OR/Prabhupada 0424 - ତୁମେ ଏହି ବୈଦିକ ସଂସ୍କୃତିର ପୁରା ସୁଯୋଗ ନିଅ



Lecture on SB 1.1.1 -- New York, July 6, 1972

ସଂସ୍କୃତ ଭାଷା ହେଉଛି ଅତ୍ୟନ୍ତ ମହତ୍ବପୂର୍ଣ୍ଣ, ସମଗ୍ର ବିଶ୍ଵରେ ସମ୍ମାନିତ | ବିଶେଷତଃ ଜର୍ମାନୀରେ, ସେମାନେ ସଂସ୍କୃତକୁ ଅତ୍ୟନ୍ତ ପସନ୍ଦ କରନ୍ତି | ଅନେକ ଜର୍ମାନୀର ଵିଦ୍ଵାନ ଅଛନ୍ତି ଯିଏ କି ଘଂଟା ଘଣ୍ଟା ଧରି ସଂସ୍କୃତରେ କଥା ହୋଇପାରନ୍ତି | ସେମାନେ ସଂସ୍କୃତର ଗମ୍ଭୀର ଛାତ୍ର ଅଟନ୍ତି | ମୋର ଜଣେ ଗୁରୁ ଭାଈ ସେ ସ୍ବେଡେନରେ ଅଛନ୍ତି, ସେ ତାହା କହୁଥିଲେ "ଯେତେବେଳେ ଜଣେ ଭାରତୀୟ ଛାତ୍ର ଲଣ୍ଡନରୁ ଆମ ଦେଶକୁ ଆସେ " ବ୍ରିଟିଶ ଅମଳରେ, ଭାରତୀୟ ମାନେ ଲଣ୍ଡନକୁ ଯାଉଥିଲେ, ଏବଂ ସେ ସେଠାରେ ଡ଼ିଗ୍ରୀ ଉପଲବ୍ଧି କରେ, ଏବଂ ସେ ବଡ଼ ମଣିଷ ହୋଇଯାଏ | ତାହା ବ୍ୟବସ୍ଥା ଥିଲା | ତ ଘରକୁ ଫେରିବା ସମୟରେ, ସାଧରଣତଃ ସେମାନେ ଅନ୍ୟ ଇଉରୋପୀୟ ଦେଶ ସବୁ ଭ୍ରମଣ କରନ୍ତି | ତ ଜର୍ମାନୀ ରେ ସେମାନେ ଭାରତୀୟ ଛାତ୍ରଂକୁ ପରୀକ୍ଷା ନିଅନ୍ତି, କେତେ ଅଧିକ ସେ ନିଜ ଭାରତୀୟ ସଭ୍ୟତା କୁ ଜାଣିଛି | ତେଣୁ, ଏହି, ମୋର ଗୁରୁ ଭାଈ, ତାଙ୍କ ନାମ ଏର୍ଣ୍ଷତ ସ୍ଚୁଳଜ଼, ଏବେ ସେ ସଦାନନ୍ଦ ସ୍ୱାମୀ, ତ ସେ କହିଥିଲେ ଯେ ଯେତେବେଳେ ଆମେ ଦେଖୁ, ଯେ ଛାତ୍ରଟି ନିଜ ଭାରତୀୟ ସଭ୍ୟତା ବିଷୟରେ କିଛି ଜାଣି ନାହିଁ, ସେହି କ୍ଷଣରେ ତାକୁ ବହିଷ୍କାର କରୁ, ସେ ନିରର୍ଥକ |"

