OR/Prabhupada 0399 - ଶ୍ରୀ ନାମ, ଗାୟ ଗୌରା ମଧୁର ସ୍ଵରେ ର ଭାବାର୍ଥ



Purport to Sri Nama, Gay Gaura Madhur Sware -- Los Angeles, June 20, 1972

ଗାୟ ଗୌରାଚାନ୍ଦ ମଧୁ ସ୍ଵରେ। ଏହି ଗୀତ ଟି ଭକ୍ତିବିନୋଦ ଠାକୁର ଗାଇଛନ୍ତି। ସେ କହୁଛନ୍ତି ଯେ ଭଗବାନ ଚୈତନ୍ୟ, ଗୌରା, ଗୌରା ଅର୍ଥ ଭଗବାନ ଚୈତନ୍ୟ, ଗୌରସୁନ୍ଦର, ଗୌର ବର୍ଣ। ଗାୟ ଗୌରାଚାନ୍ଦ ମଧୁର ସ୍ଵରେ। ମଧୁର ସ୍ୱରରେ ସେ ମହାମନ୍ତ୍ର ଗାଉଛନ୍ତି ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ ରାମ, ହରେ ହରେ।

ବହୁତ ମିଠା ଗୀତା ସେ ଗାଉଛନ୍ତି, ଆଉ ଏହା ଆମର କର୍ତ୍ତବ୍ୟ କି ତାଙ୍କ ପାଦଚିହ୍ନ ଅନୁସରଣ କରି ମହାମନ୍ତ୍ର ଗାଇବା। ତ ଭକ୍ତିବିନୋଦ ଠାକୁର ଉପଦେଶ ଦେଉଛନ୍ତି, ଗୃହେ ଥାକୋ, ବନେ ଥାକୋ, ସଦା 'ହରି' ବୋଲେ' ଡାକୋ। ଗୃହେ ଥାକୋ ଅର୍ଥ ହୁଏତ ତୁମେ ଏକ ଗୃହସ୍ଥ ରୂପରେ ତୁମ ଘରେ ରୁହ, ଅଥବା ତୁମେ ଜଙ୍ଗଲରେ ଏକ ସନ୍ୟାସୀ ରୂପରେ ରୁହ, କିଛି ଅନ୍ତର ପଡେ ନାହିଁ। କିନ୍ତୁ ତୁମକୁ ମହାମନ୍ତ୍ର ଗାଇବାକୁ ହିଁ ପଡିବ, ହରେ କୃଷ୍ଣ। ଗୃହେ, ବନେ ଥାକୋ, ସଦା 'ହରି' ବୋଲେ' ଡାକୋ। ସବୁବେଳେ ଏହି ମହାମନ୍ତ୍ର ଜପ କର। "ସୁଖେ ଦୁଃଖେ ଭୁଲୋ ନାକୋ, "ଦୁଃଖରେ ବା ସୁଖରେ କାଉଥିରେ ଭି ଜପ କରିବାକୁ ଭୁଲ ନାହିଁ " ବଦନେ ହରି ନାମ କୋରୋ ରେ। ଯେଉଁ ପର୍ଯ୍ୟନ୍ତ ଜପ କରିବା ପ୍ରଶ୍ନ, ସେଥିରେ କୌଣସି ବାଧା ବନ୍ଧକ ନାହିଁ, କାରଣ ମୁଁ ଯେଉଁ ପରସ୍ଥିତିରେ ଥାଏ, ମୁଁ ନିରନ୍ତର ଏହି ମହାମନ୍ତ୍ର ଜପ କରି ପାରିବି, ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ, ହରେ ରାମ, ହରେ ରାମ, ରାମ ରାମ, ହରେ ହରେ।

