OR/Prabhupada 0359 - ଜଣକୁ ପରମ୍ପରା ମାଧ୍ୟମରେ ଏହି ବିଜ୍ଞାନ ଶିଖିବାକୁ ହେବ



Lecture on BG 4.2 -- Bombay, March 22, 1974

ବୈଦିକ ଜ୍ଞାନ ଅନୁସରଣ କରିବା ଅର୍ଥାତ୍ କୃଷ୍ଣଙ୍କୁ ବୁଝିବା । କିନ୍ତୁ ତୁମେ ଯଦି କୃଷ୍ଣଙ୍କୁ ବୁଝି ନାହଁ, ଏବଂ ଯଦି ତୁମେ ଏପରି କଥା ହୁଅ, ଯେପରି ଏତେ ସାରା ବକବାସ କଥା, ଏବଂ ଯଦି ତୁମେ ନିଜକୁ ପଣ୍ଡିତ ସ୍ଥିତିରେ ରଖ, ତାହା ହେଉଛି ଶ୍ରମ ଏବ ହି କେବଳମ୍ । ତହା କୁହାଯାଇଛି । ଶ୍ରମ ଏବ ହି । କେବଳ ସମୟ ନଷ୍ଟ କରିବା ଏବଂ ବୃଥା ପରିଶ୍ରମ କରିବା । ବାୁଦେଵ ଭଗବତୀ...

ଧର୍ମଃ ସ୍ଵନୁଷ୍ଠିତଃ ପୁଂସାମ
ବିଶ୍ଵକ୍ସେନ କଥାସୁ ଯଃ
ନୌତ୍ପାଦଯେଦ ଯଦି ରତିମ
ଶ୍ରମ ଏବ ହି କେବଳମ୍
(SB 1.2.8)

ବର୍ତ୍ତମାନ, ଧର୍ମ, ସମସ୍ତେ ନିଜର ନିଦ୍ଧିଷ୍ଟ ବୃତ୍ତିଗତ କର୍ତ୍ତବ୍ୟ ବହୁତ ଭଲ ଭାବରେ ନିଷ୍ପାଦନ କରୁଛନ୍ତି । ବ୍ରାହ୍ମଣ, କ୍ଷେତ୍ରିୟ, ବୈଶ୍ୟ, ଶୂଦ୍ର । ମୁଁ ସଂଗଠିତ ସମାଜ ସମ୍ଵନ୍ଧ ବିଷୟରେ କହୁଛି, ବର୍ତ୍ତମାନର ଏହି ପଶୁ ସମାଜ ସମ୍ବନ୍ଧରେ ନୁହେଁ । ଏପରିକି ସଂଗଠିତ ସମାଜ, ଏକ ବ୍ରାହ୍ମଣ ତାର କର୍ତ୍ତବ୍ୟ ଠିକ୍ ଏକ ବ୍ରାହ୍ମଣ ରୂପେ ସମ୍ପାଦନ କରୁଛି । ସତ୍ୟମଂ ଶମୋ ଦମସ ତିତିକ୍ଷଃ ଆର୍ଜବମ, ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ଵଭାବଜମ୍ (BG 18.42) । ତଥାପି... ଧର୍ମ ସ୍ଵାନୁଷ୍ଠିତ, ସେ ବହୁତ ଭଲ ଭାବରେ ଏକ ବ୍ରାହ୍ମଣ ରୁପେ ନିଜର କର୍ତ୍ତବ୍ୟ ନିଷ୍ପାଦନ କରୁଛି, କିନ୍ତୁ ଏହିପରି କର୍ତ୍ତବ୍ୟ ସମ୍ପାଦନ କରିବା ଦ୍ଵାରା, ଯଦି ସେ କୃଷ୍ଣ ଚେତନା ବିକାସ ନ କରିପାରେ, ତେବେ ଶ୍ରମ ଏବ ହି କେବଳମ୍ । ଏହା ହେଉଛି ବିଚାର । ତେବେ ସେ ସମୟ ନଷ୍ଟ କରୁଛି । କାରଣ ବ୍ରାହ୍ମଣ ହେବା ପାଇଁ, ପୂର୍ଣ୍ଣ ବ୍ରାହ୍ମଣ, ଅର୍ଥାତ୍ ବ୍ରାହ୍ମଣକୁ ଜାଣିବା । ଅଥାତୋ ବ୍ରହ୍ମ ଜିଜ୍ଞାସା । ଏବଂ ପରବ୍ରହ୍ମ, ପରମ ବ୍ରାହ୍ମଣ, ହେଉଛନ୍ତି କୃଷ୍ଣ । ତେଣୁ ଯଦି ସେ କୃଷ୍ଣଙ୍କୁ ବୁଝିପାରେ ନାହିଁ, ତେବେ ତାର ଏହି ବ୍ରାହ୍ମଣ କର୍ତ୍ତବ୍ୟ ନିଷ୍ପାଦନ କରିବାର ଉପଯୋଗ କ'ଣ? ଏହା ଶାସ୍ତ୍ରର ନିଣ୍ଣୟ । ଶ୍ରମ ଏବ ହି କେବଳମ, କେବଳ ସମୟ ନଷ୍ଟ କରିବା ।

