OR/Prabhupada 0444 - ଗୋପୀମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା



Lecture on BG 2.8-12 -- Los Angeles, November 27, 1968

ପ୍ରଭୁପାଦ: ହମ୍?

ଭକ୍ତ: ମୁଁ ଆପଣଙ୍କ ଲେଖାରେ କେଉଁଠାରେ ପଢ଼ିଥିଲି ଯେ ରାଧା ଏବଂ କୃଷ୍ଣଙ୍କର ଗୋପନୀୟ ସମ୍ଵନ୍ଧକୁ ବୁଝିବା ପାଇଁ, ଜଣକୁ ଗୋପୀମାନଙ୍କର ସେବା କରିବାକୁ ହେବ ଯେଉଁମାନେ ଗୋପୀମାନଙ୍କର ସେବକ, ଏବଂ ମୁଁ ଭାବୁଥିଲି ଯେ ଆପଣ ଗୋପୀଙ୍କର ଏକ ସେବକ । ଏହା ଠିକ୍ କି? କିମ୍ଵା...କିପରି ମୁଁ ଗୋପୀମାନଙ୍କର ସେବକର ସେବା କରି ପାରିବି?

ପ୍ରଭୁପାଦ: ଗୋପୀମାନେ, ସେମାନେ ବଦ୍ଧଜୀବି ନୁହଁନ୍ତି । ସେମାନେ ମୁକ୍ତ ଆତ୍ମା । ତେଣୁ ସର୍ବ ପ୍ରଥମେ ତୁମକୁ ଏହି ବଦ୍ଧ ଜୀବନରୁ ବାହାରକୁ ବାହରିବାକୁ ହେବ । ତାପରେ ଗୋପୀମାନଙ୍କର ସେବା କରିବାର ପ୍ରଶ୍ନ ଆସିବ । ବର୍ତ୍ତମାନ ମୂହୁର୍ତ୍ତରେ, ଗୋପୀମାନଙ୍କର ସେବା କରିବା ପାଇଁ, ଅତି ଉତ୍ସାହିତ ହୁଅ ନାହିଁ । କେବଳ ତୁମର ବଦ୍ଧ ଜୀବନରୁ ବାହାରିବା ପାଇଁ ଚେଷ୍ଟା କର । ତାପରେ ସମୟ ଆସିବ ଯେତେବେଳେ ତୁମେ ଗୋପୀମାନଙ୍କର ସେବା କରିବା ପାଇଁ ସକ୍ଷମ ହୋଇ ପାରିବ । ଏହି ବଦ୍ଧ ଅବସ୍ଥାରେ ଆମେ କାହାର ସେବା କରି ପାରିବା ନାହିଁ । କୃଷ୍ଣ ଏହା କରୁଛନ୍ତି । କିନ୍ତୁ କୃଷ୍ଣ ଆମକୁ ସୁଯୋଗ ଦେଉଛନ୍ତି ଏହି ଅର୍ଚ-ମାର୍ଗରେ ସେବାକୁ ସ୍ଵୀକାର କରିବାର । ଯେପରି ଆମେ କୃଷ୍ଣଙ୍କର ବିଗ୍ରହ ରଖିଛୁ, ବିଧି ଅନୁସାରେ, ସିଦ୍ଧାନ୍ତ ଅନୁସାରେ ପ୍ରସାଦ ଅର୍ପଣ କରୁ । ତେବେ ଆମକୁ ଏହିପରି ଭାବରେ ଉନ୍ନତି କରିବାକୁ ହେବ, ଏହି ଜପ କରିବା, ଶ୍ରବଣ କରିବା, ଏବଂ ମନ୍ଦିରରେ ପୂଜା କରିବା, ଆରତୀ, ପ୍ରସାଦ ଅର୍ପଣ କରିବା । ଏହି ପରି ଭାବରେ, ଯେପରି ଆମେ ଉନ୍ନତି କରୁ, ତେବେ ସ୍ଵୟଂ କୃଷ୍ଣ ତୁମକୁ ପ୍ରକାଶିତ କରିବେ, ଏବଂ ତୁମେ ତୁମର ସ୍ଥିତି ବୁଝି ପାରିବ, କିପରି ତୁମକୁ... ଗୋପୀ ଅର୍ଥାତ୍ ଯେଉଁମାନେ ସର୍ବଦା, ଭଗବାନଙ୍କର ସେବାରେ ନିରନ୍ତର ଭାବରେ ନିଯୁକ୍ତ । ତେବେ ସେହି ଶାଶ୍ଵତ ସମ୍ପର୍କ ପ୍ରକାଶିତ ହେବ । ତେବେ ଆମକୁ ସେଥିପାଇଁ ଅପେକ୍ଷା କରିବାକୁ ହେବ । ତୂରନ୍ତ ଆମେ ଗୋପୀମାନଙ୍କର ସେବା କରିବାର ନକଲ କରି ପାରିବା ନାହିଁ । ତାହା ଏକ ଭଲ ବିଚାର, ଯେ ତୁମେ ଗୋପୀମାନଙ୍କର ସେବା କରିବ, କିନ୍ତୁ ଏହା ପାଇଁ ସମୟ ଲାଗିବ । ତୂରନ୍ତ ନୁହେଁ । ତୂରନ୍ତ ଆମକୁ ନିୟମ ଏବଂ ନିୟନ୍ତ୍ରକକୁ ଅନୁସରଣ କରିବାକୁ ହେବ ଏବଂ ନିୟମିତ କାମ ।