OR/Prabhupada 0448 - ଆମେ ଶାସ୍ତ୍ରରୁ ଭଗବାନଙ୍କ ବିଷୟରେ ଶିକ୍ଷା ନେବା ଉଚିତ୍, ଗୁରୁଙ୍କ ଠାରୁ ଏବଂ ସାଧୁ ଠାରୁ



Lecture on SB 7.9.3 -- Mayapur, February 17, 1977

ପ୍ରଦ୍ୟୁମ୍ନ : ଅନୁବାଦ - "ସେଥିପାଇଁ ଭଗବାନ ବ୍ରହ୍ମା ପ୍ରହଲ୍ଲାଦ ମହାରାଜଙ୍କୁ ଅନୁରୋଧ କରିଲେ, ଯିଏ ତାଙ୍କର ଅତି ନିକଟରେ ଛିଡା ହୋଇଥିଲେ: ମୋର ପ୍ରିୟ ପୁତ୍ର, ଭଗବାନ ନୃସିଂହ-ଦେବ ତୁମର ରାକ୍ଷସ ପିତା ଉପରେ ବହୁତ ରାଗିଛନ୍ତି | ଦୟାକରି ଆଗକୁ ଯାଅ ଏବଂ ଭଗବାନଙ୍କୁ ଶାନ୍ତ କର |"

ପ୍ରଭୁପାଦ:

ପ୍ରହରାଦମ୍ ପ୍ରେଶୟାମ ଆସ
ବ୍ରହ୍ମାବସ୍ଥିତମ୍ ଅଂନ୍ତିକେ
ତାତ ପ୍ରଶମଯୋପେହି
ସ୍ଵ-ପିତ୍ରେ କୁପିତମ ପ୍ରଭୁମ
(SB 7.9.3)

ତେବେ ନୃସିଂହ-ଦେବ ବହୁତ, ବହୁତ କ୍ରୋଧିତ ଥିଲେ | ବର୍ତ୍ତମାନ ପୁରୁଷଙ୍କର ଏହି ନାସ୍ତିକ ବର୍ଗ, ଯେଉଁମାନେ ଜାଣି ନାହାନ୍ତି ଯେ ପୂର୍ଣ୍ଣ ପୁରୁଷୋତ୍ତମ ଭଗବାନଙ୍କର ସ୍ଵାଭଵ କ'ଣ, ସେମାନେ କୁହଁନ୍ତି, "ଭଗବାନ ରାଗିବେ କାହିଁକି?" ତେବେ ଭଗବାନ, କାହିଁକି ସେ ରାଗିବେ ନାହିଁ? ଭଗବାନଙ୍କ ପାଖରେ ସବୁକିଛି ରହିବା ଉଚିତ୍; ଅନ୍ୟଥା ସେ କିପରି ପୂର୍ଣ୍ଣ ଭଗବାନ ଅଟନ୍ତି? ପୂର୍ଣ୍ଣମ | ରାଗ ହେଉଛି ଜୀବର ଅନ୍ୟ ଏକ ଲକ୍ଷଣ | ପଥର ରାଗି ପାରିବ ନାହିଁ, କାରଣ ସେ ହେଉଛି ପଥର | କିନ୍ତୁ ଯେ କୌଣସି ଜୀବ, ସେ ରାଗି ପାରିବ | ତାହା ହେଉଛି ଏକ ଗୁଣ | ଏବଂ କାହିଁକି ଭଗବାନ ରାଗିବେ ନାହିଁ? ସେମାନେ ଭଗବାନଙ୍କୁ କଳ୍ପନା କରନ୍ତି, ଏହା ନୁହେଁ ଯେ ସେମାନେ ଭଗବାନଙ୍କର କୌଣସି ତଥ୍ୟାତ୍ମକ କଳ୍ପନା କରୁଛନ୍ତି | ସେମାନେ କଳ୍ପନା କରନ୍ତି ଯେ "ଭଗବାନ ଏପରି ହୋଇଥିବେ | ଭଗବାନ ଅହିଂସାତ୍ମକ ହୋଇଥିବେ | ଭଗବାନ ବହୁତ ଶାନ୍ତିପୂର୍ଣ୍ଣ ହେବା ଉଚିତ୍ | କାହିଁକି? ରାଗ କେଉଁଠାରୁ ଆସିଲା? ଏହା ଭଗବାନଙ୍କ ଠାରୁ ଆସେ | ଅନ୍ୟଥା ରାଗର କୌଣସି ଅସ୍ତିତ୍ଵ ନାହିଁ |

