OR/Prabhupada 0410 - ଆମର ବନ୍ଧୁମାନେ ସେମାନେ, ପୂର୍ବରୁ ଅନୁବାଦ କରିବା ଆରମ୍ଭ କରି ସାରିଲେଣି



Cornerstone Laying -- Bombay, January 23, 1975

କୁରୁକ୍ଷେତ୍ର ଏବେ ମଧ୍ୟ ଧର୍ମ-କ୍ଷେତ୍ର ଅଟେ । ବେଦରେ ଏହା କୁହାଯାଇଛି, କୁରୁକ୍ଷେତ୍ର ଧର୍ମ ଆଚରେତ: "ଜଣେ କୁରୁକ୍ଷେତ୍ରକୁ ଯିବା ଉଚିତ ଏବଂ ଧାର୍ମିକ କାର୍ଯ୍ୟ କରିବା ଉଚିତ ।" ସେଥିପାଇଁ ଏହା ପ୍ରାଚିନ କାଳରୁ ହେଉଛି ଧର୍ମ-କ୍ଷେତ୍ର । ଏବଂ କାହିଁକି ଆମେ ନିଜ ହିସାବରେ ମନ୍ତବ୍ୟ ପ୍ରଦାନ କରିବା ଯେ "ଏହି କୁରୁକ୍ଷେତ୍ର ମାନେ ଶରୀର, ଧର୍ମକ୍ଷେତ୍ର, ଏହି ଶରୀର?" କାହିଁକି? କାହିଁକି ଲୋକଙ୍କୁ ପଥଭ୍ରାନ୍ତ କରୁଛ? ଏହିପରି ପଥଭ୍ରାନ୍ତ କରିବା ବନ୍ଦକର । ଏବଂ କୁରୁକ୍ଷେତ୍ର ଏବେ ମଧ୍ୟ ଅଛି । କୁରୁକ୍ଷେତ୍ର ଷ୍ଟେସନ, ରେଳ ଷ୍ଟେସନ, ସେଠି ଅଛି । ତେଣୁ ଭାଗବତ ଗୀତା ଯଥା ସ୍ଵରୂପକୁ ବୁଝିବାକୁ ଚେଷ୍ଟା କର, ତୁମର ଜୀବନ ସାର୍ଥକ କର, ଏବଂ ଏହି ସନ୍ଦେଶକୁ ସମଗ୍ର ବିଶ୍ଵରେ ପ୍ରଚାର କର । ତୁମେ ଖୁସିରେ ରହିବ; ବିଶ୍ଵ ମଧ୍ୟ ଖୁସିରେ ରହିବ । ଅବଶ୍ୟ, ମୁଁ ଵର୍ତମାନ ଅତ୍ୟନ୍ତ ବୁଢା ଲୋକ । ମୋର ବୟସ ଅଶିବର୍ଷ । ମୋର ଜୀବନ ଶେଷ ହୋଇଗଲାଣି । କିନ୍ତୁ ମୁଁ କିଛି ଦାୟିତ୍ୱବାନ ଭାରତୀୟ ଲୋକ ଏବଂ ଅନ୍ୟ ଦେଶର ଲୋକମାନଙ୍କ ସହ ମିଶିକି... ଅନ୍ୟ ଦେଶ ଗୁଡିକ, ସେମାନେ ଭଲ ସହଯୋଗ ଦେଉଛନ୍ତି । ଅନ୍ୟଥା, ମୋତେ ଏତେ ଅଳ୍ପ ସମୟରେ ପ୍ରଚାର କରିବା ସମ୍ଭବପର ନୁହେଁ, କେବଳ ସାତ କିମ୍ବା ଆଠ ବର୍ଷ, ଏହି ସମ୍ପ୍ରଦାୟ ସମଗ୍ର ଦୁନିଆରେ ପ୍ରଚାର କରିବା ପାଇଁ । ତେଣୁ ମୋତେ ଭାରତୀୟମାନଙ୍କର ସହଯୋଗର ଆବଶ୍ୟକତା ଅଛି, ବିଶେଷ କରି ଯୁବକମାନଙ୍କର, ଶିକ୍ଷିତ ପୁରୁଷ । ଆଗକୁ ଆସ । ଆମ ସହିତ ରୁହ । ଭଗବାଦ-ଗୀତା ଅଧୟନ କର । ଆମେ ନିର୍ମାଣ କରିବା ପାଇଁ କିଛି ପାଇ ନାହୁଁ । ନିର୍ମାଣ କରିବା ପାଇଁ କିଛି ନାହିଁ । ଏବଂ ଆମେ କଣ ନିର୍ମାଣ କରିପାରିବୁ? ଆମେ ସମସ୍ତେ ଅପୂର୍ଣ ଅଟୁ । ଯାହା କିଛି ଅଛି, ଚାଲ ଅଧ୍ୟୟନ କରିବା ଏବଂ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା, ଏବଂ ପୁରା ଦେଶରେ ସଂଦେଶ ପ୍ରସାର କରିବା । ଏହା ହେଉଛି ଆମର ଉଦ୍ଦେଶ୍ୟ ।

