OR/Prabhupada 0376 - ଭଜହୁରେ ମନର ଭାବାର୍ଥ



Purport to Bhajahu Re Mana -- Los Angeles, January 7, 1969

ଭଜହୁ ରେ ମନ, ଶ୍ରୀ-ନନ୍ଦ-ନନ୍ଦନ-ଅଭୟ-ଚରଣାରବିନ୍ଦ-ରେ । ଏହି ଗୀତଟି ଗୋବିନ୍ଦ ଦାସଙ୍କ ଦ୍ଵାରା ରଚିତ, ଯିଏକି ଏକ ମହାନ କବି ଏବଂ ବୈଷ୍ଣବ । ଭଗବଦ୍ ଗୀତାରେ କୁହାଯାଇଛି ଯେ ଯଦି ତୁମେ ତୁମର ମନକୁ ନିୟନ୍ତ୍ରିତ ରଖିଛ, ତେବେ ତୁମର ମନ ତୁମର ପ୍ରିୟ ମିତ୍ର । କିନ୍ତୁ ତୁମର ମନ ଯଦି ଅନିୟନ୍ତ୍ରିତ ଅଛି, ତେବେ ସେ ତୁମର ପରମ ଶତୃ । ତେଣୁ ଆମେ ମିତ୍ର ବା ଶତୃକୁ ଅନୁସରଣ କରୁଛୁ, ଉଭୟେ ମୋ ଭିତରେ ଅଛନ୍ତି । ଯଦି ଆମେ ମନର ବନ୍ଧୁତାକୁ ଉପଯୋଗ କରିପାରିବା, ତେବେ ଆମେ ସର୍ବୋଚ୍ଚ ନିପୁଣତା ସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରିବା । କିନ୍ତୁ ଯଦି ଆମେ ମନକୁ ନିଜର ଶତୃ କରିବା, ତେବେ ମୋର ନର୍କକୁ ଯିବାର ପଥ ନିଶ୍ଚିତ ହୋଇଯିବ । ସେଥିପାଇଁ ଗୋବିନ୍ଦ ଦାସ ଠାକୁର, ସେ ନିଜ ମନକୁ ସମ୍ଵୋଧନ କରୁଛନ୍ତି । ଯୋଗୀମାନେ ବିଭିନ୍ନ ପ୍ରକାରର ବ୍ୟାୟାମିକ ପ୍ରଣାଳୀ ଦ୍ଵାରା ମନକୁ ସ୍ଥିର କରିବା ପାଇଁ ଚେଷ୍ଟା କରନ୍ତି । ତାହାକୁ ମଧ୍ୟ ସ୍ଵୀକାର କରାଯାଇଛି । କିନ୍ତୁ ତାହା ଅଧିକ ସମୟ ନିଏ, ଏବଂ ବେଳେବେଳେ ବିଫଳ ହେବା ମଧ୍ୟ ସମ୍ଭବ । ଅଧିକାଂସ ସମୟରେ ଏହା ବିଫଳ ହୋଇଛି । ଏମିତି କି ମହାନ୍ ଯୋଗୀ ବିଶ୍ଵାମିତ୍ର, ମଧ୍ୟ ବିଫଳ ହୋଇଥିଲେ, ଏହି ଛୋଟ ଏବଂ ନିରର୍ଥକ ଯୋଗୀଙ୍କ ବିଷୟରେ ଆଉ କ'ଣ କହିବା ।

