OR/Prabhupada 0422 - ମହାମନ୍ତ୍ର ଜପ କରିବା ସମୟରେ ଦଶଟି ଅପରାଧ ପରିହାର କର - ୬ ରୁ ୧୦



Lecture & Initiation -- Seattle, October 20, 1968

ପ୍ରଭୁପାଦ: ତାପରେ?

ମଧୁଦ୍ଵିଶ: "ଛଅ ନମ୍ଵର: ଜପର ବଳରେ ଅପରାଧ କରିବା ।"

ପ୍ରଭୁପାଦ: ହଁ । ବର୍ତ୍ତମାନ ଏହି ଦୀକ୍ଷା ଗ୍ରହଣ କରିବା, ଆଜି ଠାରୁ ତୁମ ଖାତାରେ, ପୂର୍ବଜନ୍ମ, ସମସ୍ତ ପାପ କାର୍ଯ୍ୟଗୁଡିକ, କ'ଣ କୁହାଯାଏ, ବ୍ୟବସ୍ଥିତ । ବନ୍ଦ । ଏହା ସମାପ୍ତ ହୋଇଯାଇଛି । ବର୍ତ୍ତମାନ, କାରଣ ତୁମେ ହରେ କୃଷ୍ଣ ଜପ କରୁଛ ତୁମେ ସମସ୍ତ ପାପକାର୍ଯ୍ୟର ପ୍ରତିକ୍ରିୟାକୁ ସମାପ୍ତ କରିପାରିବ, ତାହାର ଅର୍ଥ ନୁହେଁ ଯେ ତୁମେ ପୁନରାବୃତ୍ତି କରିବ: "ଓ, ମୁଁ ପାପକାର୍ଯ୍ୟ କରିବି ଏବଂ ମୁଁ ଜପ କରିବି । ଏହା ବ୍ୟବସ୍ଥିତ ହୋଇ ଯିବ । ଶୂନ୍ୟ ହୋଇଯିବ ।" ନା । ସେପରି ନାହିଁ । ତାହା କର ନାହିଁ । ଯାହା ହୋଇଯାଇଛି ତାହା ହୋଇଯାଇଛି । ଆଉ ନାହିଁ । ବର୍ତ୍ତମାନ ଶୁଦ୍ଧ ଜୀବନ ହେବା ଉଚିତ୍ । କୌଣସି ଅବୈଧ ଯୌନ ନାହିଁ, ନିଶା ନାହିଁ, ଜୁଆ ନାହିଁ, ଏବଂ ମାଂସଆହାର ନାହିଁ । ବର୍ତ୍ତମାନ ସମାପ୍ତ କର । ଏହା ନୁହେଁ ଯେ "ଓ, ମୁଁ ହରେ କୃଷ୍ଣ ଜପ କରୁଛି । ମୋତେ ଭୋଜନାଳୟକୁ ଯିବାକୁ ଦିଅ ଏବଂ କିଛି ମାଂସ ଖାଇବାକୁ ଦିଅ ।" ନା । ତେବେ ଏହା ଏକ ବଡ ପାପ ହୋଇ ଯିବ । ତାହା କର ନାହିଁ । ତେବେ ହରେ କୃଷ୍ଣ ଜପ କରିବା ଫଳପ୍ରଦ ହେବ ନାହିଁ, ଯଦି ତୁମେ ଅପରାଧ କରିବ । ପରବର୍ତ୍ତୀ ।

ମଧୁଦ୍ଵିଶ: "ସାତ ନମ୍ଵର: ଅବିଶ୍ଵାସୀକୁ ଭଗବାନଙ୍କ ନାମର ନିର୍ଦ୍ଦେଶ ଦେବା ।"

