OR/Prabhupada 0391 - ମାନସ ଦେହ ଗେହ ର ଭାବାର୍ଥ



Purport to Manasa Deha Geha

ମାନସ, ଦେହ,ଗେହ ଜୋ କିଛୁ ମୋର ଏହା ଭକ୍ତି ବିନୋଦ ଠାକୁର ଗାଇଥିବା ଗୋଟିଏ ଗୀତ ସେ ପୂର୍ଣ୍ଣ ଶରଣାଗତିର ଶିକ୍ଷା ଦେଉଛନ୍ତି | ମାନସ, ଦେହ,ଗେହ ଜୋ କିଛୁ ମୋର ପ୍ରଥମେ, ସେ ମନକୁ ସମର୍ପିତ କରୁଛନ୍ତି, କାରଣ ସମସ୍ତ ପ୍ରକାର କଳ୍ପନା ଜଳ୍ପନା ର ଉଦଗମ ସ୍ଥଳ ହେଉଛି ମନ | ଆଉ, ଆତ୍ମସମର୍ପଣ, ଭକ୍ତି ସେବା କରିବାର ଅର୍ଥ ପ୍ରଥମେ ମନକୁ ନିୟନ୍ତ୍ରିତ କରିବା | ସେଥି ପାଇଁ ସେ କହୁଛନ୍ତି ମାନସ, ଅର୍ଥ 'ମନ', ତା ପରେ ଦେହ 'ଇନ୍ଦ୍ରିୟ'| ଶରୀର | ଦେହ ଅର୍ଥ ଏଇ କଳେବର, କଳେବର ଅର୍ଥ ଇନ୍ଦ୍ରିୟ | ତ, ଯଦି ଆମେ କୃଷ୍ଣଙ୍କ ଚରଣ କମଳରେ ଏଇ ମନକୁ ସମର୍ପିତ କରୁ, ତାହା ହେଲେ ସ୍ୱତଃ ଇନ୍ଦ୍ରିୟ ମାନେ ମଧ୍ୟ ସମର୍ପିତ ହୋଇ ଯିବେ | ତା ପରେ, "ମୋ ଘର" ଦେହ ଗେହ | ଗେହ ଅର୍ଥ ଘର | ଜୋ କିଛୁ ମୋର ଆମର ସବୁ ସମ୍ପତି ଏଇ ତିନିଟିର ଅନ୍ତର୍ଗତ: ମନ, ଶରୀର, ଆଉ ଆମ ଘର | ତେଣୁ ଭକ୍ତି ବିନୋଦ ଠାକୁର ସବୁ ସମର୍ପଣ କରିବାକୁ ପ୍ରସ୍ତାବ ଦେଉଛନ୍ତି | ଆର୍ପିଲୁ ତୁବା ପଦେ, ନନ୍ଦ-କିଶୋର | ନନ୍ଦ-କିଶୋର କୃଷ୍ଣ ଅଟନ୍ତି | ତ, "ମୁଁ ମୋର ମନ, ମୋର ଦେହ, ଆଉ ମୋର ଘର ତୁମକୁ ସମର୍ପିତ କରୁଛି" ବର୍ତ୍ତମାନ, ସମ୍ପଦେ ବିପଦେ, ଜୀବନେ-ମରଣେ: "ହୁଏତ ମୁଁ ଶାଖାରେ ଅଛି କିମ୍ବା ମୁଁ ଦୁଃଖରେ ଅଛି, ହୁଏତ ମୁଁ ବଞ୍ଚିଥିବା ଅବସ୍ଥାରେ ଅଛି କିମ୍ବା ମୁଁ ମରି ଯାଇଛି" ଦାୟ ମମ ଗେଲା, ତୁବା ଓ-ପଦ ବରଣେ: "ବର୍ତ୍ତମାନ ମୁଁ ଆରାମ ପ୍ରାପ୍ତ | ମୁଁ ଆରାମ ଅନୁଭବ କରୁଛି କାରଣ ମୁଁ ତୁମକୁ ସବୁ ସମର୍ପିତ କରି ଦେଇଛି" | ମାରୋବି ରାଖୋବି-ଜୋ ଇଛା ତୋହାରା: "ବର୍ତ୍ତମାନ ଏହା ତୁମ ଇଚ୍ଛା ଉପରେ, ତୁମେ ମୋତେ ରଖିବାକୁ ଇଛା କର କିମ୍ବା ତୁମେ ମୋତେ ମାରି ଦେବାକୁ ଚାଁହ, ତାହା ତୁମ ଉପରେ ନିର୍ଭର କରେ" ନିତ୍ୟ-ଦାସ ପ୍ରତି ତୁବା ଅଧିକାର: "ଯାହା ତୁମକୁ ଠିକ ଲାଗୁଛି ତାହା କରିବା ପାଇଁ ତୁମକୁ ପୁରା ଅଧିକାର ଅଛି " ତୁମର ଏଇ ସେବକ ସମ୍ବବନ୍ଧରେ | ମୁଁ ତୁମର ଚିର ସେବକ | ଜନ୍ମାଓବି ମୋରେ ଇଛା ଯଦି ତୋର: "ଯଦି ତୁମେ ତାହା ଇଛା କର - କାରଣ ଏକ ଭକ୍ତ ଘରକୁ ଫେରିବାକୁ ଚାହେଁ, ପରମ ଧାମକୁ- ସେଥି ପାଇଁ ଭକ୍ତି ବିନୋଦ ଠାକୁର ପ୍ରସ୍ତାବ ରଖୁଛନ୍ତି "ଯଦି ତୁମେ ଇଛା କରୁଛ ମୁଁ ପୁଣି ଥରେ ଜନ୍ମ ନିଏ, ତେବେ ବି କିଛି ଆପତ୍ତି ନାହିଁ" ଭକ୍ତ-ଗୃହେ ଜନି ଜନ୍ମ ହଉ ମୋର: "କେବଳ ଏତିକି ଅନୁରୋଧ, ଯଦି ମୋତେ ଜନ୍ମ ନେବାକୁ ହେଲା କୃପା କରି ଜଣେ ଭକ୍ତଙ୍କ ଘରେ ମୋତେ ଜନ୍ମ ନେବାକୁ ଅବସର ଦିଅ " କୀଟ-ଜନ୍ମ ହଉ ଯଥା ତୁବା ଦାସ: "ମୋର କୌଣସି ଆପତ୍ତି ନାହିଁ ଯଦି ମୋତେ କୀଟ ରୂପରେ ଜନ୍ମ ନେବାକୁ ପଡିଲା, କିନ୍ତୁ ମୁଁ ଜଣେ ଭକ୍ତଙ୍କ ଘରେ ରୁହେ |" ବହିର ମୁଖ ବ୍ରହ୍ମ-ଜନ୍ମେ ନାହି ଆସ:"ମୋତେ ଅଭକ୍ତ ଜୀବନ ପସନ୍ଦ ନାହିଁ| ଯଦି ମୁଁ ଭଗବାନ ବ୍ରହ୍ମା ରୂପରେ ଭି ଜନ୍ମ ନିଏ " ମୁଁ ଭକ୍ତଙ୍କ ସହ ସବୁବେଳେ ରହିବାକୁ ଚାହେଁ | "ଭୁକ୍ତି-ମୁକ୍ତି-ସ୍ପୃହା ବିହୀନ ମୁଁ ସେପରି ଭକ୍ତ ଚାହେଁ ଯିଏ ଭୌତିକ ସୁଖ କିମ୍ବା ଆଧ୍ୟାତ୍ମିକ ମୁକ୍ତି ଖାତିର କରେ ନାହିଁ ଲଭଇତେ ତାକୋ ସଙ୍ଗ ଅନୁରକ୍ତ: "ମୁଁ କେବଳ ଏହି ପ୍ରକାର ଶୁଦ୍ଧ ଭକ୍ତଙ୍କ ସଙ୍ଗ ପ୍ରାପ୍ତିର ଇଛା ରଖୁଛି" ଜନକ ଜନନୀ, ଦୟୀତ, ତନୟ: "ବର୍ତ୍ତମାନ ଠାରୁ ତୁମେ ମୋର ପିତା ତୁମେ ମୋର ଭାଇ, ତୁମେ ମୋର ଝିଅ, ତୁମେ ମୋର ପୁଅ, ତୁମେ ମୋର ଭଗବାନ, ତୁମେ ମୋର ଗୁରୁ, ତୁମେ ମୋର ପତି, ତୁମେ ମୋର ସବୁ କିଛି | ଭକତିବିନୋଦ କୋହେ, ଶୁନୋ କାହ୍ନ: ମୋ ଭଗବାନ, କାହ୍ନ - କୃଷ୍ଣ, ତୁମେ ରାଧାରାଣୀଙ୍କ ପ୍ରେମୀ ଅଟ, କିନ୍ତୁ ତୁମେ ମୋର ଜୀବନ ଓ ଆତ୍ମା, ଦୟାକରି ମୋତେ ସୁରକ୍ଷା ପ୍ରଦାନ କର |