OR/Prabhupada 0363 - କେହିଜଣେ ତୁମର ସାଙ୍ଗ, ଏବଂ କେହିଜଣେ ତୁମର ଶତ୍ରୁ ହେବେ



Lecture on SB 7.9.17 -- Mayapur, February 24, 1976

ଯସ୍ମାତ୍ ପ୍ରିୟ ଅପ୍ରିୟ ବିୟୋଗ ସଂଯୋଗ ଜନ୍ମ
ଶୋକାଗ୍ନି ସକଳ ଯୋନିଷୁ ଦହ୍ୟମାନ
ଦୁଃଖୌଷଦମ ତଦ ଅପି ଦୁଃଖମ୍ ଅତଦ ଧିଯାହମ
ଭୂମନ ଭ୍ରମାମି ବଦ ମେ ତବ ଦାସ୍ୟ ଯୋଗମ
(SB 7.9.17)

ପ୍ରହଲ୍ଲାଦ ମହାରାଜ, ପୂର୍ବ ଶ୍ଳୋକରେ, ସେ କହିଛନ୍ତି, "ମୋତେ ବହୁତ ଡ଼ର ଲାଗୁଛି ଏହି ଭୌତିକ ସ୍ଥିତିରେ, ଦଃଖାଳୟମଶାଶ୍ଵତମ୍ (BG 8.15) । ବର୍ତ୍ତମାନ ସେ ବର୍ଣ୍ଣନା କରୁଛନ୍ତି ଏହି ପ୍ରକାରର ପୀଡ଼ାର ବିଭିନ୍ନ ଚରଣ କ'ଣ, ଯସ୍ମାତ୍, ଏହି ଭୌତିକ ଅସ୍ତିତ୍ଵ ଯୋଗୁଁ । ଯେତେବେଳେ ଆମେ ଏହି ଭୌତିକ ଦୁନିଆକୁ ଆସୁ ଅନେକ ବ୍ୟକ୍ତିଙ୍କ ସହିତ ସମ୍ଭନ୍ଧ ହୁଏ । ଭୂତାପ୍ତ - ପିତୃଣାମ, ନୃଣାମ୍ । ଯଥା ଶୀଘ୍ର ଆମେ ମାତୃ ଗର୍ଭରୁ ବାହାରକୁ ଆସୁ, ଏତେ ସାରା ସମ୍ଵନ୍ଧୀ, ବନ୍ଧୁମାନେ ଥାନ୍ତି, ଭୂତ-ଆତ୍ପ, ପିତୃ, ଭୂତାପ୍ତ, ଋଷି, ପିତୃଣାମ, ନୃଣାମ । ଆମେ ସଂମ୍ବନ୍ଧିତ ହୋଇଯାଉ । କିନ୍ତୁ ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରିୟ ଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ଏତେ ମିତ୍ରବତ ନ ଥାନ୍ତି - ଶତ୍ରୁ ।