ପ୍ରଭୁପାଦ: ହଁ । ଅବିଶ୍ଵାସୀ, ଯେଉଁମାନଙ୍କର ବିଶ୍ଵାସ ନାହିଁ, ଯେ ଭଗବାନ ଏବଂ ତାଙ୍କର ନାମ ହେଉଛି ପୂର୍ଣ୍ଣ । ଠିକ୍ ଯେପରି ଏହି ଭୌତିକ ଦୁନିଆରେ, ନାମ ଏବଂ ବ୍ୟକ୍ତି ହେଉଛନ୍ତି ଭିନ୍ନ । ମନେକର ତୁମର ନାମ ହେଉଛି ଶ୍ରୀମାନ ଜନ୍ । ତେଣୁ ମୁଁ ଯଦି ଜପ କରିବି "ଜନ୍ ଜନ୍ ଜନ୍," ତେବେ ଜନ୍ ଶହେ ମାଇଲ ଦୂରରେ ଥାଇ ପାରେ । କୌଣସି ଉତ୍ତର ନାହଁ । କିନ୍ତୁ ନାମ, ଭଗବାନଙ୍କର ପବିତ୍ର ନାମ, ଭଗବାନ ସବୁ ସ୍ଥାନରେ ଉପସ୍ଥିତ । ଠିକ୍ ଯେପରି ଟେଲିଭିଜନ । ଟେଲିଭିଜନ, ମୋର କହିବାର ଅର୍ଥ ହେଉଛି, କିଛି ସ୍ଥାନରେ ପ୍ରକାଶିତ ହୋଇଛି । ଯଦି ତୁମେ ଯନ୍ତ୍ର ଅଛି, ତୁରନ୍ତ ଛବି ତୁମ କକ୍ଷରେ ଅଛି । ଯଦି ଏହା, ଭୌତିକ ଦୁନିଆରେ ଯଦି ଏହା ସମ୍ଭବ, ଆଧ୍ୟାତ୍ମିକ ଦୁନିଆରେ ଏହା କେତେ ମାତ୍ରାରେ ସମ୍ଭବ, କୃଷ୍ଣଙ୍କର ନାମ? ତୁରନ୍ତ ତୁମେ କୃଷ୍ଣଙ୍କର ନାମ ଜପ କର, ତାର ଅର୍ଥ ହେଉଛି କୃଷ୍ଣ ତୁମର ଜିଭରେ ତୁରନ୍ତ ଅଛନ୍ତି । ତେବେ ତାହା କ'ଣ?

ମଧୁଦ୍ଵିଶ: ସାତ? "ଅବିଶ୍ଵାସୀକୁ ପବିତ୍ର ନାମର ନିର୍ଦ୍ଦେଶ ଦେବା ।"

