାପ୍ତ କରେ, କିମ୍ଵା ଏକ ପ୍ରକାରର... ଆମେ ବୁଝୁ କ୍ରାନ୍ତି ଅର୍ଥାତ୍ ରାଜନୈତିକ କ୍ରାନ୍ତି । ଏକ ପ୍ରକାରର ରାଜନୈତିକ ବିଚାର ଅନ୍ୟ ଏକ ରାଜନୈତିକ ବିଚାର ଦ୍ଵାରା ନିୟନ୍ତ୍ରିତ ହୁଏ । ତାହାକୁ କ୍ରାନ୍ତି କୁହାଯାଏ । ତେବେ ଇଂରାଜୀ ଶଦ୍ଦ ହେଉଛି ରିଭୋଲୁସନ୍, ସଂସ୍କୃତ ଶଦ୍ଦ ହେଉଛି ବିପ୍ଳବ । ତେବେ ତଦ୍-ବାଗ-ବିସର୍ଗୌ ଜନତାଘ ବିପ୍ଳବଃ । ଯଦି ଏପରି ସାହିତ୍ୟ ଉପସ୍ଥାପନ କରାଯାଏ... ଠିକ୍ ଯେପରି ଆମେ ପ୍ରସ୍ତୁତ କରୁଛୁ । ଆମେ ବହୁତ ବଡ ବିଦ୍ଵାନ ନାହୁଁ । ଆମର... ଆମର ସେପରି କୌଣସି ଯୋଗ୍ୟତା ନାହିଁ ଯେ ଆମେ ବହୁତ ଭଲ ସାହିତ୍ୟ ରଚନା କରି ପାରିବା । ସେଥିରେ ଅନେକ ଭୁଲ୍ ହୋଇପାରେ କିମ୍ଵା... ଯାହା କିଛି ବି ହେଉ । କିନ୍ତୁ ଏହା ହେଉଛି କ୍ରାନ୍ତିକାରୀ । ତାହା ହେଉଛି ଏକ ତଥ୍ୟ । ଏହା ହେଉଛି କ୍ରାନ୍ତିକାରୀ । ଅନ୍ୟଥା, କାହିଁକି ବଡ଼, ବଡ଼ ବିଦ୍ଵାନ, ଅଧ୍ୟାପକ, ବିଶ୍ଵବିଦ୍ୟାଳୟର ଅଧିକାରୀ, ପୁସ୍ତକାଳୟଧ୍ୟକ୍ଷ, ସେମାନେ ନେଉଛନ୍ତି? ସେମାନେ ଭାବୁଛନ୍ତି ସେମାନେ ଜାଣିଛନ୍ତି ଯେ ଏହି ସାହିତ୍ୟ ସମଗ୍ର ଦୁନିଆରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ । କାରଣ ସେଠାରେ, ପାଶ୍ଚାତ୍ୟ ଦୁନିଆରେ, ଏପରି କୌଣସି ବିଚାର ନାହିଁ । ସେମାନେ ସହମତ । ତେବେ କାହିଁକି ଏହା କ୍ରାନ୍ତିକାରୀ? କାରଣ କୃଷ୍ଣଙ୍କର ଗୁଣଗାନ କରିବା ପାଇଁ ଏକ ପ୍ରୟାସ କରାଯାଉଛି, ପରମ ପୁରୁଷ ଭଗବାନଙ୍କର । ଆଉ କିଛି ନୁହେଁ । ଏଥିରେ କୌଣସି ସାହିତ୍ୟିକ ବୃତ୍ତି ନାହିଁ ।

ସେଥିପାଇଁ ଏହାକୁ ଗ୍ରହଣ କରାଯାଇଛି । ତଦ୍-ୱାଗ-ବିସର୍ଗୌ ଜନତାଘ ବିପ୍ଳବଃ ଯସ୍ମିନ ପ୍ରତି ଶ୍ଳୋକମ ଅବଦ୍ଧ... ଶ୍ଳୋକ (SB 1.5.11) । ସଂସ୍କୃତରେ ଶ୍ଳୋକ ଲେଖିବା ପାଇଁ, ପାଣ୍ତିତ୍ୟପୂର୍ଣ୍ଣ ବିଦ୍ଵାନ ହୋଇଥିବା ଆବଶ୍ୟକ । ଅନେକ ଅନେକ ନିୟମ ଏବଂ କାନୁନ ଅଛି । ଏହା ନୁହେଁ ଯେ ତୁମେ କିଛି ବି ଲେଖିବ ଏବଂ ତୁମେ କବି ହୋଇଯିବ । ନା । ଯଥେଷ୍ଟ ନିୟମ ଏବଂ କାନୁନ ଅଛି, ଜଣକୁ ଅନୁସରଣ କରିବାକୁ ହେବ । ତାପରେ ଜଣେ ରଚନା କରିପାରିବ । ଠିକ୍ ଯେପରି ତୁମେ ଦେଖୁଛ, ମାପକ ଅଛି ।

