OR/Prabhupada 0441 - କୃଷ୍ଣ ହେଉଛନ୍ତ ପରମ, ଏବଂ ଆମେ ହେଉଛୁ ଆଂଶିକ ଭାଗ
Lecture on BG 2.8-12 -- Los Angeles, November 27, 1968
ଭକ୍ତ: "ପରମ ପୁରୁଷ ଭଗବାନ ହେଉଛନ୍ତି ପରମ ବ୍ୟକ୍ତିଗତ ବ୍ୟକ୍ତି, ଏବଂ ଅର୍ଜୁନ, ଭଗବାନଙ୍କର ଶାଶ୍ଵତ ସାଥୀ, ଏବଂ ସେଠାରେ ଏକତ୍ରିତ ହୋଇଥିବା ସମସ୍ତ ରାଜା ମଧ୍ୟ ବ୍ୟକ୍ତିଗତ ଶାଶ୍ଵତ ବ୍ୟକ୍ତି ଅଟନ୍ତି । ଏହା ନୁହେଁ ଯେ ସେମାନେ ଅତୀତରେ ଉପସ୍ଥିତ ନ ଥିଲେ, ଏବଂ ଏହା ନୁହେଁ ଯେ ସେମାନେ ଶାଶ୍ଵତ ହୋଇ ରହିବେ ନାହିଁ । ସେମାନଙ୍କର ବ୍ୟକ୍ତିତ୍ଵ ଅତୀତରେ ଥିଲା, ଏବଂ ସେମାନଙ୍କର ବ୍ୟକ୍ତିତ୍ଵ ଭବିଷ୍ୟତରେ ମଧ୍ୟ କୌଣସି ବାଧାବିଘ୍ନ ବିନା ରହିବ । ସେଥିପାଇଁ କୌଣସି ଏକ ବ୍ୟକ୍ତିଗତ ଜୀବ ପାଇଁ ବିଳାପ କରିବାର କୌଣସି କାରଣ ନାହିଁ । ମାୟାବାଦୀ କିମ୍ଵା ଅବ୍ୟକ୍ତିକ ସିଦ୍ଧାନ୍ତ ହେଉଛି ଯେ ମୁକ୍ତି ପରେ ବ୍ୟକ୍ତିଗତ ଆତ୍ମା, ମାୟା କିମ୍ଵା ଭ୍ରମର ଆଛାଦନ ଯୋଗୁଁ ଅଲଗା ଥିଲା, ଅବ୍ୟକ୍ତିକ ଅସ୍ତିତ୍ଵ ବିନା ଅବ୍ୟକ୍ତିକ ବ୍ରହ୍ମରେ ଲୀନ ହୋଇଯିବ..."
ପ୍ରଭୁପାଦ: ବର୍ତ୍ତମାନ, ମାୟାବାଦୀ କୁହଁନ୍ତି ଯେ ଏହି ବ୍ୟକ୍ତିତ୍ଵ ହେଉଛି ମାୟା । ତେଣୁ ସେମାନଙ୍କର ଧାରଣା ହେଉଛି ଯେ ଆତ୍ମା, ସାମସ୍ତ ଆତ୍ମା ଏକ ଗଦା ଅଟେ । ସେମାନଙ୍କର ସିଦ୍ଧାନ୍ତ ହେଉଛି ଘଟାକାଶ ପୋତାକାଶ । ଘଟାକାଶ ପୋତାକାଶ ଅର୍ଥାତ୍...ଠିକ୍ ଯେପରି ଆକାଶ । ଆକାଶ ଏକ ବିସ୍ତାର ଅଟେ, ଏକ ଅବ୍ୟକ୍ତିକ ବିସ୍ତାର । ତେଣୁ ଏକ ପାତ୍ରରେ, ଏକ ପାଣି ପାତ୍ରରେ, ଏକ ଗରାରେ ଯାହା ବନ୍ଦ ଅଛି... ବର୍ତ୍ତମା, ଗରା ଭିତରେ, ସେଠାରେ ମଧ୍ୟ ଆକାଶ ଅଛି, ଏକ ଛୋଟ ଆକାଶ । ବର୍ତ୍ତମାନ ଯଥାଶିଘ୍ର ଗରାଟି ଭାଙ୍ଗି ଯାଏ, ବାହାରେ, ବଡ ଆକାଶ । ଏବଂ ଗରା ଭିତରର ଛୋଟ ଆକାଶ ମିଶି ଯାନ୍ତି । ତାହା ହେଉଛି ମାୟାବାଦୀ ସିଦ୍ଧାନ୍ତ । କିନ୍ତୁ ଏହି ସମାନତା ଲାଗୁ କରାଯାଇ ପାରିବ ନାହିଁ । ସମାନତା ଅର୍ଥାତ୍ ସମାନତାର ସ୍ତର । ତାହା ହେଉଛି ସମାନତାର ନିୟମ । ଆକାଶର ତୁଳନା କରାଯାଇ ପାରିବ ନାହିଁ... ଗରା ଭିତରର ଛୋଟ ଆକାଶକୁ ଜୀବ ସହିତ ତୁଳନା କରାଯାଇ ପାରିବ ନାହିଁ । ଏହା ହେଉଛି ଭୌତିକ, ପଦାର୍ଥ । ଆକାଶ ହେଉଛି ପଦାର୍ଥ, ଏବଂ ବ୍ୟକ୍ତିଗତ ଜୀବ ହେଉଛନ୍ତି ଆତ୍ମା । ତେବେ ତୁମେ କିପରି କହିପାରିବ? ଠିକ୍ ଯେପରି ଏକ ଛୋଟ ପିମ୍ପୁଡି, ଏହା ହେଉଛି ଆତ୍ମା । ତାକୁ ତାର ବ୍ୟକ୍ତିତ୍ଵ ମିଳିଛି । କିନ୍ତୁ ଏକ ବଡ଼ ମୃତ ପଥର, ପାହାଡ଼ କିମ୍ଵା ପର୍ବତ, ଏହାର ବ୍ୟକ୍ତିତ୍ଵ ନାହିଁ । ତେଣୁ ପଦାର୍ଥର ବ୍ୟକ୍ତିତ୍ଵ ନାହିଁ । ଆତ୍ମାର ବ୍ୟକ୍ତିତ୍ଵ ଅଛି । ତେଣୁ ଯଦି ସମାନତାର ସ୍ତର ଭିନ୍ନ ଅଛି, ତେବେ କୌଣସି ସମାନତା ନାହିଁ । ତାହା ହେଉଛି ସମାନତାର ନିୟମ । ତେଣୁ ତୁମେ ପଦାର୍ଥ ଏବଂ ଆତ୍ମାର ତୁଳନା କରିପାରିବ ନାହିଁ । ସେଥିପାଇଁ ଏହି ତୁଳନା ଭୂଲ ଅଟେ । ଘଟାକାଶ ପୋତାକାଶ । ତାପରେ ଅନ୍ୟ ଏକ ପ୍ରମାଣ ଭଗବଦ୍ ଗୀତାରେ ଅଛି । କୃଷ୍ଣ କୁହଁନ୍ତି ଯେ ମମୈବାଂଶୋ ଜୀବ-ଭୂତ (BG 15.7) । "ଏହି ବ୍ୟକ୍ତିଗତ ଆତ୍ମାମାନେ, ସେମାନେ ହେଉଛନ୍ତି ମୋର ଅଂଶ ବିଶେଷ ।" ଜୀବ-ଲୋକେ ସନାତନଃ । ଏବଂ ସେମାନେ ଶାଶ୍ଵତ ଅଟନ୍ତି । ଅର୍ଥାତ୍ ଶାଶ୍ଵତ ଭାବରେ ସେମାନେ ଅଂଶ ବିଶେଷ ଅଟନ୍ତି । ତାପରେ ଯେତେବେଳେ... କିପରି ଏହି ମାୟାବାଦ ସିଦ୍ଧାନ୍ତର ସମର୍ଥନ କରାଯାଇ ପାରିବ, ଯେ ମାୟା ଯୋଗୁଁ, ମାୟା ଦ୍ଵାରା ଆଛାଦିତ ହେବା ଦ୍ଵାରା, ସେମାନେ ବର୍ତ୍ତମାନ ବ୍ୟକ୍ତିଗତ ଭାବରେ ଦେଖା ଯାଉଛନ୍ତି, ଅଲଗା, କିନ୍ତୁ ଯେତେବେଳେ ମାୟାର ଆବରଣ ଉଠା ହେବ, ସେମାନେ ମିଶି ଯିବେ ଯେପରି ଗରା ଭିତରର ଛୋଟ ଆକାଶ ଏବଂ ବାହାରର ବଡ଼ ଆକାଶ ମିଶି ଯାନ୍ତି? ତେଣୁ ତର୍କ ସଂଗତ ଦୃଷ୍ଟି କୋଣରୁ ଏହି ସମାନତା ହେଉଛି ଭୁଲ, ଏବଂ ପ୍ରାମାଣିକ ବୈଦିକ ଦୃଷ୍ଟିକୋଣରୁ ମଧ୍ୟ । ସେମାନେ ହେଉଛନ୍ତି ଶାଶ୍ଵତ ଅଂଶ । ଭଗବଦ୍ ଗୀତାରୁ ଅନେକ ଅନ୍ୟ ସିଦ୍ଧାନ୍ତ ଅଛି । ଭଗବଦ୍ ଗୀତା କୁହେ ଯେ ଆତ୍ମାର ଖଣ୍ଡ କରାଯାଇ ପାରିବ ନାହିଁ । ତେଣୁ ଯଦି ତୁମେ କହିବ ଯେ ମାୟାର ଆବରଣ ଦ୍ଵରା ଆତ୍ମା ଖଣ୍ଡ ହୋଇ ଯାଇଛି, ତାହା ସମ୍ଭବ ନୁହେଁ । ଏହାକୁ କଟା ଯାଇ ପାରିବ ନାହିଁ । ଯେପରି ଯଦି ତୁମେ କାଗଜର ବଡ ଖଣ୍ଡକୁ ଛୋଟ ଛୋଟ ଖଣ୍ଡରେ କାଟ, ଏହା ସମ୍ଭବ କାରଣ ଏହା ହେଉଛି ପଦାର୍ଥ, କିନ୍ତୁ ଆଧ୍ୟାତ୍ମିକ ଭାବରେ ଏହା ସମ୍ଭବ ନୁହେଁ । ଆଧ୍ୟାତ୍ମିକ ଭାବରେ, ଶାଶ୍ଵତ ଭାବରେ, ଖଣ୍ଡ ହେଉଛି ଖଣ୍ଡ, ଏବଂ ପରମ ହେଉଛି ପରମ । କୃଷ୍ଣ ହେଉଛନ୍ତି ପରମ, ଏବଂ ଆମେ ହେଉଛୁ ଆଂଶିକ ଭାଗ । ଆମେ ଶାଶ୍ଵତ ଭାବରେ ଅଂଶ ହୋଇ ରହିବୁ । ଏହା ଭଗବଦ୍ ଗୀତାରେ ଭିନ୍ନ ଭିନ୍ନ ସ୍ଥାନରେ ବହୁତ ଭଲ ଭାବରେ ବର୍ଣ୍ଣନା କରାଯାଇଛି । ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ଭଗବଦ୍ ଗୀତାକୁ ତୁମେ ରଖ, ତୁମେ ସମସ୍ତେ, ଏବଂ ଏହାକୁ ଧ୍ୟାନର ସହିତ ପଢ଼ । ଏବଂ ଆସନ୍ତା ସେପ୍ଟେମ୍ଵରରେ ପରୀକ୍ଷା ହେବ । ତେବେ...ଅବଶ୍ୟ, ତାହା ସ୍ଵଇଛା ଅଟେ । କିନ୍ତୁ ମୁଁ ତୁମକୁ ଆସନ୍ତା ସେପ୍ଟେମ୍ଵର ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ଅନୁରୋଧ କରୁଛି । ଏବଂ ଜଣେ ଯିଏ ଉର୍ତ୍ତୀର୍ଣ୍ଣ ହେବ ତାକୁ ଭକ୍ତି-ଶାସ୍ତ୍ରିର ଶୀର୍ଷକ ମିଳିବ । ତୁମେ ବିତରଣ କରିଛ...ହଁ । କରି ଚାଲ ।
ଭକ୍ତ:"ନା ଏହି ସିଦ୍ଧାନ୍ତର ଏଠାରେ ସମର୍ଥନ କରାଯାଇଛି ଯାହା ଅମେ ଭାବୁଛୁ ବ୍ୟକ୍ତିତ୍ଵ ବିଷୟରେ ବଦ୍ଧ ଅବସ୍ଥାରେ । କୃଷ୍ଣ ସ୍ପଷ୍ଟ ଭାବରେ କୁହଁନ୍ତି ଯେ ଭବିଷ୍ୟତରେ ମଧ୍ୟ ଭଗବାନଙ୍କର ବ୍ୟକ୍ତିତ୍ଵ ଏବଂ ଅନ୍ୟମାନଙ୍କର ଏପରି ରହିବ..."
ପ୍ରଭୁପାଦ: କୃଷ୍ଣ କଦାପି କହି ନାହାଁନ୍ତି ଯେ ମୁକ୍ତି ପରେ ଏହି ବ୍ୟକ୍ତିଗତ ଆତ୍ମାମାନେ ପରମାତ୍ମା ସହିତ ମିଶି ଯିବେ । କୃଷ୍ଣ ଭଗବଦ୍ ଗୀତାରେ କଦାପି କହି ନାହାଁନ୍ତି ।