ତ ଭକ୍ତିବିନୋଦ ଠାକୁର ଉପଦେଶ ଦେଉଛନ୍ତି, "କେବେ ବି ଭାବ ନାହିଁ, ତୁମେ ଦୁଃଖରେ ଅଥବା ସୁଖରେ ଅଛ, ତୁମେ ନିରନ୍ତର ଏହି ମହାମନ୍ତ୍ର ଜପ କରି ଚାଲ"। ମାୟା-ଜାଲେ ବଦ୍ଧ ହୋୟେ, ଆଚୋ ମିଛେ କାଜ ଲୋ'ୟେ। ତୁମେ ମାୟାର ଜାଲରେ ଫସି ଯାଇଛ। ମାୟା-ଜାଲେ ବଦ୍ଧ ହୋୟେ, ଯେମିତି କେଉଟ ଧରିଥାଏ, ସମୁଦ୍ରର ସବୁ ପ୍ରକାର ପ୍ରାଣୀଙ୍କୁ ତା ଜାଲରେ। ସେହି ପରି ଆମେ ମଧ୍ୟ ମାୟାର ଜାଲରେ, ଆଉ ଯେହେତୁ, ଆମର ସ୍ୱତନ୍ତ୍ରତା ନାହିଁ, ତେଣୁ ଆମର ସବୁ କାର୍ଯ୍ୟକଳାପ ବେକାର। ସ୍ୱତନ୍ତ୍ରତା ରେ କରୁଥିବା କାମର କିଛି ଅର୍ଥ ଥାଏ, କିନ୍ତୁ ଆମେ ଯେତେ ବେଳେ ସ୍ୱତନ୍ତ୍ର ନୋହୁଁ, ମାୟାର ଫାସରେ, ମାୟାର ଜାଲରେ, ତେବେ ଆମର କଥା କଥିତ ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ। ସେଥିପାଇଁ ଆମେ ଯାହା ଭି କରୁଛେ, ତାହା ସବୁ ହାର। ଆମର ବାସ୍ତବିକ ସ୍ଥିତି କୁ ନ ଜାଣି, ଯଦି ତୁମକୁ କିଛି କରିବାକୁ ଜବରଦସ୍ତି କରା ଯାଉଛି, ମାୟାର ପ୍ରଭାବରେ, ଏହା କେବଳ ସମୟର ଅପଚୟ। ସେଥିପାଇଁ ଭକ୍ତିବିନୋଦ ଠାକୁର କହୁଛନ୍ତି, "ବର୍ତ୍ତମାନ ତୁମକୁ ମନୁଷ୍ୟ ଜୀବନରେ ପୂର୍ଣ୍ଣ ଚେତନା ମିଳିଛି। ତ କେବଳ ହରେ କୃଷ୍ଣ, ରାଧା ମାଧବ, ଏଇ ସବୁ ନାମ ଜପ କର। କିଛି ହାନି ନାହିଁ କିନ୍ତୁ ମହାନ ଲାଭ। ଜୀବନ ହୋଇଲେ ଶେଷ, ନା ଭଜିଲେ ହୃଷିକେଶ। ଏବେ ଧୀରେ ଧରେ ସମସ୍ତେ ମୃତ୍ୟୁ ଆଡକୁ ଯାଉଛନ୍ତି, କେହି କହି ପାରିବେ ନାହିଁ "ମୁଁ ରହିବି, ମୁଁ ଆହୁରି ଶହେ ବର୍ଷ ରହିବି"। ନାଁ, ଆମେ କୌଣସି ମୁହୁର୍ତ୍ତରେ ମରିବା। ସେଥିପାଇଁ ସେ ଉପଦେଶ ଦେଉଛନ୍ତି ଜୀବନ ହୋଇଲୋ ଶେଷ: ଆମ ଜୀବନ କେତେବେଳେ ଭି ଶେଷ ହୋଇ ଯିବ, ଆଉ ଆମେ ହୃଷିକେଶ, କୃଷ୍ଣଙ୍କ ସେବା କରି ପାରିବା ନାହିଁ। ଭକ୍ତିବିନୋଦୋପଦେଶ। ସେଇଥିପାଇଁ ଭକ୍ତିବିନୋଦ ଠାକୁର ଉପଦେଶ ଦେଉଛନ୍ତି, ଏକବାର ନାମ-ରସେ ମାତୋ ରେ: "କୃପକରି ମୁଗ୍ଧ ହୋଇ ଯାଅ, ନାମ-ରସେ, ଦିବ୍ୟ ନାମ ଜପ କରିବା ରସରେ। ତୁମେ ଏଇ ମହାସାଗର ଭିତରକୁ ଲମ୍ଫ ଦିଅ। ଏହା ମୋର ଅନୁରୋଧ।"