ସବୁକିଛି ଅଛି | ଜନ୍ମାଦି ଅସ୍ୟ ଯତଃ (SB 1.1.1) | ତାହା ହେଉଛି ବ୍ରହ୍ମର ପରିଭାଷା | ଯାହା କିଛି ଆମକୁ ଅନୁଭବରେ ମିଳିଛି ଏବଂ ଯାହା କିଛି ଆମକୁ ଅନୁଭବରେ ମିଳି ନାହିଁ... ଆମକୁ ଅନୁଭବରେ ସବୁକିଛି ମିଳେ ନାହିଁ | ଠିକ୍ ଯେପରି ନୃସିଂହ-ଦେବଙ୍କ ବିଷୟରେ ଏହା କୁହାଯାଇଛି ଲକ୍ଷ୍ମୀଙ୍କର ମଧ୍ୟ ଅନୁଭବ ନ ଥିଲା, ଯେ ଭଗବାନ ଅଧା ସିଂହ ଏବଂ ଅଧା ପୁରୁଷ ହୋଇ ପାରିବେ | ଏପରିକି ଲକ୍ଷ୍ମୀ, ଅନ୍ୟମାନଙ୍କ ବିଷୟରେ କ'ଣ କହିବା | ଲକ୍ଷ୍ମୀ, ସେ ଭଗବାନଙ୍କର ଶାଶ୍ଵତ ସାଥୀ ଅଟନ୍ତି | ତେଣୁ ଏହା କୁହାଯାଇଛି, ଅଶ୍ରୁତ | ତାହା କ'ଣ? ଅଦୃଷ୍ଟ | ଅଦୃଷ୍ଟ ଅଶ୍ରୁତ ପୂର୍ବତ୍ଵାତ | ସେ ମଧ୍ୟ ଭୟଭିତ ହୋଇଗଲେ କାରଣ ସେ ମଧ୍ୟ କଦାପି ଦେଖି ନ ଥିଲେ, ଏପରି ବିଶାଳ ରୂପ, ଏବଂ ଅଧା ସିଂହ, ଅଧା ପୁରୁଷ | ଭଗବାନଙ୍କର ବହୁତ ସାରା ରୂପ ଅଛି: ଅଦ୍ଵୈତ ଅଚ୍ୟୁତ ଅନାଦି ଅନନ୍ତ-ରୂପମ (Bs 5.33) | ଅନନ୍ତ ରୂପମ; ତଥାପି, ଅଦ୍ଵୈତ | ତେଣୁ ଭାଗବତରେ କୁହାଯାଇଛି ଯେ ଭଗବାନଙ୍କର ଅବତାର ଠିକ୍ ନଦୀ କିମ୍ଵା ସମୁଦ୍ରର ଢ଼େଉ ପରି | କେହି ଗଣି ପାରିବେ ନାହିଁ | ତୁମେ ଥକି ଯିବ ଯଦି ତୁମେ ଢ଼େଉ ଗଣିବାକୁ ଚେଷ୍ଟା କରିବ | ଏହା ଅସମ୍ଭବ | ତେବେ ଭଗବାନଙ୍କର ଅବତାର ଏତେ ଅଛି ଯେତେ ଢ଼େଉ | ତେବେ ତୁମେ ଢ଼େଉ ଗଣି ପାରିବ ନାହିଁ; ସେଥିପାଇଁ ତୁମେ ବୁଝି ପାରିବ ନାହିଁ, କେତେ ଅବତାର ତାଙ୍କର ଅଛି | ଏପରିକି ଲକ୍ଷ୍ମୀ, ଅନନ୍ତଦେବ, ସେମାନେ ଜାଣି ନାହାଁନ୍ତି | ତେଣୁ ଆମର ଅନୁଭବ - ଅତି ସୀମିତ | କାହିଁକି ଆମେ ତାହା କହିବା ଯେ "ଭଗବାନଙ୍କ ପାଖରେ ତାହା ନ ଥାଇ ପାରେ, ଭଗବାନଙ୍କର ନାହିଁ..." ସେପରି? ଏହା ହେଉଛି ନାସ୍ତିକତା |ସେମାନେ ଭାଗ କରନ୍ତି | ସେମାନେ କୁହଁନ୍ତି... ଏପରିକି ଆମର ତଥା କଥିତ ବୈଦିକ ଆର୍ଯ୍ୟ ସମାଜରେ, ସେମାନେ ଜୋର ଦିଅନ୍ତି ଯେ ଭଗବାନ ଅବତାର ଗ୍ରହଣ କରି ପାରିବେ ନାହିଁ | କାହିଁକି? ଯଦି ଭଗବାନ ହେଉଛନ୍ତି ସର୍ବ ଶକ୍ତିମାନ, ତେବେ ସେ ଅବତାର ଗ୍ରହଣ କରିବା ପାଇଁ କାହିଁକି ସକ୍ଷମ ନୁହଁନ୍ତି?

ସେଥିପାଇଁ ଆମେ ଏହି ଦୁର୍ଜନମାନଙ୍କ ଠାରୁ ଉଦାହରଣ ନେବା ଉଚିତ୍ ନୁହେଁ | ଆମେ ଶାସ୍ତ୍ରରୁ, ଗୁରୁଙ୍କ ଠାରୁ, ସାଧୁ ଠାରୁ ଭଗବାନଙ୍କ ବିଷୟରେ ଶିକ୍ଷା ନେବା ଉଚିତ୍ - ଜଣେ ଯିଏ ଭଗବାନଙ୍କୁ ଦେଖିଛି, ତତ୍ଵ-ଦର୍ଶିନ | ତଦ୍ ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ଉପଦେକ୍ଷ୍ୟନ୍ତି ତଦ୍ ଜ୍ଞାନଂ (BG 4.34) | ତଦ୍ ଜ୍ଞାନଂ ଅର୍ଥାତ୍ ଆଧ୍ୟାତ୍ମିକ ଜ୍ଞାନ | ତଦ୍ ବିଜ୍ଞାନଂ |

ତଦ୍-ବିଜ୍ଞାନର୍ଥମ ସ ଗୁରୁମ ଏବାଭିଗଚ୍ଛେତ
ସମିତ-ପ୍ରାଣୀଃ ଶ୍ରୋତ୍ରିୟମ ବ୍ରହ୍ମ ନିଷ୍ଠମ
(MU 1.2.12)

ତେବେ ତଦ୍-ବିଜ୍ଞାନଂ, ତୁମେ କଳ୍ପନା କରି ପାରିବ ନାହିଁ, ଅନୁମାନ | ତାହା ସମ୍ଭବ ନୁହେଁ | ତୁମକୁ ଏହା ସେହି ବ୍ୟକ୍ତି ଠାରୁ ଶିଖିବାକୁ ହେବ ଯିଏ ତତ୍ଵ-ଦର୍ଶିନଃ ଅଟେ, ଯିଏ ଭଗବାନଙ୍କୁ ଦେଖିଛି | ଏପରିକି ଦେଖିବା ଦ୍ଵାରା, ତୁମେ କରିପାରିବ ନାହିଁ...ଠିକ୍ ଯେପରି ଲକ୍ଷ୍ମୀଦେବୀ, ସେ ପ୍ରତି ମୂହୁର୍ତରେ ଦେଖୁଛନ୍ତି, ନିରନ୍ତର ଭାବରେ | ଏପରିକି ସେ ଜାଣି ନାହାଁନ୍ତି | ଅଶ୍ରୁତ-ପୂର୍ବ | ଅଦୃଷ୍ଟାଶ୍ରୁତ-ପୂର୍ବ | ତେଣୁ ଯାହା କିଛି ଆମେ ଦେଖୁ କିମ୍ଵା ନ ଦେଖୁ, ସବୁକିଛି ଅଛି | ଅହଂ ସର୍ବସ୍ୟ ପ୍ରଭବୋ (BG 10.8) | କୃଷ୍ଣ କୁହଁନ୍ତି, "ଯାହାକିଛି ତୁମେ ଦେଖ, ଯାହାକିଛି ତୁମେ ଅନୁଭବ କର, ମୁଁ ହେଉଛି ସବୁକିଛିର ମୂଳ |" ତେଣୁ ରାଗ ରହିବା ଉଚିତ୍ | ତୁମେ କିପରି କହି ପାରିବ ଯେ "ଭଗବାନ ରାଗି ପାରିବେ ନାହିଁ | ଭଗବାନ ଏପରି ହୋଇ ପାରିବେ ନାହିଁ | ଭଗବାନ ହୋଇ ପାରିବେ ନାହିଁ...?" ନା, ତାହା ତଥ୍ୟ ନୁହେଁ | ତାହା ହେଉଛି ଆମର ଅନୁଭବହୀନତା |