ତେଣୁ ଗୋବିନ୍ଦ ଦାସ ଉପଦେଶ ଦେଉଛନ୍ତି ଯେ "ତୁମେ କେବଳ କୃଷ୍ଣ ଚେତନାରେ ନିଜର ମନକୁ ବିନିଯୋଗ କର । ତେବେ ମନଟି ଆପେ ଆପେ ନିୟନ୍ତ୍ରିତ ହୋଇଯିବ ।" ଯଦି ମନକୁ କୃଷ୍ଣ ଚେତନା ବିନା ଅନ୍ୟ କୌଣସି କାମରେ ଲଗାଇବା ପାଇଁ ଅବସର ମିଳିବ ନାହିଁ, ତେବେ ସେ ମୋର ଶତୃ ହୋଇପାରିବ ନାହିଁ । ଆପେ ଆପେ ମୋର ମିତ୍ର ହୋଇଯିବ । ତାହା ଶ୍ରୀମଦ୍ ଭାଗବତରେ ନିର୍ଦ୍ଦେଶ ଦିଆଯାଇଛି: ସା ବୈ ମନଃ କୃଷ୍ଣ-ପଦାରବିନ୍ଦୟଃ (SB 9.4.18) । ରାଜା ଅମ୍ଵରୀଶ, ସେ ସର୍ବ ପ୍ରଥମେ ନିଜର ମନକୁ କୃଷ୍ଣଙ୍କର ପାଦପଦ୍ମ ଉପରେ ଲଗାଇଥିଲେ । ତେଣୁ ସେହିପରି, ଏଠି ମଧ୍ୟ, ଗୋବିନ୍ଦ ଦାସ ଠାକୁର, ସେ ନିଜ ମନକୁ କହୁଛନ୍ତି: "ମୋର ଅତି ପ୍ରିୟ ମନ, ତୁମେ କେବଳ ଅଭୟ-ଚରଣାରବିନ୍ଦଙ୍କର ପାଦପଦ୍ମ ଉପରେ ମନକୁ ଲଗାଅ ।" ତାହା ହେଉଛି କୃଷ୍ଣଙ୍କର ପାଦପଦ୍ମର ନାମ । ଅଭୟ ମାନେ ଭୟ ରହିତ । ଯଦି ତୁମେ କୃଷ୍ଣଙ୍କର ପାଦପଦ୍ନ ନିକଟରେ ଆଶ୍ରୟ ନିଅ ତେବେ ତୁମେ ଆପେ ଆପେ ସାହାସୀ ହୋଇଯିବ । ତେଣୁ ସେ ଉପଦେଶ ଦେଉଛନ୍ତି "ମୋର ଅତି ପ୍ରିୟ ମନ, ତୁମେ କେବଳ ଗୋବିନ୍ଦଙ୍କର ପାଦପଦ୍ମ ନିକଟରେ ନିଜର ମନକୁ ନିଯୁକ୍ତ କର ।" ଭଜହୁ ରେ ମନ ଶ୍ରୀ-ନନ୍ଦ-ନନ୍ଦନ । ସେ "ଗୋବିନ୍ଦ" କହୁ ନାହାଁନ୍ତି । ସେ କୃଷ୍ଣଙ୍କୁ "ନନ୍ଦ ମହାରାଜାଙ୍କର ପୁତ୍ର" ବୋଲି ସମ୍ଵୋଧନ କରୁଛନ୍ତି । "କାରଣ ସେହି ପାଦପଦ୍ମ ହେଉଛି ଭୟ ରହିତ, ତୁମକୁ ମାୟାର ଆକ୍ରମଣରେ ଆଦୌ ଭୟ ଲାଗିବ ନାହିଁ ।"

"ଓଃ, ମୋତେ ଅନେକ ଉପଭୋଗ କରିବାର ଅଛି । କିପରି ମୁଁ ମୋର ମନକୁ କୃଷ୍ଣଙ୍କର ପାଦପଦ୍ମରେ କେନ୍ଦ୍ରିଭୁତ କରିବି?" ତେଣୁ ଗୋବିନ୍ଦ ଦାସ ଉପଦେଶ ଦେଉଛନ୍ତି, "ନା, ନା ।" ଦୁର୍ଲଭ ମାନବ ଜନ୍ମ । "ତୁମେ ସେହିପରି ତୁମର