OR/Prabhupada 0394 - ନିତାଇ-ପାଦ-କମଳର ଭାବାର୍ଥ



Purport to Nitai-Pada-Kamala -- Los Angeles, January 31, 1969

ନିତାଇ-ପଦ-କମଳ, କୋଟି-ଚନ୍ଦ୍ର-ସୁଶୀତଳ, ଯେ ଛାୟାୟ ଜଗତ ଜୁରାୟ । ଏହା ନରୋତ୍ତମ ଦାସଙ୍କ ଦ୍ଵାରା ରଚିତ ଏକ ଗୀତ, ଗୌଡିୟ-ବୈଷ୍ଣବ-ସମ୍ପ୍ରଦାୟର ଏକ ମାହାନ ଆଚାର୍ଯ୍ୟ । ସେ ବୈଷ୍ଣବ ତତ୍ତ୍ଵଜ୍ଞାନ ବିଷୟରେ ଅନେକ ଗୀତ ଲେଖିଛନ୍ତି, ଏବଂ ସେଗୁଡିକ ବୈଦିକ ନିର୍ଦେଶ ସହିତ ସଂପୂର୍ଣ୍ଣନ ଭାବରେ ଅନୁରୂପ ଅଟନ୍ତି । ତେଣୁ ଏଠାରେ ନରୋତ୍ତମ ଦାସ ଠାକୁର ଗାଉଛନ୍ତି ଯେ "ସମଗ୍ର ଦୁନିଆ ଭୌତିକ ଅଗ୍ନି ଦ୍ଵାରା ପୀଡିତ ଅଛି । ସେଥିପାଇଁ, ଜଣେ ଯଦି ଭଗବାନ ନିତ୍ୟାନନ୍ଦଙ୍କର ପାଦପଦ୍ମର ଆଶ୍ରୟ ନିଏ..." ଯାହାର ଜନ୍ମଦିନ ହେଉଛି ଆଜି, ୩୧, ଜାନୁୟାରୀ, ୧୯୬୯ । ତେଣୁ ଆମେ ନରୋତ୍ତମ ଦାସଙ୍କର ଏହି ନିର୍ଦ୍ଦେଶର ସ୍ଵାଦ ନେବା ଉଚିତ ଯେ ଭୌତିକ ଅସ୍ତିତ୍ଵର ଏହି ଅଗ୍ନିରୁ ମୁକ୍ତି ପାଇବା ପାଇଁ, ଜଣେ ଭଗବାନ ନିତ୍ୟାନନ୍ଦଙ୍କର ପାଦପଦ୍ମର ଆଶ୍ରୟ ନେବା ଉଚିତ୍, କାରଣ ଏହା ଚନ୍ଦ୍ର କିରଣ ପରି ଶୀତଳ, ଏକା ସାଥିରେ, ଲକ୍ଷ ଚନ୍ଦ୍ରର । ଅର୍ଥାତ୍ ଜଣେ ତୁରନ୍ତ ଶାନ୍ତିପୂର୍ଣ୍ଣ ବାତାବରଣ ପାଇ ପାରିବ । ଠିକ୍ ଯେପରି ଜଣେ ଲୋକ ପୁରା ଦିନ କାମ କରେ, ଏବଂ ସେ ଯଦି ଚନ୍ଦ୍ର କିରଣ ତଳକୁ ଆସେ, ସେ ଆରାମ ପାଏ ।

ସେହିପରି, କୌଣସି ଭୌତିକବାଦୀ ବ୍ୟକ୍ତି ଯଦି ଭଗବାନ ନିତ୍ୟାନନ୍ଦଙ୍କର ଶରଣକୁ ଆସେ ତୁରନ୍ତ ସେହି ଆରାମ ପାଏ । ତାପରେ ସେ କୁହଁନ୍ତି,

ନିତାଇ-ପାଦ-କମଳ, କୋଟି-ସୂର୍ଯ୍ୟ-ସୁଶୀତଳ,
ଯେ ଛାୟାୟ ଜଗତ ଜୁରୟ,
ହେନୋ ନିତାଇ ବିନେ ଭାଈ, ରାଧା-କୃଷ୍ଣ ପାଇତେ ନାହିଁ,
ଧରୋ-ନିତାଇ ଚରଣ ଦୁଖାନି

