OR/Prabhupada 0382 - ଦଶଅବତାର ସ୍ରୋତର ଭାବାର୍ଥ



Purport to Sri Dasavatara Stotra -- Los Angeles, February 18, 1970

ତ ପରବର୍ତ୍ତୀ ଅବତାର ହେଉଛନ୍ତି ବାମନ ଅବତାର, ବାମନ। ଭଗବାନ ବାମନ ବଳି ମାହାରାଜାଙ୍କ ଆଗକୁ ଆସିଲେ । ତାହା ମଧ୍ୟ ଅନ୍ୟ ଏକ ଛଳ ଥିଲା । ବଳି ମାହାରାଜ ବ୍ରହ୍ମାଣ୍ଡର ସମସ୍ତ ଗ୍ରହମାନଙ୍କ ଉପରେ ବିଜୟ ପ୍ରାପ୍ତ କରିଲେ ଏବଂ ଦେବତାମାନେ ଅତ୍ୟଧିକ ଚିନ୍ତିତ ଥିଲେ । ତେଣୁ ବାମନ ମାହାରାଜା.... ବାମନଦେବ ବଳି ମହାରାଜଙ୍କ ପାଖକୁ ଗଲେ, ଯେ "ତୁମେ ମୋତେ କିଛି ଭିକ୍ଷା ଦିଅ । ମୁଁ ହେଉଛି ବ୍ରାହ୍ମଣ । ମୁଁ ତୁମଠାରୁ ଭିକ୍ଷା ମାଗିବା ପାଇଁ ଆସିଛି ।" ତେବେ ବଳି ମାହାରାଜ କହିଲେ, ହଁ ମୁଁ ତୁମକୁ ଭିକ୍ଷା ଦେବି ।" ତେବେ ସେ କେବଳ ତିନି ପାଦ ଜମି ଚାହୁଁ ଥିଲେ । ତେବେ ଏକ ପାଦରେ ସମଗ୍ର ବ୍ରହ୍ମାଣ୍ଡ ମାପିନେଲେ, ଉପରପଟ, ଏବଂ ଅନ୍ୟ ଏକ ପାଦରେ ଆଉ ଅଧାଭାଗ ମାପି ନେଲେ । ତାପରେ ତୃତୀୟ ପାଦ ବଳି ମାହାରାଜ କହିଲେ, "ହଁ, ବର୍ତ୍ତମାନ ଆଉ ଜାଗା ନାହିଁ । ଦୟାକରି ଆପଣଙ୍କର ପାଦ ମୋ ମୁଣ୍ଡ ଉପରେ ରଖନ୍ତୁ । ମୋର ମୁଣ୍ଡ ଏପର୍ଯ୍ୟନ୍ତ ଅଛି ।" ତେବେ ବାମନଦେବ ବଳି ମାହାରାଜଙ୍କର ତ୍ୟାଗ ଦ୍ଵାରା ବହୁତ ପ୍ରସନ୍ନ ହେଲେ । ସେ ଭଗବାନଙ୍କ ପାଇଁ ସବୁକିଛି ତ୍ୟାଗ କରିଦେଲେ । ତେଣୁ ସେ ହେଉଛନ୍ତି ଜଣେ ମହାନ ଅଧିକାରୀ । ବାରଜଣ ଅଧିକାରୀଙ୍କ ମଧ୍ୟରୁ, ବଳି ମହାରାଜା ହେଉଛନ୍ତ ଜଣେ ଅଧିକାରୀ, କାରଣ ସେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁକିଛି ତ୍ୟାଗ କରି ଦେଲେ ।

ଏବଂ ପରବର୍ତ୍ତୀ ଅବତାର ହେଉଛନ୍ତି ପର୍ଶୁରାମ । ପର୍ଶୁରାମ, ଏକୋଇଶି ଥର ସେ ନର ସଂହାର ଯୋଜନା କରିଥିଲେ ସମସ୍ତ କ୍ଷତ୍ରୀୟ ରାଜା ମାନଙ୍କୁ ମାରିବା ପାଇଁ । ସେହି ସମୟରେ କ୍ଷତ୍ରୀୟ ରାଜାମାନେ ଭାରି କପଟିଆ ଥିଲେ, ତେଣୁ ସେ ସେମାନଙ୍କୁ ଏକୋଇଶି ଥର ମାରି ଥିଲେ । ସେମାନେ ଏପଟ ସେପଟ ଚାଲିଗଲେ । ଏବଂ ମାହାଭାରତର ଇତିହାସରୁ ଜଣା ପଡୁଛି, ସେହି ସମୟରେ କିଛି କ୍ଷତ୍ରୀୟମାନେ ଲୁଚି ପଳେଇଲେ ଏବଂ ଇଊରୋପରେ ଶରଣ ନେଲେ । ଏବଂ ଇଣ୍ଡୋ-ଇଉରୋପୀୟମାନଙ୍କର ବଂଶ ସେହି କ୍ଷେତ୍ରିୟମାନଙ୍କ ଠାରୁ ଆସିଛି । ତାହା ହେଉଛି ଇତିହାସ, ମାହାଭାରତରୁ ଐତିହାସିକ ସୂଚନା ।

ତାପରେ ପରବର୍ତ୍ତୀ ଅବତାର ହେଉଛନ୍ତି ଭଗବାନ ରାମ । ତେବେ ସେ ରାବଣ ସହିତ ଯୁଦ୍ଧ କରିଥିଲେ, ଯାହାର ଦଶଟି ମୁଣ୍ଡ ଥିଲା । ତ... ଏବଂ ପରବର୍ତ୍ତୀ ଅବତାର ହେଉଛନ୍ତି ବଳରାମ । ବଳରାମ ହେଉଛନ୍ତି କୃଷ୍ଣଙ୍କର ବଡ଼ ଭାଇ। ସେ ହେଉଛନ୍ତି ସଂକର୍ଷଣଙ୍କର ଅବତାର, କୃଷ୍ଣଙ୍କର ପରବର୍ତ୍ତୀ ବିସ୍ତାର । ତ ସେ ଅଧିକ ଗୋରା ଥିଲେ, ଏବଂ ସେ ନୀଳ ବସ୍ତ୍ର ପିନ୍ଧିଥିଲେ, ଏବଂ ତାଙ୍କ ହଳ ଦ୍ଵାରା, କେବେ କେବେ ଯମୁନା ନଦୀ ଉପରେ ରାଗୁଥିଲେ, ଏବଂ ସେ ଯମୁନା ନଦୀକୁ ଶୁଖାଇଦେବା ପାଇଁ ଚେଷ୍ଟା କରୁଥିଲେ । ତାହା ଏଠାରେ ବର୍ଣ୍ଣନା କରାଯାଇଛି । ଏବଂ ଯମୁନା, ଭୟର ସହିତ, ବଳରାମଙ୍କର ସମସ୍ତ ପ୍ରସ୍ତାବକୁ ସ୍ଵୀକାର କରୁଥିଲେ । ଏବଂ ପରବର୍ତ୍ତୀ ଅବତାର ହେଉଛନ୍ତି ଭଗବାନ୍ ବୁଦ୍ଧ । ଭଗବାନ ବୁଦ୍ଧ, ସେ ବୈଦିକ ସିଦ୍ଧାନ୍ତଗୁଡିକର ନିନ୍ଦା କରିଥିଲେ । ସେଥିପାଇଁ ତାଙ୍କୁ ନାସ୍ତିକ ରୂପେ ଗଣନା କରାଯାଏ । ଯେ କେହି ବୈଦିକ ସିଦ୍ଧାନ୍ତ ସହିତ ସହମତ ହୁଁଅନ୍ତି ନାହିଁ, ତାକୁ ନାସ୍ତିକ ରୂପେ ନିଆଯାଏ । ଠିକ୍ ଯେପରି ଜଣେ ଯିଏ ବାଇବେଲ ଉପରେ ବିଶ୍ବାସ କରେ ନାହିଁ, ସେମାନେ ତାକୁ ହେଥେନସ୍ କୁହଁନ୍ତି, ସେହିପରି, ଯେଉଁମାନେ ବୈଦିକ ସିଦ୍ଧାନ୍ତଗୁଡିକୁ ସ୍ଵୀକାର କରନ୍ତି ନାହିଁ, ସେମାନଙ୍କୁ ନାସ୍ତିକ କୁହାଯାଏ । ତେଣୁ ଭଗବାନ ବୁଦ୍ଧ କୃଷ୍ଣଙ୍କର ଅବତାର ହେଲେ ମଧ୍ୟ, ସେ କହିଥିଲେ ଯେ "ମୁଁ ବେଦରେ ବିଶ୍ଵାସ କରେ ନାହିଁ ।" କାରଣ କ'ଣ ଥିଲା ? କାରଣ ହେଉଛି ଅସହାୟ ପଶୁମାନଙ୍କର ରକ୍ଷା କରିବା । କାରଣ ସେହି ସମୟରେ ଲୋକମାନେ ବୈଦିକ ଯଜ୍ଞ ନାମରେ ଅସହାୟ ପଶୁମାନଙ୍କର