OR/Prabhupada 0434 - ପ୍ରତାରକ ମାନଙ୍କୁ ଶୁଣନ୍ତୁ ନାହିଁ ଏବଂ ଅନ୍ୟମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରନ୍ତୁ ନାହିଁ



Morning Walk -- May 10, 1975, Perth

ପ୍ରଭୁପାଦ: ଆଧୁନିକ ଯୁଗର ଅର୍ଥ ହେଉଛି ସମସ୍ତ ଦୁଷ୍ଟ ଏବଂ ମୂର୍ଖ। ତେଣୁ ଆମେ ଦୁଷ୍ଟ ଏବଂ ମୂର୍ଖମାନଙ୍କୁ ଅନୁସରଣ କରିବା ନାହିଁ । ତୁମକୁ ସବୁଠାରୁ ଉତ୍ତମ, କୃଷ୍ଣଙ୍କୁ ଅନୁସରଣ କରିବାକୁ ପଡିବ ।

ପରମହଂସ: ସମସ୍ୟା ହେଉଛି ସମସ୍ତେ ପ୍ରତାରଣା କରୁଛନ୍ତି । ସମସ୍ତେ ଏହି ବା ସେ ବିଷୟରେ କିଛି ଜ୍ଞାନ ଉପସ୍ଥାପନ କରୁଛନ୍ତି ...

ପ୍ରଭୁପାଦ: ତେଣୁ ଆମେ କୃଷ୍ଣଙ୍କୁ ଗ୍ରହଣ କରିଛୁ, ଯିଏ ପ୍ରତାରଣା କରିବେ ନାହିଁ । ତୁମେ ପ୍ରତାରକ, ତେଣୁ ତୁମେ ପ୍ରତାରକଙ୍କୁ ବିଶ୍ୱାସ କରୁଛ। ଆମେ ପ୍ରତାରଣା କରୁନାହୁଁ, ଏବଂ ପ୍ରତାରଣା ନ କରୁଥିବା ବ୍ୟକ୍ତିଙ୍କୁ ଆମେ ଗ୍ରହଣ କରୁ। ତାହା ହେଉଛି ତୁମ ଏବଂ ମୋ ମଧ୍ୟରେ ପାର୍ଥକ୍ୟ।

ଗଣେଶ: କିନ୍ତୁ ଶ୍ରୀଲ ପ୍ରଭୁପାଦ ତୁମ ପାଖକୁ ଆସିବା ପୂର୍ବରୁ ଆମେ ସମସ୍ତେ ପ୍ରତାରକ ଥିଲୁ । ଆମେ ସମସ୍ତେ ପ୍ରତାରକ ଥିଲୁ, ତେବେ ଏହା କିପରି ହେଉଛି ଯେ ଆମେ ଜଣେ ପ୍ରତାରକକୁ ଗ୍ରହଣ କରୁନାହୁଁ? ଆମେ ପ୍ରତାରକ ମାନେ କିପରି ଆପଣଙ୍କଠାରୁ କିଛି ଜ୍ଞାନ ଗ୍ରହଣ କରିଛୁ?

ପ୍ରଭୁପାଦ: ହଁ, କାରଣ ଆମେ ତାହା କହୁଛୁ ଯାହା କୃଷ୍ଣ କହିଥିଲେ। ସେ ପ୍ରତାରକ ନୁହଁନ୍ତି। ସେ ହେଉଛନ୍ତି ଭଗବାନ। ମୁଁ ତୁମ ସହିତ କଥାବାର୍ତ୍ତା କରୁଛି, ତାହା ମୋର ନିଜ ଜ୍ଞାନ ନୁହେଁ। ମୁଁ ତୁମକୁ ଉପସ୍ଥାପନ କରୁଛି, କୃଷ୍ଣ ଯାହା କହିଛନ୍ତି । ଖାଲି ଏତିକି। ତେଣୁ ମୁଁ ପ୍ରତାରକ ନୁହେଁ। ମୁଁ ହୁଏତ ଜଣେ ପ୍ରତାରକ ହୋଇଥାଇପାରେ, କିନ୍ତୁ ଯେହେତୁ ମୁଁ କେବଳ କୃଷ୍ଣଙ୍କ କଥା କହୁଛି, ସେଇଥି ପାଇଁ ମୁଁ ପ୍ରତାରକ ନୁହେଁ । କୃଷ୍ଣ କୁହନ୍ତି, ବେଦାହଂ ସମତୀତାନି (ଭ.ଗୀ. ୭.୨୬), ମୁଁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଜାଣେ । ତେଣୁ ସେ ପ୍ରତାରକ ନୁହଁନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ଆମେ ସମ୍ଭନ୍ଧୀତ, ଅତୀତ କ’ଣ ଏବଂ ଭବିଷ୍ୟତ କ’ଣ ତାହା ଆମେ ଜାଣିନାହୁଁ । ଏବଂ ଆମେ ପୁର୍ଣ ଭାବରେ ବର୍ତ୍ତମାନ ମଧ୍ୟ ଜାଣିନାହୁଁ । ଏବଂ ଯଦି ଆମେ କିଛି କହିବା, ତାହା ପ୍ରତାରଣା । ତାହା ହେଉଛି ପ୍ରତାରଣା । ଆମର କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଯେ ପ୍ରତାରକ ମାନଙ୍କୁ ଶୁଣନ୍ତୁ ନାହିଁ ଏବଂ ଅନ୍ୟମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରନ୍ତୁ ନାହିଁ । ସଚ୍ଚୋଟ ହୁଅ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଶୁଣ। ଏହା ହେଉଛି କୃଷ୍ଣ।

ଆମୋଘ: ଶ୍ରୀଲ ପ୍ରଭୁପାଦ? କାହିଁକି କିଛି ଲୋକ, ଯେତେବେଳେ ସେମାନେ କୃଷ୍ଣ ଚେତନା ବିଷୟରେ ଶୁଣନ୍ତି, ସେମାନେ ଏହାକୁ ଗ୍ରହଣ କରନ୍ତି, ଏବଂ କିଛି କରନ୍ତି ନାହିଁ । ଏବଂ ତଥାପି, ଏହା ପରେ, ଯେଉଁମାନେ ଏହାକୁ ନିଅନ୍ତି, ସେମାନେ ରହନ୍ତି, ଏବଂ ଯେଉଁମାନେ ଏହାକୁ ନିଅନ୍ତି କିଛି ସମୟ ପାଇଁ ନିଅନ୍ତି ଏବଂ ତାପରେ ସେମାନେ ବିଫଳ ହୁଅନ୍ତି?

ପ୍ରଭୁପାଦ: ଏହା ଭାଗ୍ୟବାନ ଏବଂ ଦୁର୍ଭାଗ୍ୟଜନକ । ଯେପରି ଜଣେ ପିତାଙ୍କ ସମ୍ପତ୍ତି ଅଧିକାର କରେ । ଅନେକ ଲକ୍ଷ ଟଙ୍କା, ଏବଂ ସେ ଟଙ୍କାକୁ ଅପବ୍ୟବହାର କରି ଜଣେ ଗରିବ ଲୋକ ହୋଇଯାନ୍ତି। ସେହିପରି। ସେ ଦୁର୍ଭାଗ୍ୟଜନକ। ସେ ଟଙ୍କା ପାଇଲେ, କିନ୍ତୁ ସେ ଏହାକୁ ବ୍ୟବହାର କରିପାରିଲେ ନାହିଁ ।

ଜୟଧର୍ମ: କଣ ଭାଗ୍ୟର ଅର୍ଥ ହେଉଛି କୃଷ୍ଣଙ୍କର ଦୟା?

ପ୍ରଭୁପାଦ: କୃଷ୍ଣଙ୍କର ଦୟା ସର୍ବଦା ଅଛି। ଏହା ତୁମର ସ୍ୱାଧୀନତାର ଅପବ୍ୟବହାର। ତୁମେ ନୁହେଁ ... ତୁମକୁ ସୁଯୋଗ ଦିଆଯାଇଛି - ତାହା ହେଉଛି ଭାଗ୍ୟ। କିନ୍ତୁ ତୁମେ ଭାଗ୍ୟ ଗ୍ରହଣ କର ନାହିଁ। ତାହା ହେଉଛି ତୁମର ଦୁର୍ଭାଗ୍ୟ। ଏହା ଚୈତନ୍ୟ-ଚରିତାମୃତରେ ଦର୍ଶାଯାଇଛି। ଭଗବାନ ଚୈତନ୍ୟ କହିଛନ୍ତି, ଏଇ ରୂପେ ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ ଜୀଵ (ଚ.ଚ. ମଧ୍ୟ ୧୨.୧୫୧) । କୋନୋ - କିଛି ଭାଗ୍ୟବାନ ବ୍ୟକ୍ତି ଏହାକୁ ଗ୍ରହଣ କରିପାରନ୍ତି । କାରଣ ପ୍ରାୟତଃ ସେମାନେ ଦୁର୍ଭାଗ୍ୟଜନକ। କେବଳ ଦେଖ, ସମଗ୍ର ୟୁରୋପ ଏବଂ ଆମେରିକାରେ ଆମେ ପ୍ରଚାର କରୁଛୁ । କେତେ ଛାତ୍ର ଆସିଛନ୍ତି? ଏକ ବହୁତ ଅମୂଳକ ସଂଖ୍ୟା, ଯଦିଓ ସେମାନେ ଆସିଛନ୍ତି । ସେମାନେ ଭାଗ୍ୟବାନ ।