OR/Prabhupada 0365 - ଏହାକୁ (ଇସ୍କନ୍) ଏକ ମଳ ସମାଜ ବନାଅ ନାହିଁ - ଏହାକୁ ଏକ ମହୁ ସମାଜ ବନାଅ ନାହିଁ



Lecture on SB 1.5.9-11 -- New Vrindaban, June 6, 1969

ତ ଏଠାରେ ନାରଦ ମୂନି ଉପଦେଶ ଦେଇଥିଲେ ଯେ "ଆପଣ ବର୍ଣ୍ଣନା କରିଥିଲେ..." ଧର୍ମାଦୟସ୍ ଚ ଅର୍ଥ । "ବିଭିନ୍ନ ଶାସ୍ତ୍ରରେ ଆପଣ ସମ୍ପୂର୍ଣ୍ଣ ବେଦକୁ ସରଳ ଭାଷାରେ ବିଭାଜନ କରିଥିଲେ, ପୁରାଣଗୁଡିକରେ ।" ପୁରାଣମାନେ ବେଦଗୁଡିକର ଅତିରିକ୍ତ, ବୈଦିକ ଜ୍ଞାନକୁ କ୍ଷମତା ଅନୁସାରେ ବୁଝିବା ପାଇଁ । ପ୍ରତ୍ୟକ ମଣିଷ ଭୌତିକ ପ୍ରକୃତିର କିଛି ଗୁଣ ଅଧିନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଅନ୍ଧାରରେ ବା ଅଜ୍ଞାନତାରେ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ରଜୋଗୁଣରେ ଅଛନ୍ତି । ଏବଂ ସେମାନଙ୍କ ମଧ୍ୟରେ କିଛି ମିଶ୍ରିତ ତମୋଗୁଣ ଏବଂ ରଜୋଗୁଣରେ ଅଛନ୍ତି । ଏବଂ ସେମାନଙ୍କ ମଧ୍ୟରେ କିଛି ପ୍ରକାଶରେ ବା ସତ୍ତ୍ଵଗୁଣରେ ଅଛନ୍ତି । ସମସ୍ତେ ଏକ ସ୍ତରରେ ନାହାନ୍ତି । ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି । ଠିକ୍ ଯେପରି ଆମ ହୟଗ୍ରୀବର ଗ୍ରନ୍ଥାଳୟରେ ତୁମେ ଅନେକ ଦର୍ଶନଶାସ୍ତ୍ର ସମ୍ଵନ୍ଧିୟ ପୁସ୍ତକ ପାଇବ । କିନ୍ତୁ ଯଦି ତୁମେ ଏକ ସାଧାରଣ ବ୍ୟକ୍ତିଙ୍କ ପାଖକୁ ଯିବ ତୁମେ କିଛି ଅଦରକାରି ସାହିତ୍ୟ, କାଳ୍ପନିକ କଥା, ଏବଂ ଯୈନ ମନୋବିଜ୍ଞାନ, ଏହା, ତାହା ପାଇବ । ରୂଚି ଅନୁସାରେ, ରୂଚି ଅନୁସାରେ । ବିଭିନ୍ନ ରୂଚି । କାରଣ ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି । ତାହା ପର ଉକ୍ତିରେ ବୁଝାଯିବ । ସେ କହୁଛନ୍ତି, ନାରଦ ମୁନି,