ବଳି ଦେଉଥିଲେ । ତେବେ ଆସୁରିକ ବ୍ୟକ୍ତିମାନେ, ସେମାନେ ଅଧିକାରୀଙ୍କର ସୁ୍ରକ୍ଷାରେ କିଛି କରିବାକୁ ଚାହୁଁ ଥିଲେ । ଠିକ୍ ଯେପରି ଏକ ବଡ଼ ଓକିଲ ନ୍ୟାୟ ପୁସ୍ତକର ସୁରକ୍ଷା ନିଏ ଏବଂ ସେ ଆଇନକୁ ବେଆଇନିରେ ପରିଣତ କରି ଦିଏ । ସେହିପରି, ଅସୁରମାନେ ଏତେ ବୁଦ୍ଧିମାନ୍ ଯେ ସେମାନେ ବୈଦିକ ନିଷେଧାଜ୍ଞର ଲାଭ ଉଠାନ୍ତି ଏବଂ ସବୁ ନିରର୍ଥକ କାମ କରନ୍ତି । ତେବେ ଏହାସବୁ ଚାଲିଥିଲା । ବୈଦିକ ବଳିଦାନ ନାମରେ ସେମାନେ ପଶୁମାନଙ୍କର ହତ୍ୟା କରୁଥିଲେ । ତେଣୁ ଭଗବାନ ଏହି ନିରିହ ପଶୁମାନଙ୍କ ପ୍ରତି ଅତ୍ୟନ୍ତ ଦୟାବାନ ଥିଲେ, ଏବଂ ସେ ଭଗବାନ ବୁଦ୍ଧଙ୍କ ରୂପରେ ଆସିଲେ , ଏବଂ ତାଙ୍କର ତତ୍ତ୍ଵଜ୍ଞାନ ଅହିଂସା ଥିଲା । ତାଙ୍କର ତତ୍ତ୍ଵଜ୍ଞାନ ନାସ୍ତିକ ଥିଲା, କାରଣ ସେ କହିଥିଲେ ଯେ "ଭଗବାନ କେହି ନାହାଁନ୍ତି । ବସ୍ତୁମାନଙ୍କର ଏହି ମିଶ୍ରଣ ହେଉଛି ଏକ ପ୍ରଦର୍ଶନ, ଏବଂ ତୁମେ ଏହି ଭୌତିକ ତତ୍ତ୍ଵର ବିଘଟନ କର, ଶୂନ୍ୟ ହୋଇଯିବ ଏବଂ ସୁଖ ଏବଂ ଦୁଃଖର କୌଣସି ଅନୁଭୂତି ହେବ ନାହିଁ । ତାହା ହେଉଛି ନିର୍ବାଣ, ଜୀବନର ଅନ୍ତିମ ଲକ୍ଷ୍ୟ ।" ତାହା ଥିଲା ତାଙ୍କର ତତ୍ତ୍ଵଜ୍ଞାନ । କିନ୍ତୁ ତାଙ୍କର ବାସ୍ତବ ଉଦ୍ଦେଶ୍ୟ ଥିଲା ପଶୁ ହତ୍ୟା ବନ୍ଦ କରିବା, ଲୋକମାନଙ୍କୁ ଏତେ ପାପକର୍ମ କରିବାରୁ ରୋକିବା । ତେଣୁ ଭଗବାନ ବୁଦ୍ଧଙ୍କୁ ମଧ୍ୟ ଏଠି ପୂଜା କରାଯାଉଛି । ତେଣୁ ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଯେ ଭଗବାନ ବୁଦ୍ଧଙ୍କୁ ନାସ୍ତିକ ରୂପେ ନିଆଯାଏ, ଏବଂ ତଥାପି ବୈଷ୍ଣବମାନେ, ସେମାନେ ତାଙ୍କର ସମ୍ମାନ ଜନକ ପ୍ରାର୍ଥନା ଭଗବାନ ବିଷ୍ଣୁଙ୍କୁ (ବୁଦ୍ଧ) ଅର୍ପଣ କରୁଛନ୍ତି । କାହିଁକି? କାରଣ ବୈଷ୍ଣବ ଜାଣନ୍ତି କିପରି ଭଗବାନ ତାଙ୍କର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ କାମ କରନ୍ତି । ଅନ୍ୟମାନେ, ସେମାନେ ଜାଣନ୍ତି ନାହିଁ ।