ସେ କୁହଁନ୍ତି ଯେ "ଯଦି ତୁମେ ଘରକୁ ଫେରିବା ପାଇଁ ଉତ୍ସୁକ, ଭଗବଦ୍ ଧାମକୁ ଫେରିବାକୁ, ଏବଂ ରାଧା ଏବଂ କୃଷ୍ଣଙ୍କର ସହଯୋଗୀ ହେବା ପାଇଁ, ତେବେ ସବୁଠାରୁ ଭଲ ନୀତି ହେଉଛି ଭଗବାନ ନିତ୍ୟାନନ୍ଦଙ୍କର ଶରଣ ନେବା । ତାପରେ ସେ କୁହଁନ୍ତି, ସେ ସମ୍ଵନ୍ଧ ନାହି ଜାର, ବୃଥା ଜନ୍ମ ଗେଲୋ ତାର । "ଜଣେ ଯିଏ ନିତ୍ୟନନ୍ଦଙ୍କ ସହିତ ସମ୍ପର୍କ କରିବା ପାଇଁ ସକ୍ଷମ ହୁଏ ନାହିଁ, ତେବେ ସେ ଭାବିବା ଉଚିତ୍ ଯେ ସେ କେବଳ ତାର ମୂଲ୍ୟବାନ ଜୀବନ କେବଳ ନଷ୍ଟ କରିଛି ।" ବୃଥା ଜୀବନ ଗେଲୋ, ବୃଥା ଅର୍ଥାତ୍ ବ୍ୟର୍ଥ, ଏବଂ ଜନ୍ମ ଅର୍ଥାତ୍ ଜୀବନ । ଗେଲୋ ତାର, ନଷ୍ଟ । କାରଣ ସେ ନତ୍ୟାନନ୍ଦଙ୍କ ସହିତ ସମ୍ପର୍କ କରି ପାରେ ନାହିଁ । ନିତ୍ୟାନନ୍ଦ, ଏହି ନାମ, କୁହେ...ନିତ୍ୟ ଅର୍ଥାତ୍ ଶାଶ୍ଵତ । ଆନନ୍ଦ ଅର୍ଥାତ୍ ପ୍ରସନ୍ନତା । ଭୌତିକ ଆନନ୍ଦ ଶାଶ୍ଵତ ନୁହେଁ । ଏହା ହେଉଛି ଅନ୍ତର । ସେଥିପାଇଁ ଯେଉଁମାନେ ବୁଦ୍ଧିମାନ, ସେମାନେ ଭୌତିକ ଦୁନିଆର ଏହି ଅସ୍ଥିର ସୁଖରେ କୌଣସି ରୁଚି ରଖନ୍ତି ନାହିଁ । ଆମମାନଙ୍କ ମଧ୍ୟରୁ ସମସ୍ତେ, ଜୀବ, ଆମେ ଖୁସୀ ଖୋଜୁ । କିନ୍ତୁ ଖୁସୀ ଜାହା ଆମେ ଖୋଜୁଛୁ, ତାହା ଚଞ୍ଚଳ, ଅସ୍ଥାୟୀ ଅଟେ । ତାହା ଖୁସୀ ନୁହେଁ । ପ୍ରକୃତ ଆନନ୍ଦ ହେଉଛି ନିତ୍ୟାନନ୍ଦ, ଶାଶ୍ଵତ ଆନନ୍ଦ । ତେଣୁ ଯାହାର ନିତ୍ୟାନନ୍ଦଙ୍କ ସହିତ ସମ୍ପର୍କ ନାହିଁ, ଏହା ବୁଝିବାକୁ ହେବ ଯେ ତାର ଜୀବନ ବ୍ୟର୍ଥ ଅଟେ ।