ତେଣୁ ଯସ୍ମାତ୍ ପ୍ରିୟ ଅପ୍ରିୟ ବିୟୋଗ ସଂଯୋଗ ଜନ୍ମ । ବିୟୋଗ ସଂଯୋଗ ଜନ୍ମ । ଯଥା ଶୀଘ୍ର ଏକ ପିଲା ଜନ୍ମ ହୁଏ, ସେ ତାର ପୂର୍ବ ଜନ୍ମରୁ ଅଲଗା ହୋଇଯାଏ, ଏବଂ ସେ ଅନ୍ୟ ଏକ ନୂତନ ଜୀବନ ସହିତ ସଂଯୁକ୍ତ ହୋଇଯାଏ, ନୂଆ ଶରୀର, ବିୟୋଗ - ସଂଯୋଗ । ପୂର୍ବ ଶରୀର ପ୍ରୀତିକର ହୋଇପାରେ, ଏବଂ ଏହି ଶରୀର ଏତେ ପ୍ରୀତିକର ନୁହେଁ, ତୁଚ୍ଛ । ତାହା ସମ୍ଭବ । ଦେହାନ୍ତର ପ୍ରାପ୍ତିଃ (BG 2.13) । ଏହା ନୁହେଁ ଯେ ତୁମେ ସର୍ବଦା ପ୍ରୀତିକର ଶରୀର ପାଇବ । କିନ୍ତୁ ମାୟା ଏତେ ଶକ୍ତିଶାଳୀ, ଏପରିକି ଜଣକୁ ଘୁଷୁରିର ଶରୀର ମିଳିଲେ ମଧ୍ୟ, ସେ ଭାବେ, "ଏହା ବହୁତ ଭଲ ।" ଏହାକୁ ପ୍ରକ୍ଷେପାତ୍ମିକ ଶକ୍ତି କୁହାଯାଏ । ମାୟାକୁ ବିଶେଷ କରି ଦୁଇଟି ଶକ୍ତି ମିଳିଛି: ଆବରଣାତ୍ମିକ ଏବଂ ପ୍ରକ୍ଷେପାତ୍ମିକ । ସାଧାରଣତଃ ମାୟା ଆମକୁ ଆଛାଦିତ କରି ରଖେ, ଏବଂ ଯଦି ଜଣେ ଟିକିଏ ପ୍ରବୃଦ୍ଧ ହୁଏ, ମାୟାର ପଞ୍ଛାରୁ ମୁକ୍ତ ହେବା ପାଇଁ ଚାହେଁ, ମାୟାର ଅନ୍ୟ ଏକ ଶକ୍ତି ଅଛି, ସେ ପ୍ରକ୍ଷେପାତ୍ମିକ କିଏ । ମନେକର ଜଣେ ଭାବେ, "ବର୍ତ୍ତମାନ ମୁଁ କୃଷ୍ଣ ଚେତନାଶୀଳ ହୋଇଯିବି । ଏହି ସାଧାରଣ ଭୌତିକ ଚେତନା ଭାରୀ ବିବ୍ରତ କରୁଛି । ମୋତେ କୃଷ୍ଣ ଚେତନାଶୀଳ ହେବର ଅଛି ।" ତେବେ ମାୟା କୁହେ, "ତୁମେ ଏହା ସହିତ କ'ଣ କରିବ?" ଭଲ ହେବ ତୁମେ ଭୌତିକ ଚେତନାରେ ରୁହ ।" ଏହାକୁ ପ୍ରକ୍ଷେପାତ୍ମିକ ଶକ୍ତି କୁହାଯାଏ । ସେଥିପାଇଁ କେବେକେବେ କୌଣସି ବ୍ୟକ୍ତି ଆମ ସମାଜକୁ ଆସେ; କିଛିଦିନ ରହିଲା ପରେ, ସେ ଚାଲିଯାଏ । ଏହା ହେଉଛି ପ୍ରକ୍ଷେପାତ, ବିତାଡିତ । ଯେପର୍ଯ୍ୟନ୍ତ ସେ ଅତ୍ୟନ୍ତ ନିଷ୍ଠାବାନ୍ ହୋଇନାହିଁ, ସେ କଦାପି ଆମ ସହିତ ରହିପାରିବ ନାହିଁ, ସେ ବିତାଡିତ ହୋଇଯିବ । ତେଣୁ ପ୍ରହଲ୍ଲାଦ ମହାରାଜା କହିଛନ୍ତି ଯେ ଏହି ଦୁଇ ପଦବୀ - କେହି ଖୁସି କରୁଛି ତ କେହି ଦୁଃଖି କରୁଛି - ଏହା ନିରନ୍ତର ରୂପରେ ଚାଲିଆସୁଛି । ନାହିଁ ଯେ "ଯଦି ମୁଁ ଏହି ଶରୀର ପରିବର୍ତ୍ତନ କରିଦେବି, ଏହି ପ୍ରକ୍ରିୟା ମଧ୍ୟ ବନ୍ଦ ହୋଇଯିବ । ନାଁ । ଯେପର୍ଯନ୍ତ ତୁମେ ଭୌତିକ ଜଗତରେ ଏହି ଶରୀର ପାଇଛ, ତୁମକୁ ଏହି ଦୁଇଟି କାର୍ଯ୍ୟବିଧି ଅଛି । କେହିଜଣେ ତୁମର ସାଙ୍ଗ, ଏବଂ କେହିଜଣେ ତୁମର ଶତ୍ରୁ ହେବେ । ଯୋଗ-ସମଯୋଗ-ଜନ୍ମ ।