ଜୀବନକୁ ନଷ୍ଟ କରନାହିଁ । ଏହି ମନୁଷ୍ୟ ଜୀବନ ଅତି ଦୁର୍ଲଭ । ଲକ୍ଷ ଲକ୍ଷ ଜନ୍ମପରେ, ତୁମକୁ ଏହି ଅବକାସ ମିଳିଛି ।" ଦୁର୍ଲଭ-ମାନବ-ଜନ୍ମ-ସତ-ସଙ୍ଗେ । "ସେଥିପାଇଁ ଅନ୍ୟ କେଉଁଠି ଯାଅ ନାହିଁ । ତୁମେ କେବଳ ଶୁଦ୍ଧ ଭକ୍ତଙ୍କ ସଙ୍ଗ ଲାଭ କର ।" ତାରାହ ଏଇ ଭାବ-ସିନ୍ଧୁ ରେ ।" ତେବେ ତୁମେ ଅଜ୍ଞାନର ସାଗରକୁ ପାର କରିପାରିବ ।" "ଓଃ, ଯଦି ମୁଁ ମୋର ମନକୁ କୃଷ୍ଣଙ୍କ ଠାରେ ଲଗାଇବି, ତେବେ କିପରି ମୁଁ ମୋର ପରିବାର, ମୋର ଅନ୍ୟ ସାମଗ୍ରୀଗୁଡିକୁ ଉପଭୋଗ କରିବି?" ତେଣୁ ଗୋବିନ୍ଦ ଦାସ କହୁଛନ୍ତି, ଏଇ ଧନ ଯୌବନ । "ତୁମେ ତୁମର ସମ୍ପତ୍ତି ଏବଂ ଯୌବନକୁ ଉପଭୋଗ କରିବାକୁ ଚାହୁଁଛ," ଏଇ ଧନ ଯୌବନ, ପୁତ୍ର ପରିଜନ, "ଏବଂ ତୁମେ ବନ୍ଧୁତା, ପ୍ରେମ ଏବଂ ପରିବାର ଆଦିର ସମାଜକୁ ଉପଭୋଗ କରିବାକୁ ଚାହୁଁଛ, କିନ୍ତୁ ମୁଁ କହୁଛି, "ଏଠି କି ଅଛି ପରତିତି ରେ, "ତୁମେ ଭାବୁଛ କି ଏହି ବାଜ୍ୟ ଜିନିଷରେ ଅତ୍ୟୁତ୍ତମ ଆନନ୍ଦ ଅଛି? ନାଁ, ସେଥିରେ ନାହିଁ । ଏହା କେବଳ ଭ୍ରମ ।" ଏଇ ଧନ ଯୌବନ, ପୁତ୍ର ପରିଜନ, ଏଠି କି ଅଛି ପରିତିତି ରେ । ଦୁର୍ଲଭ ମାନବ-ଜନ୍ମ ସତ-ସଙ୍ଗେ, ତାରହ ଏଇ ଭାବ ସିନ୍ଧୁ ରେ ।

ଶୀତ ଉତ୍ତାପ ବାଟ ବରିଷଣ
ଏଇ ଦିନ ଜାମିନି ରେ
ବିଫଳେ ସେବିନୁ କୃପଣ ଦୁରଜନ
ଚପଳ ସୁଖ ଲବ ଜାଗି ରେ

ଗୋବିନଦ ଦାସ ତାଙ୍କ ମନକୁ ସ୍ମରଣ କରାଉଛନ୍ତି: "ତୁମର ଅଭିଜ୍ଞତା ଅଛି ତୁମର ଭୌତିକ ସୁଖ ବିଷୟରେ । ତେଣୁ ଭୌତିକ ସୁଖ ମାନେ, ଭୌତିକ ସୁଖର ଅନ୍ତିମ ଲକ୍ଷ୍ୟ ହେଉଛି ଯୌନ ଜୀବନ । କିନ୍ତୁ ତୁମର ମନେ ନାହିଁ କି କେତେ ସମୟ ତୁମର ଏହି ଯୌନ ଜୀବନକୁ ଉପଭୋଗ କରିପାରିବ?" ଚପଳ, "କ୍ଷଣସ୍ଥାୟୀ । ଧରାଯାଉ ଅଳ୍ପ କିଛି ମିନିଟ ବା କିଛି କ୍ଷଣକ ପାଇଁ । ବାସ ସେତିକି । କିନ୍ତୁ ସେହି ଉଦ୍ଦେଶ୍ୟ ପାଇଁ ତୁମେ ଏତେ କଠିନ ପରିଶ୍ରମ କରୁଛ?" ଶୀତ ଉତ୍ତାପ । ହିମପାତ ପାଇଁ ଖାତିର୍ ନାହିଁ । ପ୍ରଖର ଗରମ ପାଇଁ ଖାତିର୍ ନାହିଁ । ଭିଷଣ ବର୍ଷା ପାଇଁ ଖାତିର୍ ନାହିଁ । ରାତିରେ କାମ ପାଇଁ ଅନିଦ୍ରା ରହିବାରେ ଖାତିର୍ ନାହିଁ । ପୁରା ଦିନ ଓ ରାତି ତୁମେ କାମ କରୁଛ । ଏବଂ ତାହାର ପରିଣାମ କ'ଣ? କେବଳ ସେହି କ୍ଷଣିକ ସୁଖ ପାଇଁ । ତୁମକୁ ଏଥିପାଇଁ ଲଜ୍ଜା ଲାଗୁନାହିଁ କି? " ତେଣୁ ଶୀତ ଉତ୍ତାପ, ବାଟ ବରିଷଣ, ଏଇ ଦିନ ଜାମିନି ଜାଗି ରେ । ଦିନ ମାନେ ଦିନ ଏବଂ ଜାମିନି ମାନେ ରାତି । ତେଣୁ "ଦିନ ଓ ରାତି, ତୁମେ ଏତେ କଠିନ ପରିଶ୍ରମ କରୁଛ । କାହିଁକି?" ଚପଳ ସୁଖ-ଲବ ଲାଗି ରେ । "କେବଳ ସେହି ଅସ୍ଥାୟୀ ସୁଖ ପାଇଁ ।" ତା'ପରେ କହୁଛନ୍ତି, ଏହି ଧନ ଯୌବନ, ପୁତ୍ର ପରିଜନ, ଏଠି କି ଅଛି ପରତିତିରେ । "ସେଥିରେ କୌଣସି ସୁଖ ନାହିଁ ବାସ୍ତବରେ, ନିତ୍ୟ ଆନନ୍ଦ, ଅତ୍ୟୁତ୍ତମ ଆନନ୍ଦ, ଏହି ଜୀବନକୁ ଉପଭୋଗ କରିବାରେ, ବା ଏହି ଯୌବନ ବୟସ, ବା ପରିବାର, ସମାଜ । ସେଥିରେ ସୁଖ ନାହିଁ, ଅତ୍ୟୁତ୍ତମ ସୁଖ ନାହିଁ ।"

ସେଥିପାଇଁ କମଳ-ଦଳ-ଜଳ, ଜୀବନ ତଳମଳ । "ଏବଂ ତୁମେ ଜାଣି ନାହଁ ତୁମେ କେତେ ଦିନ ଏହି ଜୀବନକୁ ଉପଭୋଗ କରିବ । କାରଣ ଏହା ଟଳ ଟଳ ହେଉଛି । ତୁମେ ଟଳ ଟଳ ସ୍ତରରେ ଅଛ । ଠିକ୍ ଯେପରି ପଦ୍ମ ଫୁଲରେ ପାଣି ଅଛି, ତାହା ଟଳ ଟଳ ହେଉଛି । ଯେ କୌଣସି କ୍ଷଣରେ ଏହା ବଡିଯିବ । ତେଣୁ ଆମର ଜୀବନ ଟଳ ଟଳ ହେଉଛି । ଯେ କୌଣସି