OR/Prabhupada 0482 - ମନ ହେଉଛି ଆସକ୍ତ ହେବାର ଯାନ



Lecture -- Seattle, October 18, 1968

ମନ ହେଉଛି ଆସକ୍ତ ହେବାର ଯାନ । ଯଦି ତୁମେ କାହା ପ୍ରତି ଆସକ୍ତ, ଏକ ଯୁବକ, ଏକ ଯୁବତୀ, ଏକ ବ୍ୟକ୍ତି... ସାଧାରଣତଃ, ଆମେ ଏକ ବ୍ୟକ୍ତି ପ୍ରତି ଅସକ୍ତ ହେଉ । ଅବ୍ୟକକ୍ତିକ ଆସକ୍ତି ହେଉଛି ନକଲି । ଯଦି ତୁମେ ଆସକ୍ତ ହେବାକୁ ଚାହଁ, ସେହି ଆସକ୍ତି ବ୍ୟକ୍ତିଗତ ହେବା ଉଚିତ୍ । ଏହା ବାସ୍ତବ ନୁହେଁ କି? ଅବ୍ୟକ୍ତିକ ଆସକ୍ତି... ତୁମେ ଆକାଶକୁ ଭଲ ପାଇପାରିବ ନାହିଁ, କିନ୍ତୁ ତୁମେ ସୂର୍ଯ୍ୟଙ୍କୁ ଭଲ ପାଇପାରିବ, ତୁମେ ଚନ୍ଦ୍ରକୁ ଭଲ ପାଇ ପାରିବ, ତୁମେ ତାରାମାନଙ୍କୁ ଭଲ ପାଇ ପାରିବ, ସେଗୁଡିକ ହେଉଛନ୍ତି ସ୍ଥାନୀୟ ବ୍ୟକ୍ତି । ଯଦି ତୁମେ ଆକାଶକୁ ଭଲ ପାଇବାକୁ ଚାହଁ, ଏହା ତୁମ ପାଇଁ ଭାରି କଷ୍ଟକର । ତୁମକୁ ପୁନର୍ବାର ଏହି ସୂର୍ଯ୍ୟଙ୍କ ପାଖକୁ ଆସିବାକୁ ହେବ । ତେଣୁ ଯୋଗପ୍ରଣାଳୀ, ପୂର୍ଣ୍ଣତାର ଶିଖରରେ ପହଞ୍ଚିବା ପାଇଁ, ପ୍ରେମର... ତେଣୁ ତୁମେ ଜଣକୁ ଭଲପାଇବାକୁ ହେବ, ଏକ ବ୍ୟକ୍ତିକୁ । ସେ ହେଉଛନ୍ତି କୃଷ୍ଣ । ଠିକ ଯେପରି ଏହି ଚିତ୍ରରେ ଅଛନ୍ତି । ରାଧାରାଣୀ କୃଷ୍ଣଙ୍କୁ ଭଲପାଆନ୍ତି, ତାଙ୍କର ଫୁଲଟି କୃଷ୍ଣଙ୍କୁ ଅର୍ପଣ କରୁଛନ୍ତି, ଏବଂ କୃଷ୍ଣ ତାଙ୍କ ବଂଶୀ ବଜାଉଛନ୍ତି । ତେଣୁ ତୁମେ ଏହି ଚିତ୍ରକୁ ଭଲପାଇପାରିବ, ସବୁବେଳେ । ତେବେ ତୁମେ ନିତ୍ୟ ଯୋଗରେ ରହିବ, ସମାଧିରେ । କାହିଁକି ଅବ୍ୟକ୍ତିକୁ? କାହିଁକି ତୁମେ, କାହିଁକି ଶୂନ୍ୟ? ଶୂନ୍ୟ ହୋଇପାରିବ ନାହିଁ । ଯଦି ତୁମେକିଛି ଶୂନ୍ୟ ବିଷୟରେ ଭାବୁଛ, ସେଥିରେ କିଛି ଆଲୋକ ଥିବ, କିଛି ରଙ୍ଗ, ରଙ୍ଗୀନ, ବହୁକିଛି ଆମେ ପାଇବା । କିନ୍ତୁ ତାହା ମଧ୍ୟ ରୂପ । ତୁମେ କିପରି ରୂପକୁ ପରିହାର କରିବ? ତାହା ସମ୍ଭବ ନୁହେଁ । ସେଥିପାଇଁ କାହିଁକି ତୁମେ ବାସ୍ତବିକ ରୂପକୁ ଧ୍ୟାନ ଏକାଗ୍ରତ କରିବନାହିଁ, ଇଶ୍ଵରଃ ପରମଃ କୃଷ୍ଣଃ ସଚିତାନନ୍ଦ-ବିଗ୍ରହଃ (Bs. 5.1), ପରମପୁରୁଷ ଭଗବାନ, ନିୟନ୍ତ୍ରକ, ସର୍ବୋଚ୍ଚ ନିୟନ୍ତ୍ରକ, ଯାହାର ଶରୀର ଅଛି? କିପରି? ବିଗ୍ରହଃ, ବିଗ୍ରହଃ ମାନେ ଶରୀର । ଏବଂ କେଉଁ ପ୍ରକାରର ଶରୀର? ସତ୍-ଚିତ୍-ଆନନ୍ଦ, ଶାଶ୍ଵତ ଶରୀର, ଆନନ୍ଦରେ ପୂର୍ଣ୍ଣ, ଜ୍ଞାନରେ ପୂର୍ଣ୍ଣ । ସେ ଶରୀର । ଏପରି ନୁହେଁ, ଏହି ଶରୀର ଭଳି । ଏହି ଶରୀର ଅଜ୍ଞାନତାରେ ପୂର୍ଣ୍ଣ, ଦୁଃଖରେ ପୂର୍ଣ୍ଣ, ଏବଂ ଶାଶ୍ଵତ ନୁହେଁ । ଠିକ ବିପରୀତ । ତାଙ୍କ ଶରୀର ଶାଶ୍ଵତ ଅଟେ, ମୋ ଶରୀର ଶାଶ୍ଵତ ନୁହେଁ । ତାଙ୍କ ଶରୀର ଆନନ୍ଦରେ ପୂର୍ଣ୍ଣ, ମୋ ଶରୀର ଦୁଃଖପୁର୍ଣ୍ଣ, ସବୁବେଳେ କିଛି ଅସୁବିଧା ଦିଏ - ମୁଣ୍ଡବଥା, ଦାନ୍ତବଥା, ଏ ବଥା, ସେ ବଥା । କେହିଜଣେ ମୋତେ ବ୍ୟକ୍ତିଗତ ସମସ୍ୟାରେ ପକାଉଛି । ବହୁ... ଆଧ୍ୟାତ୍ମିକ, ଆଧିଭୌତିକ, ଅତ୍ୟଧିକ ଗରମ, ଅତ୍ୟଧିକ ଥଣ୍ଡା, ବହୁ ଜିନିଷ । ଏହି ଶରୀର ସର୍ବଦା ତ୍ରିଗୁଣ ଦୁଃଖରେ ଅଛି, ଏହି ଭୌତିକ ଶରୀର ।