OR/Prabhupada 0418 - ଦୀକ୍ଷା ଗ୍ରହଣ କରିବା ମାନେ ଗତିବିଧି ଆରମ୍ଭ ହେବା
Lecture & Initiation -- Seattle, October 20, 1968
ତ ଏହା ହେଉଛି ଦୀକ୍ଷା... ଆମର ଅନେକ ଶିଷ୍ୟମାନେ ଦୀକ୍ଷା ନେଇଛନ୍ତି, ତ ଆଉ କିଛି ଶିଷ୍ୟମାନେ ଆଜି ସନ୍ଧ୍ୟାରେ ଦୀକ୍ଷା ନେବେ | ଦୀକ୍ଷା ମାନେ ଏହି ଆନ୍ଦୋଳନର ତୃତୀୟ ସ୍ତରରେ ଯୋଗ ଦେବ | ପ୍ରଥମ ସ୍ତର ହେଉଛି ଶ୍ରଦ୍ଧା, ଅଳ୍ପ କିଛି ବିଶ୍ୱାସ | ଠିକ ଯେପରି ଆମର ଶିଷ୍ୟମାନେ ବଜାରକୁ ଯାଆନ୍ତି, ସେମାନେ ଜପ କରନ୍ତି, ଏବଂ ଅନେକ ଲୋକମାନେ କିଛି ଟଙ୍କା ସହଯୋଗ କରନ୍ତି; କେହି କେହି ଆମର ଭଗବତ ଦର୍ଶନ ପତ୍ରିକା କିଣନ୍ତି | ଏହା ବିଶ୍ୱାସର ପ୍ରାରମ୍ଭ ସ୍ଥିତି: "ଓଃ, ଏହା ଅତି ଭଲ ଆନ୍ଦୋଳନ | ଏହାକୁ ସହଯୋଗ କରିବା |" ଆଦୌ ଶ୍ରଦ୍ଧା | ତାପରେ, ଯଦି ସେ ଆଉ ଟିକିଏ ଆଗ୍ରହୀ ହୁଏ, ତେବେ ସେ ଏଠାକୁ ଆସିବ, ଶ୍ରେଣୀକୁ | "ଠିକ ଅଛି, ଚାଲ ଦେଖିବା ଏମାନେ କଣ ଶିକ୍ଷା ଦେଉଛନ୍ତି, ଏହି କୃଷ୍ଣ ଚେତନା |" ତେଣୁ ସେମାନେ ଆସିବେ | ତେବେ ଏହା ଦ୍ବିତୀୟ ସ୍ତର | ପ୍ରଥମ ସ୍ତର ହେଉଛି ଏହି ଆନ୍ଦୋଳନ ପାଇଁ ସ୍ଵୟଂଚାଳିତ ସହମତି | ଦ୍ବିତୀୟ ସ୍ତର ହେଉଛି ଆମର କାର୍ଯ୍ୟକଳାପ ସହ ଜଡିତ ବା ଯୋଗ ଦେବା | ଠିକ ଯେପରି ତୁମେ ମାନେ ଏଠି ଆସିଥିଲ | ତୁମେ ମୋତେ ଶୁଣୁଛ | ସେହିପରି, ଯଦି କେହି ଜଣେ ଅତ୍ୟନ୍ତ ଆଗ୍ରହୀ ହୁଏ ବା ତାର ବିଶ୍ୱାସ ଆଉ ଟିକିଏ ବଢେ, ତେବେ ସେ ଆସିବ, ତାହା ହେଉଛି ଦ୍ବିତୀୟ ସ୍ତର | ଏବଂ ତୃତୀୟ ସ୍ତର ହେଉଛି... ଆଦୌ ଶ୍ରଦ୍ଧା ତତଃ ସାଧୁ - ସଙ୍ଗ ଅତଃ ଭଜନ - କ୍ରିୟା (CC Madhya 23.14-15) | ବର୍ତ୍ତମାନ, ଦୀକ୍ଷା ଗ୍ରହଣ କରିବା ମାନେ ଗତିବିଧି ଆରମ୍ଭ ହେବା | ଗତିବିଧି ଆରମ୍ଭ ହେବା | କିପରି ଜଣେ କୃଷ୍ଣ ଚେତନାରେ ପୂର୍ଣ୍ଣତାର ସ୍ତରକୁ ଅଗ୍ରଣୀ ହେବ ତାହାକୁ ଦୀକ୍ଷା କୁହାଯାଏ | ଏହା ନୁହେଁ ଯେ ଦୀକ୍ଷା ମାନେ ସବୁକିଛି ଶେଷ ହୋଇଗଲା | ଏହା ହେଉଛି ତୃତୀୟ ସ୍ତର | ତାପରେ ଚତୁର୍ଥ ସ୍ତର ହେଉଛି, ଜଣେ ଯିଏ ଦୀକ୍ଷିତ, ଯଦି ସେ ନିୟମ କାନୁନ ଠିକରେ ପାଳନ କରୁଛି, ଏବଂ ଯଦି ସେଏକ ନିର୍ଧାରିତ ସଂଖ୍ୟାରେ ହରେ କୃଷ୍ଣ ଜପ କରୁଛି, ତେବେ ଧୀରେ ଧୀରେ ତାର ସବୁ ସନ୍ଦେହ ଗୁଡିକୁ ଦୂର ହୋଇଯିବ | ସନ୍ଦେହ ସବୁ କଣ? ଆମେ ଆମ ଛାତ୍ରମାନଙ୍କୁ ଶାସ୍ତ୍ର ବିରୋଧୀ ଯୌନ ଜୀବନ, ମାଂସହାରୀ ଖାଦ୍ୟ, ଏବଂ ନିଶା ଗ୍ରହଣ, ଏବଂ ଜୁଆ ଖେଳ ଆଦିରୁ ନିଷେଧ କରାଯାଇଛି | ଏହି ଚାରୋଟି ଜିନିଷ | ତ ସାଧାରଣତଃ ଏହି ଚାରୋଟି ଜିନିଷ ଆମ ସମାଜରେ ବହୁ ପ୍ରଚଳିତ, ବିଶେଷ କରି ପାଶ୍ଚାତ୍ୟ ଦେଶ ମାଙ୍କରେ | କିନ୍ତୁ ଏହି ଶିଷ୍ୟମାନେ ଯେଉଁ ମାନେ ଦୀକ୍ଷା ନେଇଛନ୍ତି ଆଉ ଜପ କରୁଛନ୍ତି, ସେମାନେ ଅତି ସହଜରେ ଏହି ଚାରୋଟି ଜିନିଷକୁ ତ୍ୟାଗ କରିଦିଅନ୍ତି, ବିନା କିଛି ଅସୁବିଧାରେ | ଏହାକୁ ଅନର୍ଥ ନିବୃତ୍ତି କୁହାଯାଏ | ଏହା ଚତୁର୍ଥ ସ୍ତର ଅଟେ | ପଞ୍ଚମ ସ୍ତରରେ ସେ ଦୃଢ ହୋଇଯାଆନ୍ତି: ହଁ |" ଠିକ ଯେପରି ଏକ ଶିଷ୍ୟ, ଶ୍ରୀଯୁକ୍ତ ଅଣ୍ଡେର୍ସନ, ମୁଁ ତାକୁ ଦେଖି ନାହିଁ, କିନ୍ତୁ କେବଳ ଅନ୍ୟ ଭକ୍ତଙ୍କ ସହ ସ°ଗ ଲାଭ କରି, ସେ ପତ୍ର ଲେଖିଛି ଯେ "ମୁଁ ଚାହୁଁଛି ମୋର ସମ୍ପୂର୍ଣକୁ କୃଷ୍ଣ ଚେତନାରେ ବିନିଯୋଗ କରିଦେବି |" ଏହାକୁ ନିଷ୍ଠା କୁହାଯାଏ, ଦୃଢ | ତତୋ ନିଷ୍ଠା ତତୋ ରୁଚି | ରୁଚି ମାନେ ସେ ସ୍ଵାଦ ଚାଖନ୍ତି | କାହିଁକି ଏହି ଯୁବକ ମାନେ ବାହାରକୁ ଯାଉଛନ୍ତି? ଏହି ଜପ କରିବାରେ, ସେମାନଙ୍କର ରୁଚି ଅଛି | ସେ ରୁଚିକୁ ବିକଶିତ କରିଛନ୍ତି | ଅନ୍ୟଥା କିଛି ନଥିଲେ ସେମାନେ ସମୟ ନଷ୍ଟ କରନ୍ତି ନାହିଁ | ସେମାନେ ଶିକ୍ଷିତ, ସେମାନେ ବୟସ୍କ | ତେଣୁ ରୁଚି | ଦୃଢ଼ତା, ତାପରେ ସ୍ଵାଦ, ତଥାଶକ୍ତିସ | ଯେତେବେଳେ ସ୍ଵାଦ ଆସିଯିବ, ତାପରେ ଆସକ୍ତି | ସେ ଛାଡି ପାରିବିନି ନାହିଁ | ମୋତେ ଅନେକ ପତ୍ର ଆସେ | କିଛି ଶିଷ୍ୟ, ସେମାନେ ତାଙ୍କ ଗୁରୁ ଭାଇଙ୍କ ସଙ୍ଗେ ଚଳି ପାରିଲେନି, ସେ ଛାଡି ପଳେଇଲେ, କିନ୍ତୁ ସେ ଲେଖନ୍ତି ଯେ ମୁଁ ଯାଇ ପାରିବିନି | ମୁଁ ଯାଇ ପରିବିନି |" ସେ ଆକର୍ଷିତ ହୋଇଗଲା | ଦେଖ ତୁମେ? ଉମାପତି ଏକ ପତ୍ର ଲେଖଥିଲା ଯେ ସେ ଅସୁବିଧା ରେ ପଡିଯାଇଛି, ସେ ରହି ପାରୁନି, ସେ ରହି ପାରୁନି କି ଛାଡି ପାରୁନି | ସେ ଦଲାସ ରେ ଅଛି | ତୁମେ ଦେଖ? ସେ ସଂସ୍ଥା ଛାଡି ପାରୁନି, ବା କିଛି ମତଭେଦ, ସେ ଗୁରୁ ଭାଇମାନଙ୍କ ସହ ରହି ପାରୁନି | କିନ୍ତୁ ତାହା କ୍ଷଣିକ ପାଇଁ | ତେଣୁ ଏହାକୁ ଆସକ୍ତିହୀ କୁହାଯାଏ, ବନ୍ଧନ | ତଥାଆସକ୍ତିସ ତତୋ ଭାବ | ତ ଧୀରେ ଧୀରେ ବଢୁଛି, କିଛି ଅତି ଆନନ୍ଦିତ ସ୍ଥିତି, ସବୁବେଳେ କୃଷ୍ଣଙ୍କ ବିଷୟରେ ଭାବିବା | ଏବଂ ତାପରେ ପରିପୂର୍ଣ୍ଣତା ସ୍ତର, ଯେ ସେ କୃଷ୍ଣଙ୍କୁ ସତ ପ୍ରତିଶତ ଭଲପାଉଛି | ତେଣୁ ଏହା ହେଉଛି ପ୍ରକ୍ରିୟା |