ନ ଯଦ୍ ବଚସ୍ ଚିତ୍ର-ପଦମ୍ ହରେର୍
ଯଶୋ ଜଗତ୍ ପବିତ୍ରମ୍ ପ୍ରଗୃଣୀତ କର୍ହିଚିତ
ତଦ୍ ବାୟସମ୍ ତୀର୍ଥମ ଉଶନ୍ତି ମାନସା
ନ ଯତ୍ର ହଂସା ନିମୀନ୍ତି ଉଶୀକ-କ୍ଷୟାଃ
(SB 1.5.10)

ତେଣୁ ସେ ବ୍ୟାସଦେଦଙ୍କ ଦ୍ଵାରା ରଚିତ ସମସ୍ତ ଗ୍ରନ୍ଥଗୁଡିକୁ ତୁଳନା କରୁଛନ୍ତି, ବେଦାନ୍ତ ତତ୍ତ୍ଵଜ୍ଞାନ ସହିତ । ସେ କହୁଛନ୍ତି ଏହା ହେଉଛି ବୟସଂ ତୀର୍ଥଂ । ବୟସଂ ତୀର୍ଥଂ । ବୟସଂ ମାନେ କାଉମାନେ । ଏବଂ କାଉମାନେ ଏବଂ ତାଙ୍କର ଉପଭୋଗ ସ୍ଥଳ । ତୁମେ କାଉଗୁଡିକୁ ଦେଖିଛ କି? ଭାରତରେ ଅନେକଗୁଡିଏ କାଉ ଦେଖିବାକୁ ମିଳିବ । ତୁମ ଦେଶରେ ଏତେ କାଉ ନାହାନ୍ତି... କିନ୍ତୁ ଭାରତରେ କାଉମାନେ, ସେମାନେ ସବୁ ଅଦରକାରୀ ଜିନିଷକୁ ଉପଭୋଗ କରନ୍ତି । କାଉମାନେ । ତୁମେ ଦେଖିବ ସେମାନେ ଉପଭୋଗ କରନ୍ତି ଯେଉଁଠାରେ ସବୁ ଅଳିଆ ପଡିଥାଏ, ଆବର୍ଜନା। ସେମାନେ ସବୁ ଅଳିଆ ଗୋଟାନ୍ତି, ଖୋଜନ୍ତି କେଉଁଠି କଫ ଅଛି, କେଉଁଠି ପୁଜ ଅଛି । ଯେଉଁଠି...ଯଦି...ଠିକ ଯେପରି ମାଛିମାନେ । ସେଗୁଡିକ ମଳ ଉପରେ ବସନ୍ତି । ମାକ୍ଷିକମ ଭ୍ରାମରା ଇଛନ୍ତି । ଏବଂ ମହୁମାଛିମାନେ, ସେମାନେ ମହୁ ସଙ୍ଗ୍ରହ କରିବାକୁ ଚେଷ୍ଟା କରନ୍ତି । ଏମିତିକି ପଶୁମାନଙ୍କ ମଧ୍ୟରେ ଏହା ତୁମେ ଦେଖିବାକୁପାଇବ । ମହୁ...ମହୁମାଛିମାନେ ମଳ ପାଖକୁ ଆସନ୍ତି ନାହିଁ । ଏବଂ ସାଧାରଣ ମାଛି, ସେମାନେ ମହୁ ସଂଗ୍ରହ କରିବାକୁ ଯାଆନ୍ତି ନାହିଁ । ସେହିପରି, ପକ୍ଷୀମାନଙ୍କ ମଧ୍ୟରେ ବିଭାଜନ ଅଛି, ଜନ୍ତୁମାନଙ୍କ ମଧ୍ୟରେ, ମନୁଷ୍ୟମାନଙ୍କ ମଧ୍ୟରେ । ସେଥିପାଇଁ ତୁମେ ଆଶା କର ନାହିଁ ଯେ ସାଧାରଣ ଲୋକମାନେ କୃଷ୍ଣ ଚେତନାକୁ ଆସିବେ । ତୁମେ ଦେଖଛ? କାରଣ ସେମାନେ ଶିକ୍ଷଣ ପାଇଛନ୍ତି ମାଛି ହେବା ପାଇଁ, ସେମାନେ ମଳ ଚାଖନ୍ତି । ତୁମେ ଦେଖଛ? ଆଧୁନିକ ଶିକ୍ଷା ବ୍ୟବସ୍ଥା ଲୋକମାନଙ୍କୁ ମାଛି ବନେଇବାର ଶିକ୍ଷା ଦେଉଛି, କେବଳ ମଳ । ଏଠି ନୁହେଁ, କୃଷ୍ଣ ଚେତନା । କିନ୍ତୁ ତୁମେ ଏଠି ମହୁଫେଣା ବନାଇପାରିବ । ଯେଉଁମାନେ ମହୁ ଖୋଜୁଛନ୍ତି, ସେମାନେ ପାଇବି, "ଏଠି କିଛି ଅଛି ।" ତୁମେ ଦେଖୁ? ଏହାକୁ ଏକ ମଳ ସମାଜ ବନାଅ ନାହିଁ । ତୁମେ ଦେଖ? ଏହାକୁ ଏକ ମହୁ ସମାଜ ବନାଅ ନାହିଁ । ଅତି କମରେ, ସୁଯୋଗ ଦିଅ, ମହୁ ଖଜିବା ବ୍ୟକ୍ତିମାନଙ୍କୁ । ଲୋକମାନଙ୍କୁ ଠକ ନାହିଁ । ତେବେ ସେମାନେ ଆସିବେ ।

ତ ଏଠାରେ ନାରଦ ମୁନି କହୁଛନ୍ତି ଯେ "ଆପଣ ଏତେସବୁ ଗ୍ରନ୍ଥ ରଚନା କରିଛନ୍ତି, ତାହା ଠିକ୍ ଅଛି । ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ହେଉଛି ଧର୍ମଦ୍ୟଃ । ଆପଣ ଧାର୍ମିକ ସିଦ୍ଧାନ୍ତ ଶିକ୍ଷା ଦେଉଛନ୍ତି ।" କୋଡିଏଟି ଅଛି, ବିଂଶତି, ଧର୍ମ-ଶାସ୍ତ୍ର । ଏହି ମନୁ-ସଂହିତା, ପରାଶର ମୁନୀଙ୍କର ନିୟମ, ଏବଂ ସାମାଜିକ ପ୍ରଥା, ଏହା, ତାହା । ବହୁତ ସାରା ଅଛି । ଏଗୁଡ଼ିକ ମୂଳତଃ ବିଭିନ୍ନ ଋଷିମୁନୀଙ୍କ ଦ୍ଵାରା ଦିଆଯାଇଛି, କିନ୍ତୁ ବ୍ୟାସଦେବ ଏହାର ଉଚିତ୍ ଉପଯୋଗ ପାଇଁ ଏହାକୁ ସଂଗ୍ରହ କରିଲେ । ଲୋକମାନେ ସେଗୁଡିକୁ ବୁଝିପାରିବେ । ତେଣୁ ସେ ନିଃସନ୍ଦେହରେ, ଏହି ସମସ୍ତ ପୁସ୍ତକଗୁଡିକୁ ମାନବ ସମାଜର ବ୍ୟବହାର ପାଇଁ ବର୍ଣ୍ଣନା କରିଲେ । କିପରି ଧାର୍ମିକ ହୋଇପାରିବ, ଆର୍ଥିକ ସ୍ଥିତିକୁ କିପରି ବିକସିତ କରିବ, ମୁକ୍ତି କ'ଣ କିପରି ବୁଝିପାରିବ, କିପରି ସନ୍ତୁଷ୍ଟ ରହିବ, ପ୍ରତିବନ୍ଧପୂର୍ବକ, ଇନ୍ଦ୍ରିୟ ସନ୍ତୁଷ୍ଟି । ଯେପରି ପୁସ୍ତକଗୁଡିକରେ, ବ୍ୟାସଦେବଙ୍କର ପୁସ୍ତକଗୁଡିକରେ, ତୁମେ ଏହି ବିଭିନ୍ନ ପ୍ରକାରର ପାଇବ... ଯେପରି ଯେଉଁମାନେ ମାଂସ ଖାଉଛନ୍ତି । ତାହା ମଧ୍ୟ ବ୍ୟାସଦେବଙ୍କ ଦ୍ଵାରା କୁହାଯାଇଛି, ତାମସିକ ପୁରାଣରେ, ପୁରାଣ ଏପରି ଲୋକମାନଙ୍କ ପାଇଁ ଯେଉଁମାନେ ତମୋ ଗୁଣରେ ଅଛନ୍ତି ।