ତେଣୁ ଯଦି, ଯେଉଁମାନେ ଭାରତୀୟ,, ବିଶେଷ କରି ଏହି ସଭାରେ ଉପସ୍ଥିତ ଅଛନ୍ତି, ଯଦି ତୁମେ ଚାହୁଁଛ ଯେ ତୁମ ଦେଶର ଖ୍ୟାତି ହେଉ, ତେବେ ତୁମେ ଏହି ବୈଦିକ ସାହିତ୍ୟକୁ ପ୍ରସ୍ତୁତ କର | ତୁମେ ତଥାକଥିତ ବୈଜ୍ଞାନିକ ଜ୍ଞାନ ଦ୍ଵାରା ପାଶ୍ଚାତ୍ୟ ଦେଶ ଠାରୁ ଶ୍ରେଷ୍ଠ ହୋଇ ପାରିବ ନାହିଁ | ଏହା ସମ୍ଭବ ନୁହେଁ | ସେ ବହୁତ ଉନ୍ନତ ଅଟନ୍ତି | ଶହେ ବର୍ଷ ଆଗକୁ ଅଛନ୍ତି | ଯେକୌଣସି ଯନ୍ତ୍ରର ଆବିଷ୍କାର କର, ସେ ଯନ୍ତ୍ର ପାଶ୍ଚାତ୍ୟ ଦେଶରେ ଶହେ ବର୍ଷ ପୂର୍ବରୁ ଆବିଷ୍କାର ହୋଇଯାଥିବ | ତେଣୁ ତୁମେ କିଛି ବି କରି ପାରିବ ନାହିଁ | କିଛି ବି ନାହିଁ | ତେଣୁ ଯଦି ତୁମେ ଚାହୁଁଛ ଯେ, ଭାରତୀୟ ମାନେ, ନିଜ ଦେଶର ମହିମା ବଢେଇବାକୁ, ତେବେ ଏହି ବୈଦିକ ସଂସ୍କୃତିକୁ ହୃଦୟ ଏବଂ ଆତ୍ମାର ସାଥିରେ ପ୍ରସ୍ତୁତ କର, ଯେମିତି ଏଠି ମୁଁ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରୁଛି | ତ କେମିତି ଲୋକମାନେ ଏହା ସ୍ବୀକାର କରୁଛନ୍ତି? ଏଥିରେ କିଛି ତ କଥା ଅଛି | ମୋ ପୂର୍ବରୁ ଅନେକେ ସ୍ଵାମୀ ଏହି ଦେଶକୁ ଆସିଥିଲେ, ସେମାନେ ଅସଲି ଜିନିଷ ପ୍ରସ୍ତୁତ କରିପାରିଲେ ନାହିଁ | ସେମାନେ କିଛି ଟଙ୍କା ଆଶା କରିଥିଲେ ଏବଂ ଚାଲିଗଲେ | ବାସ | ଆମର ଏହି କୃଷ୍ଣ ବାଭନାମୃତ ଆନ୍ଦୋଳନ ତାହା ନୁହେଁ | ଆମେ ପାଶ୍ଚତ୍ୟ ଦେଶ ମାନଙ୍କୁ କିଛି ଦେବାକୁ ଚାହୁଁଛୁ | ଏହା ଆମର ଉଦ୍ଦେଶ୍ୟ | ଆମେ ଭିକ ମାଗିବାକୁ ଆସି ନାହୁଁ, ଆମକୁ ତାଙ୍କୁ କିଛି ଦେବାର ଅଛି | ଏହା ହିଁ ଆମର ଲକ୍ଷ୍ୟ | ସେମାନେ ଭିକ ମାଗିବାକୁ ଏଠି ଆସିଥିଲେ, "ମୋତେ ଚାଉଳ ଦିଅ, ମୋତେ ଗହମ ଦିଅ, ମୋତେ ଟଙ୍କା ଦିଅ |" କିନ୍ତୁ ମୁଁ ଭାରତୀୟ ସଂସ୍କୃତିର କିଛି ଅଂଶ ଦେବାକୁ ଆସିଛି | ଏହା ଅନ୍ତର |

ତେଣୁ ତୁମେ ଇଉରୋପୀୟ, ଆମେରିକୀୟ ଛାତ୍ରମାନେ, ତୁମେ ଏହି ବୈଦିକ ସଂସ୍କୃତିର ପୁରା ସୁଯୋଗ ନିଅ | ମୁଁ ଏଥିପାଇଁ ଏତେ ପରିଶ୍ରମ କରୁଛି, କି, ମୋର ଏହି ଶରୀର ଛାଡିବା ପୂର୍ବରୁ, ମୁଁ ତୁମକୁ କିଛି ପୁସ୍ତକ ଦେଇପାରିବି ମୋର ମରିବା ପରେ ଯାହାର ତୁମେ ଆନନ୍ଦ ନେଇପାରିବ | ତେଣୁ ଏହାକୁ ଉପଯୋଗ କର | ଏହାକୁ ଉପଯୋଗ କର | ସବୁ ଶ୍ଳୋକ ଗୁଡିକୁ ଭଲ ଭାବରେ ପଢ଼, ତାହାର ଅର୍ଥ ବୁଝିବାକୁ ଚେଷ୍ଟା କର, ତୁମ ଭିତରେ ଆଲୋଚନା କର | ନିତ୍ୟଂ ଭାଗବତ-ସେବାୟ | ତାହା ହେଉଛି ଆମର ଲକ୍ଷ୍ୟ | ନଷ୍ଟ-ପ୍ରାୟେସ୍ଵ ଅଭଦ୍ରେଶୁ ନିତ୍ୟଂ ଭାଗବତ-ସେବାୟ (SB 1.2.18) | ଅଭଦ୍ର, ଆମର ହୃଦୟ ଭିତରେ ଅନେକ ଖରାପ ଜିନିଷ ଅଛି | ତେଣୁ ଏହି ଖରାପ ଜିନିଷ ଗୁଡିକ କେବଳ କୃଷ୍ଣ ଚେତନା ଦ୍ଵାରା ହିଁ ସଫା ହୋଇପାରିବ | ଅନ୍ୟ କୌଣସି ପନ୍ଥା ନାହିଁ |

