OR/Prabhupada 0446 - ଲକ୍ଷ୍ମୀଙ୍କୁ ନାରାୟଣଙ୍କ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କର ନାହିଁ
Lecture -- Seattle, October 2, 1968
ତେବେ ସାକ୍ଷାତ ଶ୍ରୀ । ସେ ସର୍ବଦା ସାଥିରେ ଅଛନ୍ତି । ଯଦି କେହି ଶ୍ରୀଙ୍କୁ ନାରାଯଣଙ୍କ ଠାରୁ ଅଲଗା କରିବା ପାଇଁ ଚେଷ୍ଟା କରେ, ତେବେ ତାକୁ ପରାସ୍ତ କରାଯିବ । ଉଦାହରଣ ହେଉଛି ରାବଣ । ରାବଣ ଲକ୍ଷ୍ମୀଙ୍କୁ ରାମଙ୍କ ଠାରୁ ଅଲଗା କରିବା ପାଇଁ ଚାହିଁଥିଲା । ଏହି ପ୍ରୟାସ ଏତେ ବିପଦପୂର୍ଣ୍ଣ ଯେ ରାବଣ, ଖୁସୀ ହେବା ପରିବର୍ତ୍ତେ... ସେ ତଥା କଥିତ ଖୁସୀ ଥିଲା, ଭୌତିକ ଐଶ୍ଵର୍ଯ୍ୟ । କିନ୍ତୁ ଯଥା ଶୀଘ୍ର ସେ ଲକ୍ଷ୍ମୀଙ୍କୁ ନାରାୟଣଙ୍କ ଠାରୁ ଅଲଗା କରିଲା, ସେ ତାର ସମସ୍ତ ସାଙ୍ଗମାନଙ୍କ ସହିତ ପରାସ୍ତ ହୋଇଗଲା । ତେଣୁ ତାହା କରିବାକୁ ଚେଷ୍ଟା କର ନାହିଁ, ଲକ୍ଷ୍ମୀଙ୍କୁ ନାରାୟଣଙ୍କ ଠାରୁ ଅଲଗା କରିବା ପାଇଁ । ତାଙ୍କୁ ଅଲଗା କରାଯାଇ ପାରିବ ନାହିଁ । କିନ୍ତୁ ଯଦି କେହି ତାହା କରିବା ପାଇଁ ପ୍ରୟାସ କରେ, ତାର ସର୍ବନାଶ ହୋଇଯିବ । ତାର ସର୍ବନାଶ ହୋଇ ଯିବ । ଉଦାହରଣ ହେଉଛି ରାବଣ । ତେବେ ବର୍ତ୍ତମାନ ମୁହୁର୍ତ୍ତରେ ଲୋକମାନେ ଶ୍ରୀ ପାଇଁ ବହୁତ ସ୍ନେହଶିଳ, ଟଙ୍କା । ଶ୍ରୀ-ଐଶ୍ଵର୍ଯ୍ୟ । ଶ୍ରୀ-ଐଶ୍ଵର୍ଯ୍ୟ । ଶ୍ରୀ-ଐଶ୍ଵର୍ଯ୍ୟ ପ୍ରଜେପସ୍ଵଃ । ସାଧାରଣ ଲୋକ, ସେମାନେ ଶ୍ରୀ ଚାହାଁନ୍ତି, ଟଙ୍କା, କିମ୍ଵା ସୁନ୍ଦରତା, ସୁନ୍ଦର ନାରୀ । ଶ୍ରୀ-ଐଶ୍ଵର୍ଯ୍ୟ: ଟଙ୍କା, ଧନ । ଶ୍ରୀ-ଐଶ୍ଵର୍ଯ୍ୟ ପ୍ରଜେପସ୍ଵଃ । ପ୍ରଜା । ପ୍ରଜାର ଅର୍ଥ ହେଉଛି ପରିବାର, ସମାଜ, ଟଙ୍କା । ସେମାନେ ଚାହାଁନ୍ତି । ତେବେ ଶ୍ରୀଙ୍କ ପାଇଁ ସର୍ବଦା ଉତ୍କଣ୍ଠା ଥାଏ, ଖୋଜା ଯାନ୍ତି । କିନ୍ତୁ ଶ୍ରୀଙ୍କୁ ଏକେଲା ରଖିବା ପାଇଁ ଚେଷ୍ଟା କର ନାହିଁ । ତେବେ ତୁମର ସର୍ବନାଶ ହୋଇ ଯିବ । ଏହା ହେଉଛି ନିର୍ଦ୍ଦେଶ । ତୁମେ ଶ୍ରୀଙ୍କୁ ଏକେଲା ରଖିବା ପାଇଁ ଚେଷ୍ଟା କର ନାହିଁ । ସର୍ବଦା ନାରାୟଣଙ୍କ ସହିତ ରଖ । ତେବେ ତୁମେ ଖୁସୀ ହୋଇ ପାରିବ । ନାରାୟଣଙ୍କୁ ରଖ । ତେଣୁ ଯେଉଁମାନେ ଧନୀ, ଯେଉଁମାନେ ଧନ ପାଇଛନ୍ତି, ଧନ, ସେମାନେ ତାଙ୍କର ଟଙ୍କା ସହିତ ନାରାୟଣଙ୍କର ମଧ୍ୟ ପୂଜା କରିବା ଉଚିତ୍ । ଟଙ୍କା ଖର୍ଚ୍ଚ କର । ଟଙ୍କା ନାରାୟଣଙ୍କର ସେବା ପାଇଁ ଅଛି । ତେଣୁ ଯଦି ତୁମ ପାଖରେ ଟଙ୍କା ଅଛି, ଏହାକୁ ରାବଣ ପରି ନଷ୍ଟ କର ନାହିଁ, କିନ୍ତୁ କୃଷ୍ଣଙ୍କର ସେବାରେ ଲଗାଅ । ଯଦି ତୁମ ପାଖରେ ଟଙ୍କା ଅଛି, ଏହାକୁ କେବଳ ବହୁତ ମୂଲ୍ୟବାନ ମନ୍ଦିର ପାଇଁ ଖର୍ଚ୍ଚ କର, ଲକ୍ଷ୍ମୀ-ନାରାୟଣଙ୍କୁ ସ୍ଥାପନ କରିବା ପାଇଁ, ରାଧା-କୃଷ୍ଣ, ସୀତା-ରାମ, ସେହିପରି । ଅନ୍ୟ ଉପାୟରେ ତୁମର ଟଙ୍କା ନଷ୍ଟ କର ନାହିଁ । ତେବେ ତୁମେ ସର୍ବଦା ଧନୀ ହୋଇ ରହିବ । କଦାପି ଗରିବ ହେବ ନାହିଁ । କିନ୍ତୁ ଯଥା ଶୀଘ୍ର ତୁମେ ନାରାୟଣଙ୍କୁ ଠକିବାକୁ ଚେଷ୍ଟା କର, ଯେ "ମୁଁ ତୁମର ଲକ୍ଷ୍ମୀଙ୍କୁ ନେଇ ଯାଇଛି," ତୁମେ ଉପବାସ କର । ସେହି ନୀତି ବହୁତ ଖରାପ ଅଟେ ।
ତେବେ ଯାହା ହେଉ, ଯେଉଁଠାରେ ଶ୍ରୀ ଅଛନ୍ତି, ସେଠାରେ ନାରାୟଣ ଅଛନ୍ତି, ଏବଂ ଯେଉଁଠାରେ ନାରାୟଣ ଅଛନ୍ତି, ସେଠାରେ ଶ୍ରୀ ଅଛନ୍ତି । ସେଥିପାଇଁ ନାରାୟଣ ଏବଂ ଶ୍ରୀ । ନୃସଂହ ଦେବ ହେଉଛନ୍ତି ନାରାୟଣ, ଏବଂ ଲକ୍ଷ୍ମୀ, ସେମାନେ ଲଗାତାର... ସେଥିପାଇଁ ଦେବତାମାନେ, ଯତେବେଳେ ସେମାନେ ଦେଖିଲେ ଯେ "ନାରାୟଣ, ନୃସିଂହ ଦେବ, ବହୁତ, ବହୁତ ରାଗରେ ଥିଲେ । କେହି ତାଙ୍କୁ ଶାନ୍ତ କରି ପାରୁ ନ ଥିଲେ," ତେଣୁ ସେମାନେ ଭାବିଲେ ଯେ "ଲକ୍ଷ୍ମୀ ହେଉଛନ୍ତି ବ୍ୟକ୍ତିଗତ ସହଯୋଗୀ, ନାରାୟଣଙ୍କ ସହିତ ସର୍ବଦା ଅଛନ୍ତି, ତେଣୁ ତାଙ୍କୁ ଯିବାକୁ ଦିଅ ଏବଂ ଶାନ୍ତ କରିବାକୁ ଦିଅ ।" ତାହା ଏଠାରେ କୁହାଯାଇଛି । ସାକ୍ଷାତ ଶ୍ରୀ ପ୍ରେଶିତା ଦେବୈର । ଦେବତାମାନେ, ଭଗବାନ ବ୍ରହ୍ମା, ଭଗବାନ ଶିବ, ଏବଂ ଅନ୍ୟମାନେ, ସେମାନେ ଅନୁରୋଧ କରିଲେ, "ମାତା, ଆପଣ ଆପଣଙ୍କର ସ୍ଵାମୀଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ଆମ ଦ୍ଵାରା ସମ୍ଭବ ନୁହେଁ । କିନ୍ତୁ ସେ ମଧ୍ୟ ଭୟଭିତ ହୋଇଗଲେ । ସେ ମଧ୍ୟ ଭୟଭିତ ହୋଇଗଲେ । ସାକ୍ଷାତ ଶ୍ରୀ ପ୍ରେଶିତା ଦେବୈର ଦ୍ରଷ୍ଟବା ତମ ମହଦ ଅଦ୍ଭୁତମ । ସେ ଜାଣିଛନ୍ତି ଯେ "ମୋର ସ୍ଵାମୀ ନୃସିଂହ ଦେବ ରୂପରେ ପ୍ରକଟ ହୋଇଛନ୍ତି," କିନ୍ତୁ କାରଣ ଭଗବାନଙ୍କର ସେହି ଅଦ୍ଭୁତ ରୂପ ଏତେ ଭୟଙ୍କର ଥିଲା, ସେ ତାଙ୍କ ସମ୍ମୁଖକୁ ଆସିବା ପାଇଁ ସାହାସ କରିଲେ ନାହିଁ । କାହିଁକି? ବର୍ତ୍ତମାନ, ଅଦୃଷ୍ଟଶୃତ-ପୂର୍ବତ୍ଵାତଃ: କାରଣ ସେ ମଧ୍ୟ ଜାଣି ନ ଥିଲେ ଯେ ତାଙ୍କର ସ୍ଵାମୀ ନୃସିଂହ ରୂପ ଧାରଣ କରିବେ । ଏହି ନୃସିଂହ ଦେବ ରୂପ ବିଶେଷ କରି ହିରଣ୍ୟକଶିପୁ ପାଇଁ ଧାରଣ କରାଯାଇଥିଲା । ଏହା ସର୍ବ ଶକ୍ତିଶାଳୀ ଥିଲା । ହିରଣ୍ୟକଶିପୁ ଭଗବାନ ବ୍ରହ୍ମାଙ୍କ ଠାରୁ ଅଶୀର୍ବାଦ ନେଇଥିଲେ, ଯେ କୌଣସି ଭଗବାନ, ଦେବତା ତାକୁ ମାରି ପାରିବେ ନାହିଁ; ନା ବ୍ୟକ୍ତି, ନା ପଶୁ ତାକୁ ମାରି ପାରିବେ; ଏବଂ ଏହିପରି । ପରୋକ୍ଷ ଭାବରେ ସେ ଏକ ଯୋଜନା କରିଥିଲା ଯେ କେହି ତାକୁ ମାରିପାରିବେ ନାହିଁ । ଏବଂ କାରଣ ସର୍ବ ପ୍ରଥମେ ସେ ଅମର ହେବା ପାଇଁ ଚାହୁଁଥିଲା; ତେଣୁ ଭଗବାନ ବ୍ରହ୍ମା କହିଲେ ଯେ "ମୁଁ ଅମର ନୁହେଁ । ମୁଁ କିପରି ତୁମକୁ ହେବା ପାଇଁ ଦେଇ ପାରିବି...? ତାହା ସମ୍ଭବ ନୁହେଁ ।" ତେଣୁ ଏହି ରାକ୍ଷାସ, ଅସୁରମାନେ, ସେମାନେ ବହୁତ ବୁଦ୍ଧିମାନ, ଦୁଷ୍କୃତିନ, ବୁଦ୍ଧିମାନ - କିନ୍ତୁ ପାପକର୍ମ ପାଇଁ । ତାହା ହେଉଛି ରାକ୍ଷାସର ଲକ୍ଷଣ । ତେଣୁ ସେ କିଛି ଯୋଜନା କରିଲା, ଯେ "ପରୋକ୍ଷ ଭାବରେ ମୁଁ ବ୍ରହ୍ମାଙ୍କ ଠାରୁ ଆଶୀର୍ବାଦ ନେଇ ଯିବି, ଏପରି ଭାବରେ ଯେ ମୁଁ ଅମର ହୋଇ ରହିବି ।"
ତେଣୁ ବ୍ରହ୍ମାଙ୍କର ପ୍ରତିଜ୍ଞା ରଖିବା ପାଇଁ, ନାରାୟଣ ନୃସିଂହ ଦେବ: ଅଧା ସିଂହ ଏବଂ ଅଧା ପୁରୁଷ ରୂପରେ ପ୍ରକଟ ହୋଇଥିଲେ । ସେଥିପାଇଁ ଅଦୃଷ୍ଟାଶୃତ-ପୂର୍ବ । ଏପରିକି ଲକ୍ଷ୍ମୀ ମଧ୍ୟ ଭଗବାନଙ୍କର ଏହି ରୂପ ଦେଖି ନ ଥିଲେ, ଅଧା ପୁରୁଷ, ଅଧା ସିଂହ । ସେ ହେଉଛନ୍ତି ନାରାୟଣ, କିମ୍ଵା କୃଷ୍ଣ, ସର୍ବ ଶକ୍ତିଶାଳୀ । ସେ ଯେ କୌଣସି ରୂପ ଧାରଣ କରି ପାରିବେ । ତାହା ହେଉଛି...ଅଦୃଷ୍ଟାଶୃତ-ପୂର୍ବ । କେବେ ନ ଦେଖିଥିବା । ଯଦିଓ ସେ ନାରାୟଣଙ୍କ ସହିତ ଜଡିତ, କିନ୍ତୁ ସେ ନାରାୟଣଙ୍କର ଏପରି ରୂପ କଦାପି ଦେଖି ନ ଥିଲେ । ସେଥିପାଇଁ ଏହା କୁହାଯାଇଛି, ଅଦୃଷ୍ଟାଶୃତ-ପୂର୍ବତ୍ଵାତ ସା ନ ଉପେୟାୟ ଶଂକିତା । ଲକ୍ଷ୍ମୀଜୀ ହେଉଛନ୍ତି ପବିତ୍ର । ତେଣୁ ଶଂକିତା: ସେ ଭୟଭିତ ଥିଲେ, "ହୋଇପାରେ ସେ ଭିନ୍ନ ବ୍ୟକ୍ତି ହୋଇଥିବେ ।" ଏବଂ ସେ ପବିତ୍ର, ସବୁଠାରୁ ପବିତ୍ର । କିପରି ସେ ଅନ୍ୟ ବ୍ୟକ୍ତି ସହିତ ମିଶିବେ? ସେଥିପାଇଁ ଶଂକିତା । ଏହି ଶଦ୍ଦ ବ୍ୟବହାର କରାଯାଇଛି, ଶଂକିତା । ଯଦିଓ ସେ ସବୁକିଛି ଜାଣି ଥାନ୍ତି, ତଥାପି, ସେ ଭାବୁଥିଲେ, "ମୋର ସ୍ଵାମୀ ହୋଇ ନ ପାରନ୍ତି ।" ଏହା ହେଉଛି ଆଦର୍ଶ ପବିତ୍ରତା, ଶୁଦ୍ଧତା, କି ଏପରିକି ଲକ୍ଷ୍ମୀଜୀ, ବିଷ୍ଣୁଙ୍କ ବିଷୟରେ ସନ୍ଦେହ କରୁଛନ୍ତି, ସେ କଥା ହେଲେ ନାହିଁ, ନିକଟକୁ ଗଲେ ନାହିଁ । ଶଂକିତା । ଏହା ହେଉଛି ଲକ୍ଷ୍ମୀଜୀଙ୍କର ଅନ୍ୟ ଏକ ଗୁଣ । ସେ ଡ଼ରି ଯାଇଛନ୍ତି, "ସେ ନାରାୟଣ ନ ହୋଇ ପାରନ୍ତି," କାରଣ ସେ ତାଙ୍କ ସ୍ଵାମୀଙ୍କର ଏପରି ଅଦ୍ଭୁତ ରୂପ କଦାପି ଅନୁଭବ କରି ନ ଥିଲେ, ଅଧା ସିଂହ ଏବଂ ଅଧା ପୁରୁଷ । ତେଣୁ ଅଦୃଷ୍ଟାଶୃତ-ପୂର୍ବତ୍ଵାତ ସା ନୋପେୟାୟ ଶଂକିତା ।