ତେବେ ସେ କାହାକୁ ମନା କରନ୍ତି ନାହିଁ । ସେ ଏପରି ପୁସ୍ତକଗୁଡିକୁ ତିଆରି କରିଛନ୍ତି କି ଯେକେହି ପୁସ୍ତକଗୁଡିକୁ ପଢ଼ନ୍ତି... ଯେପରି ବିଦ୍ୟାଳୟରେ ବିଭିନ୍ନ ଶ୍ରେଣୀ ଅଛି ଏବଂ ବିଭିନ୍ନ ଶ୍ରେଣୀ ପାଇଁ ବିଭିନ୍ନ ପୁସ୍ତକ ସୁପାରିସ୍ କରାଯାଏ । ସେହିପରି, ବ୍ୟାସଦେବ ଏତେ ଭଲ ଭାବରେ ବୈଦିକ ସାହିତ୍ୟକୁ ପୁରାଣ ରୂପେ ଦେଇଛନ୍ତି କି ଯେକୌଣସି ବ୍ୟକ୍ତି ଉଚ୍ଚତମ ସ୍ଥିତି ପର୍ଯ୍ୟନ୍ତ ଉଠି ପାରିବ, ଏହିପରି ପୁସ୍ତକଗୁଡିକୁ ପଢ଼ି । ଉଦାହରଣ ସ୍ଵରୂପ ଯିଏ ନିଶା, ମାଂସ ଖାଇବା, ଏବଂ ଯୌନ ଜୀବନ ପ୍ରତି ଆସକ୍ତ - କାରଣ ଏଗୁଡିକ ହେଉଛି ପ୍ରାକୃତିକ ପ୍ରବୃତି । ଲୋକେ ବ୍ୟବାୟାମିଶ-ମଦୟ-ସେବା ନିତ୍ୟା ହି ଜନ୍ତୋର ନ ହି ତତ୍ର ଚୋଦନା (SB 11.5.11 । କେହି ପଢ଼େଇବା, ଶିଖେଇବା ଦରକାର ନାହିଁ । କାହାକୁ କିପରି ସେ ସଂଭୋଗ କରିବ ଶିଖେଇବା ଦରକାର ନାହିଁ । କାହି ପଢ଼ିବା ଦରକାର ନାହିଁ, ମୋ କହିବାର ଅର୍ଥ ହେଲା, କିପରି ସେ ନିଶାସକ୍ତ ହୋଇପାରିବ । ତୁମେ ଦେଖିପାରୁ ନାହଁ ନିଶା, ନିଶାସକ୍ତ ବ୍ୟକ୍ତି, ସେମାନେ ସ୍ଵତଃ ହୋଇଯାଇଛନ୍ତି? କୌଣସି ମାହାବିଦ୍ୟାଳୟ ନାହିଁ । କୌଣସି ଶିକ୍ଷା ପ୍ରଣାଳୀ ନାହିଁ । "ତୁମେ...ଏହି ନିଶାଦ୍ରବ୍ୟ ଏପରି ନିଅ ।" ନା । ତାହା ହେଉଛି ଏକ ସ୍ଵାଭାବିକ ପ୍ରବୃତ୍ତି । ନିଶାସକ୍ତ ହେବା, ମଦ ପିଇବା, ଏଲ୍ ଏସ୍ ଡ଼ି, ଗଞ୍ଜା, ପାନ, ଓ, ବହୁତ ସହଜରେ ତୁମେ ଶିଖିପାରିବ । ଯୌନ ଜୀବନର ଉପଯୋଗ କରିବା...

