OR/Prabhupada 0454 - ବହୁତ ବିପଦପୂର୍ଣ୍ଣ ଜୀବନ ଯଦି ଆମେ ଆମର ଦିବ୍ୟ-ଜ୍ଞାନକୁ ଜାଗୃତ ନ କରିବା



Lecture -- Bombay, April 1, 1977

ପ୍ରଭୁପାଦ: ତେବେ ସେ ଶ୍ଳୋକ କ'ଣ? ଦିବ୍ୟ-ଜ୍ଞାନ ହୃଦେ ପ୍ରକାଶିତୋ । । ବାସ୍ ତାହା କୁହ । (ଭାରତୀୟମାନେ ପୁନରାବୃତି କରିଲେ) ତାହା ପୂର୍ବରୁ ।

ଭାରତୀୟ ଅତିଥି: ପ୍ରେମ-ଭକ୍ତି ଯାହା ହଇତେ, ଅବିଦ୍ୟା ବିନାଶ ଯାତେ, ଦିବ୍ୟ-ଜ୍ଞାନ ହୃଦେ ପ୍ରକାଶିତୋ । ।

ପ୍ରଭୁପାଦ: ତେବେ ଆବଶ୍ୟକତା ହେଉଛି ପ୍ରେମ-ଭକ୍ତିର । ପ୍ରେମ-ଭକ୍ତି ଯାହା ହଇତେ, ଅବିଦ୍ୟା ବିନାଶ ଯାତେ, ଦିବ୍ୟ-ଜ୍ଞାନ । ତେବେ ସେହି ଦିବ୍ୟ-ଜ୍ଞାନ କ'ଣ? ଦିବ୍ୟ ଅର୍ଥାତ୍ ଅତିନ୍ଦ୍ରିୟ, ଭୌତିକ ନୁହେଁ । ତପୋ ଦିବ୍ୟମ୍ (SB 5.5.1) । ଦିବ୍ୟମ୍ ଅର୍ଥାତ୍, ଆମେ ହେଉଛୁ ପଦାର୍ଥ ଏବଂ ଆତ୍ମାର ମିଶ୍ରଣ । ସେହି ଆତ୍ମା ହେଉଛି ଦିବ୍ୟ, ଅତିନ୍ଦ୍ରିୟ । ଅପରେୟମ ଇତସ୍ ତୁ ବିଦ୍ଧି ମେ ପ୍ରକୃତିଂ ପରା (BG 7.5) । ତାହା ହେଉଛି ପରା ପ୍ରକୃତି, ଶ୍ରେଷ୍ଠ । ଯଦି ଉଚ୍ଚ ପରିଚୟ ଅଛି... ଏବଂ ସେହି ଉଚ୍ଚ ପରିଚୟକୁ ବୁଝିବା ପାଇଁ ଆମକୁ ଉଚ୍ଚ ଜ୍ଞାନ ଦରକାର, ସାଧାରଣ ଜ୍ଞାନ ନୁହେଁ । ଦିବ୍ୟ-ଜ୍ଞାନ ହୃଦେ ପ୍ରକାଶିତୋ । ତେବେ ଏହା ହେଉଛି ଗୁରୁର କର୍ତ୍ତବ୍ୟ । ସେହି ଦିବ୍ୟ ଜ୍ଞାନକୁ ଜାଗୃତ କରିବା । ଦିବ୍ୟ-ଜ୍ଞାନ । ଏବଂ କାରଣ ଗୁରୁ ସେହି ଦିବ୍ୟ ଜ୍ଞାନକୁ ସ୍ପଶ୍ଟ କରୁଛନ୍ତି, ତାଙ୍କୁ ପୂଜା କରାଯାଏ । ତାହା ଆବଶ୍ୟକ । ଆଧୁନିକ... ଆଧୁନିକ କିମ୍ଵା ସର୍ବଦା; ଏହା ହେଉଛି ମାୟା । ସେହି ଦିବ୍ୟ-ଜ୍ଞାନ କଦାପି, ମୋର କହିବାର ଅର୍ଥ ହେଉଛି, ପ୍ରକଟ ହେବ । ସେମାନଙ୍କୁ ଅଦିବ୍ୟ-ଜ୍ଞାନର ଅନ୍ଧକାରରେ ରଖାଯାଏ । ଅଦିବ୍ୟ-ଜ୍ଞାନ ହେଉଛି "ମୁଁ ହେଉଛି ଏହି ଶରୀର ।" "ମୁଁ ଭାରତୀୟ ଅଟେ," "ମୁଁ ଆମେରିକୀୟ," "ମୁଁ ହିନ୍ଦୁ," "ମୁଁ ମୁସଲମାନ," ଏହା ହେଉଛି ଅଦିବ୍ୟ-ଜ୍ଞାନ । ଦେହାତ୍ମ-ବୁଦ୍ଧିଃ । ଯସ୍ୟାତ୍ମ-ବୁଦ୍ଧିଃ କୁପଣେ ତ୍ରୀ (SB 10.84.13) । ମୁଁ ଏହି ଶରୀର ନୁହେଁ ।