ପ୍ରଭୁପାଦ: ତେଣୁ ଜଣେ ଯାହାର ବିଶ୍ଵାସ ନାହିଁ ଯେ ଭଗବାନଙ୍କର ନାମ ଏବଂ ଭଗବାନ ନିଜେ ହେଉଛନ୍ତି ସମାନ, କୌଣସି ଭିନ୍ନତା ନାହିଁ, ଜଣକୁ ଭଗବାନଙ୍କର ମହିମା ବିଷୟରେ ନିର୍ଦ୍ଦେଶ ଦେବା ଉଚିତ୍ ନୁହେଁ । ତାକୁ ବୁଝିବା ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ, କିନ୍ତୁ ଯଦି ସେ ବୁଝିବା ପାଇଁ ଅକ୍ଷମ, ତେବେ ତାକୁ ଦୀକ୍ଷା ଦେବା ଉଚିତ୍ ନୁହେଁ, କିନ୍ତୁ ତାକୁ କିଛି ସମୟ ଦରକାର ବୁଝିବା ପାଇଁ । କିନ୍ତୁ ତୁମେ ସର୍ବଦା ମନେ ରଖିବା ଉଚିତ୍ ଯେ ନାମ ଚିନ୍ତାମଣିଃ କୃଷ୍ଣଶ୍ୟ ଚୈତନ୍ୟ-ରସ-ବିଗ୍ରହଃ (CC Madhya 17.133) କୃଷ୍ଣ ଏବଂ କୃଷ୍ଣଙ୍କର ନାମ ଭିନ୍ନ ନୁହଁନ୍ତି । ଯଥା ଶିଘ୍ର ତୁମେ ହରେ କୃଷ୍ଣ ଜପ କର, ଏହାର ଅର୍ଥ ହେଉଛି କୃଷ୍ଣ ତୁମ ଜିଭରେ ନୃତ୍ୟ କରୁଛନ୍ତି । ତୁମକୁ ଏହିପରି ଭାବରେ ସାବଧାନ ରହିବାକୁ ହେବ । ଠିକ୍ ଯେପରି ଯଦି କୃଷ୍ଣ... ଯେପରି ତୁମେ ତୁମର ଆଧ୍ୟାତ୍ମିକ ଗୁରୁଙ୍କୁ ଏତେ ସମ୍ନାନ ଦେଉଛ ସେ ଉପସ୍ଥିତ ହେଲେ, ତେଣୁ ଯଦି କୃଷ୍ଣ ତୁମ ଜିଭରେ ଉପସ୍ଥିତ ଅଛନ୍ତି, ତୁମେ କେତେ ସାବଧାନ ରହିବା ଉଚିତ୍ । ତେଣୁ ତୁମେ ଜାଣିବା ଉଚିତ୍ ଯେ କୃଷ୍ଣ ସର୍ବଦା ସେଠାରେ ଅଛନ୍ତି । କୃଷ୍ଣ ସବୁ ସ୍ଥାନରେ ଅଛନ୍ତି । ଭଗବାନ ସବୁ ସ୍ଥାନରେ ଅଛନ୍ତି, କିନ୍ତୁ ଆମର କୌଣସି ଅନୁଭୂତି ନାହିଁ । କିନ୍ତୁ ଏହି ନିର୍ଦ୍ଧିଷ୍ଟ ଜପ, ଯଥା ଶିଘ୍ର ତୁମେ ପବିତ୍ର ନାମ ଜପ କର, ତାର ଅର୍ଥ ହେଉଛି ତୁମେ ଜାଣିବା ଉଚିତ୍ । ତେଣୁ କୃଷ୍ଣଙ୍କ ସହିତ ସଂଯୁକ୍ତ ହୋଇ ତୁମେ ଶୁଦ୍ଧ ହୋଇ ଯାଉଛ । ଶୃଣବତମ ସ୍ଵ-କଥାଃ । ଠିକ୍ ଯେପରି ନିଆଁ ସହିତ ସଂଯୁକ୍ତ ହୋଇ ତୁମେ ଉଷ୍ମ ହୋଇ ଯାଉଛ, ସେହିପରି, କୃଷ୍ଣଙ୍କ ସହିତ ସଂଯୁକ୍ତ ହେବାର ଅର୍ଥ ହେଉଛି ତୁମେ ଶୁଦ୍ଧ ହେଉଛ । ଧିରେ ଧିରେ ତୁମେ ଆଧ୍ୟାତ୍ମିକ ହୋଇଯିବ । ଆଉ ଭୌତିକ ନୁହେଁ । ସମାପ୍ତ । ଏହା ହେଉଛି ପ୍ରକ୍ରିୟା । ତାପରେ?

ମଧୁଦ୍ଵିଶ: "ଆଠ ନମ୍ଵର: ପବିତ୍ର ନାମକୁ ଭୌତିକ ଧର୍ମପ୍ରତିଷ୍ଠା ସହିତ ତୁଳନା କରିବା ।"

ପ୍ରଭୁପାଦ: ହଁ । ବର୍ତ୍ତମାନ ଏହି ସମାରୋହ କରା ଯାଉଛି । ଏହା ଧରାଯିବା ଉଚିତ୍ ନୁହଁ ଯେ ଆମେ କିଛି ଧାର୍ମିକ ଅନୁଷ୍ଠାନ କରୁଛୁ । ନା । ଧାର୍ମିକ ଅନୁଷ୍ଠାନ ଭିନ୍ନ କଥା । ଏହା ହେଉଛି... ଅବଶ୍ୟ ଏହା ଧାର୍ମିକ ଅନୁଷ୍ଠାନ ପରି ଦେଖା ଯାଏ, ଏହା ହେଉଛି ଦିବ୍ୟ । ଏହା ସମସ୍ତ ପ୍ରକାରର ଧର୍ମ ଠାରୁ ଉପରେ ଅଛି । ଏହା ହେଉଛି ସ୍ନାତକୋତ୍ତର ଅଧ୍ୟୟନ । ପ୍ରକ୍ରିୟା ହେଉଛି କିପରି ଭଗବଦ୍ ପ୍ରେମର ବିକାଶ କରିବ । ଏହା ସବୁଠାରୁ ଉପରେ ଅଛି...ଧାର୍ମିକ ଅର୍ଥାତ୍, ସାଧାରଣତଃ, ଏକ ପ୍ରକାରର ବିଶ୍ଵାସ । କିନ୍ତୁ ଏହା ବିଶ୍ଵାସର ପ୍ରଶ୍ନ ନାହିଁ । ଏହା ବାସ୍ତବରେ ବିକାସ କରିବା, କେତେ ତୁମେ କୃଷ୍ଣଙ୍କୁ, କିମ୍ଵା ଭଗବାନଙ୍କୁ ଭଲ ପାଉଛ । ତେଣୁ ଏହା ସବୁ ଧର୍ମ ଉପରେ । ଏହା ସାଧାରଣ ଧର୍ମ ନୁହେଁ । ଧର୍ମ ଅର୍ଥାତ୍.. ମନେକର ତୁମେ ଖ୍ରୀଷ୍ଟିୟାନ, ମୁଁ ହିନ୍ଦୁ । ଯଥା ଶୀଘ୍ର ଏହି ଶରୀର ସମାପ୍ତ ହୋଇ ଯାଏ, ମୋର ଖ୍ରୀଷ୍ଟିୟାନ୍ ଧର୍ମ, ସବୁକିଛି ସମାପ୍ତ ହୋଇଯିବ । କିନ୍ତୁ ଏହି ଭଗବାନ ପ୍ରେମ ସମାପ୍ତ ହେବ ନାହିଁ । ଏହା ତୁମ ସହିତ ଯିବ । ଯେ କୌଣସି ଜନ୍ମ ତୁମେ ନିଅ, ଏହା ବିକସିତ ହେବ । ଯଦି ତୁମେ ଶେଷ କରି ପାରିବ, ତେବେ ତୁମେ ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ପାଖକୁ ଯିବ, ଭଗବଦ୍ ଧାମକୁ ଫେରିବ, ଏବଂ ତୁମର ସମସ୍ତ ଭୌତିକ ସମ୍ଵନ୍ଧ ସମାପ୍ତ ହୋଇ ଯିବ । ଯଦି ତୁମେ ସକ୍ଷମ ନ ହୁଅ, ତେବେ ଏହା ତୁମ ସହିତ ଯାଏ । ସମ୍ପତ୍ତି । ଏହା ହେଉଛି...ବେଙ୍କ ବାଲାନ୍ସ କମ ହେବ ନାହିଁ । ଏହା ବଢିବ । ତାପରେ?

ମଧୁଦ୍ଵିଶ: "ନଅ ନମ୍ଵର: ପବିତ୍ର ନାମ ଜପ କରିବା ସମୟରେ ଅସାବଧାନ ହେବା ।"

ପ୍ରଭୁପାଦ: ହଁ । ଜପ କରିବା ସମୟରେ ଆମେ ଶୁଣିବା ମଧ୍ୟ ଉଚିତ୍ । ତାହା ହେଉଛି ଧ୍ୟାନ । ହେରେ କୃଷ୍ଣ, ଏହି ଦୁଇଟି ଶଦ୍ଦ, ହରେ କୃଷ୍ଣ, ତୁମେ ଶୁଣିବ ମଧ୍ୟ । ଯଦି ତୁମେ ଶୁଣିବ, ତେବେ ତୁମର ମନ ଏବଂ ତୁମର ଜିଭ ଉଦ୍ଭୟ ମୋହିତ ହେବେ । ତାହା ହେଉଛି ପୂର୍ଣ୍ଣ ଧ୍ୟାନ, ପ୍ରଥମ ଶ୍ରେଣୀର ଧ୍ୟାନ, ଶୁଣିବା ଏବଂ ଜପ କରିବା । ତାପରେ?

