OR/Prabhupada 0420 - ଭାବ ନାହିଁ ଯେ ତୁମେ ଦୁନିଆର ଦାସୀ - ୧ ରୁ ୫



Lecture & Initiation -- Seattle, October 20, 1968

ପ୍ରଭୁପାଦ: (ଯଜ୍ଞ ପାଇଁ ମନ୍ତ୍ର ଜପ କରୁଛନ୍ତି, ଏବଂ ଭକ୍ତମାନେ ଦୋହରାଉଚନ୍ତି ) ଧନ୍ୟବାଦ | ବର୍ତ୍ତମାନ ମୋତେ ଜପମାଳ ଦିଅ | ଜପମାଳ | କେହି ଜଣେ... (ପ୍ରଭୁପାଦ ଜପମାଳରେ ଜପ କରୁଛନ୍ତି, ଭକ୍ତ ମାନେ ଜପ କରୁଛନ୍ତି) ତୁମ ନାମ କଣ?

ବିଲ: ବିଲ |

ପ୍ରଭୁପାଦ: ତୁମର ଆଧ୍ୟାତ୍ମିକ ନାମ ହେଉଛି ବିଳାସ-ବିଗ୍ରହ | ବିଳାସ-ବିଗ୍ରହ | ବି-ଳା-ସ-ବି-ଗ୍ର-ହ | ବିଳାସ-ବିଗ୍ରହ | ତୁମେ ଏଇଠୁ ଆରମ୍ଭ କର,

ବଡ଼ ମଣିକ: ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ କୃଷ୍ଣ, ହରେ ହରେ / ହରେ ରାମ ହରେ ରାମ, ରାମ ରାମ, ହରେ ହରେ | ଏହି ଆଙ୍ଗୁଳିକୁ ତୁମେ ଛୁଇଁବ ନାହିଁ | ସେହିପରି ତା ପରବର୍ତୀ | ଏହିପରି ତୁମେ ଆର ପାଖକୁ ଆସିବ, ପୁଣି ଏଠୁ ଆରମ୍ଭ କରିବ | ତୁମର ଗୁରୁ ଭାଇ ତୁମକୁ ଶିଖାଇଦେବେ | ଏବଂ ଦଶ ପ୍ରକାରର ଅପରାଧ ଅଛି ସେଥିରୁ ବଞ୍ଚିକି ରହିବ | ତାହା ମୁଁ ତୁମକୁ କହିବି | ତୁମ ପାଖରେ କାଗଜ ଅଛି, ସେହି ଦଶ ଅପରାଧ ହେଲା?

ଭକ୍ତ: ହଁ |

ପ୍ରଭୁପାଦ: ଦଣ୍ଡବତ କର | (ବିଳାସ-ବିଗ୍ରହ ପ୍ରତି ଶଦ୍ଦ ମିଶି ପୁନରାବୃତ୍ତି କରିବା) ନମୋ ଓମ୍ ବିଷ୍ଣୁ ପାଦାୟ କୃଷ୍ଣ-ପ୍ରସ୍ଥାୟ ଭୂ-ତଳେ ଶ୍ରୀମତେ ଭକ୍ତିବେଦାନ୍ତ ସ୍ଵାମୀ ଇତି ନାମିନେ ହରେ କ୍ରଷ୍ଣ ଜପ କର ଏବଂ ଖୁସୀ ରୁହ । ଧନ୍ୟବାଦ । ହରେ କୃଷ୍ଣ । (ଭକ୍ତମାନେ ଜପ କରନ୍ତି) ତୁମର ନାମ?

ରୋବ: ରୋବ ।

ପ୍ରଭୁପାଦ: ରୋବ । ତେବେ ତୁମର ଆଧ୍ୟାତ୍ମିକ ଗୁରୁଙ୍କର ନାମ ହେଉଛି ରେବତୀନନ୍ଦନ । ରେ-ବ-ତୀ, ରେବତୀ, ନନ୍ଦନ, ନ-ନ୍ଦ-ନ । ରେବତୀନନ୍ଦନ ଅର୍ଥାତ୍ ରେବତୀଙ୍କର ପୁତ୍ର । ରେବତୀ ବାସୁଦେବଙ୍କର ଏକ ସ୍ତ୍ରୀ, କୃଷ୍ଣଙ୍କର ସାବତ ମା । ଏବଂ ବଳରାମ ହେଉଛନ୍ତି ତାଙ୍କର ପୁତ୍ର । ତେଣୁ ରେବତୀନନ୍ଦନ ଅର୍ଥାତ୍ ବଳରାମ । ରେବତୀନନ୍ଦନ ଦାସ ବ୍ରହ୍ମଚାରୀ, ତୁମର ନାମ । ଏଠାରୁ ଜପ ଆରମ୍ଭ କର ଏବଂ ଏପରି କରି ଚାଲ । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ । ତାପରେ । ଏପରି ଭାବରେ ତୁମେ ଏପାଶ୍ଵକୁ ଆସ, ପୁଣି ଏଠାରୁ ଆରମ୍ଭ କର । ତୁମର ଗୁରୁ ଭାଇମାନେ ତୁମକୁ ଶିଖେଇ ଦେବେ । ପ୍ରଣାମ କର । ପ୍ରଣାମ କର । (ରେବତୀନନ୍ଦନ ମିଶି ପ୍ରତି ଶଦ୍ଦର ପୁନରାବୃତ୍ତି କରନ୍ତି) ନମୋ ଓମ୍ ବିଷ୍ଣୁ ପାଦାୟ କୃଷ୍ଣ-ପ୍ରସ୍ଥାୟ ଭୂ-ତଳେ ଶ୍ରୀମତେ ଭକ୍ତିବେଦାନ୍ତ ସ୍ଵାମୀ ଇତି ନାମିନେ ବର୍ତ୍ତମାନ ତୁମର ଜପ ମାଳ ନିଅ । ଜପ ଆରମ୍ଭ କର । (ଭକ୍ତମାନେ ଜପ ଆରମ୍ଭ କରିଲେ) ଏହା ହେଉଁ ଥିରୁ ତିଆରି ହୋଇଛି? ଧାତୁ? ଏହା କାହିଁକି ଏତେ ଭାରୀ ଅଛି, ଏହା?