ତେବେ ଦିବ୍ୟ-ଜ୍ଞାନର ପ୍ରାରମ୍ଭ ହେଉଛି ସେଠାରେ ଯେତେବେଳେ ଆମେ ବୁଝିବାକୁ ଚେଷ୍ଟା କରୁ, ଯେ "ମୁଁ ଏହି ଶରୀର ନୁହେଁ । ମୁଁ ହେଉଛି ଶ୍ରେଷ୍ଠ ପଦାର୍ଥ, ମୁଁ ହେଉଛି ଜୀବାତ୍ମା । ଏହା ତୁଚ୍ଛ ଅଟେ । ତେବେ ମୁଁ କାହିଁକି ଏହି ତୁଚ୍ଛ ଜ୍ଞାନ ସହିତ ରହିବି?" ଆମେ ତୁଚ୍ଛ ହୋଇ ରହିବା ଉଚିତ୍ ନୁହେଁ... ତୁଚ୍ଛ ଜ୍ଞାନ ହେଉଛି ଅନ୍ଧକାର । ତମସି ମା । ବୈଦିକ ଆଦେଶ ହେଉଛି, "ତୁଚ୍ଛ ଜ୍ଞାନରେ ରୁହ ନାହିଁ ।" ଜ୍ୟୋତିର ଗମଃ "ଉଚ୍ଚ ଜ୍ଞାନକୁ ଆସ ।" ତେବେ ଗୁରୁଙ୍କୁ ପୂଜା କରିବାର ଅର୍ଥ ହେଉଛି ଯେହେତୁ ସେ ଆମକୁ ଉଚ୍ଚ ଜ୍ଞାନ ଦେଉଛନ୍ତି । ଏହି ଜ୍ଞାନ ନୁହେଁ - କିପରି ଖାଇବ, କିପରି ଶୋଇବ, କିପରି ମୈଥୁନ୍ୟ ଏବଂ ଆତ୍ମରକ୍ଷା କରିବ । ସାଧାରଣତଃ, ରାଜନୀତିକ ନେତା, ସାମାଜିକ ନେତା, ସେମାନେ ଏହି ଜ୍ଞାନ ଦିଅନ୍ତି - କିପରି ଖାଇବ, କିପରି ଶୋଇବ, କିପରି ମୈଥୁନ୍ୟ କରିବ, କିପରି ଆତ୍ମରକ୍ଷା କରିବ । ଏକ ଗୁରୁଙ୍କର ଏହି ସବୁ କଥା ସହ କୌଣସି ସମ୍ଵନ୍ଧ ନାହିଁ । ସେ ହେଉଛନ୍ତି ଦିବ୍ୟ-ଜ୍ଞାନ, ଉଚ୍ଚତମ ଜ୍ଞାନ । ତାହା ଆବଶ୍ୟକ । ଏହି ମନୁଷ୍ୟରୂପି ଜୀବନ ସେହି ଦିବ୍ୟ-ଜ୍ଞାନ ହୃଦେ ପ୍ରକାଶିତୋ କରିବା ପାଇଁ ଏକ ସୁଯୋଗ ଅଟେ । ଏବଂ ଯଦି ତାକୁ ଏହି ଦିବ୍ୟ-ଜ୍ଞାନ ସମ୍ଵନ୍ଧରେ ଅନ୍ଧକାରରେ ରଖାଯାଏ, କେବଳ ତାକୁ ପ୍ରଶିକ୍ଷିତ କରାଯାଏ, କିପରି ଖାଇବ, କିପରି ଶୋଇବ, କିପରି ମୈଥୁନ୍ୟ ଏବଂ ଆତ୍ମରକ୍ଷା କରିବ, ତେବେ ଜୀବନ ନଷ୍ଟ ହୋଇଯିବ । ତାହା ଏକ ବହୁତ ବଡ କ୍ଷତି ଅଟେ । ମୃତ୍ୟୁ-ସଂସାର-ବର୍ତ୍ମନି । ଅପ୍ରାପ୍ୟ ମାଂ ନିବର୍ତନ୍ତେ ମୃତ୍ୟୁ-ସଂସାର-ବର୍ତ୍ମନି (BG 9.3) । ବହୁତ ବିପଦପୂର୍ଣ୍ଣ ଜୀବନ ଯଦି ଆମେ ଆମର ଦିବ୍ୟ-ଜ୍ଞାନକୁ ଜାଗୃତ ନ କରିବା । ଆମେ ସର୍ବଦା ଏହା ମନେ ରଖିବା ଉଚିତ୍ । ବହୁତ ବିପଦପୂର୍ଣ୍ଣ ଜୀବନ - ପୁଣି ଥରେ ଜନ୍ମ ମୃତ୍ୟୁର ଢେଉ ମଧ୍ୟକୁ ପକେଇ ଦିଆଯିବା, ଆମକୁ ଜଣା ନାହିଁ ଯେ ମୁଁ କୁଆଡେ ଯାଉଛି । ବହୁତ ଗମ୍ଭୀର । ଏହି କୃଷ୍ଣ ଚେତନା ହେଉଛି ଦିବ୍ୟ-ଜ୍ଞାନ । ଏହା ସାଧାରଣ ଜ୍ଞାନ ନୁହେଁ । ସମସ୍ତେ ଏହି ଦିବ୍ୟ-ଜ୍ଞାନକୁ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍ । ଦୈବୀଂ ପ୍ରକୃତିମାଶ୍ରିତାଃ । ସେଥିପାଇଁ ଜଣେ ଯିଏ ଏହି ଦିବ୍ୟ-ଜ୍ଞାନରେ ରୁଚି ରଖେ, ତାକୁ ଦୈବୀଂ ପ୍ରକୃତିମାଶ୍ରିତାଃ କୁହାଯାଏ । ଦୈବୀରୁ, ଦିବ୍ୟ ଆସେ, ସଂସ୍କୃତ ଶଦ୍ଦ । ସଂସ୍କୃତ ଶଦ୍ଦ, ଦୈବୀରୁ, ଦିବ୍ୟ, ବିଶେଷଣ ।