କ୍ଷଣରେ ଏହା ଶେଷ ହୋଇଯିବ । ଆମେ ଆକସ୍ମାତ, କୌଣସି ବିପଦରେ ପଡିପାରୁ, ଏବଂ ଶେଷ ହୋଇଯିବ । ତେଣୁ ସେହିପରି ଭାବରେ ଜୀବନକୁ ନଷ୍ଟ କର ନାହିଁ । ଭଜହୁ ହରି-ପାଦ ନିତି ରେ । "ସବୁବେଳେ କୃଷ୍ଣ ଚେତନାରେ ନିଯୁକ୍ତ ରୁହ । ତାହା ହେଉଛି ତୁମ ଜୀବନର ସଫଳତା ।" ଏବଂ କିପରି ଏହି କୃଷ୍ଣ ଚେତନାକୁ ପାଳନ କରିବ? ସେ ଉପଦେଶ ଦେଉଛନ୍ତି, ଶ୍ରବଣ, କୀର୍ତ୍ତନ, ଶ୍ମରଣ, ବନ୍ଦନ, ପାଦ-ସେବନ ଦାସ୍ୟରେ । ତୁମେ ନଅଟି ଭକ୍ତି ଯୋଗ ବିଧିରୁ ଯେକୌଣସି ଗୋଟିଏକୁ ଅନୁସରଣ କରିପାର । ଯଦି ତୁମେ ସବୁଗୁଡିକୁ ଅନୁସରଣ କରିପାରିବ, ତାହା ଅତି ଭଲ । ଯଦି ନୁହେଁ, ସେଥିମଧ୍ୟରୁ ଆଠଟିକୁ ଅନୁସରଣ କର,ତୁମେ ସେଥିମଧ୍ୟରୁ ସାତୋଟିକୁ ଅନୁସରଣ କରିପାର, ସେଥିମଧ୍ୟରୁ ଛଅଟିକୁ, ସେଥିମଧ୍ୟରୁ ପାଞ୍ଚୋଟି, ସେଥିମଧ୍ୟରୁ ଚାରୋଟି । କିନ୍ତୁ କେବଳ ଯଦି ସେଥିମଧ୍ୟରୁ ଗୋଟିଏକୁ ଅନୁସରଣ କର, ତୁମର ଜୀବନ ସଫଳ ହୋଇଯିବ । ସେହି ନଅଟି ଉପାୟଗୁଡିକ କ'ଣ? ଶ୍ରବଣଂ କୀର୍ତ୍ତନଂ । ପ୍ରାଧିକାରିକ ଶୁତ୍ରରୁ ଶୁଣିବା । ଏବଂ ଭଜନ କରିବା । ଶବଣଂ କୀର୍ତ୍ତନଂ । ଶ୍ମରଣଂ ମନେପକାଇବା । ବଦନଂ, ପୂଜା କରିବା । ଶବଣଂ କୀର୍ତ୍ତନଂ, ଶ୍ମରଣଂ ବଦନଂ, ପାଦ-ସେବନଂ । ଚିରକାଳିନ ସେବକ ଭାବରେ ତାଙ୍କର ପାଦପଦ୍ମକୁ ସେବା କରିବା । ପୂଜନ ସଖି-ଜନ । ବା କୃଷ୍ଣଙ୍କୁ ସାଙ୍ଗ ଭଳି ବଲ ପାଇବା ପାଇଁ ଚେଷ୍ଟା କରିବା । ଆତ୍ମ-ନିବେଦନ । ବା କୃଷ୍ଣଙ୍କ ପାଇଁ ସବୁକିଛି ଛାଡିଦେବା । ଏହା ହେଉଛି ଭକ୍ତିଯୋଗର ପନ୍ଥା, ଏବଂ ଗୋବିନ୍ଦ ଦାସ ସେହି କୃଷ୍ଣ ଚେତନାପୂର୍ଣ୍ଣ କାର୍ଯ୍ୟ ପାଇଁ ଅଭିଳାସୀ ହେଉଛନ୍ତି ।