ଯୁବକ: ଏହା ଏକ ବୀଜ ଅଟେ, ସ୍ଵାମୀଜୀ ।

ପ୍ରଭୁପାଦ: ଓ, ଏହା ଏକ ବୀଜ? ତାହା କେଉଁ ବୀଜ?

ଯୁବକ: ମୁଁ ଜାଣି ନାହିଁ । ଏକ ବଡ ବୀଜ ।

ପ୍ରଭୁପାଦ: ଏହା ବହୁତ ଭାରୀ ଅଛି । ଠିକ୍ ଯେପରି ବୁଲେଟ । କୃଷ୍ଣଙ୍କର ବୁଲେଟ । (ହାସ୍ୟ) (ଭକ୍ତମାନେ ଜପ ଆରମ୍ଭ କରିଲେ) ତେବେ ତୁମର ନାମ ହେଉଛି ଶ୍ରୀମତି ଦାସୀ । ଶ୍ରୀମତି । ଶ୍ରୀ-ମ-ତି । ଶ୍ରୀମତି ଦାସୀ । ଶ୍ରୀମତି ଅର୍ଥାତ୍ ରାଧାରାଣୀ ।

ଶ୍ରୀମତି: ମାନେ କ'ଣ?

ପ୍ରଭୁପାଦ: ଶ୍ରୀମତି ଅର୍ଥାତ୍ ରାଧାରାଣୀ । ତେଣୁ ରାଧାରାଣି ଦାସୀ ଅର୍ଥାତ୍ ତୁମେ ରାଧାରାଣୀଙ୍କର ଦାସୀ । ଭାବ ନାହିଁ ଯେ ତୁମେ ଦୁନିଆର ଦାସୀ ଅଟ । (ହସି ହସି) ରାଧାରାଣୀଙ୍କର ଦାସୀ ହେବା ବହୁତ ଭାଗ୍ୟର କଥା । ହଁ । ତେଣୁ ଶ୍ରୀମତି ଦାସୀ, ତୁମର ନାମ । ତେବେ ତୁମେ ଏଠାରୁ ଜପ ଆରମ୍ଭ କର, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ । ତାପରେ । ଏହିପରି ଭାବରେ ଏପାଶ୍ଵକୁ ଆସ ଏବଂ ପୁଣି ଆରମ୍ଭ କର । ଅତିକମରେ ଷୋହଳ ମାଳ । (ଶ୍ରୀମତି ମିଶି ପ୍ରତି ଶଦ୍ଦର ପୁନରାବୃତ୍ତି କରନ୍ତି) ନମୋ ଓମ୍ ବିଷ୍ଣୁ ପାଦାୟ କୃଷ୍ଣ-ପ୍ରସ୍ଥାୟ ଭୂ-ତଳେ ଶ୍ରୀମତେ ଭକ୍ତିବେଦାନ୍ତ ସ୍ଵାମୀ ଇତି ନାମିନେ ଠିକ୍ ଅଛି । ନିଅ । ଖୁସୀ ରୁହ ।

ଶ୍ରୀମତି: ହରେ କୃଷ୍ଣ ।

ପ୍ରଭୁପାଦ: ତେବେ ସେ କାଗଜ କାହିଁ, ଦଶ ପ୍ରକାରର ଅପରାଧ? ସେହି କାଗଜ କାହିଁ? ଜପ କରିବାର ତିନୋଟି ସ୍ତର ଅଛି । ତାହା କ'ଣ?

ଯୁବକ: ଏକ ଛବି ଯାହା ସେ ଆଙ୍କିଛି ।

ପ୍ରଭୁପାଦ: ଓ, ତୁମେ ଏହା ଆଙ୍କିଛ? ଭଲ । ବହୁତ ଭଲ । ବହୁତ ବହୁତ ଧନ୍ୟବାଦ ।

ଜାହ୍ନବା: ଆପଣଙ୍କର ଆର୍ଶୀବାଦ ସହିତ, ଆପଣ ଏହାକୁ ସୋରନକୁ ଦେବେ? ଆପଣ ଆପଣଙ୍କର ଆଶୀର୍ବାଦ ସହିତ ସୋରନକୁ ଏହା ଦେବେ?

ଯୁବକ: ଶ୍ରୀମତି ଦାସୀ ।

ପ୍ରଭୁପାଦ: ଓ । ଏହା ଏକ ଉପହାର ।

ଶ୍ରୀମତି ଦାସୀ: ଧନ୍ୟବାଦ ।