ତେବେ ଆଜି ହେଉଛି ବହୁତ ଭଲ ଦିନ । ବହୁତ ଅସୁବିଧାର ସହିତ ବର୍ତ୍ତମାନ ଆମକୁ ମଞ୍ଜୁରୀ ମିଳିଲା । ବର୍ତ୍ତମାନ ଦୟାକରି ଏହି ପ୍ରୟାସ ସହିତ ସହଯୋଗ କରନ୍ତୁ, ଯେତେ ଦୂର ହୋଇ ପାରିବ ପ୍ରାଣେର ଅର୍ଥେର ଧିୟା ବାଚ, ଚାରୋଟି କଥା ସହିତ: ତୁମର ଜୀବନ ଦ୍ଵାରା, ତୁମର ଶଦ୍ଦ ଦ୍ଵାରା, ତୁମର ଅର୍ଥ ଦ୍ଵାରା... ପ୍ରାଣେର ଅର୍ଥେର ଧିୟା ବାଚ ଶ୍ରେୟ-ଆଚରଣମ ସଦା । ଏହା ହେଉଛି ମାନବ ଜୀବନର ଉଦ୍ଦେଶ୍ୟ । ଯାହା କିଛି ତୁମ ପାଖରେ ଅଛି...ଏହା ନୁହେଁ ଯେ "ଯେହେତୁ ମୁଁ ଗରିବ ଲୋକ, ମୁଁ ଏହି ଆନ୍ଦୋଳନକୁ ସାହାର୍ଯ୍ୟ କରି ପାରିବି ନାହିଁ ।" ନା । ଯଦି ତୁମକୁ ମିଳିଛି...ତୁମକୁ ତୁମର ଜୀବନ ମିଳିଛି । ତେବେ ଯଦି ତୁମେ ତୁମର ଜୀବନ ସମର୍ପିତ କର, ତେବେ ତାହା ଠିକ୍ । ଯଦି ତୁମେ ତୁମର ଜୀବନ ସମର୍ପିତ ନ କର, କିଛି ଅର୍ଥ ଦିଅ । କିନ୍ତୁ ଯଦି ତୁମେ କରିପାରିବ...,ଗରିବ ଲୋକ, ତୁମେ ଅର୍ଥ ଦେଇ ପାରିବ ନାହିଁ, ତେବେ ତୁମେ କିଛି ବୁଦ୍ଧିମତା ଦିଅ । ଏବଂ ଯଦି ତୁମେ ମୂର୍ଖ, ତେବେ ତୁମର ଶଦ୍ଦ ଦିଅ । ତେଣୁ ଯେ କୌଣସି ଭାବରେ, ତୁମେ ଏହି ଆନ୍ଦୋଳନକୁ ସାହାର୍ଯ୍ୟ କରି ପାରିବ, ଏବଂ ପରିପକାର କାର୍ଯ୍ୟଗୁଡିକୁ କର, ଭାରତ ପାଇଁ ଏବଂ ଭାରତ ବାହାରେ । ତେଣୁ ତାହା ହେଉଛି ମୋର ଅନୁରୋଧ । ମୁଁ ତୁମକୁ ସ୍ଵାଗତ କରୁଛି । ଅବଶ୍ୟ, ଆଜି ଏକାଦଶୀ । ଆମେମାନେ, ଅଧିକାଂଶ ଆମେ ଉପବାସ କରୁ । କିଛି ପ୍ରସାଦ ଦିଆଯିବ । ତେବେ ଏହା ପ୍ରସାଦର ପ୍ରଶ୍ନ ନୁହେଁ; ଆମେ ହାତରେ ନେଇଥିବା ମହର୍ତ୍ତପୂର୍ଣ୍ଣ କାମର ପ୍ରଶ୍ନ, କିପରି ଏକ ଭଗବାନ ଚେତନା ଆନ୍ଦୋଳନର ପ୍ରସାର କରିବା । ଅନ୍ୟଥା, ତୁମେ ଖୁସୀ ହୋଇ ପାରିବ ନାହିଁ । କେବଳ ଭୌତିକ ଚେତନା, ଗୃହ-କ୍ଷେତ୍ର... ଅତୋ ଗୃହ-କ୍ଷେତ୍ର-ସୁତାପ୍ତ-ବିତୈର ଜନସ୍ୟ ମୋହୋ ଅୟମ ଅହମ ମମେତି (SB 5.5.8) । ଏହି ଭୌତିକ ସଭ୍ୟତା ଅର୍ଥାତ୍ ଯୌନ ଇଛା । ମହିଳାମାନେ ପୁରୁଷମାନଙ୍କର ଶିକାର କରନ୍ତି, ପୁରୁଷମାନେ ମହିଳାମାନଙ୍କର ଶିକାର କରନ୍ତି । ପୁଂସାଃ ସ୍ତ୍ରୀୟା ମିଥୁନୀ-ଭାବମ ଏତାମ ତୟୋର ମିଥଃ । ଏବଂ ଯଥା ଶୀଘ୍ର ସେମାନେ ମିଶନ୍ତି, ସେମାନଙ୍କୁ ଗୃହ-କୋଠାର ଆବଶ୍ୟକତା ହୁଏ; ଗୃହ-କ୍ଷେତ୍ର, ଭୂମି; ଗୃହ-କ୍ଷେତ୍ର-ସୂତ, ସନ୍ତାନ, ବନ୍ଧୁ, ଅର୍ଥ; ଏବଂ ମୋହ, ଭ୍ରମ, ଅହମ ମାମେତି (SB 5.5.8), "ଏହା ହେଉଛି ମୁଁ, ଏହା ହେଉଛି ମୋର ।" ଏହା ହେଉଛି ଭୌତିକ ସଭ୍ୟତା । କିନ୍ତୁ ମନୁଷ୍ୟ ଜୀବନ ସେଥିପାଇଁ ହୋଇ ନାହିଁ । ନାୟମ ଦେହୋ ଦେହ-ଭାଜାମ ନୃଲୋକେ କଷ୍ଟାନ କାମାନ ଅର୍ହତେ ବିଦ ଭୂଜାମ ଯେ (SB 5.5.8) । ତେଣୁ ତୁମେ ଅଧ୍ୟୟନ କର । ଆମ ପାଖରେ ବର୍ତ୍ତମାନ ଯଥେଷ୍ଟ ପୁସ୍ତକ ଅଛି । ଆମର ପୁସ୍ତକଗୁଡିକୁ ପଡିବା ପାଇଁ କୌଣସି ଅସୁବିଧା ନାହିଁ । ଆମେ ଇଂରାଜୀ ଅନୁବାଦ ଦେଇଛୁ । ସମସ୍ତେ, ଯେକେହି ଭଦ୍ରବ୍ୟକ୍ତି, ଇଂରାଜୀ ଜାଣିଛନ୍ତି । ଏବଂ ଅମେ ହିନ୍ଦୀ, ଗୁଜରାତି, ଅନ୍ୟ ସମସ୍ତ ଭାଷାରେ ଦେବାକୁ ଯାଉଛୁ । ଆମର ସାଙ୍ଗମାନେ, ସେମାନେ ପୂର୍ବରୁ ଅନୁବାଦ ଆରମ୍ଭ କରି ସାରିଲେଣି । ତେବେ ଜ୍ଞାନର କୌଣସି ଅଭାବ ନାହିଁ । ଦୟାକରି ଏଠାକୁ ଆସ । ଅତିକମରେ ସପ୍ତାହକୁ ଥରେ ବସ, ଏହି ସମସ୍ତ ପୁସ୍ତକଗୁଡିକୁ ପଢ଼, ଜୀବନର ତତ୍ତ୍ଵଜ୍ଞାନକୁ ବୁଝିବାକୁ ଚେଷ୍ଟା କର, ଏବଂ ସମସ୍ତ ବିଶ୍ଵରେ ପ୍ରସାର କର । ତାହା ହେଉଛି ଭାରତବର୍ଷର ଉଦ୍ଦେଶ୍ୟ ।

