OR/Prabhupada 0489 - ରାସ୍ତାରେ ଜପ କରିବା ଦ୍ଵାରା, ତୁମେ ମିଠା ବିତରଣ କରୁଛ



Lecture -- Seattle, October 18, 1968

ବିଷ୍ଣୁଜନ: ଯେତେବେଳେ ଆମେ ଜପ କରୁଛୁ, କିମ୍ଵା ଯେତେବେଳେ ଆମେ କୀର୍ତ୍ତନରେ ଯୋରରେ ଜପ କରୁଛୁ, ଆମ ମନକୁ ଭାବିବାରେ ନିଯୁକ୍ତ କରିବା ଠିକ୍ କି?

ପ୍ରଭୁପାଦ: ଏହା ନୁହେଁ?

ବିଷ୍ଣୁଜନ: ସେ ପୂର୍ବରୁ...

ପ୍ରଭୁପାଦ: ଏହା ବ୍ୟବହାରିକ ଉପାୟ ଅଟେ । ଯଦି ତୁମେ ଭାବୁ ନାହଁ, ତେବେ ଜପ ତୁମକୁ ତା ବିଷୟରେ ଭାବିବା ପାଇଁ ବାଧ୍ୟ କରିବ । ତୁମେ ଦେଖ? କୃଷ୍ଣଙ୍କର ଶଦ୍ଦର ଧ୍ଵନିର, ବଳ ଦ୍ଵାରା । ଜପ କରିବା ଏତେ ଭଲ । ଏବଂ ଏହି ଯୁଗରେ ଏହା ହେଉଛି ବ୍ୟବହାରିକ ଯୋଗ । ତୁମେ ଧ୍ୟାନ କରି ପାରିବ ନାହିଁ । ତୁମର ମନ ଏତେ ଅଶାନ୍ତ, ତୁମେ ତୁମର ମନର ଧ୍ୟାନ ଏକତ୍ରୀତ କରି ପାରିବ ନାହିଁ । ସେଥିପାଇଁ ଜପ କର, ଏବଂ ଧ୍ଵନିର କମ୍ପନ ଦ୍ଵାରା, ଏହା ବଳ ପୂର୍ବକ ତୁମର ମନରେ ପ୍ରବେଶ କରିବ । ଏପରିକି ତୁମେ କୃଷ୍ଣଙ୍କୁ ଚାହୁଁ ନ ଥିଲେ ମଧ୍ୟ, କୃଷ୍ଣ ତୁମର ମନରେ ପ୍ରବେଶ କରିବେ । ବଳ ପୂର୍ବକ । ଏହା ହେଉଛି ସରଳତମ ପ୍ରକ୍ରିୟା । ତୁମକୁ ପ୍ରୟାସ କରିବାର ଆବଶ୍ୟକତା ନାହିଁ । କୃଷ୍ଣ ଆସୁଛନ୍ତି । ଏହା ଭାରି ଭଲ ପ୍ରକ୍ରିୟା । ସେଥିପାଇଁ ଏହା ଅନୁଶଂସିତ କରାଯାଇଛି, ଏହି ଯୁଗ ପାଇଁ । ଏବଂ ଅନ୍ୟମାନେ ମଧ୍ୟ ଲାଭବାନ ହେବେ । ତୁମେ ଜୋରରେ ଜପ କର । ଅନ୍ୟମାନେ ଯେଉଁମାନେ ପରିଚିତ ନୁହଁନ୍ତି, ସେମାନେ ମଧ୍ୟ, ଅତି କମରେ... ଯେପରି ରାସ୍ତାରେ, ଉଦ୍ୟାନରେ, ସେମାନେ କୁହଁନ୍ତି, "ହରେ କୃଷ୍ଣ!" ସେମାନେ କିପରି ଶିଖିଲେ? ଏହି ଜପ ଶୁଣି । ବାସ୍ । ବେଳେ ବେଳେ ପିଲାମାନେ, ଯଥା ଶିଘ୍ର ସେମାନେ ଆମକୁ ଦେଖନ୍ତି, ସେମାନେ କୁହଁନ୍ତି "ଓ, ହରେ କୃଷ୍ଣ!" ମଁଣ୍ଟ୍ରିୟାଲରେ ପିଲାମାନେ, ଯେତେବେଳେ ମୁଁ ରାସ୍ତାରେ ଚାଲୁଥିଲି, ସମସ୍ତ ପିଲାମାନେ, ଦୁକାନଦାରମାନେ, ସେମାନେ କୁହଁନ୍ତି "ହରେ କୃଷ୍ଣ!" ଏବଂ ବାସ୍ । ତେବେ ଆମେ ସେମାନଙ୍କର ମନରେ ବଳ ପୂର୍ବକ ହରେ କୃଷ୍ଣ ଭର୍ତ୍ତି କରି ଦେଉଛୁ । ଯଦି ତୁମେ ଯୋଗ ଅଭ୍ୟାସ କରିବ, ଧ୍ୟାନ, ଏହା ତୁମ ପାଇଁ ଲାଭ ଦାୟକ ହେବ, କିନ୍ତୁ ଏହା ଅନ୍ୟମାନଙ୍କ ପାଇଁ ମଧ୍ୟ ଲାଭ ଦାୟକ । ମନେକର କିଛି ବହୁତ ଭଲ, ତୁମେ ଉପଭୋଗ କରୁଛ, କିଛି ମିଠା - ତାହା ଏକ ସ୍ଥିତି । କିନ୍ତୁ ତୁମେ ଯଦି ମିଠା ବିତରଣ କରିବ, ତାହା ଅନ୍ୟ ଏକ ସ୍ଥିତି । ତେବେ ରାସ୍ତାରେ ଜପ କରିବା ଦ୍ଵାରା, ସଡ଼କରେ, ତୁମେ ମିଠା ବିତରଣ କରୁଛ ।(ହସ) ତୁମେ କୃପଣ ନୁହଁ, ଯେ ତୁମେ ନିଜେ ଖାଉଛ । ତୁମେ ଏତେ ଉଦାର ଯେ ତୁମେ ଅନ୍ୟମାନଙ୍କୁ ବିତରଣ କରୁଛ । ବର୍ତ୍ତମାନ ଜପ କର, ବିତରଣ କର ।(ହସ)