ସେ ସମ୍ଵନ୍ଧ ନାହିଁ ଜାର, ବୃଥା ଜନ୍ମ ଗେଲୋ ତାର,
ସେଇ ପଶୁ ବୋଡୋ ଦୁରାଚାର

ନରୋତ୍ତମ ଦାସ ଠାକୁର ଏଠାରେ ବହୁତ କଠୋର ଶଦ୍ଦ ବ୍ୟବହାର କରିଛନ୍ତି । ସେ କୁହଁନ୍ତି ଯେ ଏପରି ମନୁଷ୍ୟ ହେଉଛି ଏକ ପଶୁ, ଏକ ଅନିୟନ୍ତ୍ରିତ ପଶୁ । କିଛି ପଶୁ ଅଛନ୍ତି ଯାହାକୁ ବଶିଭୁତ କରାଯାଇ ପାରିବ ନାହିଁ, ତେଣୁ ଯିଏ ନିତ୍ୟନନ୍ଦଙ୍କର ସମ୍ପର୍କରେ ଆସି ନାହିଁ, ତାକୁ ଏକ ଦୁରାଚାରୀ ପଶୁ ରୁପେ ଧରାଯାଏ । ସେଇ ପଶୁ ବୋଡୋ ଦୁରାଚାର । କାହିଁକି? ନିତାଇ ନ ବୋଲିଲୋ ମୁଖେ: "ସେ ନିତ୍ୟାନନ୍ଦଙ୍କର ପବିତ୍ର ନାମ କଦାପି ଉଚ୍ଚାରଣ କରେ ନାହିଁ ।" ଏବଂ ମଜିଲୋ ସଂସାର-ସୁଖେ, "ଏବଂ ଏହି ଭୌତିକ ସୁଖରେ ଲିପ୍ତ ହୋଇଯାଏ ।" ବିଦ୍ୟା-କୁଳେ କୋରିବେ ତାର । "ସେ ବଦମାସ ଜାଣି ନାହିଁ, ଯେ ତାର ଶିକ୍ଷା, ତାର ପରିବାର, ତାର ପରମ୍ପରା, ତାର ରାଷ୍ଟ୍ରିୟତା ତାକୁ କି ସହାୟତା କରିବେ?" ଏହି ଜିନିଷଗୁଡିକ ତାର ସହାୟତା କରିପାରିବେ ନାହିଁ । ଏଗୁଡିକ ସବୁ ଅସ୍ଥାୟି ଜିନିଷ । କେବଳ, ଯଦି ଆମେ ଶାଶ୍ଵତ ଆନନ୍ଦ ଚାହୁଁ, ଆମକୁ ନିତ୍ୟାନନ୍ଦଙ୍କ ସହିତ ସମ୍ପର୍କ କରିବାକୁ ହେବ । ବିଦ୍ୟା-କୁଳେ କି କୋରିବେ ତାର । ବିଦ୍ୟା ଅର୍ଥାତ୍ ଶିକ୍ଷା, ଏବଂ କୁଳେ ଅର୍ଥାତ୍ ପରିବାର, ରାଷ୍ଟ୍ରିୟତା । ତେବେ ଆମର ବହୁତ ଭଲ ପାରିବାରିକ ସମ୍ପର୍କ ଥାଇପାରେ, କିମ୍ଵା ବହୁତ ଭଲ ରାଷ୍ଟ୍ରିୟ ପ୍ରତିଷ୍ଠା ଥାଇପାରେ, କିନ୍ତୁ ଏହି ଶରୀର ଶେଷ ହେଲା ପରେ, ଏହି ଜିନିଷଗୁଡିକ ମୋତେ ସହାର୍ଯ୍ୟ କରିବେ ନାହିଁ । ମୁଁ ମୋର କର୍ମ ମୋ ସହିତ ନେଇକି ଯିବି, ଏବଂ ସେହି କର୍ମ ଅନୁସାରେ, ମୋତେ ବଳ ପୂର୍ବକ ଅନ୍ୟ ଏକ ପ୍ରକାରର ଶରୀର ସ୍ଵୀକାର କରିବାକୁ ପଡିବ । ଏହା ମନୁଷ୍ୟ ଶରୀର ଠାରୁ କିଛି ଭିନ୍ନ ହୋଇ ପାରେ । ତେଣୁ ଏହି ଜିନିଷଗୁଡିକ ଆମର ରକ୍ଷା କରି ପାରିବେ ନାହିଁ କିମ୍ଵା ଆମକୁ ପ୍ରକୃତ ଆନନ୍ଦ ଦେବେ ନାହିଁ । ତେଣୁ ନରୋତ୍ତମ ଦାସ ଉପଦେଶ ଦିଅନ୍ତି ଯେ ବିଦ୍ୟା-କୁଳେ କି କୋରିବେ ତାର । ତାପରେ ସେ କୁହଁନ୍ତି, ଅହଂକାର ମତ ହୋୟା । "ମିଥ୍ୟା ପ୍ରତିଷ୍ଠା ଏବଂ ପରିଚୟ ପଛରେ ପାଗଳ ହୋଇ..." ଶରୀର ସହିତ ମିଥ୍ୟା ପରିଚୟ ଏବଂ ଶାରୀରିକ ସମ୍ଵନ୍ଧର ପ୍ରତିଷ୍ଠା, ଏହାକୁ ଅହଂକାର ମତ ହୋୟା କୁହାଯାଏ । ଜଣେ ତାର ମିଥ୍ୟା ପ୍ରତିଷ୍ଠା ପଛରେ ପାଗଳ । ଅହଂକାର‍ ମତ ହୋୟା, ନିତାଇ-ପଦ ପସରିୟା । ଏହି ମିଥ୍ୟା ପ୍ରତିଷ୍ଠା ଯୋଗୁଁ ଆମେ ଭାବୁ ଯେ, "‌‌ଓ, ନିତ୍ୟାନନ୍ଦ କିଏ? ସେ ମୋ ପାଇଁ କ'ଣ କରି ପାରିବେ? ମୁଁ ଖାତିର କରେ ନାହିଁ ।" ତେବେ ଏଗୁଡିକ ହେଉଛି ମିଥ୍ୟା ପ୍ରତିଷ୍ଠାର ସଂକେତ । ଅହଂକାର ମତ ହୋୟା, ନିତାଇ-ପଦ ପାଶ...ଅସତ୍ୟେରେ ସତ୍ୟ କୋରି ମାନି । ପରିଣାମ ହେଉଛି ଯେ ଯାହା ମିଥ୍ୟା ମୁଁ ତାକୁ ସ୍ଵୀକାର କରୁଛି । ଉଦାହରଣ ସ୍ଵରୂପ, ମୁଁ ଏହି ଶରୀର ସ୍ଵୀକାର କରୁଛି । ଏହି ଶରୀର, ମୁଁ ଏହି ଶରୀର ନୁହେଁ । ସେଥିପାଇଁ, ଏହି ମିଥ୍ୟା ପରିଚୟ ସହିତ ମୁଁ ଅଧିକରୁ ଅଧିକ ଫଶିବାରେ ଲାଗିଛି । ତେଣୁ ଜଣେ ଯିଏ ଏହି ମିଥ୍ୟା ପରିଚୟ ସହିତ ଫୁଲି ଯାଇଛି, ଅହଂକାରେ ମତ ହୋୟା, ନିତାଇ ପଦ ପସରିୟା...ଅସତ୍ୟେରେ ସତ୍ୟ କୋରି ମାନି । ସେ ଭୁଲକୁ ଠିକ୍ ବୋଲି ସ୍ଵୀକାର କରେ । ତାପରେ ସେ କୁହଁନ୍ତି, ନିତାଇୟେର କରୁଣା ହବେ, ବ୍ରଜେ ରାଧ-କୃଷ୍ଣ ପାବେ । ଯଦି ତୁମେ ବାସ୍ତବରେ ଘରକୁ ଫେରିବା ପାଇଁ, ଭଗବଦ୍ ଧାମକୁ ଫେରିବା ପାଇଁ ଗମ୍ଭୀର, ତେବେ ନିତ୍ୟାନନ୍ଦଙ୍କର ଦୟା ପ୍ରାପ୍ତ କର ।