ତେଣୁ ଯେମିତି ହିଁ ଶତୃ ହେବେ, ବିଶାଦ ଆସିଯିବ, ଚିନ୍ତା । ଶୋକାଗ୍ନିନା । ଏପରି ଶୋକ କରିବା ହେଉଛି ଠିକ ଯେପରି ଶୋକର ଅଗ୍ନି । ଶୋକାଗ୍ନିନାନ । ଶୋକାଗ୍ନିନା ସକଳ-ଯୋନିସୁ । ଯଦି ତୁମେ ଭାବିବ ଯେ କେବଳ ମାନବ ସମାଜରେ ଏପରି ଅବସ୍ଥା ଅଛି - ଜଣକର ଶତୃ, ଜଣକର ମିତ୍ର - ନାଁ । ଯେକୌଣସି ସମାଜରେ, ଯେକୌଣସି ଯୋନୀରେ... ତୁମେ ଦେଖିଛ ଘରଚଟିଆମାନଙ୍କ ଭିତରେ ମଧ୍ୟ, ପକ୍ଷୀ ସମାଜର, ସେମାନେ ମଧ୍ୟ ଝଗଡା କରୁଛନ୍ତି । ତୁମେ ତାହା ଦେଖିଛ । ସେମାନେ ମଧ୍ୟ ଅତି ଘନିଷ୍ଠରେ ମିଶନ୍ତି, ପୁଣି ଝଗଡା କରନ୍ତି । ତେଣୁ ତୁମେ ପକ୍ଷୀ ବା କୁକୁରଙ୍କ କଥା ନିଅ । ସେମାନେ ଝଗଡା କରିବାରେ ପ୍ରସିଦ୍ଧ । ତେଣୁ ଏହା ଚାଲିଆସୁଛି: କେହିଜଣେ ଅତି ଘନିଷ୍ଠ, କେହିଜଣ ବିରୋଧୀ ଏବଂ ପରସ୍ପର ମଧ୍ୟରେ ଝଗଡା କରୁଛନ୍ତି । ସକଳ-ଯୋନିସୁଦାହ୍ୟମନଃ । ତୁମେ ଏକ ସମାଜକୁ ବେଖାତିର କରିକି ଅନ୍ୟ ଏକ ସମାଜକୁ ଯାଇପାରିବ ନାହିଁ । ଏହା ସମ୍ଭବ ନୁହେଁ । ଏହିପରି ମତଭେଦର ଅଗ୍ନି, ବିରୋଧାଭାଵ ଏବଂ ବନ୍ଧୁତା, ଏହା ଚାଲିଥିବ, କେବଳ ଏଠି ନୁହେଁ, ସ୍ଵର୍ଗୀୟ ଗ୍ରହ ମାନଙ୍କରେ ମଧ୍ୟ । ସ୍ଵର୍ଗୀୟ ଗ୍ରହମାନଙ୍କରେ ଦେବତା ଏବଂ ଅସୁର ମଧ୍ୟରେ ଲଢେଇ ଚାଲେ । ଅସୁରମାନେ ଦେବତାମାନଙ୍କ ପ୍ରତି ଈର୍ଷାଳୁ, ଏବଂ ଦେବତାମାନେ ମଧ୍ୟ ଅସୁରମାନଙ୍କ ପ୍ରତି ଈର୍ଷାଳୁ । ସବୁଠାରେ । ଏମିତିକି ରାଜା ଇନ୍ଦ୍ର ମଧ୍ୟ, ସେ ଏତେ ଐଶ୍ଵର୍ଯ୍ୟବାନ ହେଲେ ମଧ୍ୟ ତାଙ୍କର ଶତୃ ଅଛନ୍ତି । ଆମେ ସ୍ଵର୍ଗୀୟ ଗ୍ରହମାନଙ୍କର ବାତାବରଣର ଐଶ୍ଵର୍ଯ୍ୟକୁ ଉପଭୋଗ କରିବା ପାଇଁ ସେଠାକୁ ଯିବାକୁ ଇଛାପ୍ରକାଶ କରୁଛୁ, କିନ୍ତୁ ସେଠି ମଧ୍ୟ ସମାନ କଥା ।