ପରବର୍ତ୍ତୀ ଅବତାର ହେଉଛନ୍ତି କଳିକୀ । ତାହା ହେବା ବାକି ଅଛି । କଳିକୀ ଅବତାର ଏହି ଯୁଗର ଶେଷରେ ଅବତରିତ ହେବେ, କଳି ଯୁଗରେ । କଳି ଯୁଗ, ଏହି ଯୁଗର ଅବଦ୍ଧି ଏବେ ମଧ୍ୟ, ମୋର କହିବାର ଅର୍ଥ ହେଲା, ୪୦୦,୦୦୦ ବର୍ଷରେ ପୁରା ହେବ । ତେବେ କଳି ଯୁଗ ଶେଷରେ, ଅର୍ଥାତ୍ ଅନ୍ତିମ ସ୍ତରରେ, ପ୍ରାୟ ୪୦୦,୦୦୦ ବର୍ଷ ପରେ, କଳି ଅବତାର ପ୍ରଦର୍ଶିତ ହେବ । ତାହା ବୈଦିକ ସାହିତ୍ୟରେ ଭବିଷ୍ୟବାଣୀ କରାଯାଇଛି, ଯେପରି ଭଗବାନ ବୁଦ୍ଧଙ୍କର ଆବିର୍ଭାବ ମଧ୍ୟ ଶ୍ରୀମଦ ଭାଗବତରେ କରାଯାଇ ଥିଲା । ଏଵଂ ଶ୍ରୀମଦ ଭାଗବତ ପାଞ୍ଚ ହଜାର ବର୍ଷ ପୂର୍ବେ ସଂକଳନ କରାଯାଇ ଥିଲା, ଏବଂ ଭଗବାନ ବୁଦ୍ଧ ପ୍ରାୟ ୨,୫୦୦ ବର୍ଷ ପୂର୍ବେ ଆବିର୍ଭାବ ହୋଇଥିଲେ । ସେଥିପାଇଁ ଭଗବାନ ବୁଦ୍ଧଙ୍କର ଆବିର୍ଭାବ ବିଷୟରେ ଏହା ଭବିଷ୍ୟବାଣୀ କରାଯାଇଛି ଯେ କଳି ଯୁଗର ପ୍ରାରମ୍ଭରେ ଭଗବାନ ବୁଦ୍ଧ ଆବିର୍ଭାବ ହେବେ । ଭବିଷ୍ଯବାଣୀ କରା ଯାଇଥିଲା, ଏବଂ ତାହା ବାସ୍ତବରେ ସତ ହେଲା । ସେହିପରି, କଳିକି ଅବତାର ବିଷୟରେ ଭବିଷ୍ଯବାଣୀ ଅଛି, ଏବଂ ତାହା ମଧ୍ୟ ସତ ହେବ । ତେଣୁ ସେହି ସମୟରେ, ଭଗବାନ କଳିକିଙ୍କର କାମ ହେଉଛି କେବଳ ମାରିବା । କୌଣସି ଉପଦେଶ ନାହିଁ । ଠିକ୍ ଯେପରି.... ଭଗବତ ଗୀତାରେ ଭଗବାନ କୃଷ୍ଣ ଭଗବତ ଗୀତା ରୂପେ ଉପଦେଶ ଦେଇଛନ୍ତି । କିନ୍ତୁ କଳି ଯୁଗର ଶେଷରେ, ଲୋକମାନେ ଏତେ ପତୀତ ଥିବେ ଯେ କିଛି ଉପଦେଶ ଦେବାର ଆଉ ସମ୍ଭାବନା ରହିବ ନାହିଁ । ଏପରିକି ସେମାନେ ବୁଝି ପାରିବେ ନାହିଁ । ସେହି ସମୟରେ ଏକମାତ୍ର ଅସ୍ତ୍ର ହେଉଛି ସେମାନଙ୍କୁ ମାରିବା । ଏବଂ ଜଣେ ଯିଏ ଭଗବାନଙ୍କ ଦ୍ଵାରା ମରେ, ସେ ମଧ୍ୟ ମୁକ୍ତି ଲାଭ କରିବ । ତାହା ହେଉଛି ଭଗବାନଙ୍କର ଦୟାବନ୍ତ ଗୁଣ । ସେ ରକ୍ଷା କରନ୍ତୁ କିମ୍ଵା ମାରନ୍ତୁ, ପରିଣାମ ହେଉଛି ସମାନ । ତେବେ ତାହା ହେଉଛି କଳି ଯୁଗର ଅନ୍ତିମ ଚରଣ, ଏବଂ ତାପରେ, ପୁଣି ସତ୍ୟ ଯୁଗ, ଧାର୍ମିକତାର ସମୟ, ଆରମ୍ଭ ହେବ । ଏଗୁଡ଼ିକ ହେଉଛି ବୈଦିକ ସାହିତ୍ୟର ବକ୍ତବ୍ୟ ।