ନିତାଇୟେର କରୁଣା ହବେ, ବ୍ରଜେ ରାଧା-କୃଷ୍ଣ ପାବେ,
ଧରୋ ନିତାଇ ଚରଣ ଦୁଖାନି

"ଦୟା କରି ନିତ୍ୟାନନ୍ଦଙ୍କର ପାଦପଦ୍ମକୁ ଧର ।" ତାପରେ ସେ କୁହଁନ୍ତି, ନିତାଇୟେର ଚରଣ ସତ୍ୟ । ଜଣେ ଭାବି ପାରେ ଯେ ଯେପରି ଆମର ଏତେ ସାରା ଆଶ୍ରୟ ଅଛି, କିନ୍ତୁ ଏହି ଭୌତିକ ଦୁନିଆରେ ପରେ ତାହା ମିଥ୍ୟା ପ୍ରମାଣିତ ହୁଏ, ସେହିପରି, ମନେକର ଆମେ ନିତ୍ୟାନନ୍ଦଙ୍କର ପାଦପଦ୍ମକୁ ଧରୁ - ଏହା ମଧ୍ୟ ଭୁଲ ପ୍ରମାଣିତ ହୋଇ ପାରେ । କିନ୍ତୁ ନରୋତ୍ତମ ଦାସ ଠାକୁର ଆଶ୍ଵାସନା ଦିଅଁନ୍ତି, ଯେ ନିତାଇୟେର ଚରଣ ସତ୍ୟ: "ଏହା ମିଥ୍ୟା ନୁହେଁ । କାରଣ ନିତ୍ୟାନନ୍ଦ ହେଉଛନ୍ତି ଶାଶ୍ଵତ, ତାଙ୍ଗର ଚରଣ କମଳ ମଧ୍ୟ ଶାଶ୍ଵତ ଅଟେ ।" ତାଁହାର ସେବକ ନିତ୍ୟ । ଏବଂ ଯିଏ ନିତ୍ୟନନ୍ଦଙ୍କର ସେବା କରେ, ସେମାନେ ମଧ୍ୟ ଶାଶ୍ଵତ ହୋଇ ଯାଆନ୍ତି । ଶାଶ୍ଵତ ନ ହୋଇ, କେହି ଶାଶ୍ଵତର ପୂଜା କରି ପାରିବେ ନାହିଁ । ତାହା ହେଉଛି ବୈଦିକ ନିଷେଧାଜ୍ଞ । ବ୍ରହ୍ମ ନ ହୋଇ, ଜଣେ ପରମ ବ୍ରହ୍ମ ପାଖରେ ପହଞ୍ଚି ପାରିବ ନାହିଁ । ଠିକ୍ ଯେପରି ନିଆଁ ନ ହୋଇ, କେହି ନିଆଁ ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ । ପାଣି ନ ହୋଇ, କେହି ପାଣି ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ । ସେହିପରି, ସଂପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକ ନ ହୋଇ, କେହି ଆଧ୍ୟାତ୍ମିକ ସାମ୍ରାଜ୍ୟ ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ । ତେଣୁ ନିତାଇୟେର ଚରଣ ସତ୍ୟ । ଯଦି ତୁମେ ନିତ୍ୟାନନ୍ଦଙ୍କର ପାଦପଦ୍ମକୁ ଧର, ତେବେ ତୁମେ ତୁରନ୍ତ ଆଧ୍ୟାତ୍ମିକ ହୋଇ ଯିବ । ଠିକ୍ ଯେପରି ଯଦି ତୁମେ ବିଦ୍ୟୁତ ଶକ୍ତିକୁ ସ୍ପର୍ଶ କର, ତୁମେ ତୁରନ୍ତ ବିଦ୍ୟୁତକୃତ ହୋଇଯାଅ । ତାହା ସ୍ଵାଭାବିକ । ସେହିପରି, ନିତ୍ୟାନନ୍ଦ ହେଉଛନ୍ତି ଶାଶ୍ଵତ ସୁଖ, ଯଦି ତୁମେ ନିତ୍ୟନନ୍ଦଙ୍କୁ ଯେ କୌଣସି ଭାବରେ ସ୍ପର୍ଶ କର, ତେବେ ତୁମେ ମଧ୍ୟ ଶାଶ୍ଵତ ଭାବରେ ସୁଖୀ ହୋଇ ପାରିବ । ତାଁହାର ସେବକ ନିତାଇ । ସେଥିପାଇଁ, ଜଣେ ଯିଏ ନିତ୍ୟାନନ୍ଦଙ୍କୁ ସ୍ପର୍ଶ କରେ, ସେମାନେ ଶାଶ୍ଵତ ହୋଇ ଯିବେ ।

ନିତାଇୟେର ଚରଣ ସତ୍ୟ, ତାଁହାର ସେବକ ନିତ୍ୟ,
ଦୃଢ କୋରି ଧାରୋ ନିତାଇୟେର ପାୟ

ତେଣୁ ବହୁତ ଜୋରରେ ତାଙ୍କୁ ଧର । ନରୋତ୍ତମ ବୋଡୋ ଦୁଃଖୀ, ନିତାଇ ମୋରେ କୋରୋ ସୁଖୀ । ପରିଶେଷରେ, ନରୋତ୍ତମ ଦାସ ଠାକୁର, ଏହି ଗୀତର ରଚୟିତା, ସେ ନିତ୍ୟାନନ୍ଦଙ୍କୁ ନିବେଦନ କରୁଛନ୍ତି, "ମୋର ପ୍ରିୟ ଭଗବାନ, ମୁଁ ବହୁତ ଦୁଃଖୀ । ତେଣୁ ଆପଣ ଦୟାକରି ମୋତେ ସୁଖୀ କରନ୍ତୁ । ଏବଂ ଦୟାକରି ଆପଣ ମୋତେ ଆପଣଙ୍କର ପାଦପଦ୍ମର କୋଣରେ ରଖନ୍ତୁ ।" ତାହା ହେଉଛି ଏହି ଗୀତର ସାରାଶଂ ।