ଭାରତ-ଭୂମିତେ ମନୁଷ୍ୟ-ଜନ୍ମ ହଇଲା ଯାର
ଜନ୍ମ ସାର୍ଥକ କରି କର ପର-ଉପକାର
(CC Adi 9.41)

ଏହା ହେଉଛି ପରୋପକାର ଆନ୍ଦୋଳନ, ଅନ୍ୟମାନଙ୍କର ଉପକାର କରିବା, ବିଲେଇ ଏବଂ କୁକୁରମାନଙ୍କ ପରି ନୁହେଁ, କେବଳ ଅର୍ଥ ଆଣ ଏବଂ ଇନ୍ଦ୍ରିୟ ଉପଭୋଗ କର । ଏହା ମନୁଷ୍ୟ ଜୀବନ ନୁହେଁ । ମାନବ ଜୀବନ ପରୋପକାର ପାଇଁ ହୋଇଛି । ଲୋକମାନେ ଅଜ୍ଞାନୀ ଅଟନ୍ତି, ଭଗବାନଙ୍କର ଜ୍ଞାନ ବିନା, ଜୀବନର ଆଦର୍ଶ ବିନା । ସେମାନେ କେବଳ ବିଲେଇ ଏବଂ କୁକୁର ଏବଂ ଘୁଷୁରୀ ପରି କାମ କରୁଛନ୍ତି । ତେଣୁ ସେମାନେ ଶିକ୍ଷିତ ହେବା ଉଚିତ୍ । ମନୁଷ୍ୟ ଜୀବନ ଏପରି ଶିକ୍ଷା ପ୍ରାପ୍ତ କରିବା ପାଇଁ ସୁଯୋଗ ଅଟେ । ତେବେ ଏହା ହେଉଛି କେନ୍ଦ୍ର ମନୁଷ୍ୟ ଜୀବନକୁ ଶିକ୍ଷିତ କରିବା ପାଇଁ, ବାସ୍ତବରେ ମନୁଷ୍ୟ ହେବା ପାଇଁ, ଏବଂ ତାର ଜୀବନ ସାର୍ଥକ କରିବା ପାଇଁ । ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।