ଶୃଣବତାମ ସ୍ଵ-କଥାଃ କୃଷ୍ଣ ପୂର୍ଣ୍ଣ୍ୟ ଶ୍ରବଣ କୀର୍ତ୍ତନଃ ହୃଦି ଅତଃ ସ୍ଥୋ ହି ଅଭଦ୍ରାଣି ବିଧୁନୋତି ସୁହୃତ ସତାମ (SB 1.2.17)

ନଷ୍ଟ-ପ୍ରାୟେଶୁ ଅଭଦ୍ରେଶୁ ନିତ୍ୟଂ ଭଗବତ-ସେବୟା ଭଗବତି ଉତ୍ତମ-ଶ୍ଲୋକେ ଭକ୍ତିର ଭବତି ନୈସ୍ଥିକି (SB 1.2.18)

ଏହା ହେଉଛି ପ୍ରକ୍ରିୟା | ଶ୍ରବଣ° ସ୍ବା-କଥାହ କୃଷ୍ଣ, କୃଷ୍ଣ ତୁମ ହୃଦୟ ଭିତରେ ଅଛନ୍ତି | କୃଷ୍ଣ ତୁମକୁ ସାହାୟ୍ଯ କରିବାକୁ ଚେଷ୍ଟା କରୁଛନ୍ତି ତୁମ ଭିତରୁ ଏବଂ ବାହାରୁ | ବାହାରୁ, ସେ ତାଙ୍କ ସ୍ଵରୂପକୁ ମନ୍ଦିରରେ ପ୍ରସ୍ତୁତ କରୁଛନ୍ତି | ତୁମେ ତାଙ୍କୁ ସେବା କରିବାର ଅବସରର ଲାଭ ଉଠାଇପାରିବ | ସେ ତାଙ୍କ ପ୍ରତିନିଧିଙ୍କୁ ପଠାନ୍ତି, ଆଧ୍ୟାତ୍ମିକ ଗୁରୁଙ୍କୁ, ସିଧା କୃଷ୍ଣଙ୍କ ବିଷୟରେ ତୁମ ସହିତ କଥା ହେବା ପାଇଁ, ଏବଂ ସେ ପରମାତ୍ମା ରୂପରେ ଭିତରୁ ସାହାଯ୍ୟ କରନ୍ତି | କୃଷ୍ଣ ଅତ୍ୟନ୍ତ ଦୟାଳୁ | ସେ ଚାହାଁନ୍ତି... କି ତୁମେ ସବୁ ଏହି ଭୌତିକ ଅସ୍ତିତ୍ୱରେ ପୀଡିତ ଅଛ, କୃଷ୍ଣ ସ୍ଵୟଂ ଆସନ୍ତି, ଏବଂ ସେ ପ୍ରଚାର କରନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) | ତ ଭଗବତ-ସେବୟା, ନିତ୍ୟଂ ଭାଗବତ-ସେବୟା (SB 1.2.18) | ହୃଦୟର ଶୁଦ୍ଧିକରଣ, ଚେତୋ ଦର୍ପଣ-ମାର୍ଜନ° (CC Antya 20.12) | ଏହା ହେଉଛି ପ୍ରକ୍ରିୟା | ଆମେ କୃଷ୍ଣଙ୍କର ଅଭିନ୍ନ ଅଙ୍ଗ ଅଟୁ | ତେଣୁ ଆମେ ଶୁଦ୍ଧ ଅଟୁ | ଆମେ ଭୌତିକ ସମ୍ମିଶ୍ରଣ ଯୋଗୁଁ ଅଶୁଦ୍ଧି ହୋଇଯାଇଛୁ | ତେଣୁ ଆମେ ନିଜକୁ ଶୁଦ୍ଧି କରିବାକୁ ହେବ ଏବଂ ଏହି ପ୍ରକ୍ରିୟା ହେଉଛି କୃଷ୍ଣଙ୍କ ବିଷୟରେ ଶୁଣିବା | ବାସ | !-- END TRANSLATED TEXT -->