ଲୋକେ ବ୍ୟବାୟ...ଏଗୁଡିକ ସ୍ଵାଭାବିକ ପ୍ରବୃତ୍ତି ଅଟେ । ସେମାନେ ହୋଇପାରିବେ...ସ୍ଵତଃ ସେମାନେ ହୋଇପାରିବେ । କୌଣସି ପ୍ରଶ୍ନ ନାହିଁ... ତେବେ ପୁସ୍ତକର ଉପଯୋଗ କ'ଣ? ପୁସ୍ତକ ପ୍ରତିବନ୍ଧ କରିବା ପାଇଁ ଅଛି । ତାହା ସେମାନେ ଜାଣି ନାହାଁନ୍ତି । ଯେତେବେଳେ ବ୍ୟାସଦେବ ସୁପାରିସ୍ କରିଲେ ଯେ ତୁମେ ବିବାହ ମାଧ୍ୟମରେ ଯୌନ ଜୀବନ କରିବା ଉଚିତ୍, ଅର୍ଥାତ୍ ପ୍ରତିବନ୍ଧ । ତାହା ଅର୍ଥ ପ୍ରତିବନ୍ଧ । ତୁମେ ବିନା ପ୍ରତିବନ୍ଧରେ ଏଠାରେ ସେଠାରେ ଯୌନ ଜୀବନ କରିପାରିବ ନାହିଁ । ଏକ ସ୍ତ୍ରୀ କିମ୍ଵା ଏକ ସ୍ଵାମୀ ଅଛି, ଏବଂ ତାହା ମଧ୍ୟ ପ୍ରତିବନ୍ଧିତ ଅଟେ: କେବଳ ପିଲା ଜନ୍ମ କରିବା ପାଇଁ ତୁମେ ଯୌନ ଜୀବନ କରିପାରିବ । ଏତେ ସାରା କଥା ଅଛି । ପୁରା ବିଚାର ପ୍ରତିବନ୍ଧର ଅଟେ । ଏହା ନୁହେଁ ଯେ "କାରଣ ମୋର ଏକ ସ୍ତ୍ରୀ ଅଛି ଏହା ହେଉଛି ଯୌନ ଜୀବନର ଏକ ଯନ୍ତ୍ର ।" ନା, ନା । ଏକ ବିବାହର ମାନେ ଏହା ନୁହେଁ । ବିବାହର ମାନେ ତାହା ନୁହେଁ । ଏହା ହେଉଛି ପ୍ରତିବନ୍ଧ । ସମ୍ପୂର୍ଣ୍ଣ ବୈଦିକ ସଭ୍ୟତା, ପୁରୁଷମାନଙ୍କୁ ଦିବ୍ୟ ମଞ୍ଚ ଉପରକୁ ଆଣିବା ପାଇଁ ଅଛି, ତାର ସମସ୍ତ ବକବାସ ଅଭ୍ୟାସଗୁଡିକୁ ପ୍ରତିବନ୍ଧିତ କରି ଶୂନ୍ୟକୁ ଆଣିବା ଦ୍ଵାରା । କିନ୍ତୁ ଆକସ୍ମିକ ଭାବରେ ନୁହେଁ । ଧିରେ ଧିରେ, ଗୁଣ ଅନୁସାରେ । ସେହିପରି, ଯେଉଁମାନେ ମାଂସ ଖାଇବା ପ୍ରତି ଆସକ୍ତ, ମାଂସ ଖାଇବା: "ଠିକ୍ ଅଛି ।" ବୈଦିକ ସାହିତ୍ୟ କୁହେ, "ଠିକ୍ ଅଛି । ତୁମେ ମାଂସ ଖାଇପାରିବ । କିନ୍ତୁ ଦେବତାଙ୍କୁ ଏକ ପଶୁ ବଳି ଚଢ଼ାଅ, ଦେବୀ କାଳୀ, ଏବଂ ତୁମେ ଖାଇ ପାରିବ ।" ତେବେ ଯେଉଁ ବ୍ୟକ୍ତି ମାଂସ ଖାଉଛି, ସେ ବିଦ୍ରୋହ ନ କରୁ ।