ତେଣୁ ମାହାତ୍ମାନସ୍ତୁ ମାଂ ପାର୍ଥ ଦୈବୀଂ ପ୍ରକୃତିମାଶ୍ରିତାଃ (BG 9.13) । ଜଣେ ଯିଏ ଏହି ଦିବ୍ୟ-ଜ୍ଞାନର ପ୍ରକ୍ରିୟାକୁ ସ୍ଵୀକାର କରିଛି, ସେ ହେଉଛି ମହାତ୍ମା । ମହାତ୍ମା କିପରି ଖାଇବ, କିପରି ଶୋଇବ, କିପରି ମୈଥୁନ୍ୟ କରିବ ସେହି ଜ୍ଞାନ ପ୍ରାପ୍ତ କରିବା ପାଇଁ ହୁଅଁନ୍ତି ନାହିଁ । ତାହା ଶାସ୍ତ୍ରର ପରିଭାଷା ନୁହେଁ । ସ ମହାତ୍ମା ସୁଦୁର୍ଲଭଃ ।

ବହୂନାଂ ଜନ୍ମନାମନ୍ତେ
ଜ୍ଞାନବାନ୍ ମାଂ ପ୍ରପଦ୍ୟତେ
ବାସୁଦେବଃ ସର୍ବମିତି
ସ ମହାତ୍ମା...
(BG 7.19)

ଜଣେ ଯିଏ ଏହି ସର୍ବ ଜ୍ଞାନ ପାଇଛି, ବାସୁଦେବଃ ସର୍ବମ ଇତି ସ ମହାତ୍ମା, ସେ ହେଉଛନ୍ତି ମହାତ୍ମା । କିନ୍ତୁ ତାହା ବହୁତ, ବହୁତ ଦୁର୍ଲଭ । ଅନ୍ୟଥା, ଏପରି ମହାତ୍ମା, ସେମାନେ ରାସ୍ତାରେ ବୁଲୁଛନ୍ତି । ତାହା ହେଉଛି ସେମାନଙ୍କର କାମ । ତେଣୁ ତୁମେ ସର୍ବଦା ଏହି ଶଦ୍ଦ ମନେ ରଖିବା ଉଚିତ୍, ଦିବ୍ୟ-ଜ୍ଞାନ ହୃଦେ ପ୍ରକାଶିତୋ । ଏବଂ ଯେହେତୁ ଆଧ୍ୟାତ୍ମିକ ଗୁରୁ ଦିବ୍ୟ-ଜ୍ଞାନ ପ୍ରଦାନ କରନ୍ତି, ଆମେ ଉପକୃତ ମନେ କରୁ । ଯସ୍ୟ ପ୍ରସାଦାଦ ଭଗବତ ପ୍ରସାଦୋ ଯସ୍ୟ ପ୍ରସାଦାନ ନ ଗତିଃ କୁତୋ ଅପି । ତେଣୁ ଏହି ଗୁରୁ ପୂଜାର ଆବଶ୍ୟକତା ଅଛି । ଯେପରି ବିଗ୍ରହ ପୂଜାର ଆବଶ୍ୟକତା ଅଛି... ଏହା ଶସ୍ତା ଆରଧାନା ନୁହେଁ । ଏହା ଦିବ୍ୟ-ଜ୍ଞାନ ଜାଗୃତ କରିବାର ପ୍ରକ୍ରିୟା ଅଟେ ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତ: ଜୟ ପ୍ରଭୁପାଦ ।