ମଧୁଦ୍ଵିଶ: ତାପରେ ଶେଷରେ ଦଶ ନମ୍ଵର: "ଜପ ଅଭ୍ୟାସ କରିବା‍ରେ ବ୍ୟସ୍ତ ଥିଲେ ମଧ୍ୟ ଭୌତିକ ଜିନିଷ ପ୍ରତି ମୋହ ରଖିବା ।"

ପ୍ରଭୁପାଦ: ହଁ । ସମଗ୍ର ପ୍ରକ୍ରିୟା ହେଉଛି ଯେ ଆମେ ଆମର ପଦାର୍ଥ ପ୍ରତି ପ୍ରେମକୁ ଭଗବାନଙ୍କ ପ୍ରତି ସ୍ଥାନାନ୍ତରିତ କରିବା । ତେଣୁ ଆମେ କମ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ଏହା ସ୍ଵତଃ ହୋଇଯିବ । ଭକ୍ତିଃ ପରେଶାନୁଭବୋ ବିରକ୍ତିର ଅନ୍ୟତ୍ର ସ୍ୟାତ (SB 11.2.42) । ଯଦି ତୁମେ ବାସ୍ତବରେ ଭଗବଦ୍ ପ୍ରେମ ବିକସିତ କର, ତେବେ ତୁମେ ସ୍ଵାଭାବିକ ଭାବରେ ଏହି ସମସ୍ତ ଭୌତିକ ଜିନିଷ ପ୍ରତି ପ୍ରେମକୁ ଭୁଲି ଯିବ । ତାହା ହେଉଛି କ୍ରମ । କିନ୍ତୁ ତୁମକୁ ଚେଷ୍ଟା ମଧ୍ୟ କରିବାକୁ ହେବ । ତୁମକୁ ହେବାକୁ ପଡିବ... ଏହା ହେବ । ଠିକ୍ ଯେପରି ଯଦି ଆମେ ଖାଉ, ତେବେ ଧିରେ ଧିରେ ତୁମେ ଖାଇବା ପ୍ରତି ଲାଳସା କମେଇ ଦେବ । ଯେତେବେଳେ ପେଟ ଭରି ଯାଏ, ତାପରେ ତୁମେ କୁହ, "ମୋତେ ଆଉ ଅଧିକ ଦରକାର ନାହିଁ । ହଁ, ମୁଁ..." ସେହିପରି, କୃଷ୍ଣ ଚେତନା ଏତେ ଭଲ ଯେ କୃଷ୍ଣ ଚେତନାର ବିକାସ ସହିତ ତୁମେ ତଥା କଥିତ ବକବାସ ଭୌତିକ ଉପଭୋଗକୁ ଭୁଲି ଯିବ । ଏବଂ ଯେତେବେଳେ ତୁମେ ପୂର୍ଣ୍ଣ ଅବସ୍ଥାକୁ ଆସ, ଓ, ତୁମେ ଏହି ଭୌତିକ ବକବାସର ଖାତିର କର ନାହିଁ । ଏହା ହେଉଛି ପରୀକ୍ଷା । ତୁମେ କହି ପାରିବ ନାହିଁ , "ମୁଁ ଧ୍ୟାନରେ ବିକାସ କରୁଛି, କିନ୍ତୁ ମୋର ଭୌତିକ ଆସକ୍ତି ସମସ୍ତ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ସମାନ ଅଛି ।" ତାହା ବିକାସ ନୁହେଁ । ବିକାସର ଅର୍ଥ ହେଉଛି ଯେ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ତୁମର ଭୌତିକ ଆସକ୍ତିକୁ କମ କରିବା । ଏହା ହେଉଛି ବିକାସ । ବର୍ତ୍ତମାନ ତୁମେ ଜପ କରି ପାର...ଅହ, ତୁମେ ପାଇ ସାରିଛ...ହରେ କୃଷ୍ଣ ଜପ କର ।