ତଥା ପରମହଂସାନାମ
ମୁନିନାମ୍ ଅମଲାତ୍ମନାମ୍
ଭକ୍ତି-ଯୋଗ-ବିଧାନାର୍ଥମ
କଥମ୍ ପଶ୍ୟୟେମ ହି ସ୍ତ୍ରିୟ
(SB 1.8.20)

ମାପଦଣ୍ତ ଅଛି । ପ୍ରତ୍ୟେକ ଶ୍ଳୋକର, ମାପଦଣ୍ତ ଅଛି । ତେଣୁ, ଯଦିଓ ଏହା ମାନଦଣ୍ତରେ ଲେଖା ଯାଇ ନାହିଁ, ଏବଂ ବେଳେ ବେଳେ ଏହା ଭାଙ୍ଗି ଯାଉଛି, ତେବେ ତଥାପି, କାରଣ ସେଥିରେ ପରମ ପୁରୁଷ ଭଗବାନଙ୍କର ଗୁଣଗାନ କରାଯାଇଛି... ନାମାନି ଅନନ୍ତସ୍ୟ । ଅନନ୍ତ ହେଉଛି ପରମ, ଅସିମୀତ । ତାଙ୍କର ନାମ ସେଥିରେ ଅଛି । ସେଥିପାଇଁ ମୋ ଗୁରୁ ମାହାରାଜ ସ୍ଵୀକାର କରିଛନ୍ତି । ଯଦି ଅନନ୍ତସ୍ୟ, ଅନନ୍ତର, ପରମ, ନାମ ଅଛି - "କୃଷ୍ଣ", "ନାରାୟଣ", "ଚୈତନ୍ୟ", ସେହିପରି - ଶ୍ରବନ୍ତି ଗାୟନ୍ତି ଗୃଣନ୍ତି ସାଧବଃ । ସାଧବଃ ଅର୍ଥାତ୍ ଯେଉଁମାନେ ସାଧୁ ବ୍ୟକ୍ତି । ଏହିପରି ସାହିତ୍ୟ, ଯଦିଓ ଏହା ଭଗ୍ନ ଭାଷାରେ ଲେଖା ଯାଇଛି, ସେମାନେ ଏହା ଶୁଣନ୍ତି । ଶୁଣନ୍ତି । କାରଣ ସେଥିରେ ଭଗବାନଙ୍କର ଗୁଣଗାନ କରା ଯାଇଛି ।

ତେବେ ଏହା ହେଉଛି ପ୍ରଣାଳୀ । ଯେ କୌଣସି ଭାବରେ, କୃଷ୍ଣଙ୍କ ସହିତ ଜଡ଼ିତ ହେବା ଉଚିତ୍ । ମୟ୍ୟାସକ୍ତ ମନାଃ ପାର୍ଥ । ତାହା ହେଉଛି ଆମର ଏକମାତ୍ର କାମ, ଆମେ କିପରି ହୋଇପାରିବା... ଏହା କିଛି ଫରକ ପକାଏ ନାହିଁ, ଭଗ୍ନ ଭାଷାରେ । ବେଳେ ବେଳେ... ଅନେକ ସଂସ୍କୃତର... ମୋର କହିବାର ଅର୍ଥ ହେଲା, ଠିକ୍ ଭାବରେ ଉଚ୍ଚାରଣ କରାଯାଏ ନାହିଁ । ଠିକ୍ ଯେପରି ଆମେ କରୁଛୁ । ଆମେ ଏତେ ନିପୁଣ ନାହୁଁ । ଅନେକ ନିପୁଣ ସଂସ୍କୃତ ଉଚ୍ଚାରକ ଅଛନ୍ତି, ବେଦ ମନ୍ତ୍ର । ଏବଂ ଆମେ ଏତେ ନିପୁଣ ନାହୁଁ । କିନ୍ତୁ ଆମେ ଚେଷ୍ଟା କରୁ । ଆମେ ଚେଷ୍ଟା କରୁ । କିନ୍ତୁ କୃଷ୍ଣଙ୍କର ନାମ ଅଛି । ସେଥିପାଇଁ ଏହା ଯଥେଷ୍ଟ । ସେଥିପାଇଁ ଏହା ଯଥେଷ୍ଟ ।