ସେଥିପାଇଁ ଜଣେ ଏହି ବିଜ୍ଞାନ ପରମ୍ପରା ପ୍ରଣାଳୀରେ ଶିଖିବା ଉଚିତ୍ । ଏବଂ ପରମ୍ପରାପ୍ରାପ୍ତମିମଂ (BG 4.2) । ତୁମେ ଠିକ୍ ବ୍ୟକ୍ତି ପାଖକୁ ଯିବା ଉଚିତ୍ ଯିଏ କୃଷ୍ଣଙ୍କୁ ଜାଣିଛି । ଏବଂ ପରମ୍ପରା... ଠିକ୍ ଯେପରି ସୂର୍ଯ୍ୟ, ବିବସ୍ଵାନ, ତାଙ୍କୁ କୃଷ୍ଣ ନିର୍ଦ୍ଦେଶ ଦେଇଥିଲେ । ତେଣୁ ତୁମେ ଯଦି ବିବସ୍ଵାନଙ୍କ ଠାରୁ ନିର୍ଦ୍ଦେଶ ନିଅ, ସୂର୍ଯ୍ୟ ଭଗବାନଙ୍କ ଠାରୁ, ତେବେ ତୁମେ ପୂର୍ଣ୍ଣ ଜ୍ଞାନ ପାଇବ । କିନ୍ତୁ ତୁମେ ସୂର୍ଯ୍ୟ ଗ୍ରହକୁ ଯାଇ ପାରିବ ନାହିଁ ଏବଂ ବିବସ୍ଵାନଙ୍କୁ ପଚାରି ପାରିବ ନାହିଁ, "କୃଷ୍ଣ ତୁମ ସହିତ କ'ଣ କଥା ହେଲେ?" ସେଥିପାଇଁ ବିବସ୍ଵାନ ତାଙ୍କ ପୁତ୍ର, ମନୁଙ୍କୁ ଜ୍ଞାନ ହସ୍ତାନ୍ତରିତ କରିଲେ । ଏହି ଯୁଗକୁ ବୈବସ୍ଵାତ ମନୁ କୁହାଯାଏ, ଏହି ଯୁଗ । ବର୍ତ୍ତମାନ, ବିବସ୍ଵାନ, କାରଣ ସେ ହେଉଛନ୍ତି ବିବସ୍ଵାନଙ୍କର ପୁତ୍ର, ସେଥିପାଇଁ ଏହି ମନୁକୁ ବୈବସ୍ଵତ ମନୁ କୁହାଯାଏ । ବୈବସ୍ଵାତ ମନୁ । ବର୍ତ୍ତମାନ ବୈବସ୍ଵତ ମନୁଙ୍କର ଯୁଗ ଚାଲିଛି । ମନୁରିକ୍ଷ୍ଵାକବେଽବ୍ରବୀତ୍ । ତେବେ ମନୁ ମଧ୍ୟ ତାଙ୍କ ପୁତ୍ର ସହିତ କଥା ହେଲେ । ତେବେ ଏହିପରି ଭାବରେ, ଏବଂ ପରମ୍ପରାପ୍ରାପ୍ତମିମଂ (BG 4.2) । ସେମାନେ କିଛି ଉଦାହରଣ ଦେଉଛନ୍ତି, କିନ୍ତୁ ଜ୍ଞାନ ପରମ୍ପରା ମାଧ୍ୟମରେ ପ୍ରାପ୍ତ କରାଯିବା ଉଚିତ୍ । କିନ୍ତୁ କୌଣସି ପ୍ରକାରରେ, ପରମ୍ପରା ହଜିଯାଇଛି... ଠିକ୍ ଯେପରି ମୁଁ ମୋର ଶିଷ୍ୟମାନଙ୍କ ସହିତ କିଛି କଥା ହେଲି । ସେମାନେ ସେହି କଥା ତାଙ୍କର ଶିଷ୍ୟମାନଙ୍କୁ କହିଲେ । ସେମାନେ ସେହି କଥା ତାଙ୍କର ଶିଷ୍ୟମାନଙ୍କୁ କହିଲେ । କିନ୍ତୁ କୌଣସି ପ୍ରକାରରେ, ଯଦି ଏହା ବିକୃତ ହୋଇଯାଏ, ତେବେ ଜ୍ଞାନ ହଜିଯାଏ । ଯଥା ଶୀଘ୍ର କେହି ଶିଷ୍ୟ ପରମ୍ପରାରେ ଆସୁଥିବା ଜ୍ଞାନକୁ ବିକୃତ କରେ, ତେବେ ଏହା ହଜିଯାଏ । ତାହା ବର୍ଣ୍ଣନା କରାଯାଇଛି ।

ସ କାଳେନେହ ମହତା । ସମୟ ଅତି ବଳବାନ । ଏହା ବଦଳେ । ତାହା ହେଉଛି... ସମୟ ଅର୍ଥାତ୍ ଏହା ବଦଳିବ, ମୂଳ ସ୍ଥିତିକୁ ମାରି ଦିଏ । ତୁମକୁ ଅନୁଭବ ମିଳେ । ତୁମେ କିଛି କିଣ । ଏହା ବହୁତ ସତେଜ, ନୂଆ । କିନ୍ତୁ ସମୟ ଏହାକୁ ମାରି ଦିଏ । ଏହା ଦୁଷିତ ହୋଇଯିବ । ଏହା ବେକାର ହୋଇଯିବ କିଛି ସମୟ ପରେ । ତେଣୁ ସମୟ ଲଢ଼ୁଛି । ଏହି ଭୌତିକ ସମୟ, ଏହାକୁ କାଳ କୁହାଯାଏ । କାଳ ମାନେ ମୃତ୍ୟୁ । ବା କାଳ ମାନେ କଳା ସର୍ପ । ତେଣୁ କଳା ସର୍ପ ନଷ୍ଟ କରେ । ଯେଉଁ କ୍ଷଣରେ ଏହା କିଛି ଛୁଁଏ, ତାହା ନଷ୍ଟ ହୋଇଯାଏ । ସେହିପରି, କାଳ... ଏହି କାଳ ମଧ୍ୟ କୃଷ୍ଣଙ୍କର ଅନ୍ୟ ଏକ ରୂପ । ତେଣୁ କାଳେନ ମହତ । ସେଥିପାଇଁ ଏହାକୁ ମହତ କୁହାଯାଏ । ଏହା ଅତ୍ୟନ୍ତ ଶକ୍ତିଶାଳୀ । ଏହା ଅତି ସାଧାରଣ ନୁହେଁ । ମହତ । ଏହାର କାମ ହେଉଛି ନଷ୍ଟ କରିବା । ତେଣୁ କାଳେନ ଇହ ନଷ୍ଟ । ତେଣୁ ଏକ ନିର୍ଦ୍ଧିଷ୍ଟ ସମୟରେ...କାରଣ କାଳ କେମିତି ନଷ୍ଟ ହୋଇପାରିବ ? ଯେମିତି ହି କାଳ ଦେଖେ ଯେ ତୁମେ ଯେତେବେଳେ ବିକୃତ କରୁଛ, ତେବେ ଏହା ନଷ୍ଟ ହୋଇଯିବ । ଏପରି ବ୍ୟକ୍ତିମାନଙ୍କ ଠାରୁ ଭଗବଦ୍ ଗୀତା ବୁଝିବାକୁ ଚେଷ୍ଟା କର ନାହିଁ ଯିଏ କି କାଳର ପ୍ରଭାବରେ ଅଛି- ଅତୀତ, ବର୍ତମାନ, ଭବିଷ୍ୟତ । ତୁମେ ଭଗବଦ୍ ଗୀତା ବୁଝିବାକୁ ଚେଷ୍ଟା କରନାହିଁ ତଥାକଥିତ ମୂର୍ଖ ଦାର୍ଶନିକ, ସମାଲୋଚକ ଏବଂ... ମାନଙ୍କ ଠାରୁ । ସେମାନେ ଭଗବଦ୍ ଗୀତାକୁ ବିକୃତ ଭାବରେ ଲେଖିବେ । କେହି କହିବ ଯେ, "କୃଷ୍ଣ ନାହାନ୍ତି । ମହାଭାରତ ହୋଇନଥିଲା ।" କେହି କୁହନ୍ତି, କୃଷ୍ଣ ଏଥିରେ ଗୁରୁତ୍ଵ ଦେଇଥିଲେ," "କୃଷ୍ଣ ସେଥିରେ ଗୁରୁତ୍ଵ ଦେଇଥିଲେ ।" କେହି କହିବ, କୃଷ୍ଣ କର୍ମ ଉପରେ ଗୁରୁତ୍ଵ ଦେଇଥିଲେ, କର୍ମ କାଣ୍ଡ ଉପରେ ।" କେହି ଜ୍ଞାନ ଉପରେ କହିବ, ତ ଆଉ କେହି ଯୋଗ ଉପରେ କହିବ । ଭଗବଦ୍ ଗୀତାର ଅନେକ ସଂସ୍କରଣ ଅଛି । ଯୋଗୀଚାର୍ଥ, ଜ୍ଞାନ ଅର୍ଥ, ଗୀତାର ଜ୍ଞାନ ଅର୍ଥ... ତେଣୁ ପ୍ରକୃତ ଗୀତାର ଜ୍ଞାନ କହିଥିଲେ ପରମ ପୁରୁଷ ଭଗବାନ୍, ଆମକୁ ତାହା ଗ୍ରହଣ କରିବାକୁ ହେବ । ତାହା ହେଉଛି ଗୀତାର ଜ୍ଞାନ ।